Java/C2/Hello-World-Program-in-Eclipse/Oriya

From Script | Spoken-Tutorial
Jump to: navigation, search
Time Narration
00:01 Eclipse ବ୍ୟବହାର କରି HelloWorld in Java ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, Eclipse ବ୍ୟବହାର କରି Javaରେ ଏକ ସରଳ HelloWorld ପ୍ରୋଗ୍ରାମ୍ କିପରି ଲେଖିବାକୁ ହୁଏ, ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Eclipse 3.7.0 ଓ ଉବୁଣ୍ଟୁ 11.10 ବ୍ୟବହାର କରୁଛୁ
00:20 ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
00:25 ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ
00:30 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:36 ଏଠାରେ, Java କୋଡ୍ ର ଏକ ଲାଇନ୍ ଅଛି, ଯାହା Hello World ବାର୍ତ୍ତା ପ୍ରିଣ୍ଟ କରେ
00:44 ଏବେ ଚାଲନ୍ତୁ, ଏହାକୁ Eclipseରେ କରି ଦେଖିବା
00:46 Alt + F2 ଦାବନ୍ତୁ ଏବଂ ଡାୟଲଗ୍ ବକ୍ସରେ eclipse ଟାଇପ୍ କରି Enter ଦାବନ୍ତୁ
00:56 Workspaceରେ OK କ୍ଲିକ୍ କରନ୍ତୁ ଓ ଏଠାରେ ଆମେ Eclipse IDE ପାଇଲେ
01:09 ଏବେ, ଏକ New Project ଆଡ୍ କରନ୍ତୁ
01:12 File > Newରେ କ୍ଲିକ୍ କରି Project ସିଲେକ୍ଟ କରନ୍ତୁ
01:19 ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରି Next କ୍ଲିକ୍ କରନ୍ତୁ
01:26 ପ୍ରୋଜେକ୍ଟ ନେମ୍ ରେ, ଟାଇପ୍ କରନ୍ତୁ DemoProject (ଦୟାକରି ଧ୍ୟାନଦିଅନ୍ତୁ ଯେ, Demo ଓ Project ମଧ୍ୟରେ କୌଣସି ସ୍ପେସ୍ ନାହିଁ ଏବଂ D ଓ P କ୍ୟାପିଟାଲ୍ ଲେଟର୍ସରେ ଅଛି)
01:40 Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ
01:46 DemoProject କ୍ରିଏଟ୍ ହୋଇଗଲା
01:49 ଏବେ, ଚାଲନ୍ତୁ ଆମେ ପ୍ରୋଜେକ୍ଟରେ ଏକ ନୂଆ Class ଆଡ୍ କରିବା
01:52 Projectରେ ରାଇଟ୍ କ୍ଲିକ୍ କରି New > Class ସିଲେକ୍ଟ କରନ୍ତୁ
01:59 Class Nameରେ, ଟାଇପ୍ କରନ୍ତୁ DemoProgram ଏବଂ Method Stubsରେ Public Static Void Main କହୁଥିବାକୁ ସିଲେକ୍ଟ କରନ୍ତୁ
02:13 Wizardର ତଳ ଡାହାଣପଟେ ଥିବା Finish ଉପରେ କ୍ଲିକ୍ କରନ୍ତୁ
02:20 ଆମେ ଦେଖିପାରୁଛେ ଯେ, DemoProjectର Source Directory ଏବଂ DemoProgram.java ନାମକ ଏକ ଫାଇଲ୍ ଅଛି
02:27 ଏହାର କାରଣ ହେଉଛି, Javaରେ ଥିବା ପ୍ରତ୍ୟେକ Classକୁ ନିଜସ୍ୱ ଫାଇଲ୍ ରେ ରହିବାକୁ ପଡ଼ିବ. ତେଣୁ, DemoProgram.java ଫାଇଲ୍ ରେ ହିଁ Class, DemoProgram ରହିପାରିବ
02:40 ଆମେ ଦେଖିପାରୁଛେ ଯେ, Editor ପାଇଁ ବହୁତ ଅଳ୍ପ ‍ସ୍ଥାନ ଅଛି ଏବଂ View ପାଉଁଶିଆ ଦେଖାଯାଉଛି. ଅନ୍ୟ ପୋର୍ଟଲେଟ୍ସକୁ ମିନିମାଇଜ୍ କରିଦିଅନ୍ତୁ ଏବଂ ଏଠାରେ ଆମ ପାଖରେ Editor ଅଛି
02:55 ଧ୍ୟାନଦିଅନ୍ତୁ ଯେ, ଏହି ଲାଇନଟି ଦୁଇଟି ସ୍ଲାସେସ୍ ସହିତ ଆରମ୍ଭ ହୋଇଛି, ଯାହାର ଅର୍ଥ ହେଉଛି, ଏହି ଲାଇନ୍ ହେଉଛି Comment ଏବଂ ଆମ କୋଡ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ
03:05 ଏହି ଲାଇନ୍ କୁ କାଢିଦିଅନ୍ତୁ. ସେହିପରି ଭାବେ, Slash Astrix (/*) ଓ Astrix Slash (*/) ମଧ୍ୟରେ ଥିବା ସମସ୍ତ ମଧ୍ୟ Comment ଅଟେ
03:17 ଏହି କମେଣ୍ଟକୁ ମଧ୍ୟ କାଢିଦିଅନ୍ତୁ
03:22 ଆଉ ଏଠାରେ, ଆମ ପାଖରେ କୋଡ୍ ର Bare Bones ଅଛି
03:27 ଏବେ ଚାଲନ୍ତୁ, ପ୍ରିଣ୍ଟ ଷ୍ଟେଟମେଣ୍ଟ System ଆଡ୍ କରିବା
03:35 ଧ୍ୟାନଦିଅନ୍ତୁ ଯେ, Eclipse, ସମସ୍ତ ସମ୍ଭାବ୍ୟ ସମାପନର ଏକ ତାଲିକା ଦେଇଥାଏ
03:38 ଏବେପାଇଁ ଆମେ, ମାନୁଆଲୀ କମାଣ୍ଡ ଟାଇପ୍ କରିବାକୁ ଯାଉଛେ
03:43 out.println ବ୍ରାକେଟ୍ ରେ କ୍ୱୋଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: ("Hello World")
03:56 Javaରେ, ପ୍ରତ୍ୟେକ ଷ୍ଟେଟମେଣ୍ଟ ଏକ ସେମିକଲନ୍ ସହିତ ସମାପ୍ତ ହେବା ଦରକାର
03:59 ତେଣୁ, ଏକ ସେମିଲକନ୍ ଆଡ୍ କରନ୍ତୁ
04:03 ଏହା ହେଉଛି Javaରେ ସମ୍ପୂର୍ଣ୍ଣ HelloWorld ପ୍ରୋଗ୍ରାମମାନ
04:06 ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
04:11 କୋଡ୍ ଚଲାଇବା ପାଇଁ Run As, Java Application ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:19 ଦେଖନ୍ତୁ, ଆଉଟପୁଟ୍ କନସୋଲ୍ ରେ Hello World ବାର୍ତ୍ତା ପ୍ରିଣ୍ଟ ହୋଇଗଲା
04:24 ଏବେ ଚାଲନ୍ତୁ Worldକୁ Javaରେ ବଦଳାଇଦେବା
04:30 Ctrl + S ଦାବି ଏହାକୁ ସେଭ୍ କରନ୍ତୁ ଓ ଚଲାନ୍ତୁ
04:40 ଆମେ ଦେଖିପାରୁଛେ ଯେ, ପ୍ରିଣ୍ଟ ହୋଇଥିବା ବାର୍ତ୍ତା ହେଉଛି Hello Java
04:45 ପ୍ରତ୍ୟେକ ଭାଗର କୋଡ୍ କ’ଣ କରେ, ଏବେ ଚାଲନ୍ତୁ ତାହା ବୁଝିବା
04:48 ପ୍ରଥମ ଲାଇନ୍ ସୂଚିତ କରେ ଯେ, Class ନାମ ହେଉଛି DemoProgram ଓ ଏହା ହେଉଛି ଏକ Publica Class
04:55 ଏହା Main Method ବୋଲି ଦ୍ୱିତୀୟ ଲାଇନ୍ ସୂଚିତ କରେ. ଅନ୍ୟ ଶବ୍ଦରେ Method, ଯେଉଁଥିରୁ Javaରେ ନିଷ୍ପାଦନ ଆରମ୍ଭ ହୁଏ
05:04 ଆମେ ଜାଣିଛେ ଯେ, ଏହା ହେଉଛି ଏକ ପ୍ରିଣ୍ଟ ଷ୍ଟେଟମେଣ୍ଟ
05:07 ଆଉ ଏହା ହେଉଛି କିପରି ଆମେ Javaରେ ଏକ Hello Program ଲେଖିପାରିବା
05:14 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
05:17 ଏହି ଟ୍ୟୁଟୋରିଆଲ୍ ରେ ଆମେ, Javaରେ କିପରି ଏକ Hello World ପ୍ରୋଗ୍ରାମ୍ ଲେଖାଯାଏ ଶିଖିଲେ ଏବଂ Java କୋଡ୍ ରେ, କୋଡ୍ ର ପ୍ରତ୍ୟେକ ଭାଗ କ’ଣ କରନ୍ତି ତାହା ମଧ୍ୟ ଶିଖିଲେ
05:27 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
05:29 Greet ନାମରେ ଏକ Java Class କ୍ରିଏଟ୍ କରନ୍ତୁ. ଏହା ନିଷ୍ପାଦିତ ହେଲେ Program Successful ଆଣିବା ଉଚିତ
05:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
05:39 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial
05:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
05:53 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:55 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
05:59 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:05 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:14 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

Contributors and Content Editors

PoojaMoolya, Pradeep