Java/C2/Hello-World-Program-in-Eclipse/Oriya
From Script | Spoken-Tutorial
Revision as of 15:13, 7 April 2017 by PoojaMoolya (Talk | contribs)
| Time | Narration |
| 00:01 | Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Eclipse ବ୍ୟବହାର କରି Javaରେ ଏକ ସରଳ HelloWorld ପ୍ରୋଗ୍ରାମ୍ କିପରି ଲେଖିବାକୁ ହୁଏ, ଶିଖିବା |
| 00:13 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Eclipse 3.7.0 ଓ ଉବୁଣ୍ଟୁ 11.10 ବ୍ୟବହାର କରୁଛୁ |
| 00:20 | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର |
| 00:25 | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ |
| 00:30 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:36 | ଏଠାରେ, Java କୋଡ୍ ର ଏକ ଲାଇନ୍ ଅଛି, ଯାହା Hello World ବାର୍ତ୍ତା ପ୍ରିଣ୍ଟ କରେ |
| 00:44 | ଏବେ ଚାଲନ୍ତୁ, ଏହାକୁ Eclipseରେ କରି ଦେଖିବା |
| 00:46 | Alt + F2 ଦାବନ୍ତୁ ଏବଂ ଡାୟଲଗ୍ ବକ୍ସରେ eclipse ଟାଇପ୍ କରି Enter ଦାବନ୍ତୁ |
| 00:56 | Workspaceରେ OK କ୍ଲିକ୍ କରନ୍ତୁ ଓ ଏଠାରେ ଆମେ Eclipse IDE ପାଇଲେ |
| 01:09 | ଏବେ, ଏକ New Project ଆଡ୍ କରନ୍ତୁ |
| 01:12 | File > Newରେ କ୍ଲିକ୍ କରି Project ସିଲେକ୍ଟ କରନ୍ତୁ |
| 01:19 | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରି Next କ୍ଲିକ୍ କରନ୍ତୁ |
| 01:26 | ପ୍ରୋଜେକ୍ଟ ନେମ୍ ରେ, ଟାଇପ୍ କରନ୍ତୁ DemoProject (ଦୟାକରି ଧ୍ୟାନଦିଅନ୍ତୁ ଯେ, Demo ଓ Project ମଧ୍ୟରେ କୌଣସି ସ୍ପେସ୍ ନାହିଁ ଏବଂ D ଓ P କ୍ୟାପିଟାଲ୍ ଲେଟର୍ସରେ ଅଛି) |
| 01:40 | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 01:46 | DemoProject କ୍ରିଏଟ୍ ହୋଇଗଲା |
| 01:49 | ଏବେ, ଚାଲନ୍ତୁ ଆମେ ପ୍ରୋଜେକ୍ଟରେ ଏକ ନୂଆ Class ଆଡ୍ କରିବା |
| 01:52 | Projectରେ ରାଇଟ୍ କ୍ଲିକ୍ କରି New > Class ସିଲେକ୍ଟ କରନ୍ତୁ |
| 01:59 | Class Nameରେ, ଟାଇପ୍ କରନ୍ତୁ DemoProgram ଏବଂ Method Stubsରେ Public Static Void Main କହୁଥିବାକୁ ସିଲେକ୍ଟ କରନ୍ତୁ |
| 02:13 | Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 02:20 | ଆମେ ଦେଖିପାରୁଛେ ଯେ, DemoProjectର Source Directory ଏବଂ DemoProgram.java ନାମକ ଏକ ଫାଇଲ୍ ଅଛି |
| 02:27 | ଏହାର କାରଣ ହେଉଛି, Javaରେ ଥିବା ପ୍ରତ୍ୟେକ Classକୁ ନିଜସ୍ୱ ଫାଇଲ୍ ରେ ରହିବାକୁ ପଡ଼ିବ. ତେଣୁ, DemoProgram.java ଫାଇଲ୍ ରେ ହିଁ Class, DemoProgram ରହିପାରିବ |
| 02:40 | ଆମେ ଦେଖିପାରୁଛେ ଯେ, Editor ପାଇଁ ବହୁତ ଅଳ୍ପ ସ୍ଥାନ ଅଛି ଏବଂ View ପାଉଁଶିଆ ଦେଖାଯାଉଛି. ଅନ୍ୟ ପୋର୍ଟଲେଟ୍ସକୁ ମିନିମାଇଜ୍ କରିଦିଅନ୍ତୁ ଏବଂ ଏଠାରେ ଆମ ପାଖରେ Editor ଅଛି |
| 02:55 | ଧ୍ୟାନଦିଅନ୍ତୁ ଯେ, ଏହି ଲାଇନଟି ଦୁଇଟି ସ୍ଲାସେସ୍ ସହିତ ଆରମ୍ଭ ହୋଇଛି, ଯାହାର ଅର୍ଥ ହେଉଛି, ଏହି ଲାଇନ୍ ହେଉଛି Comment ଏବଂ ଆମ କୋଡ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ |
| 03:05 | ଏହି ଲାଇନ୍ କୁ କାଢିଦିଅନ୍ତୁ. ସେହିପରି ଭାବେ, Slash Astrix (/*) ଓ Astrix Slash (*/) ମଧ୍ୟରେ ଥିବା ସମସ୍ତ ମଧ୍ୟ Comment ଅଟେ |
| 03:17 | ଏହି କମେଣ୍ଟକୁ ମଧ୍ୟ କାଢିଦିଅନ୍ତୁ |
| 03:22 | ଆଉ ଏଠାରେ, ଆମ ପାଖରେ କୋଡ୍ ର Bare Bones ଅଛି |
| 03:27 | ଏବେ ଚାଲନ୍ତୁ, ପ୍ରିଣ୍ଟ ଷ୍ଟେଟମେଣ୍ଟ System ଆଡ୍ କରିବା |
| 03:35 | ଧ୍ୟାନଦିଅନ୍ତୁ ଯେ, Eclipse, ସମସ୍ତ ସମ୍ଭାବ୍ୟ ସମାପନର ଏକ ତାଲିକା ଦେଇଥାଏ |
| 03:38 | ଏବେପାଇଁ ଆମେ, ମାନୁଆଲୀ କମାଣ୍ଡ ଟାଇପ୍ କରିବାକୁ ଯାଉଛେ |
| 03:43 | out.println ବ୍ରାକେଟ୍ ରେ କ୍ୱୋଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: ("Hello World") |
| 03:56 | Javaରେ, ପ୍ରତ୍ୟେକ ଷ୍ଟେଟମେଣ୍ଟ ଏକ ସେମିକଲନ୍ ସହିତ ସମାପ୍ତ ହେବା ଦରକାର |
| 03:59 | ତେଣୁ, ଏକ ସେମିଲକନ୍ ଆଡ୍ କରନ୍ତୁ |
| 04:03 | ଏହା ହେଉଛି Javaରେ ସମ୍ପୂର୍ଣ୍ଣ HelloWorld ପ୍ରୋଗ୍ରାମମାନ |
| 04:06 | ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
| 04:11 | କୋଡ୍ ଚଲାଇବା ପାଇଁ Run As, Java Application ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 04:19 | ଦେଖନ୍ତୁ, ଆଉଟପୁଟ୍ କନସୋଲ୍ ରେ Hello World ବାର୍ତ୍ତା ପ୍ରିଣ୍ଟ ହୋଇଗଲା |
| 04:24 | ଏବେ ଚାଲନ୍ତୁ Worldକୁ Javaରେ ବଦଳାଇଦେବା |
| 04:30 | Ctrl + S ଦାବି ଏହାକୁ ସେଭ୍ କରନ୍ତୁ ଓ ଚଲାନ୍ତୁ |
| 04:40 | ଆମେ ଦେଖିପାରୁଛେ ଯେ, ପ୍ରିଣ୍ଟ ହୋଇଥିବା ବାର୍ତ୍ତା ହେଉଛି Hello Java |
| 04:45 | ପ୍ରତ୍ୟେକ ଭାଗର କୋଡ୍ କ’ଣ କରେ, ଏବେ ଚାଲନ୍ତୁ ତାହା ବୁଝିବା |
| 04:48 | ପ୍ରଥମ ଲାଇନ୍ ସୂଚିତ କରେ ଯେ, Class ନାମ ହେଉଛି DemoProgram ଓ ଏହା ହେଉଛି ଏକ Publica Class |
| 04:55 | ଏହା Main Method ବୋଲି ଦ୍ୱିତୀୟ ଲାଇନ୍ ସୂଚିତ କରେ. ଅନ୍ୟ ଶବ୍ଦରେ Method, ଯେଉଁଥିରୁ Javaରେ ନିଷ୍ପାଦନ ଆରମ୍ଭ ହୁଏ |
| 05:04 | ଆମେ ଜାଣିଛେ ଯେ, ଏହା ହେଉଛି ଏକ ପ୍ରିଣ୍ଟ ଷ୍ଟେଟମେଣ୍ଟ |
| 05:07 | ଆଉ ଏହା ହେଉଛି କିପରି ଆମେ Javaରେ ଏକ Hello Program ଲେଖିପାରିବା |
| 05:14 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 05:17 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Javaରେ କିପରି ଏକ Hello World ପ୍ରୋଗ୍ରାମ୍ ଲେଖାଯାଏ ଶିଖିଲେ ଏବଂ Java କୋଡ୍ ରେ, କୋଡ୍ ର ପ୍ରତ୍ୟେକ ଭାଗ କ’ଣ କରନ୍ତି ତାହା ମଧ୍ୟ ଶିଖିଲେ |
| 05:27 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
| 05:29 | Greet ନାମରେ ଏକ Java Class କ୍ରିଏଟ୍ କରନ୍ତୁ. ଏହା ନିଷ୍ପାଦିତ ହେଲେ Program Successful ଆଣିବା ଉଚିତ |
| 05:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
| 05:39 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
| 05:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 05:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 05:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:55 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 05:59 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 06:05 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:14 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 06:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |