C-and-Cpp/C4/Understanding-Pointers/Oriya

From Script | Spoken-Tutorial
Jump to: navigation, search
Time Narration
00:01 “C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:08 ପଏଣ୍ଟର୍ସ
00:10 ପଏଣ୍ଟର୍ସ କ୍ରିଏଟ୍‍ କରିବା
00:12 ଏବଂ ପଏଣ୍ଟର୍ସ ଉପରେ କାର୍ଯ୍ୟମାନ
00:14 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:18 ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍ ୧୧.୧୦
00:25 gcc ଏବଂ g++ କମ୍ପାଇଲର୍ ଭର୍ସନ୍ ୪.୬.୧
00:31 ଆସନ୍ତୁ ପଏଣ୍ଟର୍ସର ପରିଚୟରୁ ଆରମ୍ଭ କରିବା
00:34 ପଏଣ୍ଟର୍ସ ମେମୋରୀରେ ସ୍ଥାନ ଇଙ୍ଗିତ କରେ
00:38 ପଏଣ୍ଟର୍ସ ମେମୋରୀ ଆଡ୍ରେସ ଷ୍ଟୋର କରେ
00:41 ସେହି ଆଡ୍ରେସରେ ଷ୍ଟୋର ଥିବା ଭାଲ୍ୟୁ ମଧ୍ୟ ଦିଏ
00:45 ଏବେ, ପଏଣ୍ଟର୍ସ ଉପରେ ଏକ ଉଦାହରଣ ଦେଖିବା
00:48 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି pointers_demo.c
00:54 ଏବେ କୋଡ ଦେଖିବା
00:56 stdio.h ହେଉଛି ଆମର ହେଡର୍ ଫାଇଲ୍
01:00 ଏହା ହେଉଛି ଆମର main() ଫଙ୍କସନ୍
01:03 ଆମ ପାଖରେ ଭାଲ୍ୟୁ 10 ସହିତ long integer num ଅଛି
01:09 ଏହାପରେ ଆମେ ଏକ ptr ପଏଣ୍ଟର ଘୋଷିତ କରୁ
01:12 ଗୋଟିଏ ପଏଣ୍ଟର୍ ଘୋଷିତ କରିବାକୁ ଆଷ୍ଟେରିସ୍କ ଚିହ୍ନ ବ୍ୟବହୃତ ହୁଏ
01:16 ଏହି ପଏଣ୍ଟର୍ long int ଟାଇପ୍କୁ ସୂଚିତ କରିପାରେ
01:20 'printf' ଷ୍ଟେଟମେଣ୍ଟରେ, ଭେରିଏବଲ୍ ର ମେମୋରୀ ଆଡ୍ରେସ ରିଟ୍ରାଇଭ କରିବା ପାଇଁ ଆମ୍ପର୍ସେଣ୍ଡ ବ୍ୟବହୃତ ହୁଏ
01:28 ତେଣୁ, ଆମ୍ପର୍ସେଣ୍ଡ num (&num), numର ମେମୋରୀ ଆଡ୍ରେସ ଦେବ
01:33 ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ ନମ୍ ର ଆଡ୍ରେସ୍ ପ୍ରିଣ୍ଟ୍ କରିବ
01:37 ଏହିଠାରେ, “num”ର ଆଡ୍ରେସକୁ ptr ଷ୍ଟୋର୍ କରେ
01:41 ଏହି ଷ୍ଟେଟମେଣ୍ଟ ptr ର ଆଡ୍ରେସ ପ୍ରିଣ୍ଟ୍ କରିବ
01:45 sizeof() ଫଙ୍କସନ୍ ptrର ସାଇଜ ଦେବ
01:49 ଏହା ptrର ଭାଲ୍ୟୁ ଦେବ
01:51 ତାହା ହେଉଛି numର ମେମୋରୀ ଆଡ୍ରେସ
01:54 ଏବଂ ଏଠାରେ asterisk ptr ଆଡ୍ରେସରେ ଭାଲ୍ୟୁ ଦେବ
01:59 ତେଣୁ, ଆଷ୍ଟେରିସ୍କ ବ୍ୟବହାରରେ ମେମୋରୀ ଆଡ୍ରେସ ମିଳିବ ନାହିଁ
02:03 ବରଂ ଏହା ଭାଲ୍ୟୁ ଦେବ
02:06 long int ପାଇଁ %ld ହେଉଛି ଏକ ଫର୍ମାଟ୍ ସ୍ପେସିଫାୟର
02:10 ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ୍ କରିବା
02:13 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ
02:21 କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ pointers ଅଣ୍ଡର୍ସ୍କୋର୍ demo ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ point ଟାଇପ୍ କରନ୍ତୁ
02:32 “ଏଣ୍ଟର” ଦାବନ୍ତୁ
02:34 ଡଟ୍ ସ୍ଲାଶ୍ point ଟାଇପ୍ କରି “ଏଣ୍ଟର” ଦାବନ୍ତୁ
02:39 ଆଉଟପୁଟ ପ୍ରଦର୍ଶିତ ହେବ
02:42 num ଆଡ୍ରେସ ଏବଂ ptr ଭାଲ୍ୟୁ ସମାନ ଥିବାର ଆମେ ଦେଖିପାରିବା
02:48 ଯେଉଁଠାରେକି num ଏବଂ ptrର ମେମୋରୀ ଆଡ୍ରେସ ଅଲଗା
02:53 ପଏଣ୍ଟର୍ ସାଇଜ ହେଉଛି 8 bytes
02:57 ଏବଂ ptr ଦ୍ୱାରା ସୂଚିତ ଭାଲ୍ୟୁ ମଧ୍ୟ ୧୦ ଅଟେ, ଯାହା numକୁ ଦିଆଯାଇଛି
03:03 ଏବେ ସମାନ ପ୍ରୋଗ୍ରାମକୁ C++ ରେ ଦେଖିବା
03:07 ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି pointer underscore demo.cpp
03:13 ଏଠାରେ ଆମେ କିଛିଟା ପରିବର୍ତ୍ତନ କରିଛୁ, ଯେମିତି iostream ଭାବେ ହେଡର୍ ଫାଇଲ୍
03:19 ଏହାପରେ ଆମେ std namespace ବ୍ୟବହାର କରୁଛୁ
03:23 ଏବଂ ଏଠାରେ ଆମର printf() ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ଅଛି
03:28 ବାକି ସବୁ ଜିନିଷ ସମାନ
03:30 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲକୁ ଫେରିଯିବା
03:34 କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ pointers_demo.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ point1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
03:50 ଡଟ୍ ସ୍ଲାଶ୍ point1 ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
03:55 ଦେଖନ୍ତୁ, C ପ୍ରୋଗ୍ରାମ ଭଳି ଏହି ଆଉଟପୁଟ୍ ସମାନ ଅଟେ
04:00 ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04:03 ସ୍ଲାଇଡକୁ ଫେରିଯିବା
04:05 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ, ଆମେ ଶିଖିଲେ:
04:08 ପଏଣ୍ଟର ବିଷୟରେ
04:10 ପଏଣ୍ଟର କ୍ରିଏଟ୍‍ କରିବା
04:12 ଏବଂ ଏକ ପଏଣ୍ଟରର କାର୍ଯ୍ୟ
04:14 ଏକ ଆସାଇନମେଣ୍ଟ ଭାବେ, ଗୋଟିଏ C ଏବଂ C++ ପ୍ରୋଗ୍ରାମ୍ ଲେଖନ୍ତୁ
04:18 ଭେରିଏବଲ୍ ଏବଂ ପଏଣ୍ଟର୍ ଘୋଷଣା କରିବା ପାଇଁ
04:21 ପଏଣ୍ଟରରେ ଭେରିଏବଲ୍ ଆଡ୍ରେସ ଷ୍ଟୋର କରନ୍ତୁ
04:24 ଏବଂ ପଏଣ୍ଟରର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ
04:27 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
04:30 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
04:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
04:39 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
04:43 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
04:47 ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
04:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
04:58 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
05:06 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
05:10 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
05:14 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep