Inkscape/C2/Create-and-edit-shapes/Oriya
From Script | Spoken-Tutorial
| Time | Narration |
| 00:00 | 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ |
| 00:10 | ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା |
| 00:16 | handles ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା |
| 00:20 | ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS |
| 00:25 | 'Inkscape' ଭର୍ସନ 0.48.4 |
| 00:29 | 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ |
| 00:34 | ଆପଣ logo ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ |
| 00:38 | ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ |
| 00:44 | ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି |
| 00:48 | ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ |
| 00:54 | 'Tool box' ଇଣ୍ଟରଫେସର ବାମ ପଟେ ଅଛି |
| 00:58 | ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ |
| 01:03 | ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା |
| 01:09 | ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା |
| 01:14 | ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ |
| 01:22 | ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି |
| 01:28 | ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ |
| 01:34 | ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ |
| 01:41 | ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ |
| 01:47 | ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ |
| 01:53 | ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ |
| 02:01 | ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ |
| 02:04 | ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ |
| 02:06 | ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ |
| 02:09 | ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା |
| 02:14 | ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି |
| 02:18 | ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ |
| 02:22 | ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର |
| 02:27 | ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ |
| 02:33 | ତା’ପରେ ମାଉସ ବଟନ ଛାଡ଼ନ୍ତୁ |
| 02:37 | ଭଲ ଭାବେ ଦେଖିବା ପାଇଁ zoom in କରନ୍ତୁ, ଏଥିପାଇଁ Ctrl କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ |
| 02:46 | ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ handles କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା |
| 02:57 | କର୍ସର ଯେତେବେଳେ କୌଣସି handles କୁ ଯାଏ, ତେବେ handle ରଙ୍ଗ ବଦଳିଯାଏ |
| 03:02 | ଏହା ଦର୍ଶାଏ ଯେ ସେହି handle ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ |
| 03:08 | ଆୟକ୍ଷେତ୍ରକୁ scale ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର handles ରେ କ୍ଲିକ କରି ଡ୍ରାଗ କରନ୍ତୁ |
| 03:17 | ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ |
| 03:24 | ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ handleର ବ୍ୟବହାର କରନ୍ତୁ |
| 03:32 | ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ handle ରେ କ୍ଲିକ କରି ଡ୍ରାଗ କରନ୍ତୁ |
| 03:39 | ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ |
| 03:43 | ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ |
| 03:46 | ଆମେ handleର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା |
| 03:51 | ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ |
| 03:54 | ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା |
| 04:03 | ମୁଁ 'Width' 400 ଏବଂ 'height' 200ରେ ବଦଳାଇବି |
| 04:07 | ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
| 04:10 | ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ |
| 04:19 | ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା |
| 04:24 | ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ |
| 04:27 | ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା handles ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି |
| 04:34 | ମୁଁ handleର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି |
| 04:44 | ଆପଣ ଯେକୌଣସି ପାର୍ଶ୍ୱର handles ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ |
| 04:50 | ମୁଁ ବାମ ମଧ୍ୟ handle ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି |
| 04:56 | ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
| 04:59 | ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି handlesର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା |
| 05:04 | ଏବେ ଏହି ଆକୃତିକୁ unselect କରନ୍ତୁ |
| 05:06 | ଏଥିପାଇଁ canvas କ୍ଷେତ୍ର କିମ୍ବା canvas ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ |
| 05:11 | ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ |
| 05:17 | ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା |
| 05:22 | ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି |
| 05:25 | ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ |
| 05:30 | ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି |
| 05:32 | ଏକ ଆସାନମେଣ୍ଟ ଭାବେ |
| 05:34 | 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ |
| 05:38 | ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ |
| 05:42 | ଏହାକୁ ନୀଳ ରଙ୍ଗ ଦିଅନ୍ତୁ |
| 05:44 | ଏହା ମୋର ବୃତ୍ତ ଅଟେ |
| 05:46 | ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା |
| 05:49 | ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ |
| 05:56 | ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ |
| 06:03 | ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି |
| 06:09 | ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି |
| 06:14 | ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା |
| 06:19 | ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା |
| 06:25 | ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା |
| 06:30 | ଆକୃତିରେ 2 resize handles ଏବଂ 2 circular handles ଉପରେ ଧ୍ୟାନ ଦିଅନ୍ତୁ |
| 06:37 | ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 resize handles ବ୍ୟବହାର କରାଯାଇଥାଏ |
| 06:44 | ଏହି handle ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ |
| 06:53 | ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
| 06:56 | 2 arc handles ପରସ୍ପରକୁ ଓଭରଲାପ କରନ୍ତି, arc handle ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ |
| 07:04 | ଏବେ ଆମେ ଉଭୟ arc handles ଦେଖିପାରିବା |
| 07:08 | ଆମେ ଏହି arc handles ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା |
| 07:14 | ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
| 07:24 | ଏବେ ଆମେ 'Tool box' ରେ rectangle tool ଉପରେ କ୍ଲିକ କରି square ଉପରେ କ୍ଲିକ କରିବା |
| 07:30 | ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 resize handles ଓ 2 arc handlesକୁ ଦେଖନ୍ତୁ |
| 07:40 | ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି |
| 07:43 | ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ |
| 07:48 | ଏବେ ଆମେ ଉଭୟ arc handles ଦେଖିପାରିବା |
| 07:51 | ଆମେ ଏହି handles ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା |
| 07:56 | ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
| 08:02 | ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ |
| 08:08 | ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ |
| 08:13 | ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା |
| 08:20 | ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି |
| 08:24 | 'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ |
| 08:32 | ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ |
| 08:39 | ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା |
| 08:44 | ବହୁଭୁଜ ଉପରେ resize handle ଦେଖନ୍ତୁ |
| 08:47 | ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା |
| 08:52 | 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ |
| 09:00 | star ଆକୃତି ଉପରେ 2 handles ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ |
| 09:06 | star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ |
| 09:12 | ଆମେ ଅନ୍ୟ handle ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା |
| 09:17 | ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ |
| 09:25 | ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ - |
| 09:30 | ଏହି ଟ୍ୟୁଟୋରିଆଲରେ ଆମେ Inkscape interface ବାବଦରେ ଶିଖିଲେ |
| 09:34 | ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ |
| 09:42 | handles ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ |
| 09:46 | ଏକ ଆସାଇନମେଣ୍ଟ ଭାବେ |
| 09:49 | ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ, |
| 09:52 | ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ |
| 09:54 | ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ |
| 09:58 | ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ |
| 10:03 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ |
| 10:09 | ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
| 10:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:22 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
| 10:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:32 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:38 | ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 10:47 | ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ |
| 10:50 | ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |