Drupal/C2/Displaying-Contents-using-Views/Oriya
From Script | Spoken-Tutorial
Revision as of 12:24, 4 April 2017 by PoojaMoolya (Talk | contribs)
Time | Narration |
00:01 | Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:31 | ପ୍ରଥମେ ଆମେ Views ବିଷୟରେ ଶିଖିବା. ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି - |
00:43 | Table, List, Gallery ଆଦି |
00:49 | ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ. Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ |
01:04 | ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି: 1905 ପୂର୍ବରୁ ପ୍ରକାଶିତ M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ |
01:19 | 100ରୁ ଅଧିକ ପୃଷ୍ଠା ଥିବା ବହି ଓ ନାଲି କଭର୍ ବିଶିଷ୍ଟ |
01:25 | ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ. କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ |
01:34 | ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି. Viewsର Workflow ହେଉଛି - ଆପଣଙ୍କର Display ଚୟନ କରନ୍ତୁ ଆପଣଙ୍କର Format ସେଟ୍ କରନ୍ତୁ |
01:45 | ଆପଣଙ୍କ Fieldsର ଅନୁମାନ କରନ୍ତୁ ଗୋଟିଏ Filter ଲାଗୁ କରନ୍ତୁ ଓ ପରିଣାମକୁ Sort କରନ୍ତୁ |
01:53 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
01:58 | ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା |
02:04 | Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ |
02:09 | Drupalରେ ଅନେକ Built-in Views ଅଛି. ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ |
02:20 | Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ |
02:37 | ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା |
02:44 | ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା. ଏହା, ଆମର Events Content Type ପାଇଁ ଏକ Landing Page ହେବ |
02:54 | Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ |
03:02 | କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ |
03:11 | Create a Page କ୍ଲିକ୍ କରନ୍ତୁ. Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ |
03:20 | ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ |
03:26 | Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ |
03:35 | ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ |
03:41 | Save and Editରେ କ୍ଲିକ୍ କରନ୍ତୁ. ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ |
03:51 | ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List |
03:59 | ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ |
04:05 | FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ |
04:16 | ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା |
04:21 | ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ. ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା |
04:28 | ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ. Back to Site ଉପରେ କ୍ଲିକ୍ କରନ୍ତୁ. |
04:35 | ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି |
04:44 | ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି |
04:50 | ଆମ ପାଖରେ Event Website ଓ Event Date ଅଛି |
04:55 | ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା |
05:04 | ଏତିକି! ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍ |
05:09 | Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା |
05:19 | ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ |
05:31 | ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ |
05:36 | Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ |
05:41 | ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା. ଏବେ, Add New View ଉପରେ କ୍ଲିକ୍ କରନ୍ତୁ |
05:53 | View Nameରେ ଟାଇପ୍ କରନ୍ତୁ: Recent Events Added. ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ |
06:04 | ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ |
06:09 | Create a Block ଚୟନ କରନ୍ତୁ. Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ |
06:18 | Block Titleରେ ଟାଇପ୍ କରନ୍ତୁ: "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା |
06:28 | Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ. Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା |
06:40 | Use a Pager ଚେକ୍ କରନ୍ତୁ ନାହିଁ. ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା |
06:53 | Save and Editରେ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁକୁ ଦେଖନ୍ତୁ. ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ |
07:05 | ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି. Format ହେଉଛି ଏକ Unformatted List. Fieldଗୁଡ଼ିକ ହେଉଛି Title Fields |
07:16 | ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events |
07:24 | Save ଉପରେ କ୍ଲିକ୍ କରନ୍ତୁ. ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ |
07:33 | Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. Sidebar First Regionରେ Blockକୁ ରଖନ୍ତୁ |
07:43 | Place Block ଉପରେ କ୍ଲିକ୍ କରନ୍ତୁ. ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା. Place Block ଉପରେ କ୍ଲିକ୍ କରନ୍ତୁ. |
07:54 | ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା. ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ. ଆମେ, ପରେ ତାକୁ ଏଡିଟ୍ କରିବା |
08:06 | ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ. Save Blocks କ୍ଲିକ୍ କରନ୍ତୁ |
08:13 | Back to Site କ୍ଲିକ୍ କରନ୍ତୁ. ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ |
08:24 | ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ. ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ |
08:33 | ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ |
08:42 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:46 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View |
09:01 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
09:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
09:42 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |