GIMP/C2/Rotating-And-Cropping-An-Image/Oriya

From Script | Spoken-Tutorial
Jump to: navigation, search
Time Narration
00:22 GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:24 ମୁଁ ଏହି ଇମେଜକୁ ଏଡିଟ୍ କରିବା ପୂର୍ବରୁ, ଆପଣଙ୍କ ପ୍ରକୃତ ଫୋଟୋଗ୍ରାଫୀ ପାଇଁ RAW ବ୍ୟବହାର ବିଷୟରେ ମୁଁ ଆପଣଙ୍କୁ ସଂକ୍ଷିପ୍ତରେ କହିବାକୁ ଚାହୁଁଛି
00:33 ଯଦି ଏହି ଇମେଜକୁ JPEGରେ ଉଠାଇବା ଅଛି, ତେବେ ଏହାକୁ ଏନକୋଡ୍ କରିବା ପାଇଁ ମୋତେ ବ୍ରାଇଟନେସର 256 ଷ୍ଟେପ୍ସ ରଖିବାକୁ ହେବ
00:42 ଦେଖନ୍ତୁ, ଏହି ଫୋଟୋଟି ପାଖାପାଖି କଳା ଓ ଧଳା, ଟିକିଏ ନୀଳ ସବୁଜ ଟିଣ୍ଟ ଅଛି ଓ ମୌଳିକ ଭାବେ ଏହା କେବଳ ଧୂଷର ଅଟେ
00:52 ଏବଂ JPEG ସହିତ ଆପଣଙ୍କ ପାଖରେ ଧୂଷରର 256 ଭିନ୍ନ ଭାଲ୍ୟୁ ଅଛି
01:00 କଳା ପାଇଁ ଜିରୋ ଓ ଧଳା ପାଇଁ 255
01:05 ଆଉ ଏହି ଇମେଜରେ କୌଣସି ଧଳା ନାହିଁ, କେବଳ କିଛି କଳା ଅଛି
01:11 ତେଣୁ, ଏହି ରୂମ୍ ର କେବଳ ଏକ ଛୋଟ ଭାଗ ବ୍ୟବହୃତ ହୋଇଛି
01:16 କେତେ, ଏହାକୁ ମୁଁ ପରେ ଦେଖାଇବି
01:19 ମୁଁ ଏହି ଇମେଜକୁ RAWରେ ଉଠାଇଛି ଏବଂ ମୋ କ୍ୟାମେରା, RAW ଇମେଜଗୁଡ଼ିକୁ 12 ବିଟ୍ ଡେଟା ଫର୍ମାଟ୍ ରେ ଷ୍ଟୋର୍ କରେ
01:27 ଏହି ଇମେଜକୁ ମୁଁ, ଭାଲ୍ୟୁ ପ୍ରସାର କରିବା ପରେ RAW Converterରୁ ପ୍ରାପ୍ତ କରିଛି, ଆଉ ଏଠାରେ ମୋ ପାଖରେ, ଧୂଷର ରଙ୍ଗର 256 ଟି ଭିନ୍ନ ଭାଲ୍ୟୁଜ୍ ଅଛି ଏବଂ ମୁଁ ଏବେ ଇମେଜକୁ ଏଡିଟ୍ କରିବା ଆରମ୍ଭ କରିପାରିବି
01:42 ଏହି ଇମେଜରେ, ପ୍ରଥମ ଇମେଜ ତୁଳନାରେ ଅଧିକ ବିବରଣୀ ସେଭ୍ ହୋଇଛି
01:47 ମୋର ମନେପଡୁଛି ଯେ, ଏହା ହେଉଛି ପ୍ରଥମ ଇମେଜ୍ ଏବଂ ଏହାକୁ ମୁଁ କନଭର୍ସନ୍ ପରେ ପ୍ରାପ୍ତ କରିଛି
01:54 ଦ୍ୱିତୀୟ ଇମେଜଟି ପୋଷ୍ଟ ପ୍ରୋସେସିଙ୍ଗ୍ କରିବା ପାଇଁ ଏକ ଭଲ ଆଧାର ଅଟେ, ଯାହାର ପରିଣାମସ୍ୱରୂପ ଏପରି ଏକ ଚିତ୍ର ପ୍ରାପ୍ତ ହୁଏ, ଯାହା ବିଲକୁଲ ପ୍ରଥମ ଇମେଜ ପରି କିନ୍ତୁ ତା’ଠାରୁ ଭଲ ଦେଖାଯାଉଛି
02:06 ଏବେ ମୁଁ, ଏହି ଦୁଇଟି ଇମେଜକୁ GIMPରେ ଖୋଲିଛି ଚାଲନ୍ତୁ, ଏହି 2ଟି ଇମେଜର ହିଷ୍ଟୋଗ୍ରାମ୍ ଦେଖିବା
02:14 ଇମେଜ୍ ଡାୟଲଗ୍ ବକ୍ସରେ ହିଷ୍ଟୋଗ୍ରାମ୍ ଲୁକ୍କାୟିତ ଅଛି
02:17 ଇମେଜ ଡାୟଲଗ୍ ବକ୍ସରେ ପହଞ୍ଚିବା ପାଇଁ 3ଟି ଭିନ୍ନ ମାର୍ଗ ଅଛି, ପ୍ରଥମଟି ମାର୍ଗଟି Tool Barରେ ଅଛି
02:33 ଦ୍ୱିତୀୟ ଇମେଜ ପାଇଁ ଏଠାରେ Accecss the Image Menu ଉପରେ କ୍ଲିକ୍ କରି Dialogs ଉପରେ କ୍ଲିକ୍ କରିବାକୁ ହେବ
02:40 ଏବଂ ତୃତୀୟ ମାର୍ଗରେ ଆପଣ କେବଳ ଇମେଜ୍ ଉପରେ, ତା’ପରେ Dialog ଓ Histogram କ୍ଲିକ୍ କରିବେ
02:48 ଏହା ହେଉଛି ପ୍ରଥମ ଇମେଜର ହିଷ୍ଟୋଗ୍ରାମ୍
02:51 ଏହାକୁ ଟିକିଏ ବଡ଼ କରନ୍ତୁ ଏବଂ ଏଠାରେ ଆପଣ, ଇମେଜରେ ବିଭିନ୍ନ ରଙ୍ଗର ବିଭିନ୍ନ ପିକ୍ସେଲ୍ସର ବିତରଣ ଦେଖିପାରିବେ
02:59 ନମ୍ୱର୍ସ ଦ୍ୱାରା ପେଣ୍ଟଙ୍ଗ୍ ସହ ଡିଜିଟାଲ୍ ଇମେଜ୍ ସମାନ ଅଟେ
03:03 ଆପଣ ଯେତେବେଳେ ଇମେଜ ଉପରେ ଯୂମ୍ କରିବେ, ବହୁତ ଛୋଟ ଛୋଟ ଟାଇଲ୍ସ ଦେଖିପାରିବେ ଏବଂ ପ୍ରତ୍ୟେକ ଟାଇଲ୍ସରେ ବିଭିନ୍ନ ରଙ୍ଗ ରହିଥାଏ, ଯାହାକୁ Pixel କୁହାଯାଏ
03:14 ଆଉ ପ୍ରତ୍ୟେକ ରଙ୍ଗକୁ ଏକ ଭାଲ୍ୟୁ ଦ୍ୱାରା ପରିଭାଷିତ କରାଯାଇଛି ଏବଂ ମୁଁ, Color Picker ର ସାହାଯ୍ୟରେ ଏଠାରେ ଆପଣଙ୍କୁ ଏହିସବୁ ଭାଲ୍ୟୁ ଦେଖାଇପାରିବି
03:26 ମୁଁ ଯେତେବେଳେ Color Picker ବ୍ୟବହାର କରେ, ତେବେ ନାଲି, ସବୁଜ ଓ ନୀଳ ପାଇଁ ଭାଲ୍ୟୁଜ୍ ପ୍ରାପ୍ତ କରେ
03:32 ଏହି ଇମେଜରେ, ନାଲିର ଭାଲ୍ୟୁ, ସବୁଜ ଓ ନୀଳଠାରୁ ସାମାନ୍ୟ କମ୍ ଅଟେ
03:38 ସବୁଜ ଓ ନୀଳର ପାଖାପାଖି ଓ ବିଲକୁଲ ସମାନ ଭାଲ୍ୟୁ ଅଛି
03:43 ନମ୍ୱର୍ସ ଦ୍ୱାରା ପେଣ୍ଟିଙ୍ଗ୍ ହେଉଛି ଡିଜିଟାଲ୍ ଫୋଟୋଗ୍ରାଫୀ
03:46 ଏଠାରେ ଥିବା ଇମେଜରେ, ମୋ ପାଖରେ 0ରୁ 255 ନମ୍ୱର୍ସ ଅଛି ଏବଂ ଏଠାରେ ପୂରା ଗାଢ ଭାଗ ଅଛି, କିନ୍ତୁ ମୁଁ ଭାବୁନାହିଁ ଯେ, ଏହା ଶେଷ ଇମେଜରେ ପ୍ରଦର୍ଶିତ ହେବ
04:00 ମୁଁ ଭାବୁଛି, ଇମେଜର ପ୍ରକୃତ ଭାଗ ଏଠାରୁ, ପ୍ରାୟ 80ରୁ ଆରମ୍ଭ ହୋଇଛି ଏବଂ ଇମେଜର ଉଜ୍ଜ୍ୱଳ ଭାଗ ଏଠାରେ, ପ୍ରାୟ 200ରେ ଅଛି
04:10 ତେଣୁ, ଆମ ପାଖରେ 0ରୁ 255 ପର୍ଯ୍ୟନ୍ତ ‍ସ୍ଥାନ ଅଛି, କିନ୍ତୁ ଆମେ କେବଳ 120 ବ୍ୟବହାର କରିବା, ଯାହା ହେଉଛି, ଆମେ ବ୍ୟବହାର କରିପାରିବା ଡେଟାର ଅଧାରୁ ବି କମ୍
04:23 ଆଉ ସେଥିପାଇଁ, ଏଠାରେ ଇମେଜର ବହୁତ ସୂଚନା ହଜିଯାଏ
04:29 ଚାଲନ୍ତୁ, ଏବେ ଦ୍ୱିତୀୟ ଇମେଜର ହିଷ୍ଟୋଗ୍ରାମ୍ ଦେଖିବା
04:33 ଏଠାରେ ଦେଖନ୍ତୁ, ପ୍ରଥମ ଇମେଜ ତୁଳନାରେ ଏହି ହିଷ୍ଟୋଗ୍ରାମରେ ଅଧିକ ଡେଟା ଅଛି, କିନ୍ତୁ କର୍ବର ଗଠନ ସମାନ ଅଟେ
04:45 ଏହି ଦୁଇ ହିଷ୍ଟୋଗ୍ରାମ ତୁଳନା କରନ୍ତୁ
04:51 2ୟ ଇମେଜରେ ବିବରଣୀ ପ୍ରସାରିତ ହୋଇଛି, ଯେଉଁଥିରୁ ଯେଉଁ ସମସ୍ୟାର ମୁଁ ଏଠାରେ ସମାଧାନ କରିବି, ତାହା ହେଉଛି 1ମ ଇମେଜ ପରି 2ୟ ଇମେଜକୁ କମ୍ପ୍ରେସ୍ କରିବି
05:01 ମାତ୍ର ଏଥିରେ ଟିକିଏ ଅଧିକ ବିବରଣୀ ଏବଂ 1ମ ଇମେଜ୍ ପରି ଏଥିରେ ଆଉ ଟିକିଏ ଅଧିକ କଣ୍ଟ୍ରାଷ୍ଟ ରହିବା ଉଚିତ
05:11 ମୁଁ ଏହି ଇମେଜ ସହିତ କାମ ଆରମ୍ଭ କରିବା ପୂର୍ବରୁ, ଶେଷ ଟ୍ୟୁଟୋରିଆଲ୍ ରେକର୍ଡ କରିବା ସମୟରେ GIMP ଯୁଜର୍ ଇଣ୍ଟରଫେସ୍ ବିଷୟରେ ମୁଁ ଜାଣିବାକୁ ପାଇଥିବା ଗୋଟିଏ ଜିନିଷ ଆପଣଙ୍କୁ ଦେଖାଇବାକୁ ଚାହୁଁଛି
05:23 ଆପଣ ଯେତେବେଳେ ଇମେଜ୍ ୱିଣ୍ଡୋରେ ଟାବ୍ ଦାବିବେ, ଏଠାରେ ଥିବା Tool Box ଉଭାନ୍ ହୋଇଯିବ ଏବଂ ଇମେଜକୁ ଯେତେ ସମ୍ଭବ ବଡ଼ କରିବାରେ ସାହାଯ୍ୟ କରିବ ଏବଂ ମୁଁ, ମୋର ଆବଶ୍ୟକତା ଅନୁସାରେ Tool Boxକୁ ON ଓ OFF କରିପାରିବି
05:41 ଏଠାରେ ମୁଁ କ’ଣ କରୁଛି, ତାହାକୁ ମୁଁ ନିଜେ ଓ ଆପଣ ଭଲ ଭାବରେ ଦେଖିପାରିବେ
05:46 ଇମେଜଟିକୁ ଏଡିଟ୍ କରିବା ପୂର୍ବରୁ, ମୋତେ କିଛି ସେଟିଙ୍ଗ୍ସ ବଦଳାଇବାକୁ ପଡ଼ିବ
05:52 ତେଣୁ ମୁଁ File, Preferenceକୁ ଯିବି, ଆଉ ଏଠାରେ Windows Managementକୁ ଯାଇ ଏଠାରେ
06:03 Tool Box ପାଇଁ Keep Above ଓ Docks ପାଇଁ Keep Above ଅପ୍ସନ୍ ଚୟନ କରି ବଳକା ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦେବି
06:11 ମୁଁ OK ଦାବିବା ପରେ GIMP କାମ ପ୍ରଦର୍ଶିତ ହେବ
06:17 ମୁଁ, ଟୂଲ୍ ବକ୍ସରୁ ଟୂଲ୍ସ ସିଲେକ୍ଟ କରିପାରିବି ଏବଂ ସିଲେକ୍ଟ କରିଥିବା ଟୂଲ୍ ର ସମସ୍ତ ଅପ୍ସନ୍ସ ପ୍ରାପ୍ତ କରିପାରିବି
06:25 ମୁଁ ପୁଣିଥରେ ଇମେଜ ଉପରେ କ୍ଲିକ୍ କରି ଟୂଲ୍ ବକ୍ସକୁ ON ଓ OFF କରିବା ପାଇଁ ଟାବ୍ ବ୍ୟବହାର କରିପାରିବି
06:33 ଇମେଜଟି ଲେଭଲ୍ ହୋଇଛି କି ନାହିଁ, ତାହା ପ୍ରଥମେ ଦେଖିବା
06:37 ଏହି ଇମେଜରେ, ଏଠାରେ କୌଣସି ବିଶ୍ୱସ୍ତ ଲୋକ ଦ୍ୱାରା ପ୍ରସ୍ତୁତ ନିର୍ମଣା ନାହିଁ. ତେଣୁ, ଇମେଜଟି ସିଧା ଅଛି କି ନାହିଁ ଜାଣିବା ପାଇଁ ମୁଁ ଗ୍ରିଡ୍ ପଦ୍ଧତି ବ୍ୟବହାର କରିପାରିବି ନାହିଁ
06:47 ପାଣିର ଉପର ଭାଗ ଏକ ଉତ୍ତମ ସଂକେତ ଅଟେ
06:50 କିନ୍ତୁ, ଆମେ ଏଠାରେ ‍କ୍ଷିତିଜ ଦେଖିପାରୁନେ ଏବଂ ପାଣିର ଚମକ ମଧ୍ୟ ସାମାନ୍ୟ ଭ୍ରାମକ ଅଟେ
06:57 ଏହା, ଏଠାରେ, ‍କ୍ଷିତିଜ ନୁହେଁ, କେବଳ ନଦୀର ଗୋଟିଏ ବକ୍ର ଅଟେ
07:02 ତେଣୁ, ମୋ ପାଖରେ ପ୍ରକୃତ ସଂକେତ ନାହିଁ ଯେ, କେଉଁଠାରେ ରୂଲର୍ ସେଟ୍ କରି ‍କ୍ଷିତିଜ ଯାଞ୍ଚ କରିବି
07:08 ମୋତେ, ମୋ ଆଖି ଉପରେ ବିଶ୍ୱାସ କରିବାକୁ ପଡ଼ିବ, ଯାହାକୁ ମୁଁ ଭାବୁଛି, ଫୋଟୋଗ୍ରାଫୀରେ କିଛି କରିବାକୁ ଖରାପ ମାର୍ଗ ହେବନି
07:16 ଏବେ ମୁଁ, Rotate ଟୂଲ୍ ସିଲେକ୍ଟ କରିବି ଏବଂ Corrective Backward ବଦଳରେ Normal Forward ଚୟନ କରିବି ତଥା Image ଭାବରେ Preview ସେଟ୍ କରିବି, Grid ଭାବରେ ନୁହେଁ
07:30 ଠିକ୍ ଅଛି, ଇମେଜ୍ ଉପରେ କ୍ଲିକ୍ କରନ୍ତୁ
07:38 ଏଠାରେ, ମଝିରେ, Center of Rotation ନାମକ ଗୋଟିଏ ପଏଣ୍ଟ ଅଛି ଏବଂ ସେହି ପଏଣ୍ଟ ଚାରିପଟେ ଇମେଜଟି ବୁଲିବ
07:46 ଆଉ ଏଠାରେ ଥିବା ଡାୟଲଗ୍ ରେ ଆମେ Angle ସେଟ୍ କରିବା, ଯାହା ଉପରେ ଆମେ ଇମେଜକୁ ବୁଲାଇବାକୁ ଚାହୁଁଛେ
07:52 ଏଠାରେ, ମୋ ପାଖରେ ଗୋଟିଏ ସ୍ଲାଇଡର୍ ଅଛି, ଯାହା ରୋଟେଟ୍ କରିବାରେ ମୋତେ ସାହାଯ୍ୟ କରିବ, କିନ୍ତୁ ଆପଣ ଦେଖିପାରୁଛନ୍ତି ଯେ, ଏହାକୁ ସମ୍ଭାଳିବା କଷ୍ଟକର ଏବଂ ମୁଁ ଭାବୁନାହିଁ ଯେ, ମୋତେ ଇମେଜକୁ ଏତେ ଲୁଆଁଇବା ଦରକାର
08:05 ତେଣୁ, ଏଠାରେ ଜିରୋକୁ ଫେରିଯିବା ଏବଂ ଏବେ ମୁଁ, ଇମେଜକୁ ବୁଲାଇବା ପାଇଁ ଏଠାରେ ଷ୍ଟାଇଲ୍ କୁ ବ୍ୟବହାର କରିବି
08:14 ମୁଁ ଭାବୁଛି, ଇମେଜଟି ଡାହାଣକୁ ଟିକିଏ ଅଧିକ ଲୋଇଁଗଲା. ତେଣୁ, ମୋତେ ଇମେଜକୁ ବାମକୁ ବୁଲାଇବାକୁ ହେବ, ଯାହା ହେଉଛି Counter Clockwise, ଯେଉଁଥିରୁ ମୁଁ ଏଠାରେ ନେଗେଟିଭ୍ ଭାଲ୍ୟୁ ପାଇବି
08:29 ମୂଁ ସେପର୍ଯ୍ୟନ୍ତ Angleକୁ ବୁଲାଇ ଚାଲିଥିବି, ଯେପର୍ଯ୍ୟନ୍ତ ମୋତେ ସଠିକ୍ ଓ ସିଧା ଇମେଜ ନମିଳିଛି
08:36 ମୁଁ ଆଙ୍ଗଲ୍ କୁ -0.25°ରେ ସେଟ୍ କରିବି
08:43 ଏହି ୱିଣ୍ଡୋକୁ ଭିତରକୁ ଟାଣି ଆଣି Rotate ଉପରେ କ୍ଲିକ୍ କରନ୍ତୁ ଏବଂ ଏହି କାର୍ଯ୍ୟର ପରିଣାମ ପାଇଁ ଅପେକ୍ଷା କରନ୍ତୁ
08:50 ପରବର୍ତ୍ତୀ ପଦାଙ୍କ ହେଉଛି cropping
08:54 ଇମେଜରେ ମୁଁ ଜାହାଜ, ପାଣି ଓ ଏଠାରେ ପକ୍ଷୀଗୁଡ଼ିକୁ ରଖିବାକୁ ଚାହୁଁଛି
09:02 ଆଉ ମୁଁ ଇମେଜରେ, ଏଠାରେ ଥିବା ଏହି ଘାସ, ଏଠାରେ ଏହି ଭାଗ ରଖିବାକୁ ଚାହୁଁନି ଏବଂ ମୁଁ ପୂର୍ଣ୍ଣ ନିଶ୍ଚିତ ନୁହେଁ ଯେ, ମୋ ଇମେଜରେ ମୁଁ ନଦୀ କୂଳକୁ ରଖିବାକୁ ଚାହୁଁଛି କି ନାହିଁ
09:16 ଏବଂ ମୁଁ ଭାବୁଛି, ମୋତେ ଇମେଜର ଏହି ଭାଗକୁ Crop କରିବାକୁ ପଡ଼ିବ, କାରଣ ପରେ ମୁଁ ଇମେଜର ଗାଢ଼ ଭାଗକୁ ରଖିବାକୁ ଚାହିଁବି
09:24 ଯାହା ହେଉଛି ଏଠାରେ ଥିବା ପକ୍ଷୀ, ଜାହାଜ ଓ ତା’ପରେ ଗଛଗୁଡ଼ିକ, ଜାହାଜ ପଛରେ ଥିବା ପଠା ଓ ଶେଷରେ ପାଣି ଓ ଆକାଶ
09:35 ଆଉ ଇମେଜର ଏହି ଭାଗଟି ବହୁତ ଗାଢ଼ ଅଟେ
09:39 ମୁଁ ଇମେଜର ଏହି ଭାଗରେ ଯୂମ୍ କରିବାକୁ ଚାହୁଁଛି, ଯେହେତୁ ମୁଁ ନଦୀର ଯେତେ ସମ୍ଭବ ଭାଗକୁ ମିଶାଇବାକୁ ଚାହୁଁଛି, ହେଲେ କୂଳର ନୁହେଁ
09:49 ତେଣୁ ମୁଁ, ଏଠାରେ ଇମେଜର ଭାଗରେ ହଟ୍ କୀ Z ଦାବି ଯୂମ୍ କରିବି
10:00 ଏଠି ଆଉ ଗୋଟିଏ ପକ୍ଷୀ ଉଡୁଛି
10:02 ତେଣୁ, ମୁଁ ବାମପଟକୁ ଯିବି ଏବଂ କୂଳ ପାଖରେ ରୂଲର୍ କୁ ରଖି, ତାକୁ ସେଠାରେ ଛାଡ଼ିଦେବି
10:09 Shift + Ctrl + E ଦାବିଲେ, ତାହା ମୋତେ ଇମେଜ୍ କୁ ଫେରାଇଆଣିବ
10:15 ଏବେ ମୋତେ Crop Tool ଓ ସେଥିରେ ଥିବା କିଛି ଅପ୍ସନ୍ସ ସିଲେକ୍ଟ କରିବାକୁ ହେବ
10:20 ମୋତେ Fixed Aspect Ratio 2:1 ଦରକାର
10:29 ଆଉ Previewରେ, ଟିକିଏ ସାହାଯ୍ୟ ପାଇଁ Rule of Thirds ସେଟ୍ କରିବି, ଯାହା ମୋତେ କିଛି ସାହାଯ୍ୟକାରୀ ଲାଇନ୍ସ ପ୍ରଦାନ କରିବ
10:37 କ’ଣ ସବୁ ଏଠାରେ ମିଶିଲା, ତାହା ମୁଁ ଦେଖିବି
10:41 ପକ୍ଷୀମାନଙ୍କର ଏକ ସମୂହ ଓ ଗୋଟିଏ ପକ୍ଷୀ ଏଠାରେ ଦେଖାଦେଲା
10:47 ଏବେ ଆପଣ ରୂଲର୍ସକୁ କାଢ଼ିଦେଇପାରିବେ
10:51 ଇମେଜର ତଳେ, ପାଣି ଅଛି, କିନ୍ତୁ ଏଥିରେ ପର୍ଯ୍ୟାପ୍ତ ପାଣି ନାହିଁ ବୋଲି ମୁଁ ଭାବୁଛି ଏବଂ ଆକାଶର ବହୁତ ମିଶିଯାଇଛି
11:01 ଉପରେ ଥିବା ଏହି ଗୋଟିଏ ପକ୍ଷୀକୁ ମୁଁ ହରାଇପାରିବି, କାରଣ ମୁଁ, ଇମେଜରେ ପକ୍ଷୀମାନଙ୍କ ସମୂହକୁ ରଖିବାକୁ ଚାହୁଁଛି
11:09 ଏବେ ମୁଁ ଏହାକୁ ତଳକୁ ଟାଣି ଆଣିବି, ଆଉ ମୁଁ ଭାବୁଛି ଏହା ଏବେ ଭଲ ଦେଖାଗଲା
11:14 ମୋ କାମ ଯାଞ୍ଚ କରିବାକୁ ମୁଁ, Rule of Thirds ସିଲେକ୍ଟ କରିବି
11:19 ମୋ ଆଖି ଏତେ ଖରାପ ନୁହଁ, କାରଣ ମୁଁ ଇମେଜକୁ 3ଟି ଭିନ୍ନ ଭାଗରେ ବିଭକ୍ତ କରିଦେଇଛି ଯଥା ପାଣି, ଗଛ ଓ ଆକାଶ
11:30 ଜାହାଜଟି, ଆଗ୍ରହର ଗୋଟିଏ ବିନ୍ଦୁ ଅଟେ
11:34 ପକ୍ଷୀମାନଙ୍କ ସମୂହ ଆଗ୍ରହର ଦ୍ୱିତୀୟ ବିନ୍ଦୁ ଅଟେ ଏବଂ ଏହି ଗୋଟିକ, ଇମେଜର 1/9ମ ବହୁତ ବଢ଼ିଆ ହୋଇଛି
11:42 ମୁଁ ଭାବୁଛି, ଏହା କାମ ଦେବ; ତେଣୁ ମୁଁ Crop କରିବାକୁ ଇମେଜରେ କ୍ଲିକ୍ କରିବି
11:49 ଇମେଜକୁ ବଡ଼ କରିବାକୁ, ଟାବ୍ ଓ Shift + Ctrl + E ଦାବନ୍ତୁ
11:55 ମୁଁ ଭାବୁଛି, ଇମେଜର କ୍ରପିଙ୍ଗ୍ ସହିତ ଆମେ ଖୁବ୍ ଭଲ ଭାବରେ ଆରମ୍ଭ କଲେ ଏବଂ ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଇମେଜ ସହିତ ଆଉ କ’ଣ କରିହେବ, ତାହା ମୁଁ ଦେଖାଇବି
12:05 ମୁଁ ବିଦାୟ ନେବା ପୂର୍ବରୁ, ମୋର ଇମେଜକୁ ସେଭ୍ କରିନେବ ଉଚିତ, ଯାହାକୁ ମୁଁ ବହୁତ ପୂର୍ବରୁ କରିଦେବାର ଥିଲା
12:12 ମୁଁ ଇମେଜକୁ Fog.xcf ଭାବରେ ସେଭ୍ କଲି ଏବଂ xcf ହେଉଛି GIMPର ନିଜସ୍ୱ ଫାଇଲ୍ ଫର୍ମାଟ୍ ଏକ୍ସଟେନ୍ସନ୍ ତଥା ଏଥିରେ Layers ଓ Undo ସୂଚନା ସହିତ ଆହୁରି ଅନେକ ସାହାଯ୍ୟକାରୀ ସୂଚନାମାନ ରହିଛି
12:29 ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି.
12:32 info@meetthegimp.orgକୁ ମେଲ୍ କରି ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, କୁହନ୍ତୁ
12:42 ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
12:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep