GIMP/C2/Rotating-And-Cropping-An-Image/Oriya
From Script | Spoken-Tutorial
Revision as of 15:28, 6 April 2017 by PoojaMoolya (Talk | contribs)
Time | Narration |
00:22 | GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:24 | ମୁଁ ଏହି ଇମେଜକୁ ଏଡିଟ୍ କରିବା ପୂର୍ବରୁ, ଆପଣଙ୍କ ପ୍ରକୃତ ଫୋଟୋଗ୍ରାଫୀ ପାଇଁ RAW ବ୍ୟବହାର ବିଷୟରେ ମୁଁ ଆପଣଙ୍କୁ ସଂକ୍ଷିପ୍ତରେ କହିବାକୁ ଚାହୁଁଛି |
00:33 | ଯଦି ଏହି ଇମେଜକୁ JPEGରେ ଉଠାଇବା ଅଛି, ତେବେ ଏହାକୁ ଏନକୋଡ୍ କରିବା ପାଇଁ ମୋତେ ବ୍ରାଇଟନେସର 256 ଷ୍ଟେପ୍ସ ରଖିବାକୁ ହେବ |
00:42 | ଦେଖନ୍ତୁ, ଏହି ଫୋଟୋଟି ପାଖାପାଖି କଳା ଓ ଧଳା, ଟିକିଏ ନୀଳ ସବୁଜ ଟିଣ୍ଟ ଅଛି ଓ ମୌଳିକ ଭାବେ ଏହା କେବଳ ଧୂଷର ଅଟେ |
00:52 | ଏବଂ JPEG ସହିତ ଆପଣଙ୍କ ପାଖରେ ଧୂଷରର 256 ଭିନ୍ନ ଭାଲ୍ୟୁ ଅଛି |
01:00 | କଳା ପାଇଁ ଜିରୋ ଓ ଧଳା ପାଇଁ 255 |
01:05 | ଆଉ ଏହି ଇମେଜରେ କୌଣସି ଧଳା ନାହିଁ, କେବଳ କିଛି କଳା ଅଛି |
01:11 | ତେଣୁ, ଏହି ରୂମ୍ ର କେବଳ ଏକ ଛୋଟ ଭାଗ ବ୍ୟବହୃତ ହୋଇଛି |
01:16 | କେତେ, ଏହାକୁ ମୁଁ ପରେ ଦେଖାଇବି |
01:19 | ମୁଁ ଏହି ଇମେଜକୁ RAWରେ ଉଠାଇଛି ଏବଂ ମୋ କ୍ୟାମେରା, RAW ଇମେଜଗୁଡ଼ିକୁ 12 ବିଟ୍ ଡେଟା ଫର୍ମାଟ୍ ରେ ଷ୍ଟୋର୍ କରେ |
01:27 | ଏହି ଇମେଜକୁ ମୁଁ, ଭାଲ୍ୟୁ ପ୍ରସାର କରିବା ପରେ RAW Converterରୁ ପ୍ରାପ୍ତ କରିଛି, ଆଉ ଏଠାରେ ମୋ ପାଖରେ, ଧୂଷର ରଙ୍ଗର 256 ଟି ଭିନ୍ନ ଭାଲ୍ୟୁଜ୍ ଅଛି ଏବଂ ମୁଁ ଏବେ ଇମେଜକୁ ଏଡିଟ୍ କରିବା ଆରମ୍ଭ କରିପାରିବି |
01:42 | ଏହି ଇମେଜରେ, ପ୍ରଥମ ଇମେଜ ତୁଳନାରେ ଅଧିକ ବିବରଣୀ ସେଭ୍ ହୋଇଛି |
01:47 | ମୋର ମନେପଡୁଛି ଯେ, ଏହା ହେଉଛି ପ୍ରଥମ ଇମେଜ୍ ଏବଂ ଏହାକୁ ମୁଁ କନଭର୍ସନ୍ ପରେ ପ୍ରାପ୍ତ କରିଛି |
01:54 | ଦ୍ୱିତୀୟ ଇମେଜଟି ପୋଷ୍ଟ ପ୍ରୋସେସିଙ୍ଗ୍ କରିବା ପାଇଁ ଏକ ଭଲ ଆଧାର ଅଟେ, ଯାହାର ପରିଣାମସ୍ୱରୂପ ଏପରି ଏକ ଚିତ୍ର ପ୍ରାପ୍ତ ହୁଏ, ଯାହା ବିଲକୁଲ ପ୍ରଥମ ଇମେଜ ପରି କିନ୍ତୁ ତା’ଠାରୁ ଭଲ ଦେଖାଯାଉଛି |
02:06 | ଏବେ ମୁଁ, ଏହି ଦୁଇଟି ଇମେଜକୁ GIMPରେ ଖୋଲିଛି ଚାଲନ୍ତୁ, ଏହି 2ଟି ଇମେଜର ହିଷ୍ଟୋଗ୍ରାମ୍ ଦେଖିବା |
02:14 | ଇମେଜ୍ ଡାୟଲଗ୍ ବକ୍ସରେ ହିଷ୍ଟୋଗ୍ରାମ୍ ଲୁକ୍କାୟିତ ଅଛି |
02:17 | ଇମେଜ ଡାୟଲଗ୍ ବକ୍ସରେ ପହଞ୍ଚିବା ପାଇଁ 3ଟି ଭିନ୍ନ ମାର୍ଗ ଅଛି, ପ୍ରଥମଟି ମାର୍ଗଟି Tool Barରେ ଅଛି |
02:33 | ଦ୍ୱିତୀୟ ଇମେଜ ପାଇଁ ଏଠାରେ Accecss the Image Menu ଉପରେ କ୍ଲିକ୍ କରି Dialogs ଉପରେ କ୍ଲିକ୍ କରିବାକୁ ହେବ |
02:40 | ଏବଂ ତୃତୀୟ ମାର୍ଗରେ ଆପଣ କେବଳ ଇମେଜ୍ ଉପରେ, ତା’ପରେ Dialog ଓ Histogram କ୍ଲିକ୍ କରିବେ |
02:48 | ଏହା ହେଉଛି ପ୍ରଥମ ଇମେଜର ହିଷ୍ଟୋଗ୍ରାମ୍ |
02:51 | ଏହାକୁ ଟିକିଏ ବଡ଼ କରନ୍ତୁ ଏବଂ ଏଠାରେ ଆପଣ, ଇମେଜରେ ବିଭିନ୍ନ ରଙ୍ଗର ବିଭିନ୍ନ ପିକ୍ସେଲ୍ସର ବିତରଣ ଦେଖିପାରିବେ |
02:59 | ନମ୍ୱର୍ସ ଦ୍ୱାରା ପେଣ୍ଟଙ୍ଗ୍ ସହ ଡିଜିଟାଲ୍ ଇମେଜ୍ ସମାନ ଅଟେ |
03:03 | ଆପଣ ଯେତେବେଳେ ଇମେଜ ଉପରେ ଯୂମ୍ କରିବେ, ବହୁତ ଛୋଟ ଛୋଟ ଟାଇଲ୍ସ ଦେଖିପାରିବେ ଏବଂ ପ୍ରତ୍ୟେକ ଟାଇଲ୍ସରେ ବିଭିନ୍ନ ରଙ୍ଗ ରହିଥାଏ, ଯାହାକୁ Pixel କୁହାଯାଏ |
03:14 | ଆଉ ପ୍ରତ୍ୟେକ ରଙ୍ଗକୁ ଏକ ଭାଲ୍ୟୁ ଦ୍ୱାରା ପରିଭାଷିତ କରାଯାଇଛି ଏବଂ ମୁଁ, Color Picker ର ସାହାଯ୍ୟରେ ଏଠାରେ ଆପଣଙ୍କୁ ଏହିସବୁ ଭାଲ୍ୟୁ ଦେଖାଇପାରିବି |
03:26 | ମୁଁ ଯେତେବେଳେ Color Picker ବ୍ୟବହାର କରେ, ତେବେ ନାଲି, ସବୁଜ ଓ ନୀଳ ପାଇଁ ଭାଲ୍ୟୁଜ୍ ପ୍ରାପ୍ତ କରେ |
03:32 | ଏହି ଇମେଜରେ, ନାଲିର ଭାଲ୍ୟୁ, ସବୁଜ ଓ ନୀଳଠାରୁ ସାମାନ୍ୟ କମ୍ ଅଟେ |
03:38 | ସବୁଜ ଓ ନୀଳର ପାଖାପାଖି ଓ ବିଲକୁଲ ସମାନ ଭାଲ୍ୟୁ ଅଛି |
03:43 | ନମ୍ୱର୍ସ ଦ୍ୱାରା ପେଣ୍ଟିଙ୍ଗ୍ ହେଉଛି ଡିଜିଟାଲ୍ ଫୋଟୋଗ୍ରାଫୀ |
03:46 | ଏଠାରେ ଥିବା ଇମେଜରେ, ମୋ ପାଖରେ 0ରୁ 255 ନମ୍ୱର୍ସ ଅଛି ଏବଂ ଏଠାରେ ପୂରା ଗାଢ ଭାଗ ଅଛି, କିନ୍ତୁ ମୁଁ ଭାବୁନାହିଁ ଯେ, ଏହା ଶେଷ ଇମେଜରେ ପ୍ରଦର୍ଶିତ ହେବ |
04:00 | ମୁଁ ଭାବୁଛି, ଇମେଜର ପ୍ରକୃତ ଭାଗ ଏଠାରୁ, ପ୍ରାୟ 80ରୁ ଆରମ୍ଭ ହୋଇଛି ଏବଂ ଇମେଜର ଉଜ୍ଜ୍ୱଳ ଭାଗ ଏଠାରେ, ପ୍ରାୟ 200ରେ ଅଛି |
04:10 | ତେଣୁ, ଆମ ପାଖରେ 0ରୁ 255 ପର୍ଯ୍ୟନ୍ତ ସ୍ଥାନ ଅଛି, କିନ୍ତୁ ଆମେ କେବଳ 120 ବ୍ୟବହାର କରିବା, ଯାହା ହେଉଛି, ଆମେ ବ୍ୟବହାର କରିପାରିବା ଡେଟାର ଅଧାରୁ ବି କମ୍ |
04:23 | ଆଉ ସେଥିପାଇଁ, ଏଠାରେ ଇମେଜର ବହୁତ ସୂଚନା ହଜିଯାଏ |
04:29 | ଚାଲନ୍ତୁ, ଏବେ ଦ୍ୱିତୀୟ ଇମେଜର ହିଷ୍ଟୋଗ୍ରାମ୍ ଦେଖିବା |
04:33 | ଏଠାରେ ଦେଖନ୍ତୁ, ପ୍ରଥମ ଇମେଜ ତୁଳନାରେ ଏହି ହିଷ୍ଟୋଗ୍ରାମରେ ଅଧିକ ଡେଟା ଅଛି, କିନ୍ତୁ କର୍ବର ଗଠନ ସମାନ ଅଟେ |
04:45 | ଏହି ଦୁଇ ହିଷ୍ଟୋଗ୍ରାମ ତୁଳନା କରନ୍ତୁ |
04:51 | 2ୟ ଇମେଜରେ ବିବରଣୀ ପ୍ରସାରିତ ହୋଇଛି, ଯେଉଁଥିରୁ ଯେଉଁ ସମସ୍ୟାର ମୁଁ ଏଠାରେ ସମାଧାନ କରିବି, ତାହା ହେଉଛି 1ମ ଇମେଜ ପରି 2ୟ ଇମେଜକୁ କମ୍ପ୍ରେସ୍ କରିବି |
05:01 | ମାତ୍ର ଏଥିରେ ଟିକିଏ ଅଧିକ ବିବରଣୀ ଏବଂ 1ମ ଇମେଜ୍ ପରି ଏଥିରେ ଆଉ ଟିକିଏ ଅଧିକ କଣ୍ଟ୍ରାଷ୍ଟ ରହିବା ଉଚିତ |
05:11 | ମୁଁ ଏହି ଇମେଜ ସହିତ କାମ ଆରମ୍ଭ କରିବା ପୂର୍ବରୁ, ଶେଷ ଟ୍ୟୁଟୋରିଆଲ୍ ରେକର୍ଡ କରିବା ସମୟରେ GIMP ଯୁଜର୍ ଇଣ୍ଟରଫେସ୍ ବିଷୟରେ ମୁଁ ଜାଣିବାକୁ ପାଇଥିବା ଗୋଟିଏ ଜିନିଷ ଆପଣଙ୍କୁ ଦେଖାଇବାକୁ ଚାହୁଁଛି |
05:23 | ଆପଣ ଯେତେବେଳେ ଇମେଜ୍ ୱିଣ୍ଡୋରେ ଟାବ୍ ଦାବିବେ, ଏଠାରେ ଥିବା Tool Box ଉଭାନ୍ ହୋଇଯିବ ଏବଂ ଇମେଜକୁ ଯେତେ ସମ୍ଭବ ବଡ଼ କରିବାରେ ସାହାଯ୍ୟ କରିବ ଏବଂ ମୁଁ, ମୋର ଆବଶ୍ୟକତା ଅନୁସାରେ Tool Boxକୁ ON ଓ OFF କରିପାରିବି |
05:41 | ଏଠାରେ ମୁଁ କ’ଣ କରୁଛି, ତାହାକୁ ମୁଁ ନିଜେ ଓ ଆପଣ ଭଲ ଭାବରେ ଦେଖିପାରିବେ |
05:46 | ଇମେଜଟିକୁ ଏଡିଟ୍ କରିବା ପୂର୍ବରୁ, ମୋତେ କିଛି ସେଟିଙ୍ଗ୍ସ ବଦଳାଇବାକୁ ପଡ଼ିବ |
05:52 | ତେଣୁ ମୁଁ File, Preferenceକୁ ଯିବି, ଆଉ ଏଠାରେ Windows Managementକୁ ଯାଇ ଏଠାରେ |
06:03 | Tool Box ପାଇଁ Keep Above ଓ Docks ପାଇଁ Keep Above ଅପ୍ସନ୍ ଚୟନ କରି ବଳକା ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦେବି |
06:11 | ମୁଁ OK ଦାବିବା ପରେ GIMP କାମ ପ୍ରଦର୍ଶିତ ହେବ |
06:17 | ମୁଁ, ଟୂଲ୍ ବକ୍ସରୁ ଟୂଲ୍ସ ସିଲେକ୍ଟ କରିପାରିବି ଏବଂ ସିଲେକ୍ଟ କରିଥିବା ଟୂଲ୍ ର ସମସ୍ତ ଅପ୍ସନ୍ସ ପ୍ରାପ୍ତ କରିପାରିବି |
06:25 | ମୁଁ ପୁଣିଥରେ ଇମେଜ ଉପରେ କ୍ଲିକ୍ କରି ଟୂଲ୍ ବକ୍ସକୁ ON ଓ OFF କରିବା ପାଇଁ ଟାବ୍ ବ୍ୟବହାର କରିପାରିବି |
06:33 | ଇମେଜଟି ଲେଭଲ୍ ହୋଇଛି କି ନାହିଁ, ତାହା ପ୍ରଥମେ ଦେଖିବା |
06:37 | ଏହି ଇମେଜରେ, ଏଠାରେ କୌଣସି ବିଶ୍ୱସ୍ତ ଲୋକ ଦ୍ୱାରା ପ୍ରସ୍ତୁତ ନିର୍ମଣା ନାହିଁ. ତେଣୁ, ଇମେଜଟି ସିଧା ଅଛି କି ନାହିଁ ଜାଣିବା ପାଇଁ ମୁଁ ଗ୍ରିଡ୍ ପଦ୍ଧତି ବ୍ୟବହାର କରିପାରିବି ନାହିଁ |
06:47 | ପାଣିର ଉପର ଭାଗ ଏକ ଉତ୍ତମ ସଂକେତ ଅଟେ |
06:50 | କିନ୍ତୁ, ଆମେ ଏଠାରେ କ୍ଷିତିଜ ଦେଖିପାରୁନେ ଏବଂ ପାଣିର ଚମକ ମଧ୍ୟ ସାମାନ୍ୟ ଭ୍ରାମକ ଅଟେ |
06:57 | ଏହା, ଏଠାରେ, କ୍ଷିତିଜ ନୁହେଁ, କେବଳ ନଦୀର ଗୋଟିଏ ବକ୍ର ଅଟେ |
07:02 | ତେଣୁ, ମୋ ପାଖରେ ପ୍ରକୃତ ସଂକେତ ନାହିଁ ଯେ, କେଉଁଠାରେ ରୂଲର୍ ସେଟ୍ କରି କ୍ଷିତିଜ ଯାଞ୍ଚ କରିବି |
07:08 | ମୋତେ, ମୋ ଆଖି ଉପରେ ବିଶ୍ୱାସ କରିବାକୁ ପଡ଼ିବ, ଯାହାକୁ ମୁଁ ଭାବୁଛି, ଫୋଟୋଗ୍ରାଫୀରେ କିଛି କରିବାକୁ ଖରାପ ମାର୍ଗ ହେବନି |
07:16 | ଏବେ ମୁଁ, Rotate ଟୂଲ୍ ସିଲେକ୍ଟ କରିବି ଏବଂ Corrective Backward ବଦଳରେ Normal Forward ଚୟନ କରିବି ତଥା Image ଭାବରେ Preview ସେଟ୍ କରିବି, Grid ଭାବରେ ନୁହେଁ |
07:30 | ଠିକ୍ ଅଛି, ଇମେଜ୍ ଉପରେ କ୍ଲିକ୍ କରନ୍ତୁ |
07:38 | ଏଠାରେ, ମଝିରେ, Center of Rotation ନାମକ ଗୋଟିଏ ପଏଣ୍ଟ ଅଛି ଏବଂ ସେହି ପଏଣ୍ଟ ଚାରିପଟେ ଇମେଜଟି ବୁଲିବ |
07:46 | ଆଉ ଏଠାରେ ଥିବା ଡାୟଲଗ୍ ରେ ଆମେ Angle ସେଟ୍ କରିବା, ଯାହା ଉପରେ ଆମେ ଇମେଜକୁ ବୁଲାଇବାକୁ ଚାହୁଁଛେ |
07:52 | ଏଠାରେ, ମୋ ପାଖରେ ଗୋଟିଏ ସ୍ଲାଇଡର୍ ଅଛି, ଯାହା ରୋଟେଟ୍ କରିବାରେ ମୋତେ ସାହାଯ୍ୟ କରିବ, କିନ୍ତୁ ଆପଣ ଦେଖିପାରୁଛନ୍ତି ଯେ, ଏହାକୁ ସମ୍ଭାଳିବା କଷ୍ଟକର ଏବଂ ମୁଁ ଭାବୁନାହିଁ ଯେ, ମୋତେ ଇମେଜକୁ ଏତେ ଲୁଆଁଇବା ଦରକାର |
08:05 | ତେଣୁ, ଏଠାରେ ଜିରୋକୁ ଫେରିଯିବା ଏବଂ ଏବେ ମୁଁ, ଇମେଜକୁ ବୁଲାଇବା ପାଇଁ ଏଠାରେ ଷ୍ଟାଇଲ୍ କୁ ବ୍ୟବହାର କରିବି |
08:14 | ମୁଁ ଭାବୁଛି, ଇମେଜଟି ଡାହାଣକୁ ଟିକିଏ ଅଧିକ ଲୋଇଁଗଲା. ତେଣୁ, ମୋତେ ଇମେଜକୁ ବାମକୁ ବୁଲାଇବାକୁ ହେବ, ଯାହା ହେଉଛି Counter Clockwise, ଯେଉଁଥିରୁ ମୁଁ ଏଠାରେ ନେଗେଟିଭ୍ ଭାଲ୍ୟୁ ପାଇବି |
08:29 | ମୂଁ ସେପର୍ଯ୍ୟନ୍ତ Angleକୁ ବୁଲାଇ ଚାଲିଥିବି, ଯେପର୍ଯ୍ୟନ୍ତ ମୋତେ ସଠିକ୍ ଓ ସିଧା ଇମେଜ ନମିଳିଛି |
08:36 | ମୁଁ ଆଙ୍ଗଲ୍ କୁ -0.25°ରେ ସେଟ୍ କରିବି |
08:43 | ଏହି ୱିଣ୍ଡୋକୁ ଭିତରକୁ ଟାଣି ଆଣି Rotate ଉପରେ କ୍ଲିକ୍ କରନ୍ତୁ ଏବଂ ଏହି କାର୍ଯ୍ୟର ପରିଣାମ ପାଇଁ ଅପେକ୍ଷା କରନ୍ତୁ |
08:50 | ପରବର୍ତ୍ତୀ ପଦାଙ୍କ ହେଉଛି cropping |
08:54 | ଇମେଜରେ ମୁଁ ଜାହାଜ, ପାଣି ଓ ଏଠାରେ ପକ୍ଷୀଗୁଡ଼ିକୁ ରଖିବାକୁ ଚାହୁଁଛି |
09:02 | ଆଉ ମୁଁ ଇମେଜରେ, ଏଠାରେ ଥିବା ଏହି ଘାସ, ଏଠାରେ ଏହି ଭାଗ ରଖିବାକୁ ଚାହୁଁନି ଏବଂ ମୁଁ ପୂର୍ଣ୍ଣ ନିଶ୍ଚିତ ନୁହେଁ ଯେ, ମୋ ଇମେଜରେ ମୁଁ ନଦୀ କୂଳକୁ ରଖିବାକୁ ଚାହୁଁଛି କି ନାହିଁ |
09:16 | ଏବଂ ମୁଁ ଭାବୁଛି, ମୋତେ ଇମେଜର ଏହି ଭାଗକୁ Crop କରିବାକୁ ପଡ଼ିବ, କାରଣ ପରେ ମୁଁ ଇମେଜର ଗାଢ଼ ଭାଗକୁ ରଖିବାକୁ ଚାହିଁବି |
09:24 | ଯାହା ହେଉଛି ଏଠାରେ ଥିବା ପକ୍ଷୀ, ଜାହାଜ ଓ ତା’ପରେ ଗଛଗୁଡ଼ିକ, ଜାହାଜ ପଛରେ ଥିବା ପଠା ଓ ଶେଷରେ ପାଣି ଓ ଆକାଶ |
09:35 | ଆଉ ଇମେଜର ଏହି ଭାଗଟି ବହୁତ ଗାଢ଼ ଅଟେ |
09:39 | ମୁଁ ଇମେଜର ଏହି ଭାଗରେ ଯୂମ୍ କରିବାକୁ ଚାହୁଁଛି, ଯେହେତୁ ମୁଁ ନଦୀର ଯେତେ ସମ୍ଭବ ଭାଗକୁ ମିଶାଇବାକୁ ଚାହୁଁଛି, ହେଲେ କୂଳର ନୁହେଁ |
09:49 | ତେଣୁ ମୁଁ, ଏଠାରେ ଇମେଜର ଭାଗରେ ହଟ୍ କୀ Z ଦାବି ଯୂମ୍ କରିବି |
10:00 | ଏଠି ଆଉ ଗୋଟିଏ ପକ୍ଷୀ ଉଡୁଛି |
10:02 | ତେଣୁ, ମୁଁ ବାମପଟକୁ ଯିବି ଏବଂ କୂଳ ପାଖରେ ରୂଲର୍ କୁ ରଖି, ତାକୁ ସେଠାରେ ଛାଡ଼ିଦେବି |
10:09 | Shift + Ctrl + E ଦାବିଲେ, ତାହା ମୋତେ ଇମେଜ୍ କୁ ଫେରାଇଆଣିବ |
10:15 | ଏବେ ମୋତେ Crop Tool ଓ ସେଥିରେ ଥିବା କିଛି ଅପ୍ସନ୍ସ ସିଲେକ୍ଟ କରିବାକୁ ହେବ |
10:20 | ମୋତେ Fixed Aspect Ratio 2:1 ଦରକାର |
10:29 | ଆଉ Previewରେ, ଟିକିଏ ସାହାଯ୍ୟ ପାଇଁ Rule of Thirds ସେଟ୍ କରିବି, ଯାହା ମୋତେ କିଛି ସାହାଯ୍ୟକାରୀ ଲାଇନ୍ସ ପ୍ରଦାନ କରିବ |
10:37 | କ’ଣ ସବୁ ଏଠାରେ ମିଶିଲା, ତାହା ମୁଁ ଦେଖିବି |
10:41 | ପକ୍ଷୀମାନଙ୍କର ଏକ ସମୂହ ଓ ଗୋଟିଏ ପକ୍ଷୀ ଏଠାରେ ଦେଖାଦେଲା |
10:47 | ଏବେ ଆପଣ ରୂଲର୍ସକୁ କାଢ଼ିଦେଇପାରିବେ |
10:51 | ଇମେଜର ତଳେ, ପାଣି ଅଛି, କିନ୍ତୁ ଏଥିରେ ପର୍ଯ୍ୟାପ୍ତ ପାଣି ନାହିଁ ବୋଲି ମୁଁ ଭାବୁଛି ଏବଂ ଆକାଶର ବହୁତ ମିଶିଯାଇଛି |
11:01 | ଉପରେ ଥିବା ଏହି ଗୋଟିଏ ପକ୍ଷୀକୁ ମୁଁ ହରାଇପାରିବି, କାରଣ ମୁଁ, ଇମେଜରେ ପକ୍ଷୀମାନଙ୍କ ସମୂହକୁ ରଖିବାକୁ ଚାହୁଁଛି |
11:09 | ଏବେ ମୁଁ ଏହାକୁ ତଳକୁ ଟାଣି ଆଣିବି, ଆଉ ମୁଁ ଭାବୁଛି ଏହା ଏବେ ଭଲ ଦେଖାଗଲା |
11:14 | ମୋ କାମ ଯାଞ୍ଚ କରିବାକୁ ମୁଁ, Rule of Thirds ସିଲେକ୍ଟ କରିବି |
11:19 | ମୋ ଆଖି ଏତେ ଖରାପ ନୁହଁ, କାରଣ ମୁଁ ଇମେଜକୁ 3ଟି ଭିନ୍ନ ଭାଗରେ ବିଭକ୍ତ କରିଦେଇଛି ଯଥା ପାଣି, ଗଛ ଓ ଆକାଶ |
11:30 | ଜାହାଜଟି, ଆଗ୍ରହର ଗୋଟିଏ ବିନ୍ଦୁ ଅଟେ |
11:34 | ପକ୍ଷୀମାନଙ୍କ ସମୂହ ଆଗ୍ରହର ଦ୍ୱିତୀୟ ବିନ୍ଦୁ ଅଟେ ଏବଂ ଏହି ଗୋଟିକ, ଇମେଜର 1/9ମ ବହୁତ ବଢ଼ିଆ ହୋଇଛି |
11:42 | ମୁଁ ଭାବୁଛି, ଏହା କାମ ଦେବ; ତେଣୁ ମୁଁ Crop କରିବାକୁ ଇମେଜରେ କ୍ଲିକ୍ କରିବି |
11:49 | ଇମେଜକୁ ବଡ଼ କରିବାକୁ, ଟାବ୍ ଓ Shift + Ctrl + E ଦାବନ୍ତୁ |
11:55 | ମୁଁ ଭାବୁଛି, ଇମେଜର କ୍ରପିଙ୍ଗ୍ ସହିତ ଆମେ ଖୁବ୍ ଭଲ ଭାବରେ ଆରମ୍ଭ କଲେ ଏବଂ ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଇମେଜ ସହିତ ଆଉ କ’ଣ କରିହେବ, ତାହା ମୁଁ ଦେଖାଇବି |
12:05 | ମୁଁ ବିଦାୟ ନେବା ପୂର୍ବରୁ, ମୋର ଇମେଜକୁ ସେଭ୍ କରିନେବ ଉଚିତ, ଯାହାକୁ ମୁଁ ବହୁତ ପୂର୍ବରୁ କରିଦେବାର ଥିଲା |
12:12 | ମୁଁ ଇମେଜକୁ Fog.xcf ଭାବରେ ସେଭ୍ କଲି ଏବଂ xcf ହେଉଛି GIMPର ନିଜସ୍ୱ ଫାଇଲ୍ ଫର୍ମାଟ୍ ଏକ୍ସଟେନ୍ସନ୍ ତଥା ଏଥିରେ Layers ଓ Undo ସୂଚନା ସହିତ ଆହୁରି ଅନେକ ସାହାଯ୍ୟକାରୀ ସୂଚନାମାନ ରହିଛି |
12:29 | ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. |
12:32 | info@meetthegimp.orgକୁ ମେଲ୍ କରି ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, କୁହନ୍ତୁ |
12:42 | ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ |
12:47 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |