Drupal/C2/Configuration-Management-in-Admin-Interface/Oriya
From Script | Spoken-Tutorial
Time | Narration | ||||
00:01 | Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||||
00:09 | ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି - | ||||
00:13 | Extend, | ||||
00:15 | Configuration, | ||||
00:16 | People ଓ | ||||
00:18 | Report | ||||
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
| ||||
00:29 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | ||||
00:34 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ | ||||
00:38 | ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ | ||||
00:45 | ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ | ||||
00:53 | Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ | ||||
01:00 | Modules ହେଉଛି ଫିଚର୍ସ | ||||
01:02 | ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା | ||||
01:06 | ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା | ||||
01:11 | କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା | ||||
01:18 | ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ | ||||
01:26 | ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା | ||||
01:32 | ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ | ||||
01:41 | ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି | ||||
01:47 | ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି | ||||
01:51 | ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ | ||||
01:54 | Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ | ||||
02:03 | ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି | ||||
02:09 | ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ | ||||
02:16 | ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ | ||||
02:30 | ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା | ||||
02:35 | କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା | ||||
02:39 | Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal | ||||
02:53 | ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି | ||||
02:58 | Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ | ||||
03:04 | ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ | ||||
03:16 | Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ | ||||
03:21 | ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address | ||||
03:29 | ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା | ||||
03:37 | ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ | ||||
03:41 | ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ | ||||
03:49 | ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା | ||||
03:54 | ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ | ||||
03:58 | ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି | ||||
04:06 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା | ||||
04:12 | ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା | ||||
04:16 | ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ | ||||
04:20 | ଆପଣ, List, Permissions ଓ Roles ଟାବ୍ସ ଦେଖିବେ | ||||
04:26 | ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା | ||||
04:32 | ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ | ||||
04:44 | ୟୁଜର୍ ନେମ୍ admin ଏଠାରେ ଅଛି | ||||
04:47 | Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା | ||||
04:54 | ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର | ||||
04:59 | ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ | ||||
05:09 | ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି | ||||
05:21 | Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା | ||||
05:29 | ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ | ||||
05:37 | ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ | ||||
05:42 | Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ | ||||
05:48 | ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ | ||||
05:54 | ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ | ||||
06:04 | Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ | ||||
06:10 | ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports | ||||
06:16 | Report ଉପରେ କ୍ଲିକ୍ କରନ୍ତୁ | ||||
06:18 | ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର | ||||
06:25 | ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି? | ||||
06:28 | Recent Log Messages, | ||||
06:31 | ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା | ||||
06:36 | Status reports, | ||||
06:37 | Top Access Denied ଓ Page Not Found ଏରର୍ସ, | ||||
06:42 | Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ | ||||
06:49 | Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ | ||||
06:58 | ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା | ||||
07:04 | ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର | ||||
07:10 | ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ | ||||
07:15 | Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ | ||||
07:24 | ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ | ||||
07:32 | ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା | ||||
07:37 | - | ||||
07:42 | ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା | ||||
07:49 | ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା | ||||
07:55 | ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି | ||||
08:00 | ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ | ||||
08:05 | ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ | ||||
08:14 | ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ | ||||
08:22 | ତାହା ଆମ Administration Toolbarକୁ ସାରାଂଶିତ କରେ | ||||
08:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ | ||||
08:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | Extend, | Configuration, | People ଓ | Report |
08:52 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | ||||
09:03 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | ||||
09:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||||
09:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
ଅନୁଦାନ ପ୍ରାପ୍ତ | ||||
09:32 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |