Drupal/C2/Configuration-Management-in-Admin-Interface/Oriya

From Script | Spoken-Tutorial
Jump to: navigation, search
Time Narration
00:01 Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି -
00:13 Extend, Configuration
00:16 People ଓ
00:18 Report
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:29 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:34 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:38 ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ
00:45 ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
00:53 Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ
01:00 Modules ହେଉଛି ଫିଚର୍ସ
01:02 ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା
01:06 ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା
01:11 କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା
01:18 ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ
01:26 ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା
01:32 ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ
01:41 ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି
01:47 ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି
01:51 ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ
01:54 Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ
02:03 ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି
02:09 ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ
02:16 ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ
02:30 ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା
02:35 କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା
02:39 Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal
02:53 ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି
02:58 Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ
03:04 ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ
03:16 Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ
03:21 ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address
03:29 ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା
03:37 ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ
03:41 ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ
03:49 ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା
03:54 ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ
03:58 ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି
04:06 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା
04:12 ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା
04:16 ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ
04:20 ଆପଣ, List, Permissions ଓ Roles ଟାବ୍ସ ଦେଖିବେ
04:26 ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା
04:32 ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ
04:44 ୟୁଜର୍ ନେମ୍ admin ଏଠାରେ ଅଛି
04:47 Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା
04:54 ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର
04:59 ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ
05:09 ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି
05:21 Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା
05:29 ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ
05:37 ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ
05:42 Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ
05:48 ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ
05:54 ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ
06:04 Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ
06:10 ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports
06:16 Report ଉପରେ କ୍ଲିକ୍ କରନ୍ତୁ
06:18 ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର
06:25 ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି?
06:28 Recent Log Messages,
06:31 ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା
06:36 Status reports,Top Access Denied ଓ Page Not Found ଏରର୍ସ,
06:42 Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ
06:49 Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ
06:58 ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା
07:04 ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର
07:10 ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ
07:15 Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ
07:24 ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ
07:32 ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା
07:37 ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ
07:42 ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା
07:49 ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା
07:55 ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି
08:00 ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ
08:05 ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ
08:14 ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ
08:22 ତାହା ଆମ Administration Toolbarକୁ ସାରାଂଶିତ କରେ
08:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
08:32 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report
08:52 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:03 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:32 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep