Java/C2/Using-this-keyword/Oriya
From Script | Spoken-Tutorial
Revision as of 17:46, 7 April 2017 by PoojaMoolya (Talk | contribs)
Time | Narration |
00:02 | Javaରେ This Keyword ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:09 | This କୀୱର୍ଡର ବ୍ୟବହାର ବିଷୟରେ |
00:11 | Fields ସହିତ This କୀୱର୍ଡର ବ୍ୟବହାର ବିଷୟରେ |
00:14 | Constructorsର ଶୃଙ୍ଖଳନ ପାଇଁ This କୀୱର୍ଡର ବ୍ୟବହାର ବିଷୟରେ |
00:17 | ଏଠାରେ ଆମେ ବ୍ୟବହାର କରୁଛୁ:
Ubuntu 11.10 JDK 1.6 ଓ Eclipse 3.7.0 |
00:28 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:30 | Eclipse ବ୍ୟବହାର କରି Javaରେ କିପରି ଏକ Constructor କ୍ରିଏଟ୍ କରାଯାଏ |
00:34 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:40 | ଏବେ ଆମେ, This କୀୱର୍ଡର ବ୍ୟବହାର ଦେଖିବା |
00:44 | ଗୋଟିଏ Constructor ଭିତରେ, ସାମ୍ପ୍ରତିକ ଅବଜେକ୍ଟ ପାଇଁ This ହେଉଛି ଏକ ରେଫରେନ୍ସ |
00:48 | This ବ୍ୟବହାର କରି, ଗୋଟିଏ Constructor ଭିତରେ ଆମେ, ସାମ୍ପ୍ରତିକ ଅବଜେକ୍ଟର ଯେକୌଣସି ମେମ୍ୱର୍ ରେଫର୍ କରିପାରିବା |
00:55 | ଏବେ ଆମେ, Fields ସହିତ This କୀୱର୍ଡର ବ୍ୟବହାର ଦେଖିବା |
01:00 | ନାମ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ This କୀୱର୍ଡ ଆମକୁ ସାହାଯ୍ୟ କରିଥାଏ |
01:07 | ଆମେ ଏଠାରେ ସେହିପରି ଏକ ଉଦାହରଣ ଦେଖିପାରିବା |
01:10 | ସେଥିପାଇଁ Eclipse ଖୋଲନ୍ତୁ |
01:17 | ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ କ୍ରିଏଟ୍ କରିଥିବା Student Classକୁ ଖୋଲନ୍ତୁ |
01:23 | Default Constructorକୁ କମେଣ୍ଟ କରନ୍ତୁ, 1 ପାରାମିଟର୍ ସହିତ Constructorକୁ କମେଣ୍ଟ କରନ୍ତୁ |
01:40 | ପ୍ରଥମ ଦୁଇଟି ଅବଜେକ୍ଟ କ୍ରିଏଟ୍ କରିବା ପାଇଁ କୋଡ୍ କୁ ମଧ୍ୟ କମେଣ୍ଟ କରନ୍ତୁ |
02:03 | ଏବେ, Parameterized Constructorକୁ ଦେଖନ୍ତୁ |
02:11 | the_roll_number ଓ the_name ହେଉଛି Constructorକୁ ପାସ୍ କରାଯାଇଥିବା ଆର୍ଗୁମେଣ୍ଟସ୍ |
02:20 | roll_number ଓ name ହେଉଛି Instance ଭେରିଏବଲ୍ସ |
02:26 | ଏବେ, ମୁଁ ଆର୍ଗୁମେଣ୍ଟସ୍ କୁ roll_number ଓ name କୁ ହିଁ ବଦଳାଇବି |
02:39 | ତେଣୁ, Constructor ଭିତରେ ଟାଇପ୍ କରନ୍ତୁ: |
02:42 | roll_number ଇକ୍ୱାଲ୍ ଟୁ roll_number ଓ name ଇକ୍ୱାଲ୍ ଟୁ name |
02:55 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
03:04 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
03:07 | I am a Parameterized Constructor 0 null |
03:12 | ଏବେ, କୋଡ୍ କୁ ଫେରିଆସନ୍ତୁ |
03:17 | ଆମେ, କୋଡ୍ ରେ 2ଟି ୱାର୍ନିଙ୍ଗ୍ ଦେଖୁଛେ |
03:20 | ୱାର୍ନିଙ୍ଗ୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ |
03:23 | ଆମେ ଦେଖିପାରୁଛେ, The assignment to the variable roll_number has no effect. |
03:29 | ଆଉ, The assignment to the variable name has no effect. |
03:33 | ଏହାର କାରଣ ହେଉଛି, Constructorରେ, roll_number ଓ name ହେଉଛନ୍ତି ଲୋକଲ୍ ଭେରିଏବଲ୍ସ |
03:40 | ଲୋକଲ୍ ଭେରିଏବଲ୍ସ ହେଉଛି ସେହି ଭେରିଏବଲ୍ସ, ଯାହାକୁ ମେଥଡ୍ କିମ୍ୱା ବ୍ଲକ୍ ମଧ୍ୟରେ ଆକ୍ସେସ୍ କରିହୁଏ |
03:47 | ଏଠାରେ, roll_number ଓ name, 11 ଓ Rajuକୁ ଇନିଶିଆଲାଇଜ୍ କରାଯିବ |
03:54 | କାରଣ, ଆମେ ଭାଲ୍ୟୁ 11 ଓ Rajuକୁ Constructor ଭିତରକୁ ପାସ୍ କରିଛେ |
04:01 | କିନ୍ତୁ, ଥରେ ସେଗୁଡ଼ିକ Constructor ବାହାରକୁ ଚାଲିଆସିଲେ, ତାହାକୁ ଆକ୍ସେସ୍ କରିହେବ ନାହିଁ |
04:06 | ତା’ପରେ କେବଳ roll_number ଓ name, ଆମେ ଜାଣିଛେ, ହେଉଛି Instance ଭେରିବଲ୍ସ |
04:13 | ଥରେ ଅବଜେକ୍ଟ କ୍ରିଏଟ୍ ହୋଇସାରିବା ପରେ ସେଗୁଡ଼ିକ, 0 ଓ Nullକୁ ଇନିଶିଆଲାଇଜ୍ କରାଯାଇସାରିଛି |
04:18 | ତେଣୁ, ଆଉଟପୁଟ୍ ଭାବେ ଆମେ 0 ଓ null ପାଇଲେ |
04:21 | ଏବେ ଆମେ, Constructor ଭିତରେ ଏକ ଛୋଟ ପରିବର୍ତ୍ତନ କରିବା |
04:29 | ଟାଇପ୍ କରନ୍ତୁ: this ଡଟ୍ roll_number ଇକ୍ୱାଲ୍ ଟୁ roll_number |
04:37 | ଓ this ଡଟ୍ name ଇକ୍ୱାଲ୍ ଟୁ name |
04:44 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
04:51 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
04:53 | I am a Parameterized Constructor 11 ଓ Raju |
04:58 | ଏହାର କାରଣ ହେଉଛି this ଡଟ୍ roll_number ଓ this ଡଟ୍ name, Instance ଭେରିଏବଲ୍ସ roll_number ଓ nameକୁ ରେଫର୍ କରିଥାଏ |
05:12 | ଆଉ ଏଠାରେ roll_number ଓ name ହେଉଛି ମେଥଡ୍ ରେ ପାସ୍ କରିଥିବା ଆର୍ଗୁମେଣ୍ଟସ୍ |
05:19 | Local ଓ Instance ଭେରିଏବଲ୍ସ ମଧ୍ୟରେ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଆମେ, this କୀୱର୍ଡ ବ୍ୟବହାର କରିଥାଏ |
05:29 | ଏବେ ଆମେ, Constructorର ଶୃଙ୍ଖଳନ ସହିତ This କୀୱର୍ଡର ବ୍ୟବହାର ଦେଖିବା |
05:34 | ଅନ୍ୟ ଏକ Constructor କଲ୍ କରିବା ପାଇଁ ଆମେ ଗୋଟିଏ Constructor ଭିତରେ This କୀୱର୍ଡର ବ୍ୟବହାର କରିପାରିବା |
05:39 | Constructor ନିଶ୍ଚିତ ଭାବେ ସମାନ କ୍ଲାସ୍ ରେ ରହିଥିବା ଦରକାର |
05:43 | ଏହାକୁ explicit constructor invocation କୁହାଯାଏ |
05:46 | ତେଣୁ, ଆମେ କ୍ରିଏଟ୍ କରିଥିବା Student Classକୁ ଫେରିଆସନ୍ତୁ |
05:53 | କମେଣ୍ଟଗୁଡ଼ିକୁ କାଢ଼ିଦିଅନ୍ତୁ |
06:28 | ଏବେ, ପ୍ରଥମ ଦୁଇଟି Constructorsରେ ସେଗୁଡ଼ିକର ଭାଲ୍ୟୁ ସହିତ Instance ଭେରିଏବଲ୍ସ ଆସାଇନ୍ କରିବା ପାଇଁ ସେହି ଭାଗକୁ କମେଣ୍ଟ କରନ୍ତୁ |
06:52 | ତା’ପରେ Commentର ସେହି ଭାଗ, ଯାହା ଦ୍ୱିତୀୟ ଓ ତୃତୀୟ ଅବଜେକ୍ଟସ୍ କ୍ରିଏଟ୍ କରେ |
07:08 | ଏବେ, ପ୍ରଥମେ କୌଣସି ପାରାମିଟର୍ ବିନା Constructorକୁ ଆସନ୍ତୁ |
07:16 | କର୍ଲୀ ବ୍ରାକେଟ୍ ପରେ ଟାଇପ୍ କରନ୍ତୁ: this ବ୍ରାକେଟ୍ସ ମଧ୍ୟରେ 11 ଓ ସେମିକୋଲନ୍ |
07:28 | ଦ୍ୱିତୀୟ Constructor ଭିତରେ ଟାଇପ୍ କରନ୍ତୁ: this ବ୍ରାକେଟ୍ସ ମଧ୍ୟରେ 11 କମା ଡବଲ୍ କ୍ୱୋଟ୍ସ ମଧ୍ୟରେ Raju ସେମିକୋଲନ୍ |
07:42 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
07:49 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
07:51 | I am a Parameterized Constructor |
07:54 | I am a constructor with a single parameter |
07:57 | I am a Default Constructor 11 ଓ Raju |
08:02 | ମୁଁ ଏବେ ଆଉଟପୁଟ୍ ବୁଝାଇବି |
08:08 | ଯେତେବେଳେ ଅବଜେକ୍ଟ କ୍ରିଏଟ୍ ହେଲା, ସମ୍ୱନ୍ଧିତ Constructorକୁ କଲ୍ କରାଗଲା |
08:13 | ଏଠାରେ Constructor ହେଉଛି No Argument Constructor |
08:20 | Constructorରେ ନିୟନ୍ତ୍ରଣ ପ୍ରଥମ ଲାଇନ୍ କୁ ଆସେ |
08:24 | ଏହାର ସାମ୍ନା this ବ୍ରାକେଟ୍ ମଧ୍ୟରେ 11 ଷ୍ଟେଟମେଣ୍ଟ ସହିତ ହୁଏ |
08:26 | ଏହା Constructorକୁ କଲ୍ କରେ, ଯାହା ସିଙ୍ଗଲ୍ ଇଣ୍ଟିଜର୍ ଆର୍ଗୁମେଣ୍ଟ ଗ୍ରହଣ କରେ |
08:36 | ଏହାପରେ ନିୟନ୍ତ୍ରଣ, this ବ୍ରାକେଟ୍ସ ମଧ୍ୟରେ 11 କମା Rajuକୁ ଆସେ |
08:44 | ଏହା Constructorକୁ କଲ୍ କରେ, ଯାହା 1 ଇଣ୍ଟିଜର୍ ଓ 1 String ଆର୍ଗୁମେଣ୍ଟ ଗ୍ରହଣ କରେ |
08:53 | ତେବେ, ଏହି Constructor ନିଷ୍ପାଦିତ ହୁଏ ଓ ଆମେ, I am a Parameterized Constructor ଭାବେ ଆଉଟପୁଟ୍ ପାଉ |
09:02 | ଆମେ ପାସ୍ କରିଥିବା ହେତୁ, ଏବେ Instance ଭେରିଏବଲ୍ 11 ଓ Rajuକୁ ଇନିଶିଆଲାଇଜ୍ ହେବ |
09:11 | ତା’ପରେ ନିୟନ୍ତ୍ରଣ, କଲିଙ୍ଗ୍ Construction କୁ ଫେରିଯାଏ |
09:16 | ଦ୍ୱିତୀୟ Constructorଟି ନିଷ୍ପାଦିତ ହୁଏ |
09:19 | ଆମେ ଆଉଟପୁଟ୍ ଭାବେ I am constructor with a single parameter ପାଇଲେ |
09:25 | ତା’ପରେ, ନିୟନ୍ତ୍ରଣ ପ୍ରଥମ Constructorକୁ ଯାଇ ତାକୁ ନିଷ୍ପାଦିତ କରେ |
09:30 | ଆଉ ଆମେ I am a default constructor ଭାବେ ଆଉଟପୁଟ୍ ପାଉ |
09:36 | ତା’ପରେ studentDetail ମେଥଡ୍ ନିଷ୍ପାଦିତ ହୁଏ |
09:42 | ଆମେ 11 ଓ Raju ପାଉ |
09:45 | ଏବେ ଚାଲନ୍ତୁ, ଏକ ଛୋଟ ପରିବର୍ତ୍ତନ କରିବା |
09:47 | This ଷ୍ଟେଟମେଣ୍ଟକୁ,Constructorରେ ଶେଷ ଷ୍ଟେଟମେଣ୍ଟ କରନ୍ତୁ |
10:00 | ଏଠାରେ ଆମେ ଏକ Compiler Error ପାଉ |
10:03 | ଏରର୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ |
10:06 | ଆମେ, ନିମ୍ନ ଏରର୍ ପାଇଲେ:,Constructor call must be the first statement in a constructor |
10:12 | ଆମେ ଏହାକୁ ନିଶ୍ଚିତ Constructorର ପ୍ରଥମ ଲାଇନ୍ କରିବା ଉଚିତ |
10:16 | ତେଣୁ, ଏହାକୁ Constructorର ପ୍ରଥମ ଲାଇନ୍ କରନ୍ତୁ |
10:27 | ଏବେ, ଆମେ ଦେଖିପାରୁଛେ ଯେ, ଏରର୍ ଚାଲିଯାଇଛି |
10:31 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
10:35 | Fields ସହିତ This କୀୱର୍ଡର ବ୍ୟବହାର |
10:38 | Constructorsର ଶୃଙ୍ଖଳନ ପାଇଁ This କୀୱର୍ଡର ବ୍ୟବହାର |
10:41 | ଗୋଟିଏ Constructor ମଧ୍ୟରେ this କୀୱର୍ଡକୁ କିପରି ବ୍ୟବହାର କରାଯିବା ଉଚିତ |
10:45 | ସ୍ୱ-ମୂଲ୍ୟାଙ୍କନ ପାଇଁ, ପୂର୍ବରୁ କ୍ରିଏଟ୍ କରାଯାଇଥିବା Employee Classରେ: |
10:49 | ଦୁଇଟି ପାରାମିଟର୍ ସହିତ ଗୋଟିଏ Constructor କ୍ରିଏଟ୍ କରନ୍ତୁ |
10:52 | Instance Variable ଇନିଶିଆଲାଇଜ୍ କରିବା ପାଇଁ this କୀୱର୍ଡ ବ୍ୟବହାର କରନ୍ତୁ |
10:57 | 1 କିମ୍ୱା କୌଣସି ପାରାମିଟର୍ ବିନା ମଧ୍ୟ ଏକ Constructor କ୍ରିଏଟ୍ କରନ୍ତୁ |
11:01 | ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତାନୁସାରେ this ବ୍ୟବହାର କରି Constructor ଶୃଙ୍ଖଳନ ପାଇଁ ଚେଷ୍ଟା କରନ୍ତୁ |
11:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
11:09 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
11:12 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:16 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
11:26 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:30 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:46 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
11:55 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
11:58 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |