Inkscape/C3/Create-a-3-fold-brochure/Oriya

From Script | Spoken-Tutorial
Revision as of 12:07, 7 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:08 Guidelinesର ବ୍ୟବହାର ଓ ସେଟ୍ କରିବା
00:10 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
00:12 3-Fold ବ୍ରୋଶର୍ ଡିଜାଇନ୍ କରିବା
00:15 ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:21 ଉବୁଣ୍ଟୁ ଲିନକ୍ସ 12.04 OS
00:24 Inkscape ଭର୍ସନ୍ 0.48.4
00:28 ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା
00:34 ଏଥିରେ ସମୁଦାୟ 6ଟି ଭାଗ ଅଛି
00:37 ବାହାର ପଟେ 1, 5 ଓ 6 ରହିଥିବାବେଳେ
00:42 ଭିତର ପଟେ 2, 3 ଓ 4 ରହିଛି
00:46 ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
00:51 Inkscape ଖୋଲନ୍ତୁ
00:53 File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ
00:56 ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା
00:59 ବଦଳାନ୍ତୁ:,Default Unitsକୁ mmରେ
01:03 Page Sizeକୁ A4ରେ
01:05 Orientationକୁ Landscapeରେ
01:07 Custom Size Unitsକୁ mmରେ
01:11 ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା
01:14 ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297
01:18 ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ
01:27 ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ
01:30 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ
01:35 ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:37 ଏକ ଡାୟଲଗ୍‍ ବକ୍ସ ଖୋଲିଥାଏ
01:41 Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ
01:45 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ
01:50 ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
01:53 ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ
01:56 ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା
02:01 ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ
02:06 ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ:
02:08 ଭିତର ପଟ ବ୍ରୋଶର୍ ପାଇଁ ଥରେ
02:11 ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ
02:13 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:16 Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି
02:22 ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:26 ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି
02:33 ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ
02:39 Brochure-IN.svgରୁ ଆରମ୍ଭ କରିବା
02:43 ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ
02:50 ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା
02:54 ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା
03:00 Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ
03:09 Stroke କାଢ଼ିଦିଅନ୍ତୁ
03:14 ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ
03:19 150X150 pixelsର ଏକ ବୃତ୍ତ ବନାନ୍ତୁ
03:26 ତାହାକୁ ସବୁଜ ରଙ୍ଗ ଦିଅନ୍ତୁ
03:28 ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ
03:36 ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ
03:40 ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା
03:44 ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି
03:50 ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି
03:56 ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ‍ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ
04:02 ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
04:04 Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ
04:09 ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ
04:12 ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ
04:17 Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ
04:20 ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ
04:25 ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ
04:28 Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ
04:34 ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ
04:38 Stroke କାଢ଼ିଦିଅନ୍ତୁ
04:41 Filter ମେନୁକୁ ଯାଆନ୍ତୁ. Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ
04:47 ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ
04:50 ଏବେ Apply ଉପରେ କ୍ଲିକ୍‍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
04:55 ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ
05:01 ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ
05:05 ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ
05:10 ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା
05:13 ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା
05:15 ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction
05:20 ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features
05:24 ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage
05:28 ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା
05:33 ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି
05:40 ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି
05:43 ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ
05:47 ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ
05:50 ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ
05:55 Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ
05:59 ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ
06:02 ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ
06:05 ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ
06:08 ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ
06:12 ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ
06:18 ବର୍ତ୍ତମାନ ସେହି ଫାଇଲ୍‍ କୁ PDFରେ ସେଭ୍‍ କରନ୍ତୁ
06:21 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
06:24 ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
06:29 Save ଉପରେ କ୍ଲିକ୍‍ କରନ୍ତୁ
06:31 ଏକ ନୂଆ ଡାୟଲଗ୍‍ ବକ୍ସ ଦେଖାଦେଲା
06:34 ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର
06:37 ୱେବ୍ ପାଇଁ ଏହା 72 ହୋଇପାରେ
06:40 ମୁଁ ଏହାକୁ 300 ରଖୁଛି
06:42 OK ଉପରେ କ୍ଲିକ୍‍ କରନ୍ତୁ
06:44 ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ
06:47 Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ
06:52 Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି
06:58 ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା
07:04 ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ
07:08 ଏବେ ଚାଲନ୍ତୁ, ବ୍ରୋଶର୍ ର ବାହାର ଭାଗ ତିଆରି କରିବା
07:12 Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍‍ କରନ୍ତୁ
07:14 Brochure-OUT.svg ସିଲେକ୍ଟ କରନ୍ତୁ
07:18 ଏବେ ଆମକୁ 1, 5 ଓ 6 ଭାଗ ଡିଜାଇନ୍ କରିବାକୁ ହେବ
07:22 ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ
07:28 ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ
07:33 ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ
07:36 ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ
07:40 ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ
07:46 Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ
07:51 ଫଣ୍ଟ ସାଇଜ୍ କୁ 25 କରନ୍ତୁ
07:54 ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ
07:58 Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ
08:00 ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ
08:03 ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ
08:09 ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି
08:15 ଦୟାକରି ସେହିପରି କରନ୍ତୁ
08:17 ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି
08:19 Text and font
08:21 ଓ Align and Distribute
08:24 ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ
08:28 Fileକୁ ଯାଆନ୍ତୁ, ,Save Asରେ କ୍ଲିକ୍ କରନ୍ତୁ
08:31 ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
08:37 ସମାନ ପ୍ରକ୍ରିୟା ଦୋହରାନ୍ତୁ
08:39 ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
08:41 Save ଉପରେ କ୍ଲିକ୍‍ କରନ୍ତୁ
08:43 ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍
08:46 ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ
08:54 ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି
09:00 ସଂ‍କ୍ଷିପ୍ତରେ
09:02 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:04 Guidelinesର ବ୍ୟବହାର ଓ ସେଟ୍ କରିବା
09:07 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
09:09 3-Fold ବ୍ରୋଶର୍ ଡିଜାଇନ୍ କରିବା
09:11 ଆମେ ଆହୁରି ମଧ୍ୟ ଶିଖିଲେ -,Layers ବ୍ୟବହାର କରିବାର ମହତ୍ୱତା
09:14 ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା
09:18 ଏକ ଆସାଇନମେଣ୍ଟ ଭାବେ
09:20 Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ
09:24 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:29 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
09:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09:42 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:50 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
09:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:57 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep