LibreOffice-Suite-Draw/C2/Create-simple-drawings/Oriya

From Script | Spoken-Tutorial
Revision as of 11:49, 10 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ, ତା’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍‌ରେ ଆମେ ନିମ୍ନଲିଖିତ ବ୍ୟବହାର କରି ସରଳ ଚିତ୍ର କିପରି ତିଆରି କରାଯାଏ, ଶିଖିବା:
00:13 ମୌଳିକ ଆକାର, ଯେପରି- ଲାଇନ୍ସ, ଏରୋଜ୍‍ ଓ ରେକ୍ଟାଙ୍ଗଲ୍ସ
00:17 ମୌଳିକ ଜ୍ୟାମିତିକ ଆକାର, ସିମ୍ବଲ୍‍, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି
00:22 ଏକ ଅବ୍‌ଜେକ୍ଟକୁ କିପରି ସିଲେକ୍ଟ, ମୁଭ୍‍ ଓ ଡିଲିଟ୍‍ କରାଯାଏ, ତାହା ମଧ୍ୟ ଶିଖିବେ
00:27 ମାର୍ଜିନ୍‍ ସେଟ୍‍ କରିବା ପାଇଁ ରୁଲର୍‍ ଓ ଅବ୍‌ଜେକ୍ଟ ପୋଜିଶନ୍‍ ପାଇଁ ଆଲାଇନ୍‍ ଟୁଲ୍‌ବାର୍‍ ବ୍ୟବହାର କରନ୍ତୁ
00:33 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍‍ ୧୦.୦୪ ଓ ଲିବର୍‍ ଅଫିସ୍‍ ସୁଟ୍‍ ଭର୍ସନ୍‍ ୩.୩.୪ ବ୍ୟବହାର କରୁଛୁ
00:42 ଚାଲନ୍ତୁ ଅବ୍‌ଜେକ୍ଟ ଶବ୍ଦକୁ ବୁଝିବା
00:44 “Object” ଶବ୍ଦ, ଆଙ୍କିବାରେ ବ୍ୟବହୃତ ଆକୃତି କିମ୍ବା ଆକୃତିର ସମୂହକୁ ସୂଚିତ କରେ, ଯେପରି- ରେଖା, ବର୍ଗକ୍ଷେତ୍ର, ତୀର, ଫ୍ଲୋଚାର୍ଟ ଇତ୍ୟାଦି
00:55 ଏହି ସ୍ଲାଇଡ୍‌ରେ ପ୍ରଦର୍ଶିତ ସମସ୍ତ ଆକୃତି, ଅବ୍‌ଜେକ୍ଟ ଭାବେ ଉଲ୍ଲିଖିତ ହୋଇଛି
00:59 ଡେସ୍କଟପ୍‍‌ରେ ସେଭ୍‍ ହୋ‌ଇଥିବା “WaterCycle” ଫାଇଲ୍‍ ଖୋଲନ୍ତୁ
01:04 ପ୍ରଥମେ, ଅବ୍‌ଜେକ୍ଟ କିପରି ସିଲେକ୍ଟ କରାଯାଏ, ଶିଖିବା
01:08 ଆମକୁ ଯଦି cloud ସିଲେକ୍ଟ କରିବାକୁ ହୁଏ, ତେବେ ତାହା ଉପରେ କ୍ଲିକ୍‍ କରିବା
01:13 ଏପରି କରିବା ଦ୍ୱାରା ଆଠଟି handles ଦେଖାଯିବ
01:16 Handles ହେଉଛି ଛୋଟ ନୀଳ କିମ୍ବା ସବୁଜ ବର୍ଗକ୍ଷେତ୍ର, ଯାହା ସିଲେକ୍ଟ ହୋ‌ଇଥିବା ଅବ୍‌ଜେକ୍ଟ ଉପରେ ଦେଖାଯିବ
01:22 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ handles ଓ ସେଗୁଡ଼ିକର ବ୍ୟବହାର ବିଷୟରେ ଆପଣ ଅଧିକ ଶିଖିବେ
01:27 ଆମ ଡ୍ରଇଙ୍ଗ୍‌ରେ ଆଉକିଛି ଅବ୍‌ଜେକ୍ଟ ଯୋଗ କରିବା
01:30 ଭୂମିକୁ ଦର୍ଶାଇବା ପାଇଁ ଏକ ରେକ୍ଟାଙ୍ଗଲ୍‍ ଯୋଗ କରିବା
01:34 Drawing toolbar ରେ “Basic shapes” ଓ ତାହାପରେ “Rectangle” ଉପରେ କ୍ଲିକ୍‍ କରନ୍ତୁ
01:39 ଏବେ କର୍ସର୍‍ ପେଜ୍‌କୁ ଆଣନ୍ତୁ, ଆପଣ plus ଚିହ୍ନ ସହିତ ଏକ କ୍ୟାପିଟାଲ୍‍ I ଦେଖିପାରିବେ
01:45 ଏକ ରେକ୍ଟାଙ୍ଗଲ୍‍ ଆଙ୍କିବା ପାଇଁ, ବାମ ମାଉସ୍‍ ବଟନ୍‍ ଦବାଇ ଡ୍ରାଗ୍‍ କରନ୍ତୁ
01:50 ଏବେ ମାଉସ୍‍ ବଟନ୍‍ ଛାଡ଼ନ୍ତୁ
01:52 ଏହାପରେ, ଭୂମିରୁ ବାଦଲ ପର୍ଯ୍ୟନ୍ତ ଜଳୀୟ ବାଷ୍ପର ଗତିକୁ ଦର୍ଶାଇବା ପାଇଁ କିଛି ଏରୋ ଆଙ୍କନ୍ତୁ
02:00 ଏକ ରେଖା ଆଙ୍କିବା ପାଇଁ Drawing toolbar ରେ ଥିବା “Line”ରେ କ୍ଲିକ୍‍ କରନ୍ତୁ
02:04 କର୍ସର୍‍ ପେଜ୍‍କୁ ଆଣନ୍ତୁ
02:06 ଏକ slanting dash ସହିତ ଆପଣ ଏକ plus ଚିହ୍ନ ଦେଖିପାରିବେ
02:10 ମାଉସ୍‌ର ବାମ ବଟନ୍‍ ଦାବି ରଖନ୍ତୁ ଓ ଉପରୁ ତଳକୁ ଡ୍ରାଗ୍‍ କରନ୍ତୁ
02:15 ଆପଣ ଏକ ସରଳ ରେଖା ଆଙ୍କିଦେଲେ !
02:17 ଏକ ରେଖାର ଦୁଇଟି handles ଥାଏ
02:20 ଏବେ ରେଖାରେ ଏକ arrowhead ଯୋଗ କରିବା
02:23 ରେଖାକୁ ସିଲେକ୍ଟ କରନ୍ତୁ
02:25 context menu ଦେଖିବା ପାଇଁ ରାଇଟ୍‍-କ୍ଲିକ୍‌ କରନ୍ତୁ ଓ “Line” ଉପରେ କ୍ଲିକ୍‍ କରନ୍ତୁ
02:30 ଆପଣ “Line” ଡାଇଲଗ୍‍ ବକ୍ସ ଦେଖିବେ. ଏବେ “Arrow styles” tab କ୍ଲିକ୍‍ କରନ୍ତୁ ଓ ତାହାପରେ “Arrow style” drop-down କ୍ଲିକ୍‍ କରନ୍ତୁ
02:39 ଏହା ଉପଲବ୍ଧ “Arrow styles” ପ୍ରଦର୍ଶିତ କରିବ
02:43 ପ୍ରଥମ ଅପ୍ସନ୍‍ “Arrow” ସିଲେକ୍ଟ କରନ୍ତୁ
02:46 OK କ୍ଲିକ୍‍ କରନ୍ତୁ
02:48 ଏହା ରେଖାର ଉଭୟ ପ୍ରାନ୍ତରେ, ଚୟନିତ arrowheads ଷ୍ଟାଇଲ୍‍ ଯୋଗ କରିବ
02:52 କିନ୍ତୁ ଆମକୁ ରେଖାର କେବଳ ଗୋଟିଏ ପ୍ରାନ୍ତରେ arrowhead ଦରକାର
02:57 ତେଣୁ, ପ୍ରଥମେ ଏହି ପରିବର୍ତ୍ତନକୁ CTRL+Z ଦବାଇ undo କରିବା
03:02 context menu ଦେଖିବା ପାଇଁ ପୁଣିଥରେ ରାଇଟ୍‍-କ୍ଲିକ୍‌ କରନ୍ତୁ
03:05 ଏବେ “Line” tab ଉପରେ କ୍ଲିକ୍‍ କରନ୍ତୁ
03:09 ଏଠାରେ, “Arrow Styles” ଅନ୍ତର୍ଗତ ଆପଣ “Style” ଫିଲ୍ଡ ଦେଖିପାରିବେ
03:14 ଏଠାରେ ଦୁଇଟି drop-down ବକ୍ସ ଅଛି – ରେଖାର ପ୍ରତ୍ୟେକ ପ୍ରାନ୍ତ ପାଇଁ ଗୋଟିଏ
03:19 ବାମ drop-down ବକ୍ସ କ୍ଲିକ୍‍ କରନ୍ତୁ ଓ “Arrow” ସିଲେକ୍ଟ କରନ୍ତୁ
03:23 ଡାହାଣ drop-down ବକ୍ସରେ “none” ସିଲେକ୍ଟ କରନ୍ତୁ
03:26 OK କ୍ଲିକ୍‍ କରନ୍ତୁ
03:28 ଦେଖନ୍ତୁ, ରେଖାର ଉପର ପ୍ରାନ୍ତରେ ଏକ arrowhead ଯୋଗ ହୋଇଗଲା
03:33 ଆମେ “Lines and Arrows” ଅପ୍ସନ୍‍ ବ୍ୟବହାର କରି ମଧ୍ୟ Arrow ଆଙ୍କିପାରିବା
03:38 ଚାଲନ୍ତୁ, ଏହି Arrow ପାଖରେ ଆଉ ଦୁଇଟି Arrow ଆଙ୍କିବା
03:42 Drawing toolbarରୁ “Lines and Arrows” କ୍ଲିକ୍‍ କରନ୍ତୁ ଓ “Line Starts with Arrow” ସିଲେକ୍ଟ କରନ୍ତୁ
03:48 ଡ୍ର ପେଜ୍‌କୁ କର୍ସର୍‍ ଆଣନ୍ତୁ
03:51 ମାଉସ୍‌ର ବାମ ବଟନ୍‍ ଦାବି ଉପରୁ ତଳକୁ ଡ୍ରାଗ୍‍ କରନ୍ତୁ
03:56 ଏହି ଉପାୟରେ ଏକ arrow ଆଙ୍କିବା ଅତି ସହଜ, ନୁହେଁ କି ?
04:00 ସମାନ ଭାବେ ଆଉ ଗୋଟିଏ ଆରୋ ଯୋଗ କରିବା
04:06 ଟ୍ୟୁଟୋରିଆଲ୍‌କୁ ପଜ୍‌କରି ଏହି ଆସାଇନ୍‌ମେଣ୍ଟ କରନ୍ତୁ
04:09 ଆପଣଙ୍କ “MyWaterCycle” ଫାଇଲ୍‌ରେ ଏକ ଲାଇନ୍‍ ଡ୍ର କରନ୍ତୁ
04:13 ଲାଇନ୍‌କୁ ସିଲେକ୍ଟ କରି ଲାଇନ୍‍ ଡାୟଲଗ୍‍ ବକ୍ସ ଖୋଲନ୍ତୁ
04:16 Line Properties ଫିଲ୍ଡରେ, ଲାଇନ୍‍ ପାଇଁ style, color, width ଓ transparency ପରିବର୍ତ୍ତନ କରନ୍ତୁ
04:24 Arrow Styles field ଅନ୍ତର୍ଗତ, ଆରୋ ଷ୍ଟାଇଲ୍‍ ପରିବର୍ତ୍ତନ କରନ୍ତୁ
04:28 ଏହାପରେ ଚାଲନ୍ତୁ ଏକ ଷ୍ଟାର୍‍ ଆଙ୍କିବା
04:31 Drawing toolbar କୁ ଆସନ୍ତୁ ଓ “Stars” ପାଖରେ ଥିବା ଛୋଟ କଳା ତ୍ରିଭୁଜରେ କ୍ଲିକ୍‍ କରନ୍ତୁ
04:37 “5-Point Star” ସିଲେକ୍ଟ କରନ୍ତୁ
04:41 ଏବେ cloud ପାଖରେ କର୍ସର୍‍ ରଖନ୍ତୁ
04:44 ବାମ ମାଉସ୍‌ ବଟନ୍‍ ଦାବିରଖି ବାମକୁ ଡ୍ରାଗ୍‍ କରନ୍ତୁ
04:48 ଆପଣ ଏକ ଷ୍ଟାର୍‍ ଆଙ୍କିଦେଲେ !
04:50 ଏବେ ଅବ୍‌ଜେକ୍ଟଗୁଡ଼ିକୁ କିପରି ମୁଭ୍‍ ଓ ଡିଲିଟ୍‍ କରାଯାଏ, ଶିଖିବା
04:54 ଗୋଟିଏ ଅବ୍‌ଜେକ୍ଟ ମୁଭ୍‍ କରିବା ପାଇଁ, ତାକୁ ସିଲେକ୍ଟ କରନ୍ତୁ ଓ ବାଞ୍ଛିତ ସ୍ଥାନକୁ ଡ୍ରାଗ୍‍ କରନ୍ତୁ
04:59 ଏବେ ମାଉସ୍‍ ବଟନ୍‍ ଛାଡ଼ିଦିଅନ୍ତୁ
05:02 ଏକ ଅବ୍‌ଜେକ୍ଟ ମୁଭ୍‍ କରିବା ପାଇଁ ଆପଣ up, down ଓ side arrow keys ମଧ୍ୟ ବ୍ୟବହାର କରିପାରିବେ
05:08 ଅବ୍‌ଜେକ୍ଟ ଘୁଞ୍ଚାଇବା ବହୁତ ସହଜ, ନୁହେଁ କି?
05:11 ଡିଲିଟ୍‍ କରିବା ପାଇଁ, ଗୋଟିଏ ଅବ୍‌ଜେକ୍ଟ ସିଲେକ୍ଟ କରନ୍ତୁ ଓ କୀ’ବୋର୍ଡରେ ଥିବା ଡିଲିଟ୍‍ କୀ ଦାବିଦିଅନ୍ତୁ
05:17 ଅବ୍‌ଜେକ୍ଟ ଡିଲିଟ୍‍ ହୋ‌ଇଗଲା, ଏହା ମଧ୍ୟ ସହଜ ନୁହେଁ କି?
05:20 ଏବେ ମୌଳିକ ଉପକରଣ ଯଥା - ରୁଲର୍‍ ଓ ଆଲାଇନ୍‍ ଟୁଲ୍‌ବାର୍‍ ବିଷୟରେ ଶିଖିବା
05:26 ପେଜ୍‍ ମାର୍ଜିନ୍‍ ସେଟ୍‌ଅପ୍‍ ଓ ମେଜର୍‌ମେଣ୍ଟ ୟୁନିଟ୍‍ ପରିବର୍ତ୍ତନ କରିବା ପାଇଁ ରୁଲର୍‍ ବ୍ୟବହାର କରାଯାଏ
05:31 ଅବ୍‌ଜେକ୍ଟର ପୋଜିଶନ୍‍ ପାଇଁ ଆଲାଇନ୍‍ ଟୁଲ୍‌ବାର୍‍ ବ୍ୟବହାର କରାଯାଏ
05:35 ଡ୍ର’ ୱାର୍କସ୍ପେସ୍‌ର ଉପର ଓ ବାମ ପାର୍ଶ୍ୱରେ ରୁଲର୍‍ ପ୍ରଦର୍ଶିତ ହୁଏ
05:40 ମେଜର୍‌ମେଣ୍ଟ ୟୁନିଟ୍‍ ସେଟ୍‌ କରିବା ପାଇଁ ଉପର ରୁଲର୍‍‍ରେ ରାଇଟ୍‍-କ୍ଲିକ୍‍ କରନ୍ତୁ
05:45 measurement units ର ତାଲିକା ଦେଖାଦେବ
05:48 “Centimeter”ରେ କ୍ଲିକ୍‍ କରନ୍ତୁ
05:50 ଉପର ରୁଲର୍‍ ପାଇଁ measurement unit, ସେଣ୍ଟିମିଟର୍‌ରେ ସେଟ୍‍ ହୋଇଗଲା
05:55 ସେହିପରି, ବାମପଟେ ଥିବା ରୁଲର୍‍ ପାଇଁ measurement ସେଟ୍‍ କରିବା
06:00 ଅବ୍‌ଜେକ୍ଟଗୁଡ଼ିକୁ ମାପ ଅନୁସାରେ ଆଙ୍କିବା ପାଇଁ, ସବୁବେଳେ ଉଭୟ ରୁଲର୍‍ ପାଇଁ ସମାନ ମେଜର୍‌ମେଣ୍ଟ ୟୁନିଟ୍‍ ସେଟ୍‍ କରନ୍ତୁ
06:08 ଆକ୍ଟିଭ୍‍ ରୁଲର୍‍ ଧଳା ରଙ୍ଗରେ ଥିବା ଆପଣ ଦେଖିପାରିବେ
06:12 ରୁଲର୍‌ଗୁଡ଼ିକର ଶେଷ ଭାଗ ହେଉଛି ପେଜ୍‍ ମାର୍ଜିନ୍‍ ଭାଲ୍ୟୁର ଚିହ୍ନ, ଯାହାକୁ ଆମେ “Page Setup”ରେ ସେଟ୍‍ କରୁ
06:19 ରୁଲର୍‌ କିପରି ଅବ୍‌ଜେକ୍ଟ ପାଇଁ ମେଜର୍‌ମେଣ୍ଟ ଡିସ୍‌ପ୍ଲେ କରେ, ଦେଖିବା
06:23 Cloud ସିଲେକ୍ଟ କରନ୍ତୁ
06:25 ରୁଲର୍‌ ଉପରେ ଥିବା ଦୁଇଟି ଛୋଟ ଷ୍ଟାର୍ଟ ଓ ଏଣ୍ଡ ମାର୍କ ଦେଖିପାରୁଛନ୍ତି କି ?
06:29 ଏଗୁଡ଼ିକ cloud ର ଏଜ୍‌ଗୁଡ଼ିକୁ ବର୍ଣ୍ଣନା କରେ
06:32 ଯଦି ରୁଲର୍‌ରେ ସେହି ମାର୍କଗୁଡ଼ିକୁ ଘୁଞ୍ଚାଇବେ, ଫିଗର୍‌ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଥିବାର ଦେଖିପାରିବେ
06:38 ରୁଲର୍‍, ପେଜ୍‌ରେ ଏକ ଅବ୍‌ଜେକ୍ଟର ସାଇଜ୍‍ ଦେଖାଏ
06:42 ଏହା ପେଜ୍‍ ଉପରେ ଏକ ଅବ୍‌ଜେକ୍ଟ ରଖିବା ଓ page boundaries ଡିସ୍‌ପ୍ଲେ କରିବା ପାଇଁ ମଧ୍ୟ ସକ୍ଷମ କରାଏ
06:49 ପରବର୍ତ୍ତୀ ମୌଳିକ ଉପକରଣ - ଆଲାଇନ୍‍ ଟୁଲ୍‌ବାର୍‌କୁ ଯିବା
06:53 ଚୟନିତ ଅବ୍‌ଜେକ୍ଟକୁ left, right, top, bottom ଓ centre ଆଲାଇନ୍‍ କରିବା ପାଇଁ ଆମେ “ଆଲାଇନ୍‍ ଟୁଲ୍‍ବାର୍”ର ବ୍ୟବହାର କରୁ
07:01 “ଆଲାଇନ୍‍” ଟୁଲ୍‍ବାର୍‌କୁ ଏନାବଲ୍‍ କରିବା ପାଇଁ, “Main Menu”କୁ ଯାଇ “View” କ୍ଲିକ୍‍ କରନ୍ତୁ
07:07 “View” ମେନୁରେ, “Toolbars” କ୍ଲିକ୍‍ କରନ୍ତୁ
07:11 ଟୁଲ୍‌ବାର୍‍ ଲିଷ୍ଟ ଦେଖାଦେବ
07:13 “Align” କ୍ଲିକ୍‍ କରନ୍ତୁ
07:15 “Align” ଟୁଲ୍‌ବାର୍‍ ଦେଖାଦେବ
07:18 ବିଭିନ୍ନ ଆଲାଇନ୍‍ ଅପ୍‌ସନ୍‍ ବ୍ୟବହାର କଲେ ଏକ ଅବ୍‌ଜେକ୍ଟ କିପରି ଆଲାଇନ୍‍ ହୁଏ, ଦେଖିବା
07:24 Cloud ସିଲେକ୍ଟ କରନ୍ତୁ
07:26 “Align” ଟୁଲ୍‌ବାର୍‌ରେ, “Left” କ୍ଲିକ୍‍ କରନ୍ତୁ
07:29 Cloud ବାମକୁ ଆଲାଇନ୍‍ ହୋଇଗଲା
07:32 ଏବେ ଚାଲନ୍ତୁ, “Centered” ଓ “Centre” ଅପ୍ସନ୍‍ ମଧ୍ୟରେ ପାର୍ଥକ୍ୟ ଦେଖିବା
07:38 ସର୍କଲ୍‌କୁ “Centre” ଓ ତା’ପରେ “Centered” ଆଲାଇନ୍‍ କରିବା
07:43 ପ୍ରଥମେ ସର୍କଲ୍‌କୁ “Right” ଆଲାଇନ୍‍ କରିବା
07:47 ସର୍କଲ୍‌କୁ ସିଲେକ୍ଟ କରନ୍ତୁ ଓ ଆଲାଇନ୍‍ ଟୁଲ୍‌ବାର୍‌ରେ ରାଇଟ୍‍ କ୍ଲିକ୍‍ କରନ୍ତୁ
07:52 ଏବେ, ଆଲାଇନ୍‍ ଟୁଲ୍‌ବାର୍‌ରେ “Centre” କ୍ଲିକ୍‍ କରନ୍ତୁ
07:56 ସର୍କଲ୍‍, ସେଣ୍ଟର୍‍ ପୋଜିଶନ୍‌ରେ ଆଲାଇନ୍‌ ହୋଇଯିବ
07:59 “Centre” ଅପ୍‍ସନ୍‍, ପେଜ୍‌ର ଉପର ଓ ତଳ ମାର୍ଜିନ୍‌ର ଠିକ୍‍ ମଝିରେ ଅବ୍‌ଜେକ୍ଟକୁ ରଖିବ
08:06 ଏହା page-ଓସାର ଅନୁସାରେ ଅବ୍‌ଜେକ୍ଟକୁ ଘୁଞ୍ଚାଏ ନାହିଁ
08:10 ଏବେ, ଆଲାଇନ୍‍ ଟୁଲ୍‌ବାର୍‍‍ରେ “Centered” ସିଲେକ୍ଟ କରନ୍ତୁ
08:15 ସର୍କଲ୍‍, ପେଜ୍‌ର ମଝିରେ ଆଲାଇନ୍‌ ହୋଇଗଲା
08:18 “Centered” ଅପ୍‍ସନ୍‍, ସର୍କଲ୍‌କୁ ପେଜ୍‌ର ମଝିରେ ଆଲାଇନ୍‍ କରେ
08:23 ଏହା ପେଜ୍‌ର ଉପର - ତଳ ମାର୍ଜିନ୍‍ ଓ ପେଜ୍‌ର ଓସାର ଅନୁସାରେ ଅବ୍‌ଜେକ୍ଟକୁ ଘୁଞ୍ଚାଏ
08:33 ଏବେ ଆମେ ସାମ୍ପଲ୍‍ ଡ୍ରଇଙ୍ଗ୍‍ ଅନୁସାରେ ଅବ୍‌ଜେକ୍ଟଗୁଡ଼ିକୁ ସେଗୁଡ଼ିକର ସଠିକ୍‍ ସ୍ଥିତିକୁ ଘୁଞ୍ଚାଇବା
08:40 ବନ୍ଦ କରିବା ପୂର୍ବରୁ ଫାଇଲ୍‌କୁ ସେଭ୍‍ କରନ୍ତୁ
08:43 ଏକ ଆସାଇନ୍‌ମେଣ୍ଟ ଭାବେ-
08:46 MyWaterCycle ଫାଇଲ୍‌ରେ ଏକ ପେଜ୍‍ ଆଡ୍‍ କରନ୍ତୁ
08:50 ଏହି ଦୁଇ ଚିତ୍ରକୁ ତିଆରି କରନ୍ତୁ
08:53 ଆରୋ କୀ ବ୍ୟବହାର କରି ସେଗୁଡ଼ିକୁ ଘୁଞ୍ଚାନ୍ତୁ
08:55 ଆଙ୍କିଥିବା ଯେକୌଣସି ଅବ୍‌ଜେକ୍ଟକୁ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ
08:59 କିଛି ଅବ୍‌ଜେକ୍ଟର ସାଇଜ୍‍ ମାପିବା ପାଇଁ ରୁଲର୍‍ ବ୍ୟବହାର କରନ୍ତୁ
09:04 ଏହାପରେ “Align” toolbar ବ୍ୟବହାର କରି ଅବ୍‌ଜେକ୍ଟଗୁଡ଼ିକୁ ପେଜ୍‌ର ମଝିରେ ଆଲାଇନ୍‍ କରନ୍ତୁ
09:11 ଲିବର୍ ଅଫିସ୍ ଡ୍ର ଉପରେ ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
09:15 ଏହି ଟ୍ୟୁଟୋରିଆଲ୍‍‍ରେ, ଆମେ ଶିଖିଲେ :
09:19 ମୌଳିକ ଆକୃତି, ଯେପରି- lines, arrows, ଓ rectangles
09:24 ମୌଳିକ ଜ୍ୟାମିତିକ ଆକୃତି, ସିମ୍ବଲ୍ସ, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି ସରଳ ଚିତ୍ର କିପରି ଅଙ୍କାଯାଏ
09:29 ଅବ୍‌ଜେକ୍ଟ ସିଲେକ୍ଟ ଓ ଡିଲିଟ୍‍ କରିବା
09:32 ଏବଂ ଅବ୍‌ଜେକ୍ଟ ପୋଜିଶନ୍‍ ପାଇଁ ରୁଲର୍‍ ଓ ଆଲାଇନ୍‍ ଟୁଲ୍‍ବାର୍‌ର ବ୍ୟବହାର ମଧ୍ୟ ଶିଖିଲେ
09:37 ନିମ୍ନ ଲିଙ୍ଗରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:41 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:44 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:51 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:54 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:58 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
10:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
10:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep