Inkscape/C2/Create-and-edit-shapes/Oriya

From Script | Spoken-Tutorial
Revision as of 10:16, 7 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ
00:10 ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା
00:16 handles ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା
00:20 ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS
00:25 'Inkscape' ଭର୍ସନ 0.48.4
00:29 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ
00:34 ଆପଣ logo ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ
00:38 ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ
00:44 ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି
00:48 ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ
00:54 'Tool box' ଇଣ୍ଟରଫେସର ବାମ ପଟେ ଅଛି
00:58 ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ
01:03 ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା
01:09 ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା
01:14 ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ
01:22 ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି
01:28 ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ
01:34 ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ
01:41 ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ
01:47 ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ
01:53 ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ
02:01 ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ
02:04 ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
02:06 ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ
02:09 ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା
02:14 ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି
02:18 ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ
02:22 ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର
02:27 ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ
02:33 ତା’ପରେ ମାଉସ ବଟନ ଛାଡ଼ନ୍ତୁ
02:37 ଭଲ ଭାବେ ଦେଖିବା ପାଇଁ zoom in କରନ୍ତୁ, ଏଥିପାଇଁ Ctrl କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ
02:46 ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ handles କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା
02:57 କର୍ସର ଯେତେବେଳେ କୌଣସି handles କୁ ଯାଏ, ତେବେ handle ରଙ୍ଗ ବଦଳିଯାଏ
03:02 ଏହା ଦର୍ଶାଏ ଯେ ସେହି handle ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ
03:08 ଆୟକ୍ଷେତ୍ରକୁ scale ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର handles ରେ କ୍ଲିକ କରି ଡ୍ରାଗ କରନ୍ତୁ
03:17 ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ
03:24 ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ handleର ବ୍ୟବହାର କରନ୍ତୁ
03:32 ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ handle ରେ କ୍ଲିକ କରି ଡ୍ରାଗ କରନ୍ତୁ
03:39 ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ
03:43 ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ
03:46 ଆମେ handleର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା
03:51 ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ
03:54 ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା
04:03 ମୁଁ 'Width' 400 ଏବଂ 'height' 200ରେ ବଦଳାଇବି
04:07 ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
04:10 ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ
04:19 ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା
04:24 ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
04:27 ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା handles ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି
04:34 ମୁଁ handleର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି
04:44 ଆପଣ ଯେକୌଣସି ପାର୍ଶ୍ୱର handles ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ
04:50 ମୁଁ ବାମ ମଧ୍ୟ handle ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି
04:56 ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
04:59 ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି handlesର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା
05:04 ଏବେ ଏହି ଆକୃତିକୁ unselect କରନ୍ତୁ
05:06 ଏଥିପାଇଁ canvas କ୍ଷେତ୍ର କିମ୍ବା canvas ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ
05:11 ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ
05:17 ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା
05:22 ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି
05:25 ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ
05:30 ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି
05:32 ଏକ ଆସାନମେଣ୍ଟ ଭାବେ
05:34 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ
05:38 ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ
05:42 ଏହାକୁ ନୀଳ ରଙ୍ଗ ଦିଅନ୍ତୁ
05:44 ଏହା ମୋର ବୃତ୍ତ ଅଟେ
05:46 ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା
05:49 ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ
05:56 ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ
06:03 ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି
06:09 ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି
06:14 ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା
06:19 ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା
06:25 ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା
06:30 ଆକୃତିରେ 2 resize handles ଏବଂ 2 circular handles ଉପରେ ଧ୍ୟାନ ଦିଅନ୍ତୁ
06:37 ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 resize handles ବ୍ୟବହାର କରାଯାଇଥାଏ
06:44 ଏହି handle ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ
06:53 ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
06:56 2 arc handles ପରସ୍ପରକୁ ଓଭରଲାପ କରନ୍ତି, arc handle ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ
07:04 ଏବେ ଆମେ ଉଭୟ arc handles ଦେଖିପାରିବା
07:08 ଆମେ ଏହି arc handles ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା
07:14 ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
07:24 ଏବେ ଆମେ 'Tool box' ରେ rectangle tool ଉପରେ କ୍ଲିକ କରି square ଉପରେ କ୍ଲିକ କରିବା
07:30 ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 resize handles ଓ 2 arc handlesକୁ ଦେଖନ୍ତୁ
07:40 ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି
07:43 ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ
07:48 ଏବେ ଆମେ ଉଭୟ arc handles ଦେଖିପାରିବା
07:51 ଆମେ ଏହି handles ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା
07:56 ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
08:02 ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ
08:08 ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ
08:13 ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା
08:20 ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି
08:24 'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ
08:32 ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ
08:39 ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା
08:44 ବହୁଭୁଜ ଉପରେ resize handle ଦେଖନ୍ତୁ
08:47 ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା
08:52 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ
09:00 star ଆକୃତି ଉପରେ 2 handles ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ
09:06 star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ
09:12 ଆମେ ଅନ୍ୟ handle ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା
09:17 ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ
09:25 ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ -
09:30 ଏହି ଟ୍ୟୁଟୋରିଆଲରେ ଆମେ Inkscape interface ବାବଦରେ ଶିଖିଲେ
09:34 ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ
09:42 handles ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ
09:46 ଏକ ଆସାଇନମେଣ୍ଟ ଭାବେ
09:49 ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ,
09:52 ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ
09:54 ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ
09:58 ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
10:03 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ
10:09 ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
10:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:22 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
10:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:32 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:38 ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
10:47 ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ
10:50 ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep