BASH/C2/More-on-Loops/Oriya

From Script | Spoken-Tutorial
Jump to: navigation, search
Time Narration
00:01 BASHରେ Nested For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ଏକ ଉଦାହରଣ ସାହାଯ୍ୟରେ Nested For Loop ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS ଓ GNU Bash ଭର୍ସନ୍ 4.1.10
00:24 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:31 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Bashରେ Loops ସହିତ
00:37 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:43 ଚାଲନ୍ତୁ, Nested Loopsର ପରିଚୟରୁ ଆରମ୍ଭ କରିବା
00:46 ଗୋଟିଏ Loop ମଧ୍ୟରେ ଗୋଟିଏ Loopକୁ ନେଷ୍ଟେଡ୍ Loop କୁହାଯାଏ
00:51 ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା. ଆଉଟର୍ For Loop ଏକ୍ସପ୍ରେସନ୍ 1, 2, 3 ;
00:57 ଇନର୍ For Loop ଏକ୍ସପ୍ରେସନ୍ 1, 2, 3 ;
01:01 ଷ୍ଟେଟମେଣ୍ଟ 1, ଷ୍ଟେଟମେଣ୍ଟ 2
01:04 ବନ୍ଦ ଇନର୍ For Loop, ବନ୍ଦ ଆଉଟର୍ For Loop
01:09 ଏବେ, Nested For Loopର ଏକ ଉଦାହରଣ ଦେଖିବା
01:12 ପ୍ରଥମେ, ଡାଇରେକ୍ଟୋରୀ ଷ୍ଟ୍ରକଚର୍ କୁ ଯିବା
01:17 ଡେସ୍କଟପ୍ ଉପରେ Simple-Nested-For ନାମକ ଏକ ଡାଇରେକ୍ଟୋରୀ ଅଛି. ତାକୁ ଖୋଲନ୍ତୁ
01:24 ଏଥିରେ ସବ୍-ଡାଇରେକ୍ଟୋରିଜ୍ ଅଛି, ଯଥା test, test2, test3 ଓ ଏକ Bash Script
01:31 ପ୍ରତ୍ୟେକ ସବ୍-ଡାଇରେକ୍ଟୋରୀରେ, ଅନେକ text ଫାଇଲ୍ସ ଅଛି
01:36 ଏବେ ଆମେ, ଆମର କୋଡ୍ କୁ ଯିବା
01:39 ଏହି ପ୍ରୋଗ୍ରାମ୍, ପ୍ରତ୍ୟେକ ସବ୍-ଡାଇରେକ୍ଟୋରୀରେ ଥିବା ସମସ୍ତ ଫାଇଲ୍ସକୁ ଦେଖାଇଥାଏ
01:45 ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହାକୁ ସିଙ୍ଗଲ୍ ଲାଇନ୍ କମାଣ୍ଡ ls -1 -R test* ସହିତ ପ୍ରାପ୍ତ କରିହେବ
01:53 କିନ୍ତୁ ଆମେ, ଏହାକୁ ଏକ For Loop ବ୍ୟବହାର କରି କରିବା
01:58 ଆମ Bash Scriptର ନାମ ହେଉଛି nested-(ହାଇଫେନ୍)for ଡଟ୍ sh
02:05 ଏହା ହେଉଛି shebang ଲାଇନ୍
02:08 ଏହା ହେଉଛି ଆଉଟର୍ For Loop
02:10 ଏହି For Loop, test ନାମରେ ଆରମ୍ଭ ହେଉଥିବା ଡାଇରେକ୍ଟୋରୀଗୁଡ଼ିକ ପାଇଁ ଯାଞ୍ଚ କରିବ
02:15 ପ୍ରଥମ echo ଲାଇନ୍, ସବ୍-ଡାଇରେକ୍ଟୋରୀଗୁଡ଼ିକର ନାମ ଦେଖାଇବ
02:21 ଦ୍ୱିତୀୟ echo ଲାଇନ୍, ଏକ ଖାଲି ଲାଇନ୍ ତିଆରି କରିବ
02:25 ଏହା ହେଉଛି ଇନର୍ For Loop. ଏହା, ଡାଇରେକ୍ଟୋରୀଗୁଡ଼ିକ ଭିତରେ ଥିବା ଫାଇଲଗୁଡ଼ିକ ପାଇଁ ଯାଞ୍ଚ କରିବ
02:32 ls, ଡାଇରେକ୍ଟୋରୀର ସୂଚୀକୁ ପ୍ରଦର୍ଶିତ କରେ
02:36 - (ହାଇଫେନ୍) 1, ଗୋଟିଏ ଲାଇନ୍ ପିଛା ଗୋଟିଏ ଫାଇଲ୍ ସୂଚିବଦ୍ଧ କରିବା ପାଇଁ ବ୍ୟବହାର କରାଯାଏ
02:41 ଏଠାରେ ଆମେ, ଫାଇଲଗୁଡ଼ିକୁ ସୂଚୀବଦ୍ଧ କରିଛେ. ଇନର୍ For Loopକୁ Done ସମାପ୍ତ କରେ
02:45 ଆଉଟର୍ For Loopର ପ୍ରତ୍ୟେକ ଚକ୍ରର ସମାପ୍ତି ପରେ ଏହି କମାଣ୍ଡ ଏକ ଭର୍ଟିକଲ୍ ଲାଇନ୍ ପ୍ରିଣ୍ଟ କରେ
02:53 ଆଉଟର୍ For Loopକୁ Done ସମାପ୍ତ କରେ
02:57 ଏବେ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା. ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
03:08 ଚାଲନ୍ତୁ, ଆମର Bash Script ଥିବା ଡାଇରେକ୍ଟୋରୀକୁ ଯିବା
03:13 ତାହା ଡେସ୍କଟପ୍ ରେ ଅଛି
03:15 ଟାଇପ୍ କରନ୍ତୁ: cd Desktop. simple-nested-for ଫୋଲ୍ଡର୍ କୁ ଯାଆନ୍ତୁ
03:22 ଏଣ୍ଟର୍ ଦାବନ୍ତୁ
03:24 ଟାଇପ୍ କରନ୍ତୁ: chmod ପ୍ଲସ୍ x nested-for ଡଟ୍ sh
03:32 ଏଣ୍ଟର୍ ଦାବନ୍ତୁ
03:34 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ nested-(ହାଇଫେନ୍)for ଡଟ୍ sh
03:39 ଏଣ୍ଟର୍ ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହେଲା. ଏହା, test ଡାଇରେକ୍ଟୋରୀ, test2 ଡାଇରେକ୍ଟୋରୀ ଓ test3 ଡାଇରେକ୍ଟୋରୀରେ ଥିବା ଫାଇଲଗୁଡ଼ିକୁ ଦେଖାଏ
03:52 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
03:56 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ Nested For Loop ଶିଖିଲେ
04:02 ଏକ ଆସାଇନମେଣ୍ଟ ଭାବେ:
04:04 ରିଟାଇପ୍ କରନ୍ତୁ: Nested While Loop ବ୍ୟବହାର କରି nested-for ଡଟ୍ sh Bash ସ୍କ୍ରିପ୍ଟ
04:11 nested-while ଡଟ୍ sh ନାମରେ ପ୍ରୋଗ୍ରାମକୁ ସେଭ୍ କରନ୍ତୁ
04:17 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial . ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
04:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.

04:37 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
04:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
04:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.
05:03 ଆଇଆଇଟି ବମ୍ୱେ ତରଫରୁ
05:08 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep, Pratik kamble