Drupal/C2/User-group-and-Entity-Reference/Oriya
From Script | Spoken-Tutorial
|
|
00:01 | User Group and Entity Reference ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
|
00:11 | * User Group fields ଆଡ୍ କରିବା ଏବଂ
|
00:18 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି:
|
00:27 | ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ |
00:32 | ପୂର୍ବ ଟ୍ୟୁଟୋରିଆଲରେ କ୍ରିଏଟ କରିଥିବା Events Content type ମନେପକାନ୍ତୁ |
00:38 | ଏଠାରେ ପ୍ରଦର୍ଶିତ ପ୍ରଥମ ପାଞ୍ଚଟି fields କ୍ରିଏଟ କରାଯାଇଛି |
00:42 | Event Sponsor field କ୍ରିଏଟ କରିବା ପାଇଁ, User Groups Content type କ୍ରିଏଟ କରିବା ଆବଶ୍ୟକ |
00:48 | User Groups ହେଉଛନ୍ତି ଜନଗୋଷ୍ଠୀ, ଯେଉଁମାନେ ଏକତ୍ର ହୋଇ କିଛି କାର୍ଯ୍ୟକ୍ରମ ଆୟୋଜନ କରନ୍ତି |
00:54 | ଉଦାହରଣ ସ୍ୱରୁପ- Cincinnati User group, Drupal Mumbai group, Bangalore Drupal group ଇତ୍ୟାଦି |
01:03 | ପ୍ରଥମେ କାଗଜ ଉପରେ User Groups ଆଙ୍କନ୍ତୁ |
01:07 | ଗୋଟିଏ ଗ୍ରୁପ୍ ର ଏକ ୱେବ୍ସାଇଟ ରେ, ଜଣେ contact person, ସେମାନଙ୍କ ଇମେଲ ଏବଂ ସେମାନଙ୍କ ଅନୁଭୂତି ସ୍ତର ଥାଇପାରେ |
01:15 | URL ଏବଂ Email ପାଇଁ Drupal ର ଡିଫଲ୍ଟ fields ରହିଛି, ତେଣୁ ଏହି field types ଚୟନ କରନ୍ତୁ |
01:23 | ଜଣେ ବ୍ୟକ୍ତିଙ୍କ ନାମ ଏକ Name field ଦ୍ୱାରା କ୍ୟାପ୍ଚର ହୋଇପାରିବ, କିନ୍ତୁ ଏବେ Text (plain) ବ୍ୟବହାର କରିବା |
01:31 | "Beginner, Intermediate" କିମ୍ବା "Advanced" ମଧ୍ୟରୁ ଗୋଟିଏ User experience levels ହୋଇପାରିବ |
01:39 | ଏହାକୁ ଲାଗୁ କରିବା ପାଇଁ ଏକ "List (text)" Field Type ଚୟନ କରନ୍ତୁ |
01:45 | ଏଠାରେ ଥିବା ଶେଷ field ହେଉଛି ଏହି ଗ୍ରୁପ୍ ଦ୍ୱାରା ପ୍ରଯୋଜିତ ସମସ୍ତ ଇଭେଣ୍ଟ କ୍ୟାପ୍ଚର କରିବା ପାଇଁ |
01:51 | ଏଥିପାଇଁ, ଉପସ୍ଥିତ Events Content type ସହ ଲିଙ୍କ କରିବାକୁ Entity reference field ବ୍ୟବହାର କରିପାରିବା |
02:01 | User Groups Content type ସେଟ୍ ଅପ୍ କରନ୍ତୁ |
02:05 | Add content type କ୍ଲିକ୍ କରି ଏହାକୁ "User Groups" ଭାବେ ନାମ ଦିଅନ୍ତୁ |
02:11 | ଧ୍ୟାନଦିଅନ୍ତୁ ଯେ Machine name ହେଉଛି user underscore groups |
02:16 | Description ଭିତରେ "This is where we track the Drupal groups from around the world" ଟାଇପ୍ କରନ୍ତୁ |
02:23 | Title field labelରେ ଏହାକୁ "User Group Name" ଭାବେ ନାମ ଦିଅନ୍ତୁ |
02:29 | ସମାନ ଭାବେ Events Content type କୁ ସେଟ୍ ଅପ୍ କରନ୍ତୁ |
02:35 | Publishing options ଟାବ୍ କ୍ଲିକ୍ କରନ୍ତୁ |
02:38 | Default options ଅଧିନରେ,
|
02:48 | ଏବେ Display settings ଟାବ୍ କ୍ଲିକ୍ କରନ୍ତୁ |
02:52 | ଏହାପରେ Display author and date information ପାଇଁ ବକ୍ସକୁ uncheck କରନ୍ତୁ |
02:58 | ଶେଷରେ Menu settings ଟାବ୍ କ୍ଲିକ୍ କରନ୍ତୁ ଏବଂ Main navigation ପାଇଁ ବକ୍ସକୁ uncheck କରନ୍ତୁ |
03:05 | ଏହାକୁ ସେଟ୍ କଲା ପରେ, ତଳେ ଥିବା Save and manage fields ବଟନ୍ ଉପରେ କ୍ଲିକ୍ କରିପାରିବା |
03:13 | Manage fields ପେଜ୍ ଡିସ୍ପ୍ଲେ ହେବ |
03:17 | ଏଠାରେ Body ପାଇଁ Label ବଦଳାନ୍ତୁ |
03:21 | Operations column ଅନ୍ତର୍ଗତ Edit ବଟନ୍କୁ କ୍ଲିକ୍ କରନ୍ତୁ |
03:26 | Label field ରେ "User Group Description" ଟାଇପ୍ କରି ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ |
03:36 | ଉପର ଭାଗରେ green success message ଦେଖିପାରିବେ |
03:40 | ଏହି Content type ପାଇଁ 5 ଟି field ସେଟ୍ ଅପ୍ କରିବା |
03:46 | ଗୋଟିଏ field କ୍ରିଏଟ୍ କରିଛେ, ଚାଲନ୍ତୁ ଆଉ ଗୋଟିଏ field କ୍ରିଏଟ କରିବା |
03:52 | Add field ବଟନ୍ କ୍ଲିକ୍ କରନ୍ତୁ |
03:55 | ଏଠାରେ Reuse an existing field drop-down ଉପରେ କ୍ଲିକ୍ କରନ୍ତୁ |
04:02 | ଧ୍ୟାନଦିଅନ୍ତୁ ଯେ, Link: field_event_ website field ଉପଲବ୍ଧ ଅଛି |
04:08 | କାରଣ, ଏହାକୁ ଆମେ Event website ଭାବେ ନାମ ଦେଇସାରିଛେ |
04:13 | Drupal database ଭିତରେ ଗୋଟିଏ field କୁ ପୁନଃ ବ୍ୟବହାର କରିବା ଦ୍ୱାରା table କୁ ବ୍ୟବହାର କରିବାର ଅନୁମତି ମିଳେ |
04:20 | ସମାନ field ପାଇଁ ବିଭିନ୍ନ ସେଟିଙ୍ଗ ପରିଚାଳନା କରିବା ଦ୍ୱାରା ଏହା ସମ୍ପନ୍ନ ହୁଏ |
04:25 | ଏହି ମାମଲାରେ, ଏକ ନୂଆ field ସେଟ୍ ଅପ୍ କରିବାକୁ ଏହା ଅଧିକ ଗୁରୁତ୍ୱ ଦିଏ |
04:30 | Add a new field drop-downରେ "Link" field type ଚୟନ କରନ୍ତୁ |
04:35 | Label ଭିତରେ "Group Website" ଟାଇପ୍ କରନ୍ତୁ |
04:39 | Save and continue କ୍ଲିକ୍ କରନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ |
04:45 | ଏଥରକ External links only ସିଲେକ୍ଟ କରନ୍ତୁ, କାରଣ ଏପର୍ଯ୍ୟନ୍ତ Drupalvilleରେ ପ୍ରକୃତରେ କୌଣସି User Groups ନାହଁତ |
04:54 | ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ |
04:57 | ପୁଣିଥରେ Add field କ୍ଲିକ୍ କରନ୍ତୁ |
05:01 | ଏବେ, contact person’s name ପାଇଁ ଏକ Text field ବ୍ୟବହାର କରିବା |
05:07 | Add a new field drop-down କ୍ଲିକ୍ କରନ୍ତୁ ଏବଂ field type "Text (plain)" ଚୟନ କରନ୍ତୁ |
05:14 | Label ର ନାମ "Group Contact" ଦିଅନ୍ତୁ |
05:18 | Save and continue ଏବଂ ତା’ପରେ Save field settings କ୍ଲିକ୍ କରନ୍ତୁ |
05:24 | ବର୍ତ୍ତମାନ, ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ |
05:28 | ପୁଣିଥରେ Add field କ୍ଲିକ୍ କରି drop-down ରୁ "Email" field ସିଲେକ୍ଟ କରନ୍ତୁ |
05:37 | Label ର ନାମ "Contact Email" ଦିଅନ୍ତୁ, Save and continue ବଟନ୍ କ୍ଲିକ୍ କରନ୍ତୁ |
05:44 | Allowed number of values ଭିତରୁ ଗୋଟିଏ ଦରକାର, Save field settings କ୍ଲିକ୍ କରନ୍ତୁ |
05:52 | ଏଠାରେ ଅନ୍ୟ କୌଣସି ସେଟିଙ୍ଗ୍ସ ନାହିଁ, ତେଣୁ ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ |
05:59 | ପୁଣିଥରେ Add field ବଟନ୍ କ୍ଲିକ୍ କରନ୍ତୁ |
06:03 | ବର୍ତ୍ତମାନ, Field type drop-downରେ "List (text)" ଅପ୍ସନ ସିଲେକ୍ଟ କରନ୍ତୁ |
06:09 | Label field ଭିତରେ "Group Experience" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ |
06:16 | Field type ବାବଦରେ ଗୋଟିଏ ଜିନିଷ ମନେରଖିବା ଉଚିତ, ଯାହା ଏହି ମେସେଜ୍ରେ ଦିଆଯାଇଛି |
06:23 | "These settings impact the way the data is stored in the database and cannot be changed once data has been created". |
06:32 | ଏହା planning କୁ ଜୋର୍ ଦେବାର ଗୋଟିଏ କାରଣ |
06:37 | ଏଠାରେ valueଗୁଡ଼ିକୁ ଆଡ୍ କରନ୍ତୁ- "Beginner, Intermediate, Advanced" ଏବଂ "Expert" |
06:44 | ସେଗୁଡ଼ିକୁ applicable କରିବା ପାଇଁ User Group ଏହି ଭାଲ୍ୟୁଗୁଡ଼ିକ ମଧ୍ୟରୁ ଏକାଧିକ ଭାଲ୍ୟୁ ସହଜରେ ଗ୍ରହଣ କରିପାରିବ |
06:51 | Allowed number of values କୁ Limited ରୁ Unlimited କୁ ବଦଳାନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ |
07:01 | ଏବେ Save settings କ୍ଲିକ୍ କରନ୍ତୁ |
07:04 | ଏଠାରେ ଆଉ ଗୋଟିଏ field ଆଡ୍ କରିବାର ଅଛି, ତାହା ହେଉଛି Entity reference field |
07:10 | ଏବେ Entity Reference କ’ଣ ଏବଂ ଏହାକୁ କେମିତି କ୍ରିଏଟ୍ କରାଯାଏ, ଶିଖିବା |
07:17 | ଗୋଟିଏ ଜିନିଷ ଆମକୁ ଏହି ୱେବସାଇଟରେ କରିବାର ଆବଶ୍ୟକ ଅଛି, ତାହା ଏହିକି ଯେ- Events କୁ User Groups ଏବଂ User Groups କୁ Events ପ୍ରଯୋଜିତ କରିପାରିବ |
07:28 | ଗୋଟିଏ ୱେବ୍ସାଇଟରେ ଏହା ଏକ ସାଧାରଣ କଥା, ଯେଉଁଠି ଦୁଇଟି ଭିନ୍ନ contentsକୁ ଆପଣ ଏକତ୍ର link କରିବାକୁ ଚାହିଁବେ |
07:35 | User Groups ଦ୍ୱାରା Events ପ୍ରଯୋଜିତ କରାଯାଏ, ତେଣୁ ପ୍ରତ୍ୟେକ ଇଭେଣ୍ଟରେ User Group ସୂଚନା ରଖିବା ଦରକାର |
07:45 | ଏବେ, ଏହାକୁ ସେଟ୍ ଅପ୍ କରନ୍ତୁ. Add field କ୍ଲିକ୍ କରନ୍ତୁ |
07:49 | ଯଦି ଆପଣ ଜଣେ database person, ତେବେ ଏହାକୁ data ମଧ୍ୟରେ many to many relationship ଭାବେ ଚିହ୍ନଟ କରିବେ |
07:57 | Add a new field drop-down କ୍ଲିକ୍ କରି ଏଥରକ Reference ଅଧିନରେ ଥିବା Content ଚୟନ କରନ୍ତୁ |
08:04 | Label field ଭିତରେ "Events Sponsored" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ |
08:12 | ଏହାପରେ Type of item to reference ସିଲେକ୍ଟ କରନ୍ତୁ |
08:17 | ଏଠାରେ ଆପଣ ଅନେକ ଅପ୍ସନ ଦେଖିପାରିବେ |
08:21 | ଏହାକୁ ଅତି ସରଳ କରିବା – Content ଚୁଜ୍ କରନ୍ତୁ |
08:26 | Allowed number of values ଭିତରେ Unlimited ଚୁଜ୍ କରନ୍ତୁ |
08:31 | ଏହାପରେ Save field settings କ୍ଲିକ୍ କରନ୍ତୁ |
08:34 | Settings ପେଜ୍ ଉପରେ User Groups ଦ୍ୱାରା କେଉଁ Content Types ରେଫର୍ କରାଯାଇଛି, ତାହା ଆମକୁ ଚୟନ କରିବାକୁ ହେବ |
08:42 | ଆମେ Events Content type ସନ୍ଦର୍ଭିତ କରୁଛୁ |
08:46 | ଏଠାରେ ଯେତେବେଳେ ମୁଁ ଇଭେଣ୍ଟ ଆଡ୍ କରେ, କେବଳ ସେହି ଇଭେଣ୍ଟ ଶୋ’ କରିବ ଯେତେବେଳେ ମୁଁ Events title ଟାଇପ୍ କରିବା ଆରମ୍ଭ କରିବି |
08:55 | ତେବେ ନିଶ୍ଚିତ କରିବାକୁ ହେବ ଯେ, ଏଠାରେ ସଠିକ୍ Content Type ସିଲେକ୍ଟ କରିଛନ୍ତି |
09:01 | Events ଚୟନ କରନ୍ତୁ ଏବଂ Save settings କ୍ଲିକ୍ କରନ୍ତୁ |
09:05 | ଏବେ ସେହି ସମାନ ଜିନିଷ Events Content type ରେ କରନ୍ତୁ |
09:10 | Structure ଉପରେ କ୍ଲିକ୍ କରନ୍ତୁ, ଏହାପରେ bread crumbs ଭିତରେ Content types କ୍ଲିକ୍ କରନ୍ତୁ |
09:16 | ତା’ପରେ Events Content type ପାଇଁ Manage fields ସିଲେକ୍ଟ କରନ୍ତୁ |
09:21 | ଆଉ ଗୋଟିଏ field ଆଡ୍ କରନ୍ତୁ, Add a new field ଅଧିନରେ ଥିବା Content ଚୟନ କରନ୍ତୁ |
09:28 | Label field ଭିତରେ "Event Sponsors" ଟାଇପ୍ କରନ୍ତୁ |
09:32 | Save and continue କ୍ଲିକ୍ କରନ୍ତୁ |
09:34 | Allowed number of values ବଦଳାନ୍ତୁ, Unlimited ଚୟନ କରନ୍ତୁ |
09:39 | କାରଣ, ଏକାଧିକ User Group ଏକ ଇଭେଣ୍ଟ ପ୍ରଯୋଜିତ କରିପାରିବେ, ଏବେ Save field settings କ୍ଲିକ୍ କରନ୍ତୁ |
09:48 | ବର୍ତ୍ତମାନ, REFERENCE TYPE ଅନ୍ତର୍ଗତ User groups ଚୟନ କରନ୍ତୁ |
09:53 | ପୁଣିଥରେ, ଏହାର କାରଣ ହେଉଛି, ଆମେ Events Sponsors field ପାଇଁ User Groups ସନ୍ଦର୍ଭିତ କରୁଛେ |
09:59 | Save settings କ୍ଲିକ୍ କରନ୍ତୁ |
10:01 | ଏବେ ଏହା two Content Types କୁ many to many relationshipରେ ଏକତ୍ର ଯୋଡ଼େ |
10:08 | ସେଗୁଡ଼ିକ events sponsors' ଏବଂ କେଉଁ Events କେଉଁ User Groups ଦ୍ୱାରା sponsor କରାଯାଇଛି, ତା’ ଉପରେ ଭିତ୍ତିକରେ |
10:16 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ- |
10:22 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: * User Group Content type କ୍ରିଏଟ୍ କରିବା |
10:28 | * User Group fields ଆଡ୍ କରିବା ଏବଂ Content types ସହିତ Entity reference କନେକ୍ଟ କରିବା |
10:40 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
10:51 | ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
11:21 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |