Linux/C2/Redirection-Pipes/Oriya

From Script | Spoken-Tutorial
Jump to: navigation, search
Time Narration
00:00 ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:09 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି |
00:16 ଆପଣ ଯଦି ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:22 ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
00:25 ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ
00:32 ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ |
00:35 ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କି’ବୋର୍ଡ ମାଧ୍ୟମରେ ଟାଇପ୍ କରୁ |
00:39 ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା |
00:41 ଆମେ କି’ ବୋର୍ଡରେ date ଟାଇପ୍ କରି enter ଦାବୁ |
00:46 ଆମେ ସାଧାରଣତଃ କି’ ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ |
00:48 ସେହିଭଳି ଆମେ ଦେଖୁ ଯେ, ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ |
00:56 ମନେକରନ୍ତୁ, ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା |
00:59 ଉଦାହରଣସ୍ୱରୂପ ଆମେ cat space aaa ଟାଇପ୍ କରି enter ଦାବିବା
01:05 ଏବେ, aaa ନାମରେ କୌଣସି ଫାଇଲ୍ ନାହିଁ |
01:08 ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ |
01:10 ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ | ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ |
01:20 ଇନପୁ୍ଟିଂ, ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍ |
01:24 ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ | ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍ |
01:31 ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ, ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ |
01:37 ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ |
01:41 IO ଟେକ୍ନିକ୍ ବ୍ୟବହାର କରି Streams ଆକ୍ସେସ୍ ହୁଏ |
01:44 କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍, କି’ବୋର୍ଡ୍, ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି |
01:51 ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ |
01:57 ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ|
02:05 ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ I/O ଷ୍ଟ୍ରିମ୍ ବ୍ୟବହାର କରେ |
02:08 ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ |
02:12 stdin ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ |
02:15 ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ |
02:17 ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦ |
02:19 stdout ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍ |
02:22 ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ | ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ |
02:26 stderr ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍ | ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ | ଏଥିରେ ”’ଫାଇଲ୍ ଡେସ୍କ୍ରିପ୍ସଟର୍ 2”’ ଅଛି |
02:36 ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ |
02:40 ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି’ ଷ୍ଟ୍ରୋକ୍ ରୁ ନେଇଥାଏ |
02:44 ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ |
02:47 ଟର୍ମିନାଲ୍ ଟି ପ୍ରକୃତରେ ଏକ ASCII ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା |
02:52 ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ |
02:56 ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ |
03:01 ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା |
03:04 ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା |
03:07 ଏହି ପ୍ରକ୍ରିୟାଟିକୁ Redirection କୁହାଯାଏ |
03:09 3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା |
03:14 ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା |
03:17 ଆମେ < (ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍) ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ standardin ରିଡାଇରେକ୍ଟ୍ କରୁ |

ଏହା କିପରି ହୁଏ ଚାଲନ୍ତୁ ଦେଖିବା |

03:22 ଆମେ ଜାଣିଛୁ ଯେ wc କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ |
03:28 ଟର୍ମିନାଲ୍ ୱିଣ୍ଡୋରେ wc ଟାଇପ୍ କରନ୍ତୁ |
03:31 ଏବେ enter ଦାବନ୍ତୁ |,କ’ଣ ହୁଏ?? ଆମର ଏକ ବ୍ଲିଙ୍କିଙ୍ଗ୍ କର୍ସର୍ ଅଛି | ଏହାର ଅର୍ଥ ଆମକୁ କି’ବୋର୍ଡ ମାଧ୍ୟମରେ ଏଣ୍ଟର୍ କରିବାକୁ ହେବ |
03:37 କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ, ମନେକରନ୍ତୁ This tutorial is very important
03:46 ଏବେ Enter. ଦାବନ୍ତୁ
03:48 ଏବେ Ctrld କୁ ଏକାଠି ଦାବନ୍ତୁ |
03:52 ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ |
03:55 କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ |
03:57 ଏଠାରେ wc command ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ
04:01 ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ |
04:04 ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କି’ବୋର୍ଡ ସହିତ ସଂଯୁକ୍ତ ଅଛି | ଏଣୁ wc କି’ବୋର୍ଡ୍ ରୁ ଇନ୍ ପୁଟ୍ ନେବ |
04:12 ଏବେ ଆମେ ଯଦିwc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍" ସ୍ପେସ୍ test1 dot txt ଲେଖିବା
04:19 wc ଆମକୁ test1 dot txt ଫାଇଲ୍ ରେ ଥିବା ଧାଡି, ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ |
04:27 ଏବେ wc ସ୍ପେସ୍ test1 dot txt ଟାଇପ୍ କରନ୍ତୁ
04:34 ଆମେ ସେହି ସମାନ ପରିଣାମ ଦେଖିବା |
04:37 ତେବେ ପାର୍ଥକ୍ୟ କ’ଣ?
04:39 ଆମେ wc ସ୍ପେସ୍ test1 dot txt ଲେଖିଲେ କମାଣ୍ଡ୍ ଟି test1 ଡଟ୍ txt ଫାଇଲ୍ ଖୋଲି ଏଥିରୁ ରିଡ୍ କରେ |
04:46 ମାତ୍ର ଯଦି ଆମେ wc ସ୍ପେସ୍ 'ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍’ test1 ଡଟ୍ txt ଲେଖିବା, wc ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ |
04:53 ଏହା ପରିବର୍ତ୍ତେ standardinରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ |
04:57 ବର୍ତ୍ତମାନ ଆମେ test1ଡଟ୍txt ଫାଇଲ୍ କୁ standardin ଡାଇରେକ୍ଟ୍ କରିଛୁ |
05:01 ଏଣୁ କମାଣ୍ଡ୍ ଟି test1ରୁ ରିଡ୍ କରେ |
05:04 ମାତ୍ର ପ୍ରକୃତରେ standardinକୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ |
05:10 ତେବେ, ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ |
05:12 ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା |
05:17 ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି:
05:20 ମନେକରନ୍ତୁ, n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍ |

“n” ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ “n”ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ |

05:29 ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ |
05:32 ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ |
05:35 ଏହା ପୂର୍ବରୁ ରହିଥିଲେ, ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ |
05:40 ' n ' ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍’ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ '’ n '’ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ |
05:47 ପୁନଶ୍ଚ, ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ |
05:50 ଫାଇଲ୍ ଟି ପୂର୍ବରୁ ନଥିଲେ, ଏହା ତିଆରି ହୁଏ |
05:52 ଏହା ପୂର୍ବରୁ ରହିଥିଲେ, ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ |
05:59 ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ n ଟି file descriptorକୁ ବୁଝାଏ |
06:05 ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ |
06:10 ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ |
06:15 ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ |
06:22 ଏହାକୁ ପ୍ରାକ୍ଟିକାଲି ଦେଖିବା |
06:24 ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା standardin ରେ wc କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି |
06:31 ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କ’ଣ କରିବା?
06:34 ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ |
06:38 wc ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ standardoutରେ ରାଇଟ୍ କରେ |
06:42 standardoutଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ |
06:45 ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ |
06:48 ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ wc କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ |
06:57 ମନେକରନ୍ତୁ ଆମେ wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଲେଖି
07:09 enter ଦାବିବା
07:11 ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ c-a-t କମାଣ୍ଡ୍ ଦ୍ୱାରା wc_results dot txtର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା |
07:23 ହଁ ଏଥିରେ ଅଛି |,ମନେକରନ୍ତୁ ସେହି ସମାନ୍ ଡିରେକ୍ଟୋରିରେ ଆମର ଆଉ ଏକ test2 ଫାଇଲ୍ ଅଛି |
07:30 ଏବେ ଆମେ ପୁଣି test2 ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା | ଆମେ wc ସ୍ପେସ୍ test2 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' wc_results ଡଟ୍ txt ଟାଇପ୍ କରିବା |
07:44 ତେଣୁ wc_results ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ |
07:48 ଚାଲନ୍ତୁ ଏହା ଦେଖିବା |
07:56 ଏହା ପରିବର୍ତ୍ତେ ଆମେ ଯଦି wc ସ୍ପେସ୍ test1 ଡଟ୍ txt 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର wc ଅଣ୍ଡର୍ ସ୍କୋର୍ results ଡଟ୍ txt ଲେଖୁ
08:07 ତେବେ ନୂତନ କଣ୍ଟେଣ୍ଟ୍ wc ଅଣ୍ଡର୍ ସ୍କୋର୍ results ଡଟ୍ txt ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ |
08:15 ଚାଲନ୍ତୁ ଏହା ମଧ୍ୟ ଦେଖିବା |
08:26 ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ |
08:29 ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ |
08:38 aaa ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ wc ସ୍ପେସ୍ aaa ଲେଖିବା
08:46 ସେଲ୍ ଟି No such file or directory ଏରର୍ ଦେଖାଇବ |
08:50 ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ | ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ |
08:55 ସେଥିପାଇଁ ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଦେଇପାରିବା |
09:06 ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ errorlog ଡଟ୍ txt ଫାଇଲ୍ ରେ ଲେଖିହୋଇଯିବ |
09:12 ଆମେ ଏହାକୁ cat ସ୍ପେସ୍ errorlog ଡଟ୍ txt କମାଣ୍ଡ୍ ଦ୍ୱାରା ଦେଖିପାରିବା
09:22 ମନେକରନ୍ତୁ ଏବେ ମୁଁ cat ସ୍ପେସ୍ bbb ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' errorlog ଡଟ୍ txt କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି
09:34 ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ |
09:39 cat ସ୍ପେସ୍ errorlog ଡଟ୍ txt ଦେଖନ୍ତୁ
09:46 ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କ’ଣ କରିବା??ଆମେ wc ସ୍ପେସ୍ aaa ସ୍ପେସ୍ 2 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' ଦୁଇଥର errorlog ଡଟ୍ txt କମାଣ୍ଡ୍ ରନ୍ କରିବା |
09:58 cat କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା
10:06 ଷ୍ଟାଣ୍ଡାର୍ଡ୍ ଆଉଟ୍, ଷ୍ଟାଣ୍ଡାର୍ଡ୍ ଇନ୍, ଷ୍ଟାଣ୍ଡାର୍ଡ୍ ଏରର୍ , ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ | ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେଵେଳେ ମାପିହୁଏ ଯେତେବେଳେ

ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ |

10:20 ଏହି ପ୍ରକ୍ରିୟାକୁ pipelining କୁହାଯାଏ |
10:22 କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ |
10:25 ଏକ ପାଇପ୍, ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ |
10:30 ଏହା command1 ଭର୍ଟିକାଲ୍ ବାର୍ command2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ command3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ command4 ଭଳି ଦେଖାଯାଏ |
10:46 ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ
10:51 ଆମେ କ’ଣ କରିପାରିବା? ଆମେ ଜାଣିଛୁ ଯେ ls ସ୍ପେସ୍ ମାଇନସ୍ l କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ |
10:58 ଆଉଟ୍ ପୁଟ୍ ଟିକୁ ଆମେ ls ସ୍ପେସ୍ ମାଇନସ୍ l 'ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍' files ଡଟ୍ txt ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା
11:08 cat ସ୍ପେସ୍ files ଡଟ୍ txt ରନ୍ କରନ୍ତୁ |
11:14 ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ |
11:17 ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ files ଡଟ୍ txt ବ୍ୟବହାର କରିପାରିବା |
11:24 ଏହା ଆମେ wc ସ୍ପେସ୍ ମାଇନସ୍ l files ଡଟ୍ txt କମାଣ୍ଡ୍ ବ୍ୟବହାର କରି କରିପାରିବା |
11:32 ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି |
11:35 ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ, ଏଠାରେ ଏହା ହେଉଛି files ଡଟ୍ txt
11:40 ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ, ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ |
11:46 ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ |
11:50 ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା | ଆମେ ls ସ୍ପେସ୍ ମାଇନସ୍ l 'ଭର୍ଟିକାଲ୍ ବାର୍' wc ସ୍ପେସ୍ ମାଇନସ୍ l ଲେଖି
12:01 ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା |
12:06 ls କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ wc କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ |
12:10 ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା |
12:15 ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା |
12:19 cd ସ୍ପେସ୍ ସ୍ଲାସ୍ user ସ୍ଲାସ୍ bin
12:24 ଆମେ ବର୍ତ୍ତମାନ bin ଡିରେକ୍ଟୋରିରେ ଅଛୁ |
12:28 ଏବେ "ls ମାଇନସ୍ l" ରନ୍ କରିବା
12:31 ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ | ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା |
12:37 ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ |
12:41 ଏଥିରୁ ବାହାରିବାକୁ "q" ଦାବନ୍ତୁ |
12:45 ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ |
12:48 ଆହୁରି ବହୁତ କମାଣ୍ଡ୍ ଅଛି |
12:50 ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି |
12:54 man କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି |
12:58 କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା |
13:04 ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
13:07 ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:15 ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
13:19 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep