LibreOffice-Suite-Draw/C2/Create-simple-drawings/Oriya
From Script | Spoken-Tutorial
| Time | Narration |
| 00:02 | ଲିବର୍ ଅଫିସ ଡ୍ରରେ କିପରି ସରଳ ଚିତ୍ର ଆଙ୍କିହେବ, ତା’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତ ବ୍ୟବହାର କରି ସରଳ ଚିତ୍ର କିପରି ତିଆରି କରାଯାଏ, ଶିଖିବା: |
| 00:13 | ମୌଳିକ ଆକାର, ଯେପରି- ଲାଇନ୍ସ, ଏରୋଜ୍ ଓ ରେକ୍ଟାଙ୍ଗଲ୍ସ |
| 00:17 | ମୌଳିକ ଜ୍ୟାମିତିକ ଆକାର, ସିମ୍ବଲ୍, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି |
| 00:22 | ଏକ ଅବ୍ଜେକ୍ଟକୁ କିପରି ସିଲେକ୍ଟ, ମୁଭ୍ ଓ ଡିଲିଟ୍ କରାଯାଏ, ତାହା ମଧ୍ୟ ଶିଖିବେ |
| 00:27 | ମାର୍ଜିନ୍ ସେଟ୍ କରିବା ପାଇଁ ରୁଲର୍ ଓ ଅବ୍ଜେକ୍ଟ ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରନ୍ତୁ |
| 00:33 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
| 00:42 | ଚାଲନ୍ତୁ ଅବ୍ଜେକ୍ଟ ଶବ୍ଦକୁ ବୁଝିବା |
| 00:44 | “Object” ଶବ୍ଦ, ଆଙ୍କିବାରେ ବ୍ୟବହୃତ ଆକୃତି କିମ୍ବା ଆକୃତିର ସମୂହକୁ ସୂଚିତ କରେ, ଯେପରି- ରେଖା, ବର୍ଗକ୍ଷେତ୍ର, ତୀର, ଫ୍ଲୋଚାର୍ଟ ଇତ୍ୟାଦି |
| 00:55 | ଏହି ସ୍ଲାଇଡ୍ରେ ପ୍ରଦର୍ଶିତ ସମସ୍ତ ଆକୃତି, ଅବ୍ଜେକ୍ଟ ଭାବେ ଉଲ୍ଲିଖିତ ହୋଇଛି |
| 00:59 | ଡେସ୍କଟପ୍ରେ ସେଭ୍ ହୋଇଥିବା “WaterCycle” ଫାଇଲ୍ ଖୋଲନ୍ତୁ |
| 01:04 | ପ୍ରଥମେ, ଅବ୍ଜେକ୍ଟ କିପରି ସିଲେକ୍ଟ କରାଯାଏ, ଶିଖିବା |
| 01:08 | ଆମକୁ ଯଦି cloud ସିଲେକ୍ଟ କରିବାକୁ ହୁଏ, ତେବେ ତାହା ଉପରେ କ୍ଲିକ୍ କରିବା |
| 01:13 | ଏପରି କରିବା ଦ୍ୱାରା ଆଠଟି handles ଦେଖାଯିବ |
| 01:16 | Handles ହେଉଛି ଛୋଟ ନୀଳ କିମ୍ବା ସବୁଜ ବର୍ଗକ୍ଷେତ୍ର, ଯାହା ସିଲେକ୍ଟ ହୋଇଥିବା ଅବ୍ଜେକ୍ଟ ଉପରେ ଦେଖାଯିବ |
| 01:22 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ handles ଓ ସେଗୁଡ଼ିକର ବ୍ୟବହାର ବିଷୟରେ ଆପଣ ଅଧିକ ଶିଖିବେ |
| 01:27 | ଆମ ଡ୍ରଇଙ୍ଗ୍ରେ ଆଉକିଛି ଅବ୍ଜେକ୍ଟ ଯୋଗ କରିବା |
| 01:30 | ଭୂମିକୁ ଦର୍ଶାଇବା ପାଇଁ ଏକ ରେକ୍ଟାଙ୍ଗଲ୍ ଯୋଗ କରିବା |
| 01:34 | Drawing toolbar ରେ “Basic shapes” ଓ ତାହାପରେ “Rectangle” ଉପରେ କ୍ଲିକ୍ କରନ୍ତୁ |
| 01:39 | ଏବେ କର୍ସର୍ ପେଜ୍କୁ ଆଣନ୍ତୁ, ଆପଣ plus ଚିହ୍ନ ସହିତ ଏକ କ୍ୟାପିଟାଲ୍ I ଦେଖିପାରିବେ |
| 01:45 | ଏକ ରେକ୍ଟାଙ୍ଗଲ୍ ଆଙ୍କିବା ପାଇଁ, ବାମ ମାଉସ୍ ବଟନ୍ ଦବାଇ ଡ୍ରାଗ୍ କରନ୍ତୁ |
| 01:50 | ଏବେ ମାଉସ୍ ବଟନ୍ ଛାଡ଼ନ୍ତୁ |
| 01:52 | ଏହାପରେ, ଭୂମିରୁ ବାଦଲ ପର୍ଯ୍ୟନ୍ତ ଜଳୀୟ ବାଷ୍ପର ଗତିକୁ ଦର୍ଶାଇବା ପାଇଁ କିଛି ଏରୋ ଆଙ୍କନ୍ତୁ |
| 02:00 | ଏକ ରେଖା ଆଙ୍କିବା ପାଇଁ Drawing toolbar ରେ ଥିବା “Line”ରେ କ୍ଲିକ୍ କରନ୍ତୁ |
| 02:04 | କର୍ସର୍ ପେଜ୍କୁ ଆଣନ୍ତୁ |
| 02:06 | ଏକ slanting dash ସହିତ ଆପଣ ଏକ plus ଚିହ୍ନ ଦେଖିପାରିବେ |
| 02:10 | ମାଉସ୍ର ବାମ ବଟନ୍ ଦାବି ରଖନ୍ତୁ ଓ ଉପରୁ ତଳକୁ ଡ୍ରାଗ୍ କରନ୍ତୁ |
| 02:15 | ଆପଣ ଏକ ସରଳ ରେଖା ଆଙ୍କିଦେଲେ ! |
| 02:17 | ଏକ ରେଖାର ଦୁଇଟି handles ଥାଏ |
| 02:20 | ଏବେ ରେଖାରେ ଏକ arrowhead ଯୋଗ କରିବା |
| 02:23 | ରେଖାକୁ ସିଲେକ୍ଟ କରନ୍ତୁ |
| 02:25 | context menu ଦେଖିବା ପାଇଁ ରାଇଟ୍-କ୍ଲିକ୍ କରନ୍ତୁ ଓ “Line” ଉପରେ କ୍ଲିକ୍ କରନ୍ତୁ |
| 02:30 | ଆପଣ “Line” ଡାଇଲଗ୍ ବକ୍ସ ଦେଖିବେ. ଏବେ “Arrow styles” tab କ୍ଲିକ୍ କରନ୍ତୁ ଓ ତାହାପରେ “Arrow style” drop-down କ୍ଲିକ୍ କରନ୍ତୁ |
| 02:39 | ଏହା ଉପଲବ୍ଧ “Arrow styles” ପ୍ରଦର୍ଶିତ କରିବ |
| 02:43 | ପ୍ରଥମ ଅପ୍ସନ୍ “Arrow” ସିଲେକ୍ଟ କରନ୍ତୁ |
| 02:46 | OK କ୍ଲିକ୍ କରନ୍ତୁ |
| 02:48 | ଏହା ରେଖାର ଉଭୟ ପ୍ରାନ୍ତରେ, ଚୟନିତ arrowheads ଷ୍ଟାଇଲ୍ ଯୋଗ କରିବ |
| 02:52 | କିନ୍ତୁ ଆମକୁ ରେଖାର କେବଳ ଗୋଟିଏ ପ୍ରାନ୍ତରେ arrowhead ଦରକାର |
| 02:57 | ତେଣୁ, ପ୍ରଥମେ ଏହି ପରିବର୍ତ୍ତନକୁ CTRL+Z ଦବାଇ undo କରିବା |
| 03:02 | context menu ଦେଖିବା ପାଇଁ ପୁଣିଥରେ ରାଇଟ୍-କ୍ଲିକ୍ କରନ୍ତୁ |
| 03:05 | ଏବେ “Line” tab ଉପରେ କ୍ଲିକ୍ କରନ୍ତୁ |
| 03:09 | ଏଠାରେ, “Arrow Styles” ଅନ୍ତର୍ଗତ ଆପଣ “Style” ଫିଲ୍ଡ ଦେଖିପାରିବେ |
| 03:14 | ଏଠାରେ ଦୁଇଟି drop-down ବକ୍ସ ଅଛି – ରେଖାର ପ୍ରତ୍ୟେକ ପ୍ରାନ୍ତ ପାଇଁ ଗୋଟିଏ |
| 03:19 | ବାମ drop-down ବକ୍ସ କ୍ଲିକ୍ କରନ୍ତୁ ଓ “Arrow” ସିଲେକ୍ଟ କରନ୍ତୁ |
| 03:23 | ଡାହାଣ drop-down ବକ୍ସରେ “none” ସିଲେକ୍ଟ କରନ୍ତୁ |
| 03:26 | OK କ୍ଲିକ୍ କରନ୍ତୁ |
| 03:28 | ଦେଖନ୍ତୁ, ରେଖାର ଉପର ପ୍ରାନ୍ତରେ ଏକ arrowhead ଯୋଗ ହୋଇଗଲା |
| 03:33 | ଆମେ “Lines and Arrows” ଅପ୍ସନ୍ ବ୍ୟବହାର କରି ମଧ୍ୟ Arrow ଆଙ୍କିପାରିବା |
| 03:38 | ଚାଲନ୍ତୁ, ଏହି Arrow ପାଖରେ ଆଉ ଦୁଇଟି Arrow ଆଙ୍କିବା |
| 03:42 | Drawing toolbarରୁ “Lines and Arrows” କ୍ଲିକ୍ କରନ୍ତୁ ଓ “Line Starts with Arrow” ସିଲେକ୍ଟ କରନ୍ତୁ |
| 03:48 | ଡ୍ର ପେଜ୍କୁ କର୍ସର୍ ଆଣନ୍ତୁ |
| 03:51 | ମାଉସ୍ର ବାମ ବଟନ୍ ଦାବି ଉପରୁ ତଳକୁ ଡ୍ରାଗ୍ କରନ୍ତୁ |
| 03:56 | ଏହି ଉପାୟରେ ଏକ arrow ଆଙ୍କିବା ଅତି ସହଜ, ନୁହେଁ କି ? |
| 04:00 | ସମାନ ଭାବେ ଆଉ ଗୋଟିଏ ଆରୋ ଯୋଗ କରିବା |
| 04:06 | ଟ୍ୟୁଟୋରିଆଲ୍କୁ ପଜ୍କରି ଏହି ଆସାଇନ୍ମେଣ୍ଟ କରନ୍ତୁ |
| 04:09 | ଆପଣଙ୍କ “MyWaterCycle” ଫାଇଲ୍ରେ ଏକ ଲାଇନ୍ ଡ୍ର କରନ୍ତୁ |
| 04:13 | ଲାଇନ୍କୁ ସିଲେକ୍ଟ କରି ଲାଇନ୍ ଡାୟଲଗ୍ ବକ୍ସ ଖୋଲନ୍ତୁ |
| 04:16 | Line Properties ଫିଲ୍ଡରେ, ଲାଇନ୍ ପାଇଁ style, color, width ଓ transparency ପରିବର୍ତ୍ତନ କରନ୍ତୁ |
| 04:24 | Arrow Styles field ଅନ୍ତର୍ଗତ, ଆରୋ ଷ୍ଟାଇଲ୍ ପରିବର୍ତ୍ତନ କରନ୍ତୁ |
| 04:28 | ଏହାପରେ ଚାଲନ୍ତୁ ଏକ ଷ୍ଟାର୍ ଆଙ୍କିବା |
| 04:31 | Drawing toolbar କୁ ଆସନ୍ତୁ ଓ “Stars” ପାଖରେ ଥିବା ଛୋଟ କଳା ତ୍ରିଭୁଜରେ କ୍ଲିକ୍ କରନ୍ତୁ |
| 04:37 | “5-Point Star” ସିଲେକ୍ଟ କରନ୍ତୁ |
| 04:41 | ଏବେ cloud ପାଖରେ କର୍ସର୍ ରଖନ୍ତୁ |
| 04:44 | ବାମ ମାଉସ୍ ବଟନ୍ ଦାବିରଖି ବାମକୁ ଡ୍ରାଗ୍ କରନ୍ତୁ |
| 04:48 | ଆପଣ ଏକ ଷ୍ଟାର୍ ଆଙ୍କିଦେଲେ ! |
| 04:50 | ଏବେ ଅବ୍ଜେକ୍ଟଗୁଡ଼ିକୁ କିପରି ମୁଭ୍ ଓ ଡିଲିଟ୍ କରାଯାଏ, ଶିଖିବା |
| 04:54 | ଗୋଟିଏ ଅବ୍ଜେକ୍ଟ ମୁଭ୍ କରିବା ପାଇଁ, ତାକୁ ସିଲେକ୍ଟ କରନ୍ତୁ ଓ ବାଞ୍ଛିତ ସ୍ଥାନକୁ ଡ୍ରାଗ୍ କରନ୍ତୁ |
| 04:59 | ଏବେ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ |
| 05:02 | ଏକ ଅବ୍ଜେକ୍ଟ ମୁଭ୍ କରିବା ପାଇଁ ଆପଣ up, down ଓ side arrow keys ମଧ୍ୟ ବ୍ୟବହାର କରିପାରିବେ |
| 05:08 | ଅବ୍ଜେକ୍ଟ ଘୁଞ୍ଚାଇବା ବହୁତ ସହଜ, ନୁହେଁ କି? |
| 05:11 | ଡିଲିଟ୍ କରିବା ପାଇଁ, ଗୋଟିଏ ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ ଓ କୀ’ବୋର୍ଡରେ ଥିବା ଡିଲିଟ୍ କୀ ଦାବିଦିଅନ୍ତୁ |
| 05:17 | ଅବ୍ଜେକ୍ଟ ଡିଲିଟ୍ ହୋଇଗଲା, ଏହା ମଧ୍ୟ ସହଜ ନୁହେଁ କି? |
| 05:20 | ଏବେ ମୌଳିକ ଉପକରଣ ଯଥା - ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ ବିଷୟରେ ଶିଖିବା |
| 05:26 | ପେଜ୍ ମାର୍ଜିନ୍ ସେଟ୍ଅପ୍ ଓ ମେଜର୍ମେଣ୍ଟ ୟୁନିଟ୍ ପରିବର୍ତ୍ତନ କରିବା ପାଇଁ ରୁଲର୍ ବ୍ୟବହାର କରାଯାଏ |
| 05:31 | ଅବ୍ଜେକ୍ଟର ପୋଜିଶନ୍ ପାଇଁ ଆଲାଇନ୍ ଟୁଲ୍ବାର୍ ବ୍ୟବହାର କରାଯାଏ |
| 05:35 | ଡ୍ର’ ୱାର୍କସ୍ପେସ୍ର ଉପର ଓ ବାମ ପାର୍ଶ୍ୱରେ ରୁଲର୍ ପ୍ରଦର୍ଶିତ ହୁଏ |
| 05:40 | ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରିବା ପାଇଁ ଉପର ରୁଲର୍ରେ ରାଇଟ୍-କ୍ଲିକ୍ କରନ୍ତୁ |
| 05:45 | measurement units ର ତାଲିକା ଦେଖାଦେବ |
| 05:48 | “Centimeter”ରେ କ୍ଲିକ୍ କରନ୍ତୁ |
| 05:50 | ଉପର ରୁଲର୍ ପାଇଁ measurement unit, ସେଣ୍ଟିମିଟର୍ରେ ସେଟ୍ ହୋଇଗଲା |
| 05:55 | ସେହିପରି, ବାମପଟେ ଥିବା ରୁଲର୍ ପାଇଁ measurement ସେଟ୍ କରିବା |
| 06:00 | ଅବ୍ଜେକ୍ଟଗୁଡ଼ିକୁ ମାପ ଅନୁସାରେ ଆଙ୍କିବା ପାଇଁ, ସବୁବେଳେ ଉଭୟ ରୁଲର୍ ପାଇଁ ସମାନ ମେଜର୍ମେଣ୍ଟ ୟୁନିଟ୍ ସେଟ୍ କରନ୍ତୁ |
| 06:08 | ଆକ୍ଟିଭ୍ ରୁଲର୍ ଧଳା ରଙ୍ଗରେ ଥିବା ଆପଣ ଦେଖିପାରିବେ |
| 06:12 | ରୁଲର୍ଗୁଡ଼ିକର ଶେଷ ଭାଗ ହେଉଛି ପେଜ୍ ମାର୍ଜିନ୍ ଭାଲ୍ୟୁର ଚିହ୍ନ, ଯାହାକୁ ଆମେ “Page Setup”ରେ ସେଟ୍ କରୁ |
| 06:19 | ରୁଲର୍ କିପରି ଅବ୍ଜେକ୍ଟ ପାଇଁ ମେଜର୍ମେଣ୍ଟ ଡିସ୍ପ୍ଲେ କରେ, ଦେଖିବା |
| 06:23 | Cloud ସିଲେକ୍ଟ କରନ୍ତୁ |
| 06:25 | ରୁଲର୍ ଉପରେ ଥିବା ଦୁଇଟି ଛୋଟ ଷ୍ଟାର୍ଟ ଓ ଏଣ୍ଡ ମାର୍କ ଦେଖିପାରୁଛନ୍ତି କି ? |
| 06:29 | ଏଗୁଡ଼ିକ cloud ର ଏଜ୍ଗୁଡ଼ିକୁ ବର୍ଣ୍ଣନା କରେ |
| 06:32 | ଯଦି ରୁଲର୍ରେ ସେହି ମାର୍କଗୁଡ଼ିକୁ ଘୁଞ୍ଚାଇବେ, ଫିଗର୍ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଥିବାର ଦେଖିପାରିବେ |
| 06:38 | ରୁଲର୍, ପେଜ୍ରେ ଏକ ଅବ୍ଜେକ୍ଟର ସାଇଜ୍ ଦେଖାଏ |
| 06:42 | ଏହା ପେଜ୍ ଉପରେ ଏକ ଅବ୍ଜେକ୍ଟ ରଖିବା ଓ page boundaries ଡିସ୍ପ୍ଲେ କରିବା ପାଇଁ ମଧ୍ୟ ସକ୍ଷମ କରାଏ |
| 06:49 | ପରବର୍ତ୍ତୀ ମୌଳିକ ଉପକରଣ - ଆଲାଇନ୍ ଟୁଲ୍ବାର୍କୁ ଯିବା |
| 06:53 | ଚୟନିତ ଅବ୍ଜେକ୍ଟକୁ left, right, top, bottom ଓ centre ଆଲାଇନ୍ କରିବା ପାଇଁ ଆମେ “ଆଲାଇନ୍ ଟୁଲ୍ବାର୍”ର ବ୍ୟବହାର କରୁ |
| 07:01 | “ଆଲାଇନ୍” ଟୁଲ୍ବାର୍କୁ ଏନାବଲ୍ କରିବା ପାଇଁ, “Main Menu”କୁ ଯାଇ “View” କ୍ଲିକ୍ କରନ୍ତୁ |
| 07:07 | “View” ମେନୁରେ, “Toolbars” କ୍ଲିକ୍ କରନ୍ତୁ |
| 07:11 | ଟୁଲ୍ବାର୍ ଲିଷ୍ଟ ଦେଖାଦେବ |
| 07:13 | “Align” କ୍ଲିକ୍ କରନ୍ତୁ |
| 07:15 | “Align” ଟୁଲ୍ବାର୍ ଦେଖାଦେବ |
| 07:18 | ବିଭିନ୍ନ ଆଲାଇନ୍ ଅପ୍ସନ୍ ବ୍ୟବହାର କଲେ ଏକ ଅବ୍ଜେକ୍ଟ କିପରି ଆଲାଇନ୍ ହୁଏ, ଦେଖିବା |
| 07:24 | Cloud ସିଲେକ୍ଟ କରନ୍ତୁ |
| 07:26 | “Align” ଟୁଲ୍ବାର୍ରେ, “Left” କ୍ଲିକ୍ କରନ୍ତୁ |
| 07:29 | Cloud ବାମକୁ ଆଲାଇନ୍ ହୋଇଗଲା |
| 07:32 | ଏବେ ଚାଲନ୍ତୁ, “Centered” ଓ “Centre” ଅପ୍ସନ୍ ମଧ୍ୟରେ ପାର୍ଥକ୍ୟ ଦେଖିବା |
| 07:38 | ସର୍କଲ୍କୁ “Centre” ଓ ତା’ପରେ “Centered” ଆଲାଇନ୍ କରିବା |
| 07:43 | ପ୍ରଥମେ ସର୍କଲ୍କୁ “Right” ଆଲାଇନ୍ କରିବା |
| 07:47 | ସର୍କଲ୍କୁ ସିଲେକ୍ଟ କରନ୍ତୁ ଓ ଆଲାଇନ୍ ଟୁଲ୍ବାର୍ରେ ରାଇଟ୍ କ୍ଲିକ୍ କରନ୍ତୁ |
| 07:52 | ଏବେ, ଆଲାଇନ୍ ଟୁଲ୍ବାର୍ରେ “Centre” କ୍ଲିକ୍ କରନ୍ତୁ |
| 07:56 | ସର୍କଲ୍, ସେଣ୍ଟର୍ ପୋଜିଶନ୍ରେ ଆଲାଇନ୍ ହୋଇଯିବ |
| 07:59 | “Centre” ଅପ୍ସନ୍, ପେଜ୍ର ଉପର ଓ ତଳ ମାର୍ଜିନ୍ର ଠିକ୍ ମଝିରେ ଅବ୍ଜେକ୍ଟକୁ ରଖିବ |
| 08:06 | ଏହା page-ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ ନାହିଁ |
| 08:10 | ଏବେ, ଆଲାଇନ୍ ଟୁଲ୍ବାର୍ରେ “Centered” ସିଲେକ୍ଟ କରନ୍ତୁ |
| 08:15 | ସର୍କଲ୍, ପେଜ୍ର ମଝିରେ ଆଲାଇନ୍ ହୋଇଗଲା |
| 08:18 | “Centered” ଅପ୍ସନ୍, ସର୍କଲ୍କୁ ପେଜ୍ର ମଝିରେ ଆଲାଇନ୍ କରେ |
| 08:23 | ଏହା ପେଜ୍ର ଉପର - ତଳ ମାର୍ଜିନ୍ ଓ ପେଜ୍ର ଓସାର ଅନୁସାରେ ଅବ୍ଜେକ୍ଟକୁ ଘୁଞ୍ଚାଏ |
| 08:33 | ଏବେ ଆମେ ସାମ୍ପଲ୍ ଡ୍ରଇଙ୍ଗ୍ ଅନୁସାରେ ଅବ୍ଜେକ୍ଟଗୁଡ଼ିକୁ ସେଗୁଡ଼ିକର ସଠିକ୍ ସ୍ଥିତିକୁ ଘୁଞ୍ଚାଇବା |
| 08:40 | ବନ୍ଦ କରିବା ପୂର୍ବରୁ ଫାଇଲ୍କୁ ସେଭ୍ କରନ୍ତୁ |
| 08:43 | ଏକ ଆସାଇନ୍ମେଣ୍ଟ ଭାବେ- |
| 08:46 | MyWaterCycle ଫାଇଲ୍ରେ ଏକ ପେଜ୍ ଆଡ୍ କରନ୍ତୁ |
| 08:50 | ଏହି ଦୁଇ ଚିତ୍ରକୁ ତିଆରି କରନ୍ତୁ |
| 08:53 | ଆରୋ କୀ ବ୍ୟବହାର କରି ସେଗୁଡ଼ିକୁ ଘୁଞ୍ଚାନ୍ତୁ |
| 08:55 | ଆଙ୍କିଥିବା ଯେକୌଣସି ଅବ୍ଜେକ୍ଟକୁ ସିଲେକ୍ଟ କରି ଡିଲିଟ୍ କରନ୍ତୁ |
| 08:59 | କିଛି ଅବ୍ଜେକ୍ଟର ସାଇଜ୍ ମାପିବା ପାଇଁ ରୁଲର୍ ବ୍ୟବହାର କରନ୍ତୁ |
| 09:04 | ଏହାପରେ “Align” toolbar ବ୍ୟବହାର କରି ଅବ୍ଜେକ୍ଟଗୁଡ଼ିକୁ ପେଜ୍ର ମଝିରେ ଆଲାଇନ୍ କରନ୍ତୁ |
| 09:11 | ଲିବର୍ ଅଫିସ୍ ଡ୍ର ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
| 09:15 | ଏହି ଟ୍ୟୁଟୋରିଆଲ୍ରେ, ଆମେ ଶିଖିଲେ : |
| 09:19 | ମୌଳିକ ଆକୃତି, ଯେପରି- lines, arrows, ଓ rectangles |
| 09:24 | ମୌଳିକ ଜ୍ୟାମିତିକ ଆକୃତି, ସିମ୍ବଲ୍ସ, ଷ୍ଟାର୍ସ ଓ ବ୍ୟାନର୍ସ ବ୍ୟବହାର କରି ସରଳ ଚିତ୍ର କିପରି ଅଙ୍କାଯାଏ |
| 09:29 | ଅବ୍ଜେକ୍ଟ ସିଲେକ୍ଟ ଓ ଡିଲିଟ୍ କରିବା |
| 09:32 | ଏବଂ ଅବ୍ଜେକ୍ଟ ପୋଜିଶନ୍ ପାଇଁ ରୁଲର୍ ଓ ଆଲାଇନ୍ ଟୁଲ୍ବାର୍ର ବ୍ୟବହାର ମଧ୍ୟ ଶିଖିଲେ |
| 09:37 | ନିମ୍ନ ଲିଙ୍ଗରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 09:41 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:44 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 09:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 09:51 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:54 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:58 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 10:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |