Linux/C2/Redirection-Pipes/Oriya
From Script | Spoken-Tutorial
Revision as of 16:37, 10 April 2017 by PoojaMoolya (Talk | contribs)
Time | Narration |
00:00 | ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | |
00:09 | ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | |
00:16 | ଆପଣ ଯଦି ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | |
00:22 | ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ | |
00:25 | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ |
00:32 | ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ | |
00:35 | ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କି’ବୋର୍ଡ ମାଧ୍ୟମରେ ଟାଇପ୍ କରୁ | |
00:39 | ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା | |
00:41 | ଆମେ କି’ ବୋର୍ଡରେ date ଟାଇପ୍ କରି enter ଦାବୁ | |
00:46 | ଆମେ ସାଧାରଣତଃ କି’ ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ | |
00:48 | ସେହିଭଳି ଆମେ ଦେଖୁ ଯେ, ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ | |
00:56 | ମନେକରନ୍ତୁ, ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା | |
00:59 | ଉଦାହରଣସ୍ୱରୂପ ଆମେ cat space aaa ଟାଇପ୍ କରି enter ଦାବିବା |
01:05 | ଏବେ, aaa ନାମରେ କୌଣସି ଫାଇଲ୍ ନାହିଁ | |
01:08 | ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ | |
01:10 | ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ | ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ | |
01:20 | ଇନପୁ୍ଟିଂ, ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍ | |
01:24 | ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ | ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍ | |
01:31 | ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ, ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ | |
01:37 | ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ | |
01:41 | IO ଟେକ୍ନିକ୍ ବ୍ୟବହାର କରି Streams ଆକ୍ସେସ୍ ହୁଏ | |
01:44 | କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍, କି’ବୋର୍ଡ୍, ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି | |
01:51 | ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ | |
01:57 | ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ| |
02:05 | ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ I/O ଷ୍ଟ୍ରିମ୍ ବ୍ୟବହାର କରେ | |
02:08 | ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ | |
02:12 | stdin ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ | |
02:15 | ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ | |
02:17 | ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦ | |
02:19 | stdout ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍ | |
02:22 | ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ | ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ | |
02:26 | stderr ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍ | ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ | ଏଥିରେ ”’ଫାଇଲ୍ ଡେସ୍କ୍ରିପ୍ସଟର୍ 2”’ ଅଛି | |
02:36 | ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ | |
02:40 | ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି’ ଷ୍ଟ୍ରୋକ୍ ରୁ ନେଇଥାଏ | |
02:44 | ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ | |
02:47 | ଟର୍ମିନାଲ୍ ଟି ପ୍ରକୃତରେ ଏକ ASCII ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା | |
02:52 | ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ | |
02:56 | ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ | |
03:01 | ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା | |
03:04 | ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା | |
03:07 | ଏହି ପ୍ରକ୍ରିୟାଟିକୁ Redirection କୁହାଯାଏ | |
03:09 | 3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା | |
03:14 | ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା | |
03:17 | ଆମେ < (ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍) ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ standardin ରିଡାଇରେକ୍ଟ୍ କରୁ |
ଏହା କିପରି ହୁଏ ଚାଲନ୍ତୁ ଦେଖିବା | |
03:22 | ଆମେ ଜାଣିଛୁ ଯେ wc କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ | |
03:28 | ଟର୍ମିନାଲ୍ ୱିଣ୍ଡୋରେ wc ଟାଇପ୍ କରନ୍ତୁ | |
03:31 | ଏବେ enter ଦାବନ୍ତୁ |,କ’ଣ ହୁଏ?? ଆମର ଏକ ବ୍ଲିଙ୍କିଙ୍ଗ୍ କର୍ସର୍ ଅଛି | ଏହାର ଅର୍ଥ ଆମକୁ କି’ବୋର୍ଡ ମାଧ୍ୟମରେ ଏଣ୍ଟର୍ କରିବାକୁ ହେବ | |
03:37 | କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ, ମନେକରନ୍ତୁ This tutorial is very important |
03:46 | ଏବେ Enter. ଦାବନ୍ତୁ |
03:48 | ଏବେ Ctrl ଓ d କୁ ଏକାଠି ଦାବନ୍ତୁ | |
03:52 | ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ | |
03:55 | କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ | |
03:57 | ଏଠାରେ wc command ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ |
04:01 | ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ | |
04:04 | ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କି’ବୋର୍ଡ ସହିତ ସଂଯୁକ୍ତ ଅଛି | ଏଣୁ wc କି’ବୋର୍ଡ୍ ରୁ ଇନ୍ ପୁଟ୍ ନେବ | |
04:12 | ଏବେ ଆମେ ଯଦିwc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍" ସ୍ପେସ୍ test1 dot txt ଲେଖିବା |
04:19 | wc ଆମକୁ test1 dot txt ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ | |
04:27 | ଏବେ wc ସ୍ପେସ୍ test1 dot txt ଟାଇପ୍ କରନ୍ତୁ |
04:34 | ଆମେ ସେହି ସମାନ ପରିଣାମ ଦେଖିବା | |
04:37 | ତେବେ ପାର୍ଥକ୍ୟ କ’ଣ? |
04:39 | ଆମେ wc ସ୍ପେସ୍ test1 dot txt ଲେଖିଲେ କମାଣ୍ଡ୍ ଟି test1 ଡଟ୍ txt ଫାଇଲ୍ ଖୋଲି ଏଥିରୁ ରିଡ୍ କରେ | |
04:46 | ମାତ୍ର ଯଦି ଆମେ wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍’ test1 ଡଟ୍ txt ଲେଖିବା, wc ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ | |
04:53 | ଏହା ପରିବର୍ତ୍ତେ standardinରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ | |
04:57 | ବର୍ତ୍ତମାନ ଆମେ test1ଡଟ୍txt ଫାଇଲ୍ କୁ standardin ଡାଇରେକ୍ଟ୍ କରିଛୁ | |
05:01 | ଏଣୁ କମାଣ୍ଡ୍ ଟି test1ରୁ ରିଡ୍ କରେ | |
05:04 | ମାତ୍ର ପ୍ରକୃତରେ standardinକୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ | |
05:10 | ତେବେ, ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ | |
05:12 | ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା | |
05:17 | ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି: |
05:20 | ମନେକରନ୍ତୁ, n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍ |
“n” ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ “n”ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | |
05:29 | ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | |
05:32 | ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ | |
05:35 | ଏହା ପୂର୍ବରୁ ରହିଥିଲେ, ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ | |
05:40 | ' n ' ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍’ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ '’ n '’ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ | |
05:47 | ପୁନଶ୍ଚ, ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ | |
05:50 | ଫାଇଲ୍ ଟି ପୂର୍ବରୁ ନଥିଲେ, ଏହା ତିଆରି ହୁଏ | |
05:52 | ଏହା ପୂର୍ବରୁ ରହିଥିଲେ, ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ | |
05:59 | ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ n ଟି file descriptorକୁ ବୁଝାଏ | |
06:05 | ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ | |
06:10 | ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ | |
06:15 | ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ | |
06:22 | ଏହାକୁ ପ୍ରାକ୍ଟିକାଲି ଦେଖିବା | |
06:24 | ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା standardin ରେ wc କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି | |
06:31 | ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କ’ଣ କରିବା? |
06:34 | ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ | |
06:38 | wc ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ standardoutରେ ରାଇଟ୍ କରେ | |
06:42 | standardoutଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ | |
06:45 | ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ | |
06:48 | ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ wc କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ | |
06:57 | ମନେକରନ୍ତୁ ଆମେ wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଲେଖି |
07:09 | enter ଦାବିବା |
07:11 | ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ c-a-t କମାଣ୍ଡ୍ ଦ୍ୱାରା wc_results dot txtର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା | |
07:23 | ହଁ ଏଥିରେ ଅଛି |,ମନେକରନ୍ତୁ ସେହି ସମାନ୍ ଡିରେକ୍ଟୋରିରେ ଆମର ଆଉ ଏକ test2 ଫାଇଲ୍ ଅଛି | |
07:30 | ଏବେ ଆମେ ପୁଣି test2 ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା | ଆମେ wc ସ୍ପେସ୍ test2 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଟାଇପ୍ କରିବା | |
07:44 | ତେଣୁ wc_results ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ | |
07:48 | ଚାଲନ୍ତୁ ଏହା ଦେଖିବା | |
07:56 | ଏହା ପରିବର୍ତ୍ତେ ଆମେ ଯଦି wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର wc ଅଣ୍ଡର୍ ସ୍କୋର୍ results ଡଟ୍ txt ଲେଖୁ |
08:07 | ତେବେ ନୂତନ କଣ୍ଟେଣ୍ଟ୍ wc ଅଣ୍ଡର୍ ସ୍କୋର୍ results ଡଟ୍ txt ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ | |
08:15 | ଚାଲନ୍ତୁ ଏହା ମଧ୍ୟ ଦେଖିବା | |
08:26 | ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ | |
08:29 | ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ | |
08:38 | aaa ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ wc ସ୍ପେସ୍ aaa ଲେଖିବା |
08:46 | ସେଲ୍ ଟି No such file or directory ଏରର୍ ଦେଖାଇବ | |
08:50 | ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ | ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ | |
08:55 | ସେଥିପାଇଁ ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଦେଇପାରିବା | |
09:06 | ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ errorlog ଡଟ୍ txt ଫାଇଲ୍ ରେ ଲେଖିହୋଇଯିବ | |
09:12 | ଆମେ ଏହାକୁ cat ସ୍ପେସ୍ errorlog ଡଟ୍ txt କମାଣ୍ଡ୍ ଦ୍ୱାରା ଦେଖିପାରିବା |
09:22 | ମନେକରନ୍ତୁ ଏବେ ମୁଁ cat ସ୍ପେସ୍ bbb ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି |
09:34 | ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ | |
09:39 | cat ସ୍ପେସ୍ errorlog ଡଟ୍ txt ଦେଖନ୍ତୁ |
09:46 | ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କ’ଣ କରିବା??ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର errorlog ଡଟ୍ txt କମାଣ୍ଡ୍ ରନ୍ କରିବା | |
09:58 | cat କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା |
10:06 | ଷ୍ଟାଣ୍ଡାର୍ଡ୍ ଆଉଟ୍, ଷ୍ଟାଣ୍ଡାର୍ଡ୍ ଇନ୍, ଷ୍ଟାଣ୍ଡାର୍ଡ୍ ଏରର୍ , ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ | ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେଵେଳେ ମାପିହୁଏ ଯେତେବେଳେ
ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ | |
10:20 | ଏହି ପ୍ରକ୍ରିୟାକୁ pipelining କୁହାଯାଏ | |
10:22 | କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ | |
10:25 | ଏକ ପାଇପ୍, ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ | |
10:30 | ଏହା command1 ଭର୍ଟିକାଲ୍ ବାର୍ command2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ command3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ command4 ଭଳି ଦେଖାଯାଏ | |
10:46 | ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ |
10:51 | ଆମେ କ’ଣ କରିପାରିବା? ଆମେ ଜାଣିଛୁ ଯେ ls ସ୍ପେସ୍ ମାଇନସ୍ l କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ | |
10:58 | ଆଉଟ୍ ପୁଟ୍ ଟିକୁ ଆମେ ls ସ୍ପେସ୍ ମାଇନସ୍ l 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' files ଡଟ୍ txt ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା |
11:08 | cat ସ୍ପେସ୍ files ଡଟ୍ txt ରନ୍ କରନ୍ତୁ | |
11:14 | ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ | |
11:17 | ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ files ଡଟ୍ txt ବ୍ୟବହାର କରିପାରିବା | |
11:24 | ଏହା ଆମେ wc ସ୍ପେସ୍ ମାଇନସ୍ l files ଡଟ୍ txt କମାଣ୍ଡ୍ ବ୍ୟବହାର କରି କରିପାରିବା | |
11:32 | ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି | |
11:35 | ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ, ଏଠାରେ ଏହା ହେଉଛି files ଡଟ୍ txt |
11:40 | ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ, ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ | |
11:46 | ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ | |
11:50 | ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା | ଆମେ ls ସ୍ପେସ୍ ମାଇନସ୍ l 'ଭର୍ଟିକାଲ୍ ବାର୍' wc ସ୍ପେସ୍ ମାଇନସ୍ l ଲେଖି |
12:01 | ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା | |
12:06 | ls କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ wc କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ | |
12:10 | ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା | |
12:15 | ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା | |
12:19 | cd ସ୍ପେସ୍ ସ୍ଲାସ୍ user ସ୍ଲାସ୍ bin |
12:24 | ଆମେ ବର୍ତ୍ତମାନ bin ଡିରେକ୍ଟୋରିରେ ଅଛୁ | |
12:28 | ଏବେ "ls ମାଇନସ୍ l" ରନ୍ କରିବା |
12:31 | ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ | ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା | |
12:37 | ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ | |
12:41 | ଏଥିରୁ ବାହାରିବାକୁ "q" ଦାବନ୍ତୁ | |
12:45 | ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ | |
12:48 | ଆହୁରି ବହୁତ କମାଣ୍ଡ୍ ଅଛି | |
12:50 | ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି | |
12:54 | man କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି | |
12:58 | କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା | |
13:04 | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
13:07 | ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
13:15 | ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | |
13:19 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |