Drupal/C2/Displaying-Contents-using-Views/Oriya
From Script | Spoken-Tutorial
| Time | Narration |
| 00:01 | Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View |
| 00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:31 | ପ୍ରଥମେ ଆମେ Views ବିଷୟରେ ଶିଖିବା. ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି - |
| 00:43 | Table, List, Gallery ଆଦି |
| 00:49 | ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ. Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ |
| 01:04 | ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି: 1905 ପୂର୍ବରୁ ପ୍ରକାଶିତ M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ |
| 01:19 | 100ରୁ ଅଧିକ ପୃଷ୍ଠା ଥିବା ବହି ଓ ନାଲି କଭର୍ ବିଶିଷ୍ଟ |
| 01:25 | ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ. କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ |
| 01:34 | ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି. Viewsର Workflow ହେଉଛି - ଆପଣଙ୍କର Display ଚୟନ କରନ୍ତୁ ଆପଣଙ୍କର Format ସେଟ୍ କରନ୍ତୁ |
| 01:45 | ଆପଣଙ୍କ Fieldsର ଅନୁମାନ କରନ୍ତୁ ଗୋଟିଏ Filter ଲାଗୁ କରନ୍ତୁ ଓ ପରିଣାମକୁ Sort କରନ୍ତୁ |
| 01:53 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
| 01:58 | ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା |
| 02:04 | Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ |
| 02:09 | Drupalରେ ଅନେକ Built-in Views ଅଛି. ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ |
| 02:20 | Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ |
| 02:37 | ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା |
| 02:44 | ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା. ଏହା, ଆମର Events Content Type ପାଇଁ ଏକ Landing Page ହେବ |
| 02:54 | Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ |
| 03:02 | କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ |
| 03:11 | Create a Page କ୍ଲିକ୍ କରନ୍ତୁ. Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ |
| 03:20 | ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ |
| 03:26 | Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ |
| 03:35 | ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ |
| 03:41 | Save and Editରେ କ୍ଲିକ୍ କରନ୍ତୁ. ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ |
| 03:51 | ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List |
| 03:59 | ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ |
| 04:05 | FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ |
| 04:16 | ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା |
| 04:21 | ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ. ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା |
| 04:28 | ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ. Back to Site ଉପରେ କ୍ଲିକ୍ କରନ୍ତୁ. |
| 04:35 | ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି |
| 04:44 | ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି |
| 04:50 | ଆମ ପାଖରେ Event Website ଓ Event Date ଅଛି |
| 04:55 | ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା |
| 05:04 | ଏତିକି! ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍ |
| 05:09 | Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା |
| 05:19 | ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ |
| 05:31 | ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ |
| 05:36 | Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ |
| 05:41 | ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା. ଏବେ, Add New View ଉପରେ କ୍ଲିକ୍ କରନ୍ତୁ |
| 05:53 | View Nameରେ ଟାଇପ୍ କରନ୍ତୁ: Recent Events Added. ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ |
| 06:04 | ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ |
| 06:09 | Create a Block ଚୟନ କରନ୍ତୁ. Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ |
| 06:18 | Block Titleରେ ଟାଇପ୍ କରନ୍ତୁ: "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା |
| 06:28 | Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ. Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା |
| 06:40 | Use a Pager ଚେକ୍ କରନ୍ତୁ ନାହିଁ. ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା |
| 06:53 | Save and Editରେ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁକୁ ଦେଖନ୍ତୁ. ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ |
| 07:05 | ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି. Format ହେଉଛି ଏକ Unformatted List. Fieldଗୁଡ଼ିକ ହେଉଛି Title Fields |
| 07:16 | ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events |
| 07:24 | Save ଉପରେ କ୍ଲିକ୍ କରନ୍ତୁ. ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ |
| 07:33 | Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. Sidebar First Regionରେ Blockକୁ ରଖନ୍ତୁ |
| 07:43 | Place Block ଉପରେ କ୍ଲିକ୍ କରନ୍ତୁ. ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା. Place Block ଉପରେ କ୍ଲିକ୍ କରନ୍ତୁ. |
| 07:54 | ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା. ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ. ଆମେ, ପରେ ତାକୁ ଏଡିଟ୍ କରିବା |
| 08:06 | ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ. Save Blocks କ୍ଲିକ୍ କରନ୍ତୁ |
| 08:13 | Back to Site କ୍ଲିକ୍ କରନ୍ତୁ. ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ |
| 08:24 | ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ. ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ |
| 08:33 | ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ |
| 08:42 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 08:46 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View |
| 09:01 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 09:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 09:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
| 09:42 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |