Drupal/C2/Creating-New-Content-Types/Oriya

From Script | Spoken-Tutorial
Jump to: navigation, search
Time Narration
00:01 Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ Content type ତିଆରି କରିବା ଏବଂ Content typeରେ Fields ଆଡ୍ କରିବା
00:15 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ପସନ୍ଦ ଅନୁସାରେ ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ସାଇଟ୍ ଖୋଲିବା
00:34 ଏବେ ଆମେ built-in Content types କଣ ଜାଣିଛେ, ଚାଲନ୍ତୁ କିଛି custom Content types ତିଆରି କରିବା
00:41 Content type ପରିଚୟକୁ ପୁଣି ମନେପକାଇବା
00:45 body ଭିତରେ ସବୁକିଛି ରଖାଯାଇପାରିବ ନାହିଁ ବୋଲି ଆମେ ଜାଣିଛେ
00:49 ଆମେ ଏବେ custom Content type କେମିତି କ୍ରିଏଟ୍ କରାଯାଏ ଶିଖିବାକୁ ଯାଉଛେ
00:55 ଆମେ ଏକ Events Content type କ୍ରିଏଟ୍ କରିବା, ଯାହା ବିଶ୍ୱର ସମସ୍ତ Drupal events କୁ ଟ୍ରାକ୍ କରେ
01:02 ପ୍ରଥମେ, ଏହି Content type ପାଇଁ କେଉଁ fields କ୍ୟାପଚର୍ କରିବା ଦରକାର, ତାକୁ ଏକ କାଗଜରେ ଆଙ୍କିବା
01:09 Drupal ରେ କ୍ରିଏଟ୍ କରିବା ପୂର୍ବରୁ ସମସ୍ତ ନୂଆ Content types ପାଇଁ ଏହା କରିବା ଏକ ଉତ୍ତମ ଅଭ୍ୟାସ
01:16 Field Name, Field Type ଏବଂ Purpose ପାଇଁ column ସହ ଏକ table କ୍ରିଏଟ୍ କରନ୍ତୁ
01:23 ଡିଫଲ୍ଟ ଭାବେ ପରିଭାଷିତ ସମସ୍ତ Drupal nodesTitle ଏବଂ Body ଥାଏ
01:29 ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ Event Name କୁ Title field କରାଯାଇପାରିବ
01:36 କିଛି plain text ବ୍ୟାଖ୍ୟା ପାଇଁ Event Description କୁ Body field କରାଯାଇପାରିବ
01:43 ଏହି ଇଭେଣ୍ଟ ର କୌଣସି special logo ଡିସ୍ପ୍ଲେ କରିବା ପାଇଁ Event Logo ହେଉଛି ଏକ Image
01:50 Type Dateର ଏକ Event Date ଆମକୁ ଦରକାର, ଯାହା ଇଭେଣ୍ଟର start ଏବଂ end date କ୍ୟାପଚର କରେ
01:58 ଏହି ଇଭେଣ୍ଟର ଭିନ୍ନ Event Website ରହିପାରେ, ଯାହା ହେଉଛି, ଏହି Content type ଭିତରେ ଡିସ୍ପ୍ଲେ ହେବାକୁ ଥିବା ଏକ URL link
02:07 ଏହି ଟ୍ୟୁଟୋରିଆଲରେ ଆମେ କେବଳ ପାଞ୍ଚଟି fields ଦେଖିବା, ପରେ ଅଧିକ ଦୁଇଟି field ଆଡ୍ କରିବା ବିଷୟରେ ଶିଖିବା
02:17 ପ୍ରତ୍ୟେକ ଇଭେଣ୍ଟ ଏକ User Group ଦ୍ୱାରା ପ୍ରଯୋଜିତ, User Group ହେଉଛି ଅନ୍ୟଏକ Content type, ଏହାକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ କ୍ରିଏଟ କରିବା
02:27 drupal ରେ Entity Reference field ବ୍ୟବହାର କରି ଦୁଇଟି ଭିନ୍ନ content types ର ଦୁଇଟି nodes ଲିଙ୍କ ହୋଇଛି
02:35 ଗୋଟିଏ Event Topic ହେଉଛି ଏକ Taxonomy field, ଯାହା ବିଭିନ୍ନ keywords ଅନ୍ତର୍ଗତ ଇଭେଣ୍ଟକୁ ଶ୍ରେଣୀଗତ କରିବାରେ ବ୍ୟବହାର କରାଯାଏ
02:44 ଏବେ, Structure ଓ ତା’ପରେ Content types ଉପରେ କ୍ଲିକ୍ କରନ୍ତୁ
02:50 ଏହି ଦୁଇଟି ହେଉଛି ବେସିକ୍ Content types
02:53 ବ୍ଲୁ ବଟନ୍ Add content type ରେ କ୍ଲିକ୍ କରନ୍ତୁ
02:57 ଆମେ ଆମର ନୂଆ Content type କୁ Events ବୋଲି କହିବା
03:02 ଆଉ Description ରେ "This is where we track all the Drupal events from around the world" ଟାଇପ୍ କରିବା
03:11 ଆପଣ ଯାହା ଚାହିଁବେ ଏଠାରେ ଟାଇପ୍ କରିପାରିବେ
03:15 Content type ପେଜ୍ ରେ ଏହି Description ପ୍ରଦର୍ଶିତ ହେବ
03:20 ଆପଣ ଆହୁରି ମଧ୍ୟ ଦେଖିବେ ଯେ, Drupal ଏହାକୁ ଏକ Machine name ଦେଇଛି, ଏଠାରେ ନାମଟିକୁ ଆମେ events ଭାବେ ଦେଖିପାରିବା
03:28 ସାଧାରଣତଃ Machine name ହେଉଛି ଡାଟାବେସ୍ ରେ ଥିବା table ର ନାମ, ଯାହାକୁ Drupal କଣ୍ଟେଣ୍ଟ ଆସାଇନ୍ କରେ
03:36 Submission form settings ଭିତରେ Title କୁ Event Name ରେ ବଦଳାନ୍ତୁ
03:43 Publishing options ରେ, Create new revision ରେ ଏକ ଚେକ୍ ମାର୍କ ରଖିବା
03:49 ଏହାର ଅର୍ଥ, ଯେତେବେଳେବି ଏକ ନୋଡ୍ ଏଡିଟ୍ ହେଉଥିବ, ଏକ ନୂଆ ଭର୍ସନ୍ ତିଆରି ହେବ
03:55 ଅନ୍ୟ ସେଟିଙ୍ଗଗୁଡ଼ିକ ସେମିତି ଥାଉ, ଏବେ Display author and date information କୁ ବନ୍ଦ କରିଦେବା
04:02 ଏହି ଗୋଟିକ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ କିଛି ଅଛି ଯାହା ସମସ୍ତ Content type ପାଇଁ ରେକମେଣ୍ଡ କରାଯାଏ
04:09 Menu settings ଉପରେ କ୍ଲିକ୍ କରନ୍ତୁ, Available menus ରେ ଥିବା ସମସ୍ତ ମେନୁକୁ ଅନଚେକ୍ କରନ୍ତୁ, ଯାହା ଚେକ୍ ହୋଇଥାଇପାରେ
04:17 ଏହା, ଆମର menu structure ରେ ହଜାର ହଜାର events ଆଡ୍ କରିବାରୁ content editor କୁ ପ୍ରତିରୋଧ କରେ
04:24 ଏହା ନିଶ୍ଚିତ କରେ ଯେ ମେନୁ ଆଇଟମରେ event ଆଡ୍ କରିବାର ଅନୁମତି ଅନ୍ୟ କାହାର ନାହିଁ
04:31 ଯଦି ଆମେ ପରେ ଏକ event ଆଡ୍ କରିବାକୁ ଚାହିଁବା, ତେବେ ତାକୁ ନିଜେ ମାନୁଆଲି କରିପାରିବା
04:37 Save and manage fields ଉପରେ କ୍ଲିକ୍ କରନ୍ତୁ
04:40 Events Content type ସେଭ୍ ହେଲାପରେ, ଆମେ Body ଫିଲ୍ଡ ଦେଖିପାରିବା
04:45 ଡାହାଣ ପାଖରେ ଥିବା Edit ଉପରେ କ୍ଲିକ୍ କରନ୍ତୁ ଏବଂ Label କୁ Event Description ରେ ବଦଳାନ୍ତୁ
04:55 ତଳେ ଥିବା Save settings ବଟନ୍ ଉପରେ କ୍ଲିକ୍ କରନ୍ତୁ
04:59 Drupal ରେ ଆମେ ଏବେ ଆମର ପ୍ରଥମ Custom Content type କ୍ରିଏଟ କରିଛେ
05:04 ଏହା ଏହି point ରେ ସୀମିତ, ସାଧାରଣତଃ Title ଏବଂ Body, basic page ଭଳି ସମାନ
05:13 ଏହାପରେ, ପେପର୍ ଡିଜାଇନ୍ ହିସାବରେ ଅଧିକ fields ଆଡ୍ କରନ୍ତୁ ଏବଂ ଏହାକୁ ଅଧିକ ସହାୟକ କରନ୍ତୁ
05:23 ଉପରେ ଥିବା Add field ବଟନ୍ ରେ କ୍ଲିକ୍ କରନ୍ତୁ
05:27 Select a field type drop-down ରେ Image ଚୟନ କରନ୍ତୁ, Label field ରେ "Event Logo" ଟାଇପ୍ କରନ୍ତୁ
05:36 Save and continue କ୍ଲିକ୍ କରନ୍ତୁ
05:39 ଯଦି ଆମେ ଚାହିଁବା, ତେବେ Choose file ବଟନ୍ କ୍ଲିକ୍ କରି ଏଠାରେ ଏକ ଡିଫଲ୍ଟ ଇମେଜ୍ ଅପଲୋଡ୍ କରିପାରିବା
05:48 ଡିଫଲ୍ଟ Alternative text ମଧ୍ୟ ଆଡ୍ କରିପାରିବା
05:54 ପ୍ରତ୍ୟେକ event ପାଇଁ ଗୋଟିଏ ଲୋଗୋର ସୀମା ରଖନ୍ତୁ, Save field settings ଉପରେ କ୍ଲିକ୍ କରନ୍ତୁ
06:02 ଏବେ Event logo field ପାଇଁ ସମସ୍ତ ସେଟିଙ୍ଗ ସେଟ୍ ଅପ୍ କରନ୍ତୁ
06:07 ଏଥିମଧ୍ୟରୁ ଅଧିକାଂଶ ପ୍ରାସଙ୍ଗିକ ଅଟେ ଏବଂ field type ଉପରେ ଆଧାରିତ
06:11 ଆମର content editors ପାଇଁ ଏଠାରେ କିଛି help text କିମ୍ବା କିଛି instructions ଆଡ୍ କରିପାରିବା,
06:18 ଆମେ Required field ପାଇଁ ବକ୍ସ ଚେକ୍ କରିପାରିବା, ଯାହାର ଅର୍ଥ ହେଉଛି event logo ଆଡ୍ ନହେବା ପର୍ଯ୍ୟନ୍ତ content item କିମ୍ବା node ସେଭ୍ ହୋଇପାରିବ ନାହିଁ
06:30 ଆମକୁ ଏଠାରେ file extensions ବଦଳାଇବାର ଅନୁମତି ଅଛି, ଏଠାରେ bitmap ଆଡ୍ ନ କରିବାକୁ ପରାମର୍ଶ ଦିଆଯାଏ
06:38 ଡିଫଲ୍ଟ ଭାବରେ file directory ରେ ଗୋଟିଏ ବର୍ଷ ଏବଂ ମାସ ରହିଥାଏ, କିନ୍ତୁ ଆବଶ୍ୟକ ହେଲେ ବଦଳାଇହେବ
06:47 ଉଦାହରଣସ୍ୱରୂପ, ଆପଣଙ୍କ ପାଖରେ images ସହିତ ଅନେକ Content types ଥାଇପାରେ
06:53 ଏହାପରେ ଏକ prefix events ଆଡ୍ କରିପାରିବେ, ତେବେ ଯାଇ Events Content type ର ସମସ୍ତ image ଗୋଟିଏ file directory ରେ ରହିବ
07:04 ଆମ ଇଚ୍ଛାନୁସାରେ ଏହାକୁ ଯେକୌଣସି ନାମ ଦେବାକୁ Drupal ଆମକୁ ଅନୁମତି ଦେଇଥାଏ, କିନ୍ତୁ ଧ୍ୟାନଦିଅନ୍ତୁ ଯେ, ଏହାକୁ ପରେ ସହଜରେ ବଦଳାଇ ହେବନାହିଁ
07:14 ଆମେ MaximumMinimum image resolution ଏବଂ ଏକ Maximum upload size ମଧ୍ୟ ସେଟ୍ କରିପାରିବା
07:21 ଏଠାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ. କଳ୍ପନା କରନ୍ତୁକି ଆପଣ, 2 କିମ୍ବା 3 megapixel images ଅପ୍ଲୋଡ କରୁଛନ୍ତି
07:28 ଆପଣ, ନିଜର wysiwyg editor ବ୍ୟବହାର କରନ୍ତୁ, ଏହାକୁ ଶତାଧିକ pixels କମ୍ କରନ୍ତୁ
07:35 Drupal ଏଯାବତ 2 megapixel image ଲୋଡ୍ କରେ ଏବଂ ତାହା ପ୍ରକୃତରେ ବିରକ୍ତିକର ହୋଇପାରେ
07:41 ଯଦି ସେମାନେ ତାଙ୍କ mobile ବ୍ୟବହାର କରୁଛନ୍ତି, ତେବେ ଆହୁରି ଖରାପ ହେବ ଏବଂ data plan ରେ ହଠାତ୍ ଆପଣ 2 megabytes download କରିନେଲେ, ଯାହା ଡାଉନଲୋଡ୍ କରିବାର ଆବଶ୍ୟକତା ନଥିଲା
07:51 ଆମେ ନିଶ୍ଚିତ ହେବା ଦରକାର ଯେ, ଅପଲୋଡ୍ କରିବା ପୂର୍ବରୁ imageଗୁଡ଼ିକ ଠିକ୍ ଭାବେ ସେଟ୍ ହୋଇଥିବ
07:57 ସବୁଠାରୁ ବଡ଼ image ଏବଂ ସବୁଠାରୁ ଛୋଟ image କେତେ ସାଇଜ୍ ର ହେବା ଉଚିତ?
08:03 ନିର୍ଦ୍ଦିଷ୍ଟ ଭାବରେ Minimum Image resolution ବହୁତ ଗୁରୁତ୍ୱପୂର୍ଣ୍ଣ
08:08 ଆପଣ ଡିସ୍ପ୍ଲେ କରିବାକୁ ଚାହୁଁଥିବା ଏହି field ସବୁଠାରୁ ବଡ଼ image size ଠାରୁ ଛୋଟ ହେବା ଉଚିତ ନୁହେଁ
08:14 ଏହା Drupalକୁ ମୂଳ ଇମେଜ୍ ରୁ ଅଧିକ ଆଉ ସେମାନଙ୍କୁ pixelated କରିବାରୁ ପ୍ରତିରୋଧ କରିବ
08:21 Maximum Image resolution କୁ 1000 x 1000 ରେ ସେଟ୍ଅପ୍ କରନ୍ତୁ
08:26 Minimum Image resolution କୁ 100 x 100 ରେ ସେଟ୍ଅପ୍ କରନ୍ତୁ
08:31 ଏହାପରେ, Maximum upload size କୁ 80 kb କରନ୍ତୁ
08:36 Drupal, image କୁ କମାଇ 1000 by 1000 କରିବ ଏବଂ 80 kilo bytes କରିବ
08:44 ଯଦି ଏପରି କରିପାରିବ ନାହିଁ, ତେବେ Drupal, imageକୁ ପ୍ରତ୍ୟାଖ୍ୟାନ କରିଦେବ
08:48 ଏହାକୁ 600 by 600 pixels କରିବା ଭଲ, ଯାହାକି ଉପଯୁକ୍ତ ଆକାର
08:56 Enable Alt fieldAlt field required ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
09:02 ତା’ପରେ Save settings କ୍ଲିକ୍ କରନ୍ତୁ
09:05 ଆମର Content type ପାଇଁ ଏକ Event Logo ଫିଲ୍ଡ ଅଛି
09:09 Add field କ୍ଲିକ୍ କରି ଅନ୍ୟଏକ ଫିଲ୍ଡ ଆଡ୍ କରନ୍ତୁ
09:12 Add a new field drop-downରୁ Link ଚୟନ କରନ୍ତୁ, Label field ରେ "Event Website" ଟାଇପ୍ କରନ୍ତୁ
09:22 Save and continue କ୍ଲିକ୍ କରନ୍ତୁ
09:25 ତୁରନ୍ତ ହିଁ ଆମକୁ Allowed number of values ନିର୍ଦ୍ଦିଷ୍ଟ କରିବାକୁ କୁହାଯିବ, ସେଥିପାଇଁ ଆମ ପାଖରେ କେବଳ ଗୋଟିଏ ଭାଲ୍ୟୁ ଅଛି
09:34 Save Field Setting କ୍ଲିକ୍ କରନ୍ତୁ, ଏହି ସ୍କ୍ରୀନ୍ ଆଉଥରେ Link field ପାଇଁ ପ୍ରାସଙ୍ଗିକ ସେଟିଙ୍ଗ୍ସ ଦେଇଥାଏ
09:43 Allowed Link type ଅଧିନରେ ନିମ୍ନ ଅପ୍ସନ୍ସ ପାଇବେ , Internal links only, External links only ଏବଂ Both internal and external links.
09:54 ଏହାପରେ, Allow link text କୁ Disabled, Optional କିମ୍ବା Required ଭାବେ କରିବା କି ନାହିଁ, ତାହା ନିର୍ଦ୍ଦିଷ୍ଟ କରିପାରିବା
10:04 ବର୍ତ୍ତମାନ ପାଇଁ ଏହାକୁ Optional ଭାବେ ରଖି ଦେଖିବା ତାହା କିପରି କାମ କରୁଛି
10:09 ଏବେ, Save settings କ୍ଲିକ୍ କରନ୍ତୁ, ପୁଣିଥରେ Add field କ୍ଲିକ୍ କରନ୍ତୁ
10:15 ଏଥରକ ଆମେ Date field ଚୟନ କରିବା
10:20 Label କୁ Event Date ଭାବେ ଟାଇପ୍ କରନ୍ତୁ
10:24 Save and continue କ୍ଲିକ୍ କରନ୍ତୁ
10:26 ବର୍ତ୍ତମାନ ପାଇଁ value କୁ 1 ରେ ଛାଡ଼ନ୍ତୁ, Date type drop-downରେ Date only ଅପସନ୍ ଚୟନ କରନ୍ତୁ
10:34 Save field settings କ୍ଲିକ୍ କରନ୍ତୁ, ପୁଣିଥରେ ଆମେ ପ୍ରାସଙ୍ଗିକ ସେଟିଙ୍ଗ୍ସ ପେଜ୍ ପାଇବା
10:43 ଏଠାରେ Default date କୁ Current dateରେ ବଦଳାନ୍ତୁ
10:47 Save settings କ୍ଲିକ୍ କରନ୍ତୁ
10:49 ଏବେ ଆମକୁ ଅଧିକ ଦୁଇଟି ଫିଲ୍ଡ ଆଡ୍ କରିବାର ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଆଡ୍ କରିପାରିବା ନାହିଁ
10:55 ଏଗୁଡ଼ିକୁ ଆଗାମୀ ଟ୍ୟୁଟୋରିଆଲରେ କଭର୍ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
11:03 ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, ଏକ ନୂଆ Content type କ୍ରିଏଟ କରିବା ଏବଂ Content type ରେ fields ଆଡ୍ କରିବା
11:28 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
11:39 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
12:09 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep