Drupal/C2/Creating-New-Content-Types/Oriya
From Script | Spoken-Tutorial
Time | Narration |
00:01 | Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
|
00:15 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ପସନ୍ଦ ଅନୁସାରେ ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ସାଇଟ୍ ଖୋଲିବା |
00:34 | ଏବେ ଆମେ built-in Content types କଣ ଜାଣିଛେ, ଚାଲନ୍ତୁ କିଛି custom Content types ତିଆରି କରିବା |
00:41 | Content type ପରିଚୟକୁ ପୁଣି ମନେପକାଇବା |
00:45 | body ଭିତରେ ସବୁକିଛି ରଖାଯାଇପାରିବ ନାହିଁ ବୋଲି ଆମେ ଜାଣିଛେ |
00:49 | ଆମେ ଏବେ custom Content type କେମିତି କ୍ରିଏଟ୍ କରାଯାଏ ଶିଖିବାକୁ ଯାଉଛେ |
00:55 | ଆମେ ଏକ Events Content type କ୍ରିଏଟ୍ କରିବା, ଯାହା ବିଶ୍ୱର ସମସ୍ତ Drupal events କୁ ଟ୍ରାକ୍ କରେ |
01:02 | ପ୍ରଥମେ, ଏହି Content type ପାଇଁ କେଉଁ fields କ୍ୟାପଚର୍ କରିବା ଦରକାର, ତାକୁ ଏକ କାଗଜରେ ଆଙ୍କିବା |
01:09 | Drupal ରେ କ୍ରିଏଟ୍ କରିବା ପୂର୍ବରୁ ସମସ୍ତ ନୂଆ Content types ପାଇଁ ଏହା କରିବା ଏକ ଉତ୍ତମ ଅଭ୍ୟାସ |
01:16 | Field Name, Field Type ଏବଂ Purpose ପାଇଁ column ସହ ଏକ table କ୍ରିଏଟ୍ କରନ୍ତୁ |
01:23 | ଡିଫଲ୍ଟ ଭାବେ ପରିଭାଷିତ ସମସ୍ତ Drupal nodes ର Title ଏବଂ Body ଥାଏ |
01:29 | ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ Event Name କୁ Title field କରାଯାଇପାରିବ |
01:36 | କିଛି plain text ବ୍ୟାଖ୍ୟା ପାଇଁ Event Description କୁ Body field କରାଯାଇପାରିବ |
01:43 | ଏହି ଇଭେଣ୍ଟ ର କୌଣସି special logo ଡିସ୍ପ୍ଲେ କରିବା ପାଇଁ Event Logo ହେଉଛି ଏକ Image |
01:50 | Type Dateର ଏକ Event Date ଆମକୁ ଦରକାର, ଯାହା ଇଭେଣ୍ଟର start ଏବଂ end date କ୍ୟାପଚର କରେ |
01:58 | ଏହି ଇଭେଣ୍ଟର ଭିନ୍ନ Event Website ରହିପାରେ, ଯାହା ହେଉଛି, ଏହି Content type ଭିତରେ ଡିସ୍ପ୍ଲେ ହେବାକୁ ଥିବା ଏକ URL link |
02:07 | ଏହି ଟ୍ୟୁଟୋରିଆଲରେ ଆମେ କେବଳ ପାଞ୍ଚଟି fields ଦେଖିବା, ପରେ ଅଧିକ ଦୁଇଟି field ଆଡ୍ କରିବା ବିଷୟରେ ଶିଖିବା |
02:17 | ପ୍ରତ୍ୟେକ ଇଭେଣ୍ଟ ଏକ User Group ଦ୍ୱାରା ପ୍ରଯୋଜିତ, User Group ହେଉଛି ଅନ୍ୟଏକ Content type, ଏହାକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ କ୍ରିଏଟ କରିବା |
02:27 | drupal ରେ Entity Reference field ବ୍ୟବହାର କରି ଦୁଇଟି ଭିନ୍ନ content types ର ଦୁଇଟି nodes ଲିଙ୍କ ହୋଇଛି |
02:35 | ଗୋଟିଏ Event Topic ହେଉଛି ଏକ Taxonomy field, ଯାହା ବିଭିନ୍ନ keywords ଅନ୍ତର୍ଗତ ଇଭେଣ୍ଟକୁ ଶ୍ରେଣୀଗତ କରିବାରେ ବ୍ୟବହାର କରାଯାଏ |
02:44 | ଏବେ, Structure ଓ ତା’ପରେ Content types ଉପରେ କ୍ଲିକ୍ କରନ୍ତୁ |
02:50 | ଏହି ଦୁଇଟି ହେଉଛି ବେସିକ୍ Content types |
02:53 | ବ୍ଲୁ ବଟନ୍ Add content type ରେ କ୍ଲିକ୍ କରନ୍ତୁ |
02:57 | ଆମେ ଆମର ନୂଆ Content type କୁ Events ବୋଲି କହିବା |
03:02 | ଆଉ Description ରେ "This is where we track all the Drupal events from around the world" ଟାଇପ୍ କରିବା |
03:11 | ଆପଣ ଯାହା ଚାହିଁବେ ଏଠାରେ ଟାଇପ୍ କରିପାରିବେ |
03:15 | Content type ପେଜ୍ ରେ ଏହି Description ପ୍ରଦର୍ଶିତ ହେବ |
03:20 | ଆପଣ ଆହୁରି ମଧ୍ୟ ଦେଖିବେ ଯେ, Drupal ଏହାକୁ ଏକ Machine name ଦେଇଛି, ଏଠାରେ ନାମଟିକୁ ଆମେ events ଭାବେ ଦେଖିପାରିବା |
03:28 | ସାଧାରଣତଃ Machine name ହେଉଛି ଡାଟାବେସ୍ ରେ ଥିବା table ର ନାମ, ଯାହାକୁ Drupal କଣ୍ଟେଣ୍ଟ ଆସାଇନ୍ କରେ |
03:36 | Submission form settings ଭିତରେ Title କୁ Event Name ରେ ବଦଳାନ୍ତୁ |
03:43 | Publishing options ରେ, Create new revision ରେ ଏକ ଚେକ୍ ମାର୍କ ରଖିବା |
03:49 | ଏହାର ଅର୍ଥ, ଯେତେବେଳେବି ଏକ ନୋଡ୍ ଏଡିଟ୍ ହେଉଥିବ, ଏକ ନୂଆ ଭର୍ସନ୍ ତିଆରି ହେବ |
03:55 | ଅନ୍ୟ ସେଟିଙ୍ଗଗୁଡ଼ିକ ସେମିତି ଥାଉ, ଏବେ Display author and date information କୁ ବନ୍ଦ କରିଦେବା |
04:02 | ଏହି ଗୋଟିକ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ କିଛି ଅଛି ଯାହା ସମସ୍ତ Content type ପାଇଁ ରେକମେଣ୍ଡ କରାଯାଏ |
04:09 | Menu settings ଉପରେ କ୍ଲିକ୍ କରନ୍ତୁ, Available menus ରେ ଥିବା ସମସ୍ତ ମେନୁକୁ ଅନଚେକ୍ କରନ୍ତୁ, ଯାହା ଚେକ୍ ହୋଇଥାଇପାରେ |
04:17 | ଏହା, ଆମର menu structure ରେ ହଜାର ହଜାର events ଆଡ୍ କରିବାରୁ content editor କୁ ପ୍ରତିରୋଧ କରେ |
04:24 | ଏହା ନିଶ୍ଚିତ କରେ ଯେ ମେନୁ ଆଇଟମରେ event ଆଡ୍ କରିବାର ଅନୁମତି ଅନ୍ୟ କାହାର ନାହିଁ |
04:31 | ଯଦି ଆମେ ପରେ ଏକ event ଆଡ୍ କରିବାକୁ ଚାହିଁବା, ତେବେ ତାକୁ ନିଜେ ମାନୁଆଲି କରିପାରିବା |
04:37 | Save and manage fields ଉପରେ କ୍ଲିକ୍ କରନ୍ତୁ |
04:40 | Events Content type ସେଭ୍ ହେଲାପରେ, ଆମେ Body ଫିଲ୍ଡ ଦେଖିପାରିବା |
04:45 | ଡାହାଣ ପାଖରେ ଥିବା Edit ଉପରେ କ୍ଲିକ୍ କରନ୍ତୁ ଏବଂ Label କୁ Event Description ରେ ବଦଳାନ୍ତୁ |
04:55 | ତଳେ ଥିବା Save settings ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:59 | Drupal ରେ ଆମେ ଏବେ ଆମର ପ୍ରଥମ Custom Content type କ୍ରିଏଟ କରିଛେ |
05:04 | ଏହା ଏହି point ରେ ସୀମିତ, ସାଧାରଣତଃ Title ଏବଂ Body, basic page ଭଳି ସମାନ |
05:13 | ଏହାପରେ, ପେପର୍ ଡିଜାଇନ୍ ହିସାବରେ ଅଧିକ fields ଆଡ୍ କରନ୍ତୁ ଏବଂ ଏହାକୁ ଅଧିକ ସହାୟକ କରନ୍ତୁ |
05:23 | ଉପରେ ଥିବା Add field ବଟନ୍ ରେ କ୍ଲିକ୍ କରନ୍ତୁ |
05:27 | Select a field type drop-down ରେ Image ଚୟନ କରନ୍ତୁ, Label field ରେ "Event Logo" ଟାଇପ୍ କରନ୍ତୁ |
05:36 | Save and continue କ୍ଲିକ୍ କରନ୍ତୁ |
05:39 | ଯଦି ଆମେ ଚାହିଁବା, ତେବେ Choose file ବଟନ୍ କ୍ଲିକ୍ କରି ଏଠାରେ ଏକ ଡିଫଲ୍ଟ ଇମେଜ୍ ଅପଲୋଡ୍ କରିପାରିବା |
05:48 | ଡିଫଲ୍ଟ Alternative text ମଧ୍ୟ ଆଡ୍ କରିପାରିବା |
05:54 | ପ୍ରତ୍ୟେକ event ପାଇଁ ଗୋଟିଏ ଲୋଗୋର ସୀମା ରଖନ୍ତୁ, Save field settings ଉପରେ କ୍ଲିକ୍ କରନ୍ତୁ |
06:02 | ଏବେ Event logo field ପାଇଁ ସମସ୍ତ ସେଟିଙ୍ଗ ସେଟ୍ ଅପ୍ କରନ୍ତୁ |
06:07 | ଏଥିମଧ୍ୟରୁ ଅଧିକାଂଶ ପ୍ରାସଙ୍ଗିକ ଅଟେ ଏବଂ field type ଉପରେ ଆଧାରିତ |
06:11 | ଆମର content editors ପାଇଁ ଏଠାରେ କିଛି help text କିମ୍ବା କିଛି instructions ଆଡ୍ କରିପାରିବା, |
06:18 | ଆମେ Required field ପାଇଁ ବକ୍ସ ଚେକ୍ କରିପାରିବା, ଯାହାର ଅର୍ଥ ହେଉଛି event logo ଆଡ୍ ନହେବା ପର୍ଯ୍ୟନ୍ତ content item କିମ୍ବା node ସେଭ୍ ହୋଇପାରିବ ନାହିଁ |
06:30 | ଆମକୁ ଏଠାରେ file extensions ବଦଳାଇବାର ଅନୁମତି ଅଛି, ଏଠାରେ bitmap ଆଡ୍ ନ କରିବାକୁ ପରାମର୍ଶ ଦିଆଯାଏ |
06:38 | ଡିଫଲ୍ଟ ଭାବରେ file directory ରେ ଗୋଟିଏ ବର୍ଷ ଏବଂ ମାସ ରହିଥାଏ, କିନ୍ତୁ ଆବଶ୍ୟକ ହେଲେ ବଦଳାଇହେବ |
06:47 | ଉଦାହରଣସ୍ୱରୂପ, ଆପଣଙ୍କ ପାଖରେ images ସହିତ ଅନେକ Content types ଥାଇପାରେ |
06:53 | ଏହାପରେ ଏକ prefix events ଆଡ୍ କରିପାରିବେ, ତେବେ ଯାଇ Events Content type ର ସମସ୍ତ image ଗୋଟିଏ file directory ରେ ରହିବ |
07:04 | ଆମ ଇଚ୍ଛାନୁସାରେ ଏହାକୁ ଯେକୌଣସି ନାମ ଦେବାକୁ Drupal ଆମକୁ ଅନୁମତି ଦେଇଥାଏ, କିନ୍ତୁ ଧ୍ୟାନଦିଅନ୍ତୁ ଯେ, ଏହାକୁ ପରେ ସହଜରେ ବଦଳାଇ ହେବନାହିଁ |
07:14 | ଆମେ Maximum ଓ Minimum image resolution ଏବଂ ଏକ Maximum upload size ମଧ୍ୟ ସେଟ୍ କରିପାରିବା |
07:21 | ଏଠାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ. କଳ୍ପନା କରନ୍ତୁକି ଆପଣ, 2 କିମ୍ବା 3 megapixel images ଅପ୍ଲୋଡ କରୁଛନ୍ତି |
07:28 | ଆପଣ, ନିଜର wysiwyg editor ବ୍ୟବହାର କରନ୍ତୁ, ଏହାକୁ ଶତାଧିକ pixels କମ୍ କରନ୍ତୁ |
07:35 | Drupal ଏଯାବତ 2 megapixel image ଲୋଡ୍ କରେ ଏବଂ ତାହା ପ୍ରକୃତରେ ବିରକ୍ତିକର ହୋଇପାରେ |
07:41 | ଯଦି ସେମାନେ ତାଙ୍କ mobile ବ୍ୟବହାର କରୁଛନ୍ତି, ତେବେ ଆହୁରି ଖରାପ ହେବ ଏବଂ data plan ରେ ହଠାତ୍ ଆପଣ 2 megabytes download କରିନେଲେ, ଯାହା ଡାଉନଲୋଡ୍ କରିବାର ଆବଶ୍ୟକତା ନଥିଲା |
07:51 | ଆମେ ନିଶ୍ଚିତ ହେବା ଦରକାର ଯେ, ଅପଲୋଡ୍ କରିବା ପୂର୍ବରୁ imageଗୁଡ଼ିକ ଠିକ୍ ଭାବେ ସେଟ୍ ହୋଇଥିବ |
07:57 | ସବୁଠାରୁ ବଡ଼ image ଏବଂ ସବୁଠାରୁ ଛୋଟ image କେତେ ସାଇଜ୍ ର ହେବା ଉଚିତ? |
08:03 | ନିର୍ଦ୍ଦିଷ୍ଟ ଭାବରେ Minimum Image resolution ବହୁତ ଗୁରୁତ୍ୱପୂର୍ଣ୍ଣ |
08:08 | ଆପଣ ଡିସ୍ପ୍ଲେ କରିବାକୁ ଚାହୁଁଥିବା ଏହି field ସବୁଠାରୁ ବଡ଼ image size ଠାରୁ ଛୋଟ ହେବା ଉଚିତ ନୁହେଁ |
08:14 | ଏହା Drupalକୁ ମୂଳ ଇମେଜ୍ ରୁ ଅଧିକ ଆଉ ସେମାନଙ୍କୁ pixelated କରିବାରୁ ପ୍ରତିରୋଧ କରିବ |
08:21 | Maximum Image resolution କୁ 1000 x 1000 ରେ ସେଟ୍ଅପ୍ କରନ୍ତୁ |
08:26 | Minimum Image resolution କୁ 100 x 100 ରେ ସେଟ୍ଅପ୍ କରନ୍ତୁ |
08:31 | ଏହାପରେ, Maximum upload size କୁ 80 kb କରନ୍ତୁ |
08:36 | Drupal, image କୁ କମାଇ 1000 by 1000 କରିବ ଏବଂ 80 kilo bytes କରିବ |
08:44 | ଯଦି ଏପରି କରିପାରିବ ନାହିଁ, ତେବେ Drupal, imageକୁ ପ୍ରତ୍ୟାଖ୍ୟାନ କରିଦେବ |
08:48 | ଏହାକୁ 600 by 600 pixels କରିବା ଭଲ, ଯାହାକି ଉପଯୁକ୍ତ ଆକାର |
08:56 | Enable Alt field ଓ Alt field required ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ |
09:02 | ତା’ପରେ Save settings କ୍ଲିକ୍ କରନ୍ତୁ |
09:05 | ଆମର Content type ପାଇଁ ଏକ Event Logo ଫିଲ୍ଡ ଅଛି |
09:09 | Add field କ୍ଲିକ୍ କରି ଅନ୍ୟଏକ ଫିଲ୍ଡ ଆଡ୍ କରନ୍ତୁ |
09:12 | Add a new field drop-downରୁ Link ଚୟନ କରନ୍ତୁ, Label field ରେ "Event Website" ଟାଇପ୍ କରନ୍ତୁ |
09:22 | Save and continue କ୍ଲିକ୍ କରନ୍ତୁ |
09:25 | ତୁରନ୍ତ ହିଁ ଆମକୁ Allowed number of values ନିର୍ଦ୍ଦିଷ୍ଟ କରିବାକୁ କୁହାଯିବ, ସେଥିପାଇଁ ଆମ ପାଖରେ କେବଳ ଗୋଟିଏ ଭାଲ୍ୟୁ ଅଛି |
09:34 | Save Field Setting କ୍ଲିକ୍ କରନ୍ତୁ, ଏହି ସ୍କ୍ରୀନ୍ ଆଉଥରେ Link field ପାଇଁ ପ୍ରାସଙ୍ଗିକ ସେଟିଙ୍ଗ୍ସ ଦେଇଥାଏ |
09:43 | Allowed Link type ଅଧିନରେ ନିମ୍ନ ଅପ୍ସନ୍ସ ପାଇବେ
|
09:54 | ଏହାପରେ, Allow link text କୁ Disabled, Optional କିମ୍ବା Required ଭାବେ କରିବା କି ନାହିଁ, ତାହା ନିର୍ଦ୍ଦିଷ୍ଟ କରିପାରିବା |
10:04 | ବର୍ତ୍ତମାନ ପାଇଁ ଏହାକୁ Optional ଭାବେ ରଖି ଦେଖିବା ତାହା କିପରି କାମ କରୁଛି |
10:09 | ଏବେ, Save settings କ୍ଲିକ୍ କରନ୍ତୁ, ପୁଣିଥରେ Add field କ୍ଲିକ୍ କରନ୍ତୁ |
10:15 | ଏଥରକ ଆମେ Date field ଚୟନ କରିବା |
10:20 | Label କୁ Event Date ଭାବେ ଟାଇପ୍ କରନ୍ତୁ |
10:24 | Save and continue କ୍ଲିକ୍ କରନ୍ତୁ |
10:26 | ବର୍ତ୍ତମାନ ପାଇଁ value କୁ 1 ରେ ଛାଡ଼ନ୍ତୁ, Date type drop-downରେ Date only ଅପସନ୍ ଚୟନ କରନ୍ତୁ |
10:34 | Save field settings କ୍ଲିକ୍ କରନ୍ତୁ, ପୁଣିଥରେ ଆମେ ପ୍ରାସଙ୍ଗିକ ସେଟିଙ୍ଗ୍ସ ପେଜ୍ ପାଇବା |
10:43 | ଏଠାରେ Default date କୁ Current dateରେ ବଦଳାନ୍ତୁ |
10:47 | Save settings କ୍ଲିକ୍ କରନ୍ତୁ |
10:49 | ଏବେ ଆମକୁ ଅଧିକ ଦୁଇଟି ଫିଲ୍ଡ ଆଡ୍ କରିବାର ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଆଡ୍ କରିପାରିବା ନାହିଁ |
10:55 | ଏଗୁଡ଼ିକୁ ଆଗାମୀ ଟ୍ୟୁଟୋରିଆଲରେ କଭର୍ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
11:03 | ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, ଏକ ନୂଆ Content type କ୍ରିଏଟ କରିବା ଏବଂ Content type ରେ fields ଆଡ୍ କରିବା |
11:28 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
11:39 | ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
12:09 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |