Drupal/C2/Configuration-Management-in-Admin-Interface/Oriya
From Script | Spoken-Tutorial
Revision as of 14:45, 3 September 2016 by PoojaMoolya (Talk | contribs)
Time | Narration |
00:01 | Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି - |
00:13 | Extend, |
00:15 | Configuration, |
00:16 | People ଓ |
00:18 | Report |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
|
00:29 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:34 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
00:38 | ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ |
00:45 | ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ |
00:53 | Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ |
01:00 | Modules ହେଉଛି ଫିଚର୍ସ |
01:02 | ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା |
01:06 | ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା |
01:11 | କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା |
01:18 | ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ |
01:26 | ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା |
01:32 | ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ |
01:41 | ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି |
01:47 | ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି |
01:51 | ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ |
01:54 | Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ |
02:03 | ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି |
02:09 | ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ |
02:16 | ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ |
02:30 | ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା |
02:35 | କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା |
02:39 | Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal |
02:53 | ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି |
02:58 | Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ |
03:04 | ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ |
03:16 | Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ |
03:21 | ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address |
03:29 | ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା |
03:37 | ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ |
03:41 | ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ |
03:49 | ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା |
03:54 | ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ |
03:58 | ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି |
04:06 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା |
04:12 | ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା |
04:16 | ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ |
04:20 | ଆପଣ, List, Permissions ଓ Roles ଟାବ୍ସ ଦେଖିବେ |
04:26 | ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା |
04:32 | ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ |
04:44 | ୟୁଜର୍ ନେମ୍ admin ଏଠାରେ ଅଛି |
04:47 | Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା |
04:54 | ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର |
04:59 | ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ |
05:09 | ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି |
05:21 | Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା |
05:29 | ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ |
05:37 | ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ |
05:42 | Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ |
05:48 | ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ |
05:54 | ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ |
06:04 | Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ |
06:10 | ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports |
06:16 | Report ଉପରେ କ୍ଲିକ୍ କରନ୍ତୁ |
06:18 | ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର |
06:25 | ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି? |
06:28 | Recent Log Messages, |
06:31 | ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା |
06:36 | Status reports, |
06:37 | Top Access Denied ଓ Page Not Found ଏରର୍ସ, |
06:42 | Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ |
06:49 | Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ |
06:58 | ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା |
07:04 | ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର |
07:10 | ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ |
07:15 | Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ |
07:24 | ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ |
07:32 | ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା |
07:37 | ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ |
07:42 | ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା |
07:49 | ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା |
07:55 | ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି |
08:00 | ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ |
08:05 | ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ |
08:14 | ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ |
08:22 | ତାହା ଆମ Administration Toolbarକୁ ସାରାଂଶିତ କରେ |
08:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ |
08:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
|
08:52 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
09:03 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
ଅନୁଦାନ ପ୍ରାପ୍ତ |
09:32 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |