Introduction-to-Computers/C2/Google-Drive-Options/Oriya
From Script | Spoken-Tutorial
|
| |
00:01 | Google Drive Options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Google Driveରେ ଉପଲବ୍ଧ ଅପ୍ସନ୍ସ ବିଷୟରେ ଶିଖିବା, ଯେପରି | |
00:12 | * ଏକ ଡକ୍ୟୁମେଣ୍ଟ, ଏକ ସ୍ପ୍ରେଡଶୀଟ୍ ଓ ଏକ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା | |
00:17 | * ଫାଇଲ୍ସ ଓ ଫୋଲ୍ଡର୍ସ ଅପଲୋଡ୍ କରିବା | |
00:20 | * ଶେୟାରିଙ୍ଗ ଅପ୍ସନ୍ସ | |
00:22 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ ଓ ଯେକୌଣସି ୱେବ୍ ବ୍ରାଉଜର୍ ଦରକାର ହେବ | |
00:29 | ମୁଁ Firefox Web Browser ବ୍ୟବହାର କରିବି | |
00:33 | ପ୍ରାକ୍ ଆବଶ୍ୟକତା ଭାବେ, Gmail ଉପରେ ଆପଣଙ୍କର ଜ୍ଞାନ ଥିବା ଉଚିତ | |
00:38 | ଯଦି ନୁହେଁ, ତେବେ ଦୟାକରି ଆମ ୱେବ୍ ସାଇଟ୍ ରେ ଥିବା Gmail ଟ୍ୟୁଟୋରିଆଲ୍ସ ଦେଖନ୍ତୁ | |
00:43 | ଚାଲନ୍ତୁ ଆରମ୍ଭ କରିବା | |
00:45 | ୱେବ୍ ବ୍ରାଉଜର୍ ଖୋଲି ଆପଣଙ୍କ Gmail ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ | |
00:49 | ମୁଁ ତାହା କରିସାରିଛି | |
00:51 | ଉପର ଡାହାଣପଟେ, ଆମ ନାମ ପାଖରେ ଏକ Grid ଆଇକନ୍ ଅଛି | |
00:56 | ଯେତେବେଳେ ଆମେ ତା’ଉପରେ ମାଉସ୍ ଚଲାଉ, ହେଲ୍ପ ଟେକ୍ସଟ୍ କୁହେ "Apps"
ଏହା ଉପରେ କ୍ଲିକ୍ କରନ୍ତୁ | |
01:02 | ଏହା ଆମକୁ କିଛି Google Apps ଦେଖାଏ, ଯେପରି:
| |
01:18 | ସେଗୁଡ଼ିକ ଉପରେ କ୍ଲିକ୍ କଲେ, ତାହା ଆମକୁ ନିର୍ଦ୍ଦିଷ୍ଟ Google Appକୁ ନେଇଯିବ | |
01:24 | Apps ଆଇକନ୍ କୁ ଯେକୌଣସି ସ୍ଥାନକୁ ଡ୍ରାଗ୍ କରି ଆମେ ନିଜ ପସନ୍ଦ ଅନୁସାରେ ଏହି ତାଲିକାକୁ ପୁନଃବ୍ୟବସ୍ଥିତ କରିପାରିବା | |
01:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ, ବିଶେଷକରି Drive ବିଷୟରେ ଶିଖିବା | |
01:35 | ତେଣୁ, Drive ଉପରେ କ୍ଲିକ୍ କରନ୍ତୁ | |
01:39 | ଏହା Google Drive ପେଜ୍ କୁ ନୂଆ ଟାବ୍ ରେ ଖୋଲିବ | |
01:43 | ପେଜ୍ ର ଉପରେ, ଏକ Search Bar ଅଛି | |
01:47 | ବାମପଟେ କିଛି Menu ଅଛି | |
01:51 | ଆଉ ଉପର ଡାହାଣପଟେ କିଛି ଆଇକନ୍ସ ଅଛି | |
01:55 | ମଝିରେ ଆମେ ଦୁଇଟି ଫାଇଲ୍ସ ଦେଖୁ | |
01:59 | ଆକାଉଣ୍ଟ କ୍ରିଏଶନ୍ ସମୟରେ Google Team ଦ୍ୱାରା ପ୍ରଥମ ଫାଇଲଟି ଆମ ସହିତ ଶେୟାର୍ କରାଯାଇଥିଲା | |
02:05 | ଦ୍ୱିତୀୟ ଫାଇଲଟି ହେଉଛି, ଯାହାକୁ ଆମେ ପୂର୍ବେଅରୁ ଅପଲୋଡ୍ କରିଥିଲେ | |
02:10 | ଏବେ ଚାଲନ୍ତୁ, ବାମପଟେ ଥିବା ମେନୁ ଉପରେ ନଜର ପକାଇବା | |
02:14 | ଆମ ପାଖରେ ନିମ୍ନ ମେନୁଗୁଡ଼ିକ ଅଛି:
| |
02:27 | ଡିଫଲ୍ଟ ଭାବରେ My Drive ମେନୁ ସିଲେକ୍ଟ ହୋଇଥିବ ଏବଂ ତାହାର କଣ୍ଟେଣ୍ଟ ମଝିରେ ପ୍ରଦର୍ଶିତ ହେଉଥିବ | |
02:34 | ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ମଝିରେ ପ୍ରଦର୍ଶିତ ହେବ | |
02:38 | ତେଣୁ, ଏଠାରେ ଆମେ, ପୂର୍ବ ଟ୍ୟୁଟୋରିଆଲରେ ଅପଲୋଡ୍ କରିସାରିଥିବା PDF ଓ ZIP ଫାଇଲକୁ ଦେଖିପାରିବା | |
02:47 | ଆମ ଦ୍ୱାରା କ୍ରିଏଟ୍ ଓ ଅପଲୋଡ୍ କରାଯାଇଥିବା ଫାଇଲଗୁଡ଼ିକ ମଧ୍ୟ My Driveରେ ଷ୍ଟୋର୍ ହୋଇଯିବ | |
02:53 | ପରବର୍ତ୍ତୀ ମେନୁ ହେଉଛି Shared With Me ଏହା ଉପରେ କ୍ଲିକ୍ କରନ୍ତୁ | |
02:58 | ଯଦି କେହି ମୋ ସହିତ ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ ଶେୟାର୍ କରନ୍ତି, ତାହା ଏହି ମେନୁରେ ପ୍ରଦର୍ଶିତ ହେବ | |
03:03 | ଏପର୍ଯ୍ୟନ୍ତ ମୋ ସହିତ କେହି ଫାଈଲ୍ ଶେୟାର୍ କରିନାହାନ୍ତି ତେଣୁ, ଏହା ଖାଲି ଅଛି | |
03:09 | ନିକଟରେ Google, Drive ମଧ୍ୟରେ Google Photos ଆକ୍ସେସ୍ କରିବା ପାଇଁ ଏକ Shortcut Link କ୍ରିଏଟ୍ କରିଛି | |
03:15 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ଏହି ଅପ୍ସନ୍ କୁଛାଡ଼ିଦେବା | |
03:19 | Recent ମେନୁ, ନିକଟରେ ଖୋଲାଯାଇଥିବା ଫାଇଲ୍ସ କିମ୍ୱା ଡକ୍ୟୁମେଣ୍ଟସ୍ ର ତାଲିକା ପ୍ରଦର୍ଶନ କରିବ | |
03:25 | ଏହା ଉଭୟ My Drive ଓ Shared With Me କଣ୍ଟେଣ୍ଟ ପ୍ରଦର୍ଶିତ କରିବ | |
03:30 | ତେଣୁ, ଏଠାରେ ଆମେ PDF ଓ ZIP ଫାଇଲ୍ସ ଦେଖିପାରିବା, କାରଣ ଆମେ ପୂର୍ବରୁ ସେଗୁଡ଼ିକୁ ଖୋଲିଥିଲେ | |
03:37 | Starred - ଆମେ, Important ଭାବେ ଚିହ୍ନିତ କରିଥିବା ଫାଇଲ କିମ୍ୱା ଡକ୍ୟୁମେଣ୍ଟ ଏହି ମେନୁରେ ପ୍ରଦର୍ଶିତ ହେବ | |
03:45 | My Drive ମେନୁକୁ ଫେରିଯାଇ ଆମ PDF ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | |
03:51 | ଏବେ, Add Star ଅପ୍ସନ୍ ଚୟନ କରନ୍ତୁ | |
03:55 | Starred ମେନୁ ଉପରେ କ୍ଲିକ୍ କରନ୍ତୁ ଏହା ହେଉଛି ଆମ ଫାଇଲ୍ | |
04:00 | ଚାଲନ୍ତୁ ଏହି ଫାଇଲର ଏକ କପୀ କରିବା | |
04:03 | ପୁଣିଥରେ ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Make a Copy ଅପ୍ସନ୍ ଚୟନ କରନ୍ତୁ | |
04:10 | ଏବେ ଆମ ପାଖରେ ଦୁଇଟି ଫାଇଲ୍ ଅଛି | |
04:13 | ସେଗୁଡ଼ିକରୁ ଗୋଟିଏ ଡିଲିଟ୍ କରନ୍ତୁ ଫାଇଲ୍ ସିଲେକ୍ଟ କରି କୀବୋର୍ଡରେ ଥିବା Delete କୀ ଦାବନ୍ତୁ | |
04:20 | ଡିଲିଟ୍ ହୋଇଥିବା ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ Trash ମେନୁରେ ପ୍ରଦର୍ଶିତ ହେବ | |
04:25 | ଅବଶ୍ୟ, ଡିଲିଶନ୍ ସାମୟିକ ଅଟେ | |
04:28 | Empty Trash ଅପ୍ସନ୍ ସିଲେକ୍ଟ କରି ଆମେ Trashରୁ ସମସ୍ତ ଫାଇଲ୍ସ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା | |
04:36 | 30 ଦିନ ପରେ Google Serverରୁ Trash ମେନୁରେ ଥିବା ସମସ୍ତ ଫାଇଲ୍ସ ନିଜକୁ ନିଜ ସ୍ଥାୟୀ ଭାବେ ଡିଲିଟ୍ ହୋଇଯିବ | |
04:44 | ଏବେ, ଫାଇଲ୍ସ ଓ ଫୋଲ୍ଡର୍ସ କିପରି Creat ଓ Upload କରାଯାଏ, ଚାଲନ୍ତୁ ଶିଖିବା | |
04:49 | ଏପରି କରିବାକୁ 4ଟି ମାର୍ଗ ଅଛି: | ପ୍ରଥମ ମାର୍ଗ ହେଉଛି, ବାମପଟେ ଥିବା New ବଟନ୍ ଉପରେ କ୍ଲିକ୍ କରିବା |
04:56 | ଦ୍ୱିତୀୟ ମାର୍ଗ ହେଉଛି: My Drive ଅପ୍ସନ୍ ଉପରେ ରାଇଟ୍ କ୍ଲିକ୍ କରିବା | |
05:00 | ଏବେ, My Driveକୁ ଫେରିଆସନ୍ତୁ
My Drive ଅପ୍ସନରେ ଆମେ, ମଝିରେ ରାଇଟ୍ କ୍ଲିକ୍ କରିପାରିବା | |
05:09 | ଶେଷରେ, ଉପରେ ଥିବା My Drive ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ | |
05:14 | ଚାଲନ୍ତୁ New ଅପ୍ସନ୍ ଦେଖିବା
New ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:19 | ଏହା କିଛି ଅପ୍ସନ୍ସ ପ୍ରଦର୍ଶିତ କରିବ, ଯେପରି:
| |
05:28 | ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ଅପ୍ସନ୍ ଦେଖିବା | |
05:31 | ଆମେ Folder ଅପ୍ସନ୍ ବ୍ୟବହାର କରି ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିପାରିବା | |
05:34 | ତାହା ଉପରେ କ୍ଲିକ୍ କରନ୍ତୁ ତୁରନ୍ତ, ଏହା ଆମକୁ ଗୋଟିଏ ନାମ ପାଇଁ କହିବ | |
05:40 | ଫୋଲ୍ଡର୍ ର ନାମ Spoken Tutorial ଦେଇ Creat ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:48 | ଡିଫଲ୍ଟ ଭାବରେ ଏହି ଫୋଲ୍ଡର୍, My Driveରେ ଦେଖାଦେବ | |
05:52 | ଆମେ ଏହାକୁ ଏଠାରେ, ମଝିରେ ଦେଖିପାରୁଛେ | |
05:56 | ଫାଇଲଗୁଡ଼ିକୁ ଉତ୍ତମ ଭାବରେ ବ୍ୟବସ୍ଥିତ କରିବା ପାଇଁ ଫୋଲ୍ଡର୍ ଆମକୁ ସାହାଯ୍ୟ କରିଥାଏ | |
06:00 | ତେଣୁ, ଆମେ ପୃଥକ୍ ଫୋଲ୍ଡର୍ସ କ୍ରିଏଟ୍ କରିପାରିବା ଉଦାହରଣସ୍ୱରୂପ, Personal, Work ଆଦି | |
06:07 | ଯେକୌଣସି ଫାଇଲ୍ Upload କରିବା ପାଇଁ - ପ୍ରଥମେ New ବଟନ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ File Upload ଉପରେ କ୍ଲିକ୍ କରନ୍ତୁ | |
06:13 | ଏହା ଏକ ଫାଇଲ୍ Browser Window ଖୋଲିବ | |
06:16
ଆପଣ ଅପଲୋଡ୍ କରିବାଖୁ ଚାହୁଁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ | ||
06:19 | ମୁଁ, Desktopରେ ଥିବା xyz.odt ଫାଇଲ୍ ସିଲେକ୍ଟ କରି Open ବଟନରେ କ୍ଲିକ୍ କରିବି | |
06:26 | ତଳ ଡାହାଣପଟେ ଆମେ, Uploadର ପ୍ରୋଗ୍ରେସ୍ ଦେଖିପାରିବା | |
06:30 | ଫାଇଲର ସାଇଜ୍ ଓ ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ | |
06:35 | ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, ଅପଲୋଡ୍ ହୋଇଥିବା ଫାଇଲ୍ ମଝିରେ ପ୍ରଦର୍ଶିତ ହେବ | |
06:41 | ଏବେ, ତଳ Progress Windowକୁ ବନ୍ଦ କରିଦିଅନ୍ତୁ | |
06:45 | ସମାନ ମାର୍ଗରେ ଆମେ, Folder Upload ଅପ୍ସନ୍ ବ୍ୟବହାର କରି Driveରେ ଗୋଟିଏ ଫୋଲ୍ଡର୍ ଅପଲୋଡ୍ କରିପାଇବା | |
06:52 | ଏହି ଫିଚର୍ କେବଳ ନିର୍ଦ୍ଦିଷ୍ଟ ବ୍ରାଉଜରଗୁଡ଼ିକରେ ଉପଲବ୍ଧ ଥାଇପାରେ ଉଦାହରଣସ୍ୱରୂପ Google Chrome | |
06:59 | ଆମେ ଅପଲୋଡ୍ କରିଥିବା ଫାଇଲକୁ କିପରି Spoken Tutorial ଫୋଲ୍ଡରକୁ ଘୁଞ୍ଚାଇ ପାଇବା? | |
07:04 | ଏହାକୁ କେବଳ ଡ୍ରାଗ୍ ଓ ଡ୍ରପ୍ କରିଦିଅନ୍ତୁ, ଏହିପରି | |
07:09 | ଏବେ, ବାମପଟେ ଥିବା My Drive ଅପ୍ସନ୍ କୁ ଦେଖନ୍ତୁ | |
07:14 | ଏହାର ବାମପଟେ ଏକ ଛୋଟ ତ୍ରିଭୁଜ ଅଛି | |
07:18 | ତାହା ଉପରେ କ୍ଲିକ୍ କଲେ, ତାହା My Driveରେ ଥିବା ସବ୍-ଫୋଲ୍ଡର୍ସ ଦେଖାଇବ | |
07:22 | ଦେଖନ୍ତୁ, ଏଠାରେ ଆମର SpokenTutorial ଫୋଲ୍ଡର୍ ଅଛି ଓ ତା’ଭିତରେ xyz.odt ଫାଇଲ୍ | |
07:31 | ଆମର ଦୈନ୍ୟନ୍ଦିନ କାମ ପାଇଁ ଆମେ Documents, spreadsheets ଓ Presentations ବ୍ୟବହାର କରୁ | |
07:36 | Driveରେ ସେଗୁଡ଼ିକୁ କ୍ରିଏଟ୍ ଓ ମ୍ୟାନେଜ୍ କରିବା ସମ୍ଭବ କି? | |
07:39 | ହଁ, ଏହା ସମ୍ଭବ Google Driveରେ, ଯେକୌଣସି Office Suite ଭଳି ଆମେ Documents, Spreadsheets ଓ Presentations କ୍ରିଏଟ୍ କରିପାରିବା | |
07:50 | ତେଣୁ, ଆମ ପାଖରେ ଡକ୍ୟୁମେଣ୍ଟସ୍ କ୍ରିଏଟ୍ କରିବା ପାଇଁ Google Docs | |
07:54 | ସ୍ପ୍ରେଡ୍ ଶୀଟ୍ସ କ୍ରିଏଟ୍ କରିବା ପାଇଁ Google Sheets | |
07:57 | ଓ ପ୍ରେଜେଣ୍ଟେଶନ୍ସ କ୍ରିଏଟ୍ କରିବା ପାଇଁ Google Slides ଅଛି | |
08:01 | ପ୍ରଦର୍ଶନ ପାଇଁ, ମୁଁ କେବଳ Google Docs ବ୍ୟବହାର କରି କିପରି ଗୋଟିଏ ଡକ୍ୟୁମେଣ୍ଟ କ୍ରିଏଟ୍ କରାଯାଏ, ଦେଖାଇବି | |
08:08 | ଗୋଟିଏ ନୂଆ ଡକ୍ୟୁମେଣ୍ଟ କ୍ରିଏଟ୍ କରିବା ପାଇଁ, New ବଟନ୍ ଉପରେ କରି Google Docs ଅପ୍ସନ୍ ସିଲେକ୍ଟ କରନ୍ତୁ | |
08:14 | ଏହା ଏକ ଖାଲି ଡକ୍ୟୁମେଣ୍ଟକୁ ନୂଆ ଟାବ୍ ରେ ଖୋଲିବ | |
08:19 | ଦେଖନ୍ତୁ, ଏଠାରେ ଥିବା ମେନୁ ଓ ଟେକ୍ସଟ୍ ଫର୍ମାଟିଙ୍ଗ ଅପ୍ସନ୍ସ, ଅନ୍ୟ Office Suite ପରି ସମାନ ଅଟେ | |
08:26 | ଉପରେ ଦେଖନ୍ତୁ Untitled Document ଲେଖାଅଛି | |
08:31 | ଏହା ଏକ ଏଡିଟେବଲ୍ ଟାଇଟଲ୍ ଅଟେ ଟାଇଟଲକୁ Rename କରିବା ପାଇଁ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ | |
08:38 | Rename Document ୱିଣ୍ଡୋ ଖୋଲିଲା | |
08:41 | ଏଠାରେ ଆମେ, ଆମ ଡକ୍ୟୁମେଣ୍ଟ ପାଇଁ ଉପଯୁକ୍ତ ଟାଇଟଲ୍ ଟାଇପ୍ କରିପାରିବା | |
08:46 | ମୁଁ, My First Google Doc ଟାଇପ୍ କରି OK କ୍ଲିକ୍ କରିବି | |
08:53 | ଦେଖନ୍ତୁ, ଟାଇଟଲ୍ ବଦଳିଗଲା | |
08:56 | ଏହାପରେ ମୁଁ ଏଠାରେ Welcome to Google Docs ଟାଇପ୍ କରିବି | |
09:02 | ଏହି ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ଯୋଗ, ସଂଶୋଧନ କିମ୍ୱା ବିଲୋପ କରାଗଲେ, ତାହା ଅଟୋ ସେଭ୍ ହୋଇଯିବ | |
09:08 | ଉପରେ Help ମେନୁ ପାଖରେ ଥିବା All Changes Saved in Drive ମେସେଜ୍ କୁ ଦେଖନ୍ତୁ | |
09:14 | ଆମେ ଯଦି ତା’ଉପରେ କ୍ଲିକ୍ କରୁଛେ, ତେବେ ଡାହାଣପଟେ Revision History ଦେଖିବା | |
09:19 | ଏଥିରେ ସଂଶୋଧନ ତାରିଖ ଓ ସମୟ ଅଛି ଏବଂ କିଏ ଏହି ସଂଶୋଧନ କରିଛି, ତାହା ମଧ୍ୟ ଦେଖାଉଛି | |
09:26 | ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ କାହା ସହିତ ଶେୟାର୍ ହୋଇନାହିଁ | |
09:30 | ତେଣୁ, ଆମେ କେବଳ ତାରିଖ ଭାବେ "Today" ଓ ସମୟ ସହିତ ଜଣେୟୁଜର୍ "Rebecca Raymond" ଦେଖିପାରିବା | |
09:37 | ଯଦି ଏହି Google Doc ଅନେକ ଲୋକମାନଙ୍କ ସହିତ ଶେୟାର୍ ହୋଇଥିବ, ତେବେ Revision History, ପ୍ରତ୍ୟେକ ୟୁଜରଙ୍କ ପାଇଁ ବିଭିନ୍ନ ରଙ୍ଗ ସହିତ ସେମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ତାଲିକାଭୁକ୍ତ କରିବ | |
09:48 | କିଛି ସମୟ ପରେ ଏହି ଟ୍ୟୁଟୋରିଆଲରେ ଆମେ ଏହି ଫିଚର୍ ଦେଖିବା | |
09:53 | Revision History ବନ୍ଦ କରନ୍ତୁ | |
09:56 | ଏହି ଟାବ୍ ବନ୍ଦ କରନ୍ତୁ Google Doc ନିଜକୁ ନିଜ ସେଭ୍ ହୋଇଯିବ | |
10:02 | ପୁଣିଥରେ ଆମେ My Driveରେ ଅଛେ ଓ ଏଠାରେ ଆମର ଫାଇଲକୁ ଦେଖିପାରୁଛେ | |
10:07 | ପୁଣିଥରେ ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ | |
10:10 | ଏବେ ଆମେ, Welcome to Google Docsକୁ ଦୁଇଥର କପୀ-ପେଷ୍ଟ କରି ଟାବ୍ ବନ୍ଦ କରିଦେବା | |
10:17 | ଫାଇଲକୁ ପୁଣିଥରେ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ | |
10:20 | ପୁଣିଥରେ, Welcome to Google Docsକୁ ଥରେ କପୀ-ପେଷ୍ଟ କରନ୍ତୁ | |
10:26 | ଏବେ, Rivision History ଉପରେ କ୍ଲିକ୍ କରନ୍ତୁ ତାରିଖ-ସମୟ ଷ୍ଟାମ୍ପ ଓ ୟୁଜର୍ ସୂଚନା ସହ ଫାଇଲର ସମସ୍ତ ସଂଶୋଧନ ଆମେ ଦେଖିପାରୁଛେ | |
10:36 | ଯଦି ବିଭିନ୍ନ ସଂଶୋଧନ ଦେଖାଯାଉନଥିବ, ତେବେ ତଳେ ଥିବା Show More Detailed Revisions ବଟନ୍ ଉପରେ କ୍ଲିକ୍ କରନ୍ତୁ | |
10:44 | ସଂଶୋଧନଗୁଡ଼ିକ କ୍ରମବଦ୍ଧ ଭାବରେ, ଅଦ୍ୟତନ ସଂଶୋଧନ ଉପରେ ଥାଇ ବ୍ୟବସ୍ଥିତ ଢଙ୍ଗରେ ରହିଛି | |
10:50 | ପ୍ରତ୍ୟେକ ସଂଶୋଧନରେ କ୍ଲିକ୍ କରନ୍ତୁ ଓ ଏହି ଫିଚର୍ କିପରି କାର୍ଯ୍ୟ କରେ ବୁଝନ୍ତୁ | |
10:55 | ଏହି ଡକ୍ୟୁମେଣ୍ଟକୁ ମୁଁ ଏବେ ଅନ୍ୟ ଦୁଇଜଣ ୟୁଜରଙ୍କ ସହିତ ଶେୟାର୍ କରିବି | |
10:59 | ଏଥିପାଇଁ, ଉପର ଡାହାଣପଟେ ଥିବା Share ବଟନ୍ ଉପରେ କ୍ଲିକ୍ କରନ୍ତୁ | |
11:03 | Share With Others ଡାୟଲଗ୍ ବକ୍ସ ଦେଖାଦେଲା | |
11:07 | People ଟେକ୍ସଟ୍ ବକ୍ସରେ, ଆମକୁ ସେହି ଲୋକମାନଙ୍କର ଇ-ମେଲ୍ ID ଦେବାକୁ ହେବ, ଯେଉଁମାନଙ୍କ ସହ ଆମେ ଏହି ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ ଚାହୁଁଥିବା | |
11:15 | ତେଣୁ, ମୁଁ ଟାଇପ୍ କରିବି 0808iambecky@gmail.com | |
11:23 | ଦେଖନ୍ତୁ, ଏଠାରେ, ଆମେ ପୂର୍ବରୁ ଯେଉଁମାନଙ୍କୁ ଇମେଲ ପଠାଇଥିଲେ, ସେହି ଇମେଲ୍ IDଗୁଡ଼ିକ ପାଇଁ Auto Fill ଫିଚର୍ ଉପଲବ୍ଧ ଅଛି | |
11:31 | ଏଠାରେ ତିନି ପ୍ରକାର ମୋଡ୍ ଅଛି, ଯେଉଁଥିରେ ଆମେ ଅନ୍ୟ ୟୁଜରମାନଙ୍କ ସହିତ ଡକ୍ୟୁମେଣ୍ଟ ଶେୟାର୍ କରିପାରିବା | |
11:36 | ସେହି ତିନୋଟି ମୋଡ୍ ଦେଖିବା ପାଇଁ ଏଠାରେ ଥିବା ବଟନ୍ କୁ କ୍ଲିକ୍ କରନ୍ତୁ:
| |
11:44 | Can Edit ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ , ଡକ୍ୟୁମେଣ୍ଟରେ ହିଁ ପରିବର୍ତ୍ତନ କରିବାଖୁ ଅନୁମତି ଦେଇଥାଏ | |
11:51 | Can Comment ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ ପରିବର୍ତ୍ତନ ପରାମର୍ଶ ଦେବାପାଇଁ ଅନୁମତି ଦେଇଥାଏ | |
11:56 | Can View ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ, କେବଳ ଦେଖିବା ପାଇଁ ଅନୁମତି ଦେଇଥାଏ | |
12:00 | ସେମାନେ ପରିବର୍ତ୍ତନ କିମ୍ୱା ପରାମର୍ଶ କରିପାରିବେ ନାହିଁ | |
12:04 | 0808iambeckyକୁ ଚାଲନ୍ତୁ Can Edit ଅପ୍ସନ୍ ଦେବା | |
12:09 | ମୁଁ ନିମ୍ନ ମଧ୍ୟ ଆଡ୍ କରିବି: stlibreoffice@gmail.com | |
12:16 | ଦୁଇଟି ଇମେଲ୍ ID ମଧ୍ୟରେ କମା ସେପାରେଟର୍ ଦେବାକୁ ଭୁଲନ୍ତୁ ନାହିଁ | |
12:21 | ଆମେ ଇମେଲ୍ IDଗୁଡ଼ିକ ଏଣ୍ଟର୍ କରିବା କ୍ଷଣି ଏହି ୱିଣ୍ଡୋରେ ଏକ ପରିବର୍ତ୍ତନ ହେବ | |
12:25 | ଆମେ Add a Note ଟେକ୍ସଟ୍ ଏରିଆ ପାଇବା | |
12:28 | ଯଦି ଆମେ ଏହି ଡକ୍ୟୁମେଣ୍ଟ ବିଷୟରେ କିଛି ସୂଚନା ଅନ୍ୟ ୟୁଜରମାନଙ୍କୁ ପଠାଇବାକୁ ଚାହିବା, ତେବେ ତାହାକୁ ଆମେ ଏଠାରେ ଟାଇପ୍ କରିପାରିବା | |
12:36 | ମୁଁ ଟାଇପ୍ କରିବି Please find attached a document for testing purpose. Kindly modify or suggest as per the permission given to you.
Thanks Ray.Becky | |
12:47 | ଶେଷରେ, ଶେୟାରିଙ୍ଗ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ Send ବଟନ୍ ଉପରେ କ୍ଲିକ୍ କରନ୍ତୁ | |
12:52 | ଏହା, ଅନ୍ୟ ୟୁଜରମାନଙ୍କ ପାଖକୁ ଆମର ବାର୍ତ୍ତା ସହ ଏକ ଇମେଲ୍ ନୋଟିଫିକେଶନ୍ ଏବଂ ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟର ଏକ Link ପଠାଇବ | |
12:59 | ପୁଣିଥରେ, Share ବଟନ୍ ଉପରେ କ୍ଲିକ୍ କରନ୍ତୁ | |
13:02 | ତା’ପରେ Advanced ଉପରେ କ୍ଲିକ୍ କରନ୍ତୁ | |
13:05 | ଏବେ, stlibreoffice ୟୁଜର୍ ପାଇଁ ଆମେ, ଶେୟାରିଙ୍ଗ ମୋଡ୍ କୁ Can Commentକୁ ପରିବର୍ତ୍ତନ କରିବା | |
13:12 | ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରି Done ଉପରେ କ୍ଲିକ୍ କରନ୍ତୁ | |
13:18 | ଓ ଏହି ଡକ୍ୟୁମେଣ୍ଟକୁ ବନ୍ଦ କରିଦିଅନ୍ତୁ | |
13:21 | ଏବେ, କଳ୍ପନା କରନ୍ତୁ ଯେ, ଉଭୟ ଯୁଜର୍, ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟରେ କିଛି ସଂଶୋଧନ କଲେ | |
13:27 | ଆମେ ପୁଣିଥରେ ଡକ୍ୟୁମେଣ୍ଟ ଖୋଲିଲେ, କିଛି ସମୟ ପରେ, ଅନ୍ୟ ଶେୟାର୍ ହୋଇଥିବା ୟୁଜରମାନଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡ଼ିକ ଜଣାପଡ଼ିବ | |
13:34 | ଯେହେତୁ stlibreoffice@gmail.comକୁ କେବଳ ପରାମର୍ଶର ଅନୁମତି ଦିଆଯାଇଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ ଆମେ ଦେଖିପାରିବା | |
13:43 | Mouseକୁ, ସଜେଶନ୍ ବକ୍ସ ଆଡ଼କୁ ନିଅନ୍ତୁ, Check ଓ Cross ମାର୍କ୍ସ ଉପରକୁ | |
13:49 | ଚେକ୍ ମାର୍କ କୁହେ Accept Suggestion ଏବଂ କ୍ରସ୍ ମାର୍କ କୁହେ Reject Suggestion | |
13:56 | ମୁଁ ଗୋଟିଏ Accept କରିବି ଓ ଅନ୍ୟଟିକୁ Reject କରିବି | |
14:02 | ଆମେ ଏଠାରେ 0808iambecky ତରଫରୁ ଏକ କମେଣ୍ଟ ଦେଖିପାରୁଛେ | |
14:07 | ଆଉ ଏଠାରେ ଆମେ ଏକ Resolve ବଟନ୍ ଦେଖିପାରୁଛେ | |
14:11 | Can Edit ଅପ୍ସନ୍ ସହ ୟୁଜର୍ସ, କମେଣ୍ଟ ଟେକ୍ସଟ୍ ଉପରେ କ୍ଲିକ୍ କରି ସେହି କମେଣ୍ଟର ଉତ୍ତର ଦେଇପାରିବେ | |
14:18 | କମେଣ୍ଟ ଥ୍ରେଡ୍ କାଢିବା ପାଇଁ, Resolve ବଟନ୍ ଉପରେ କ୍ଲିକ୍ କରନ୍ତୁ | |
14:22 | ଡକ୍ୟୁମେଣ୍ଟରେ 0808imabecky ଦ୍ୱାରା କରାଯାଇଥିବା କୌଣସି ସଂଶୋଧନକୁ ଆମେ ଦେଖିପାରୁନେ | |
14:29 | ମନେପକାନ୍ତୁ, ଡକ୍ୟୁମେଣ୍ଟରେ ଏହି ୟୁଜରଙ୍କ ପାଖରେ Edit ଅନୁମତି ଥିଲା | |
14:34 | ତେଣୁ, ସେହି ୟୁଜର କ’ଣ କରିବର୍ତ୍ତନ କରିଛନ୍ତି ବୋଲି ଆମେ କିପରି ଜାଣିପାଇବା? | |
14:39 | ସେଥିପାଇଁ ଆମକୁ Revision History ଦେଖିବାଖୁ ପଡ଼ିବ | |
14:43 | ତାକୁ ଖୋଲିବା ପାଇଁ ପ୍ରଥମେ File ଓ ତା’ପରେ See Revision History ଉପରେ କ୍ଲିକ୍ କରନ୍ତୁ | |
14:50 | 0808iambecky କରିଥିବା କିଛି ପରିବର୍ତ୍ତନ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ | |
14:58 | stlibreoffice@gmail.com ଦେଇଥିବା କିଛି ପରାମର୍ଶ ମଧ୍ୟ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ | |
15:05 | ଆଉ ଦେଖନ୍ତୁ, ଏହା ଆମର କାମ ହୋଇଥିବାରୁ, ଆମ ନିଜସ୍ୱ କାମ ମଧ୍ୟ ଭିନ୍ନ ରଙ୍ଗରେ ଅଛି | |
15:11 | ଏବେ Revision History ବନ୍ଦ କରିଦିଅନ୍ତୁ | |
15:14 | ଡକ୍ୟୁମେଣ୍ଟ ଶେୟାର୍ କରିବାର ଆଉ ଏକ ମାର୍ଗ ଅଛି Share ବଟନ୍ ଉପରେ କ୍ଲିକ୍ କରନ୍ତୁ | |
15:20 | Share With Others ୱିଣ୍ଡୋର ଉପର ଡାହାଣପଟ କୋଣରେ Get Shareable Link ଟେକ୍ସଟ୍ ଆମେ ଦେଖିପାରୁଛେ ତାହାକୁ କ୍ଲିକ୍ କରନ୍ତୁ | |
15:29 | ଏହା କୁହେ Anyone With The Link Can View | |
15:32 | ଏହା, ଏହି ଡକ୍ୟୁମେଣ୍ଟ ପାଇଁ ଏକ ଲିଙ୍କ କ୍ରିଏଟ୍ କରିବ | |
15:35 | ଏବେ, ଏହି ଲିଙ୍କକୁ ଆମେ ଯେକୌଣସି ଇମେଲ୍ IDକୁ ପଠାଇ ପାରିବା, ଯାହାର ଅର୍ଥ ହେଉଛି ଯାହା ପାଖରେ ଏହି ଲିଙ୍କ ଥିବ, ସେ ଏହି ଡକ୍ୟୁମେଣ୍ଟକୁ ଦେଖିପାରିବ | |
15:44 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | |
15:47 | ସଂକ୍ଷିପ୍ତରେ | |
15:49 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
| |
16:00 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | |
16:07 | ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | |
16:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | |
16:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |