C-and-Cpp/C4/Understanding-Pointers/Oriya
From Script | Spoken-Tutorial
Revision as of 17:27, 3 April 2017 by PoojaMoolya (Talk | contribs)
Time | Narration |
00:01 | “C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:08 | ପଏଣ୍ଟର୍ସ |
00:10 | ପଏଣ୍ଟର୍ସ କ୍ରିଏଟ୍ କରିବା |
00:12 | ଏବଂ ପଏଣ୍ଟର୍ସ ଉପରେ କାର୍ଯ୍ୟମାନ |
00:14 | ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା |
00:18 | ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଙ୍ଗ୍ ସିଷ୍ଟମ୍” ଭର୍ସନ୍ ୧୧.୧୦ |
00:25 | gcc ଏବଂ g++ କମ୍ପାଇଲର୍ ଭର୍ସନ୍ ୪.୬.୧ |
00:31 | ଆସନ୍ତୁ ପଏଣ୍ଟର୍ସର ପରିଚୟରୁ ଆରମ୍ଭ କରିବା |
00:34 | ପଏଣ୍ଟର୍ସ ମେମୋରୀରେ ସ୍ଥାନ ଇଙ୍ଗିତ କରେ |
00:38 | ପଏଣ୍ଟର୍ସ ମେମୋରୀ ଆଡ୍ରେସ ଷ୍ଟୋର କରେ |
00:41 | ସେହି ଆଡ୍ରେସରେ ଷ୍ଟୋର ଥିବା ଭାଲ୍ୟୁ ମଧ୍ୟ ଦିଏ |
00:45 | ଏବେ, ପଏଣ୍ଟର୍ସ ଉପରେ ଏକ ଉଦାହରଣ ଦେଖିବା |
00:48 | ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି pointers_demo.c |
00:54 | ଏବେ କୋଡ ଦେଖିବା |
00:56 | stdio.h ହେଉଛି ଆମର ହେଡର୍ ଫାଇଲ୍ |
01:00 | ଏହା ହେଉଛି ଆମର main() ଫଙ୍କସନ୍ |
01:03 | ଆମ ପାଖରେ ଭାଲ୍ୟୁ 10 ସହିତ long integer num ଅଛି |
01:09 | ଏହାପରେ ଆମେ ଏକ ptr ପଏଣ୍ଟର ଘୋଷିତ କରୁ |
01:12 | ଗୋଟିଏ ପଏଣ୍ଟର୍ ଘୋଷିତ କରିବାକୁ ଆଷ୍ଟେରିସ୍କ ଚିହ୍ନ ବ୍ୟବହୃତ ହୁଏ |
01:16 | ଏହି ପଏଣ୍ଟର୍ long int ଟାଇପ୍କୁ ସୂଚିତ କରିପାରେ |
01:20 | 'printf' ଷ୍ଟେଟମେଣ୍ଟରେ, ଭେରିଏବଲ୍ ର ମେମୋରୀ ଆଡ୍ରେସ ରିଟ୍ରାଇଭ କରିବା ପାଇଁ ଆମ୍ପର୍ସେଣ୍ଡ ବ୍ୟବହୃତ ହୁଏ |
01:28 | ତେଣୁ, ଆମ୍ପର୍ସେଣ୍ଡ num (&num), numର ମେମୋରୀ ଆଡ୍ରେସ ଦେବ |
01:33 | ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ ନମ୍ ର ଆଡ୍ରେସ୍ ପ୍ରିଣ୍ଟ୍ କରିବ |
01:37 | ଏହିଠାରେ, “num”ର ଆଡ୍ରେସକୁ ptr ଷ୍ଟୋର୍ କରେ |
01:41 | ଏହି ଷ୍ଟେଟମେଣ୍ଟ ptr ର ଆଡ୍ରେସ ପ୍ରିଣ୍ଟ୍ କରିବ |
01:45 | sizeof() ଫଙ୍କସନ୍ ptrର ସାଇଜ ଦେବ |
01:49 | ଏହା ptrର ଭାଲ୍ୟୁ ଦେବ |
01:51 | ତାହା ହେଉଛି numର ମେମୋରୀ ଆଡ୍ରେସ |
01:54 | ଏବଂ ଏଠାରେ asterisk ptr ଆଡ୍ରେସରେ ଭାଲ୍ୟୁ ଦେବ |
01:59 | ତେଣୁ, ଆଷ୍ଟେରିସ୍କ ବ୍ୟବହାରରେ ମେମୋରୀ ଆଡ୍ରେସ ମିଳିବ ନାହିଁ |
02:03 | ବରଂ ଏହା ଭାଲ୍ୟୁ ଦେବ |
02:06 | long int ପାଇଁ %ld ହେଉଛି ଏକ ଫର୍ମାଟ୍ ସ୍ପେସିଫାୟର |
02:10 | ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ୍ କରିବା |
02:13 | କୀ’ବୋର୍ଡରେ ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ |
02:21 | କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ pointers ଅଣ୍ଡର୍ସ୍କୋର୍ demo ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ point ଟାଇପ୍ କରନ୍ତୁ |
02:32 | “ଏଣ୍ଟର” ଦାବନ୍ତୁ |
02:34 | ଡଟ୍ ସ୍ଲାଶ୍ point ଟାଇପ୍ କରି “ଏଣ୍ଟର” ଦାବନ୍ତୁ |
02:39 | ଆଉଟପୁଟ ପ୍ରଦର୍ଶିତ ହେବ |
02:42 | num ଆଡ୍ରେସ ଏବଂ ptr ଭାଲ୍ୟୁ ସମାନ ଥିବାର ଆମେ ଦେଖିପାରିବା |
02:48 | ଯେଉଁଠାରେକି num ଏବଂ ptrର ମେମୋରୀ ଆଡ୍ରେସ ଅଲଗା |
02:53 | ପଏଣ୍ଟର୍ ସାଇଜ ହେଉଛି 8 bytes |
02:57 | ଏବଂ ptr ଦ୍ୱାରା ସୂଚିତ ଭାଲ୍ୟୁ ମଧ୍ୟ ୧୦ ଅଟେ, ଯାହା numକୁ ଦିଆଯାଇଛି |
03:03 | ଏବେ ସମାନ ପ୍ରୋଗ୍ରାମକୁ C++ ରେ ଦେଖିବା |
03:07 | ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି pointer underscore demo.cpp |
03:13 | ଏଠାରେ ଆମେ କିଛିଟା ପରିବର୍ତ୍ତନ କରିଛୁ, ଯେମିତି iostream ଭାବେ ହେଡର୍ ଫାଇଲ୍ |
03:19 | ଏହାପରେ ଆମେ std namespace ବ୍ୟବହାର କରୁଛୁ |
03:23 | ଏବଂ ଏଠାରେ ଆମର printf() ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ଅଛି |
03:28 | ବାକି ସବୁ ଜିନିଷ ସମାନ |
03:30 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲକୁ ଫେରିଯିବା |
03:34 | କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ pointers_demo.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ point1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:50 | ଡଟ୍ ସ୍ଲାଶ୍ point1 ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ |
03:55 | ଦେଖନ୍ତୁ, C ପ୍ରୋଗ୍ରାମ ଭଳି ଏହି ଆଉଟପୁଟ୍ ସମାନ ଅଟେ |
04:00 | ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
04:03 | ସ୍ଲାଇଡକୁ ଫେରିଯିବା |
04:05 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ, ଆମେ ଶିଖିଲେ: |
04:08 | ପଏଣ୍ଟର ବିଷୟରେ |
04:10 | ପଏଣ୍ଟର କ୍ରିଏଟ୍ କରିବା |
04:12 | ଏବଂ ଏକ ପଏଣ୍ଟରର କାର୍ଯ୍ୟ |
04:14 | ଏକ ଆସାଇନମେଣ୍ଟ ଭାବେ, ଗୋଟିଏ C ଏବଂ C++ ପ୍ରୋଗ୍ରାମ୍ ଲେଖନ୍ତୁ |
04:18 | ଭେରିଏବଲ୍ ଏବଂ ପଏଣ୍ଟର୍ ଘୋଷଣା କରିବା ପାଇଁ |
04:21 | ପଏଣ୍ଟରରେ ଭେରିଏବଲ୍ ଆଡ୍ରେସ ଷ୍ଟୋର କରନ୍ତୁ |
04:24 | ଏବଂ ପଏଣ୍ଟରର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ |
04:27 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
04:30 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
04:33 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
04:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
04:39 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
04:43 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
04:47 | ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
04:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
04:58 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:06 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
05:10 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
05:14 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |