Introduction-to-Computers/C2/Google-Drive-Options/Oriya

From Script | Spoken-Tutorial
Jump to: navigation, search
Time Narration
00:01 Google Drive Options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, Google Driveରେ ଉପଲବ୍ଧ ଅପ୍ସନ୍ସ ବିଷୟରେ ଶିଖିବା, ଯେପରି
00:12 ଏକ ଡକ୍ୟୁମେଣ୍ଟ, ଏକ ସ୍ପ୍ରେଡଶୀଟ୍ ଓ ଏକ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା
00:17 ଫାଇଲ୍ସ ଓ ଫୋଲ୍ଡର୍ସ ଅପଲୋଡ୍ କରିବା
00:20 ଶେୟାରିଙ୍ଗ ଅପ୍ସନ୍ସ
00:22 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ ଓ ଯେକୌଣସି ୱେବ୍ ବ୍ରାଉଜର୍ ଦରକାର ହେବ
00:29 ମୁଁ Firefox Web Browser ବ୍ୟବହାର କରିବି
00:33 ପ୍ରାକ୍ ଆବଶ୍ୟକତା ଭାବେ, Gmail ଉପରେ ଆପଣଙ୍କର ଜ୍ଞାନ ଥିବା ଉଚିତ
00:38 ଯଦି ନୁହେଁ, ତେବେ ଦୟାକରି ଆମ ୱେବ୍ ସାଇଟ୍ ରେ ଥିବା Gmail ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:43 ଚାଲନ୍ତୁ ଆରମ୍ଭ କରିବା
00:45 ୱେବ୍ ବ୍ରାଉଜର୍ ଖୋଲି ଆପଣଙ୍କ Gmail ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
00:49 ମୁଁ ତାହା କରିସାରିଛି
00:51 ଉପର ଡାହାଣପଟେ, ଆମ ନାମ ପାଖରେ ଏକ Grid ଆଇକନ୍ ଅଛି
00:56 ଯେତେବେଳେ ଆମେ ତା’ଉପରେ ମାଉସ୍ ଚଲାଉ, ହେଲ୍ପ ଟେକ୍ସଟ୍ କୁହେ "Apps" ଏହା ଉପରେ କ୍ଲିକ୍ କରନ୍ତୁ
01:02 ଏହା ଆମକୁ କିଛି Google Apps ଦେଖାଏ, ଯେପରି:

Google Plus Search YouTube Maps PlayStore News Mail Drive Calendar ଓ More

01:18 ସେଗୁଡ଼ିକ ଉପରେ କ୍ଲିକ୍ କଲେ, ତାହା ଆମକୁ ନିର୍ଦ୍ଦିଷ୍ଟ Google Appକୁ ନେଇଯିବ
01:24 Apps ଆଇକନ୍ କୁ ଯେକୌଣସି ସ୍ଥାନକୁ ଡ୍ରାଗ୍ କରି ଆମେ ନିଜ ପସନ୍ଦ ଅନୁସାରେ ଏହି ତାଲିକାକୁ ପୁନଃବ୍ୟବସ୍ଥିତ କରିପାରିବା
01:32 ଏହି ଟ୍ୟୁଟୋରିଆଲ୍ ରେ ଆମେ, ବିଶେଷକରି Drive ବିଷୟରେ ଶିଖିବା
01:35 ତେଣୁ, Drive ଉପରେ କ୍ଲିକ୍ କରନ୍ତୁ
01:39 ଏହା Google Drive ପେଜ୍ କୁ ନୂଆ ଟାବ୍ ରେ ଖୋଲିବ
01:43 ପେଜ୍ ର ଉପରେ, ଏକ Search Bar ଅଛି
01:47 ବାମପଟେ କିଛି Menu ଅଛି
01:51 ଆଉ ଉପର ଡାହାଣପଟେ କିଛି ଆଇକନ୍ସ ଅଛି
01:55 ମଝିରେ ଆମେ ଦୁଇଟି ଫାଇଲ୍ସ ଦେଖୁ
01:59 ଆକାଉଣ୍ଟ କ୍ରିଏଶନ୍ ସମୟରେ Google Team ଦ୍ୱାରା ପ୍ରଥମ ଫାଇଲଟି ଆମ ସହିତ ଶେୟାର୍ କରାଯାଇଥିଲା
02:05 ଦ୍ୱିତୀୟ ଫାଇଲଟି ହେଉଛି, ଯାହାକୁ ଆମେ ପୂର୍ବେଅରୁ ଅପଲୋଡ୍ କରିଥିଲେ
02:10 ଏବେ ଚାଲନ୍ତୁ, ବାମପଟେ ଥିବା ମେନୁ ଉପରେ ନଜର ପକାଇବା
02:14 ଆମ ପାଖରେ ନିମ୍ନ ମେନୁଗୁଡ଼ିକ ଅଛି:

New My Drive Shared with me Google Photos Recent Starred ଓ Trash

02:27 ଡିଫଲ୍ଟ ଭାବରେ My Drive ମେନୁ ସିଲେକ୍ଟ ହୋଇଥିବ ଏବଂ ତାହାର କଣ୍ଟେଣ୍ଟ ମଝିରେ ପ୍ରଦର୍ଶିତ ହେଉଥିବ
02:34 ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ମଝିରେ ପ୍ରଦର୍ଶିତ ହେବ
02:38 ତେଣୁ, ଏଠାରେ ଆମେ, ପୂର୍ବ ଟ୍ୟୁଟୋରିଆଲରେ ଅପଲୋଡ୍ କରିସାରିଥିବା PDF ଓ ZIP ଫାଇଲକୁ ଦେଖିପାରିବା
02:47 ଆମ ଦ୍ୱାରା କ୍ରିଏଟ୍ ଓ ଅପଲୋଡ୍ କରାଯାଇଥିବା ଫାଇଲଗୁଡ଼ିକ ମଧ୍ୟ My Driveରେ ଷ୍ଟୋର୍ ହୋଇଯିବ
02:53 ପରବର୍ତ୍ତୀ ମେନୁ ହେଉଛି Shared With Me ଏହା ଉପରେ କ୍ଲିକ୍ କରନ୍ତୁ
02:58 ଯଦି କେହି ମୋ ସହିତ ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ ଶେୟାର୍ କରନ୍ତି, ତାହା ଏହି ମେନୁରେ ପ୍ରଦର୍ଶିତ ହେବ
03:03 ଏପର୍ଯ୍ୟନ୍ତ ମୋ ସହିତ କେହି ଫାଈଲ୍ ଶେୟାର୍ କରିନାହାନ୍ତି ତେଣୁ, ଏହା ଖାଲି ଅଛି
03:09 ନିକଟରେ Google, Drive ମଧ୍ୟରେ Google Photos ଆକ୍ସେସ୍ କରିବା ପାଇଁ ଏକ Shortcut Link କ୍ରିଏଟ୍ କରିଛି
03:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ଏହି ଅପ୍ସନ୍ କୁଛାଡ଼ିଦେବା
03:19 Recent ମେନୁ, ନିକଟରେ ଖୋଲାଯାଇଥିବା ଫାଇଲ୍ସ କିମ୍ୱା ଡକ୍ୟୁମେଣ୍ଟସ୍ ର ତାଲିକା ପ୍ରଦର୍ଶନ କରିବ
03:25 ଏହା ଉଭୟ My Drive ଓ Shared With Me କଣ୍ଟେଣ୍ଟ ପ୍ରଦର୍ଶିତ କରିବ
03:30 ତେଣୁ, ଏଠାରେ ଆମେ PDF ଓ ZIP ଫାଇଲ୍ସ ଦେଖିପାରିବା, କାରଣ ଆମେ ପୂର୍ବରୁ ସେଗୁଡ଼ିକୁ ଖୋଲିଥିଲେ
03:37 Starred - ଆମେ, Important ଭାବେ ଚିହ୍ନିତ କରିଥିବା ଫାଇଲ କିମ୍ୱା ଡକ୍ୟୁମେଣ୍ଟ ଏହି ମେନୁରେ ପ୍ରଦର୍ଶିତ ହେବ
03:45 My Drive ମେନୁକୁ ଫେରିଯାଇ ଆମ PDF ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:51 ଏବେ, Add Star ଅପ୍ସନ୍ ଚୟନ କରନ୍ତୁ
03:55 Starred ମେନୁ ଉପରେ କ୍ଲିକ୍ କରନ୍ତୁ ଏହା ହେଉଛି ଆମ ଫାଇଲ୍
04:00 ଚାଲନ୍ତୁ ଏହି ଫାଇଲର ଏକ କପୀ କରିବା
04:03 ପୁଣିଥରେ ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Make a Copy ଅପ୍ସନ୍ ଚୟନ କରନ୍ତୁ
04:10 ଏବେ ଆମ ପାଖରେ ଦୁଇଟି ଫାଇଲ୍ ଅଛି
04:13 ସେଗୁଡ଼ିକରୁ ଗୋଟିଏ ଡିଲିଟ୍ କରନ୍ତୁ ଫାଇଲ୍ ସିଲେକ୍ଟ କରି କୀବୋର୍ଡରେ ଥିବା Delete କୀ ଦାବନ୍ତୁ
04:20 ଡିଲିଟ୍ ହୋଇଥିବା ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ Trash ମେନୁରେ ପ୍ରଦର୍ଶିତ ହେବ
04:25 ଅବଶ୍ୟ, ଡିଲିଶନ୍ ସାମୟିକ ଅଟେ
04:28 Empty Trash ଅପ୍ସନ୍ ସିଲେକ୍ଟ କରି ଆମେ Trashରୁ ସମସ୍ତ ଫାଇଲ୍ସ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା
04:36 30 ଦିନ ପରେ Google Serverରୁ Trash ମେନୁରେ ଥିବା ସମସ୍ତ ଫାଇଲ୍ସ ନିଜକୁ ନିଜ ସ୍ଥାୟୀ ଭାବେ ଡିଲିଟ୍ ହୋଇଯିବ
04:44 ଏବେ, ଫାଇଲ୍ସ ଓ ଫୋଲ୍ଡର୍ସ କିପରି Creat ଓ Upload କରାଯାଏ, ଚାଲନ୍ତୁ ଶିଖିବା
04:49 ଏପରି କରିବାକୁ 4ଟି ମାର୍ଗ ଅଛି:ପ୍ରଥମ ମାର୍ଗ ହେଉଛି, ବାମପଟେ ଥିବା New ବଟନ୍ ଉପରେ କ୍ଲିକ୍ କରିବା
04:56 ଦ୍ୱିତୀୟ ମାର୍ଗ ହେଉଛି: My Drive ଅପ୍ସନ୍ ଉପରେ ରାଇଟ୍ କ୍ଲିକ୍ କରିବା
05:00 ଏବେ, My Driveକୁ ଫେରିଆସନ୍ତୁ My Drive ଅପ୍ସନରେ ଆମେ, ମଝିରେ ରାଇଟ୍ କ୍ଲିକ୍ କରିପାରିବା
05:09 ଶେଷରେ, ଉପରେ ଥିବା My Drive ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ
05:14 ଚାଲନ୍ତୁ New ଅପ୍ସନ୍ ଦେଖିବା New ବଟନ୍ ଉପରେ କ୍ଲିକ୍ କରନ୍ତୁ
05:19 ଏହା କିଛି ଅପ୍ସନ୍ସ ପ୍ରଦର୍ଶିତ କରିବ, ଯେପରି:

Folder File Upload Google Docs, Sheets, Slides ଓ More

05:28 ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ଅପ୍ସନ୍ ଦେଖିବା
05:31 ଆମେ Folder ଅପ୍ସନ୍ ବ୍ୟବହାର କରି ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିପାରିବା
05:34 ତାହା ଉପରେ କ୍ଲିକ୍ କରନ୍ତୁ ତୁରନ୍ତ, ଏହା ଆମକୁ ଗୋଟିଏ ନାମ ପାଇଁ କହିବ
05:40 ଫୋଲ୍ଡର୍ ର ନାମ Spoken Tutorial ଦେଇ Creat ବଟନ୍ ଉପରେ କ୍ଲିକ୍ କରନ୍ତୁ
05:48 ଡିଫଲ୍ଟ ଭାବରେ ଏହି ଫୋଲ୍ଡର୍, My Driveରେ ଦେଖାଦେବ
05:52 ଆମେ ଏହାକୁ ଏଠାରେ, ମଝିରେ ଦେଖିପାରୁଛେ
05:56 ଫାଇଲଗୁଡ଼ିକୁ ଉତ୍ତମ ଭାବରେ ବ୍ୟବସ୍ଥିତ କରିବା ପାଇଁ ଫୋଲ୍ଡର୍ ଆମକୁ ସାହାଯ୍ୟ କରିଥାଏ
06:00 ତେଣୁ, ଆମେ ପୃଥକ୍ ଫୋଲ୍ଡର୍ସ କ୍ରିଏଟ୍ କରିପାରିବା ଉଦାହରଣସ୍ୱରୂପ, Personal, Work ଆଦି
06:07 ଯେକୌଣସି ଫାଇଲ୍ Upload କରିବା ପାଇଁ - ପ୍ରଥମେ New ବଟନ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ File Upload ଉପରେ କ୍ଲିକ୍ କରନ୍ତୁ
06:13 ଏହା ଏକ ଫାଇଲ୍ Browser Window ଖୋଲିବ
06:16 ଆପଣ ଅପଲୋଡ୍ କରିବାଖୁ ଚାହୁଁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
06:19 ମୁଁ, Desktopରେ ଥିବା xyz.odt ଫାଇଲ୍ ସିଲେକ୍ଟ କରି Open ବଟନରେ କ୍ଲିକ୍ କରିବି
06:26 ତଳ ଡାହାଣପଟେ ଆମେ, Uploadର ପ୍ରୋଗ୍ରେସ୍ ଦେଖିପାରିବା
06:30 ଫାଇଲର ସାଇଜ୍ ଓ ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
06:35 ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, ଅପଲୋଡ୍ ହୋଇଥିବା ଫାଇଲ୍ ମଝିରେ ପ୍ରଦର୍ଶିତ ହେବ
06:41 ଏବେ, ତଳ Progress Windowକୁ ବନ୍ଦ କରିଦିଅନ୍ତୁ
06:45 ସମାନ ମାର୍ଗରେ ଆମେ, Folder Upload ଅପ୍ସନ୍ ବ୍ୟବହାର କରି Driveରେ ଗୋଟିଏ ଫୋଲ୍ଡର୍ ଅପଲୋଡ୍ କରିପାଇବା
06:52 ଏହି ଫିଚର୍ କେବଳ ନିର୍ଦ୍ଦିଷ୍ଟ ବ୍ରାଉଜରଗୁଡ଼ିକରେ ଉପଲବ୍ଧ ଥାଇପାରେ ଉଦାହରଣସ୍ୱରୂପ Google Chrome
06:59 ଆମେ ଅପଲୋଡ୍ କରିଥିବା ଫାଇଲକୁ କିପରି Spoken Tutorial ଫୋଲ୍ଡରକୁ ଘୁଞ୍ଚାଇ ପାଇବା?
07:04 ଏହାକୁ କେବଳ ଡ୍ରାଗ୍ ଓ ଡ୍ରପ୍ କରିଦିଅନ୍ତୁ, ଏହିପରି
07:09 ଏବେ, ବାମପଟେ ଥିବା My Drive ଅପ୍ସନ୍ କୁ ଦେଖନ୍ତୁ
07:14 ଏହାର ବାମପଟେ ଏକ ଛୋଟ ତ୍ରିଭୁଜ ଅଛି
07:18 ତାହା ଉପରେ କ୍ଲିକ୍ କଲେ, ତାହା My Driveରେ ଥିବା ସବ୍-ଫୋଲ୍ଡର୍ସ ଦେଖାଇବ
07:22 ଦେଖନ୍ତୁ, ଏଠାରେ ଆମର SpokenTutorial ଫୋଲ୍ଡର୍ ଅଛି ଓ ତା’ଭିତରେ xyz.odt ଫାଇଲ୍
07:31 ଆମର ଦୈନ୍ୟନ୍ଦିନ କାମ ପାଇଁ ଆମେ Documents, spreadsheets ଓ Presentations ବ୍ୟବହାର କରୁ
07:36 Driveରେ ସେଗୁଡ଼ିକୁ କ୍ରିଏଟ୍ ଓ ମ୍ୟାନେଜ୍ କରିବା ସମ୍ଭବ କି?
07:39 ହଁ, ଏହା ସମ୍ଭବ Google Driveରେ, ଯେକୌଣସି Office Suite ଭଳି ଆମେ Documents, Spreadsheets ଓ Presentations କ୍ରିଏଟ୍ କରିପାରିବା
07:50 ତେଣୁ, ଆମ ପାଖରେ ଡକ୍ୟୁମେଣ୍ଟସ୍ କ୍ରିଏଟ୍ କରିବା ପାଇଁ Google Docs
07:54 ସ୍ପ୍ରେଡ୍ ଶୀଟ୍ସ କ୍ରିଏଟ୍ କରିବା ପାଇଁ Google Sheets
07:57 ଓ ପ୍ରେଜେଣ୍ଟେଶନ୍ସ କ୍ରିଏଟ୍ କରିବା ପାଇଁ Google Slides ଅଛି
08:01 ପ୍ରଦର୍ଶନ ପାଇଁ, ମୁଁ କେବଳ Google Docs ବ୍ୟବହାର କରି କିପରି ଗୋଟିଏ ଡକ୍ୟୁମେଣ୍ଟ କ୍ରିଏଟ୍ କରାଯାଏ, ଦେଖାଇବି
08:08 ଗୋଟିଏ ନୂଆ ଡକ୍ୟୁମେଣ୍ଟ କ୍ରିଏଟ୍ କରିବା ପାଇଁ, New ବଟନ୍ ଉପରେ କରି Google Docs ଅପ୍ସନ୍ ସିଲେକ୍ଟ କରନ୍ତୁ
08:14 ଏହା ଏକ ଖାଲି ଡକ୍ୟୁମେଣ୍ଟକୁ ନୂଆ ଟାବ୍ ରେ ଖୋଲିବ
08:19 ଦେଖନ୍ତୁ, ଏଠାରେ ଥିବା ମେନୁ ଓ ଟେକ୍ସଟ୍ ଫର୍ମାଟିଙ୍ଗ ଅପ୍ସନ୍ସ, ଅନ୍ୟ Office Suite ପରି ସମାନ ଅଟେ
08:26 ଉପରେ ଦେଖନ୍ତୁ Untitled Document ଲେଖାଅଛି
08:31 ଏହା ଏକ ଏଡିଟେବଲ୍ ଟାଇଟଲ୍ ଅଟେ ଟାଇଟଲକୁ Rename କରିବା ପାଇଁ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
08:38 Rename Document ୱିଣ୍ଡୋ ଖୋଲିଲା
08:41 ଏଠାରେ ଆମେ, ଆମ ଡକ୍ୟୁମେଣ୍ଟ ପାଇଁ ଉପଯୁକ୍ତ ଟାଇଟଲ୍ ଟାଇପ୍ କରିପାରିବା
08:46 ମୁଁ, My First Google Doc ଟାଇପ୍ କରି OK କ୍ଲିକ୍ କରିବି
08:53 ଦେଖନ୍ତୁ, ଟାଇଟଲ୍ ବଦଳିଗଲା
08:56 ଏହାପରେ ମୁଁ ଏଠାରେ Welcome to Google Docs ଟାଇପ୍ କରିବି
09:02 ଏହି ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ଯୋଗ, ସଂଶୋଧନ କିମ୍ୱା ବିଲୋପ କରାଗଲେ, ତାହା ଅଟୋ ସେଭ୍ ହୋଇଯିବ
09:08 ଉପରେ Help ମେନୁ ପାଖରେ ଥିବା All Changes Saved in Drive ମେସେଜ୍ କୁ ଦେଖନ୍ତୁ
09:14 ଆମେ ଯଦି ତା’ଉପରେ କ୍ଲିକ୍ କରୁଛେ, ତେବେ ଡାହାଣପଟେ Revision History ଦେଖିବା
09:19 ଏଥିରେ ସଂଶୋଧନ ତାରିଖ ଓ ସମୟ ଅଛି ଏବଂ କିଏ ଏହି ସଂଶୋଧନ କରିଛି, ତାହା ମଧ୍ୟ ଦେଖାଉଛି
09:26 ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ କାହା ସହିତ ଶେୟାର୍ ହୋଇନାହିଁ
09:30 ତେଣୁ, ଆମେ କେବଳ ତାରିଖ ଭାବେ "Today" ଓ ସମୟ ସହିତ ଜଣେୟୁଜର୍ "Rebecca Raymond" ଦେଖିପାରିବା
09:37 ଯଦି ଏହି Google Doc ଅନେକ ଲୋକମାନଙ୍କ ସହିତ ଶେୟାର୍ ହୋଇଥିବ, ତେବେ Revision History, ପ୍ରତ୍ୟେକ ୟୁଜରଙ୍କ ପାଇଁ ବିଭିନ୍ନ ରଙ୍ଗ ସହିତ ସେମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ତାଲିକାଭୁକ୍ତ କରିବ
09:48 କିଛି ସମୟ ପରେ ଏହି ଟ୍ୟୁଟୋରିଆଲରେ ଆମେ ଏହି ଫିଚର୍ ଦେଖିବା
09:53 Revision History ବନ୍ଦ କରନ୍ତୁ
09:56 ଏହି ଟାବ୍ ବନ୍ଦ କରନ୍ତୁ Google Doc ନିଜକୁ ନିଜ ସେଭ୍ ହୋଇଯିବ
10:02 ପୁଣିଥରେ ଆମେ My Driveରେ ଅଛେ ଓ ଏଠାରେ ଆମର ଫାଇଲକୁ ଦେଖିପାରୁଛେ
10:07 ପୁଣିଥରେ ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
10:10 ଏବେ ଆମେ, Welcome to Google Docsକୁ ଦୁଇଥର କପୀ-ପେଷ୍ଟ କରି ଟାବ୍ ବନ୍ଦ କରିଦେବା
10:17 ଫାଇଲକୁ ପୁଣିଥରେ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
10:20 ପୁଣିଥରେ, Welcome to Google Docsକୁ ଥରେ କପୀ-ପେଷ୍ଟ କରନ୍ତୁ
10:26 ଏବେ, Rivision History ଉପରେ କ୍ଲିକ୍ କରନ୍ତୁ ତାରିଖ-ସମୟ ଷ୍ଟାମ୍ପ ଓ ୟୁଜର୍ ସୂଚନା ସହ ଫାଇଲର ସମସ୍ତ ସଂଶୋଧନ ଆମେ ଦେଖିପାରୁଛେ
10:36 ଯଦି ବିଭିନ୍ନ ସଂଶୋଧନ ଦେଖାଯାଉନଥିବ, ତେବେ ତଳେ ଥିବା Show More Detailed Revisions ବଟନ୍ ଉପରେ କ୍ଲିକ୍ କରନ୍ତୁ
10:44 ସଂଶୋଧନଗୁଡ଼ିକ କ୍ରମବଦ୍ଧ ଭାବରେ, ଅଦ୍ୟତନ ସଂଶୋଧନ ଉପରେ ଥାଇ ବ୍ୟବସ୍ଥିତ ଢଙ୍ଗରେ ରହିଛି
10:50 ପ୍ରତ୍ୟେକ ସଂଶୋଧନରେ କ୍ଲିକ୍ କରନ୍ତୁ ଓ ଏହି ଫିଚର୍ କିପରି କାର୍ଯ୍ୟ କରେ ବୁଝନ୍ତୁ
10:55 ଏହି ଡକ୍ୟୁମେଣ୍ଟକୁ ମୁଁ ଏବେ ଅନ୍ୟ ଦୁଇଜଣ ୟୁଜରଙ୍କ ସହିତ ଶେୟାର୍ କରିବି
10:59 ଏଥିପାଇଁ, ଉପର ଡାହାଣପଟେ ଥିବା Share ବଟନ୍ ଉପରେ କ୍ଲିକ୍ କରନ୍ତୁ
11:03 Share With Others ଡାୟଲଗ୍ ବକ୍ସ ଦେଖାଦେଲା
11:07 People ଟେକ୍ସଟ୍ ବକ୍ସରେ, ଆମକୁ ସେହି ଲୋକମାନଙ୍କର ଇ-ମେଲ୍ ID ଦେବାକୁ ହେବ, ଯେଉଁମାନଙ୍କ ସହ ଆମେ ଏହି ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ ଚାହୁଁଥିବା
11:15 ତେଣୁ, ମୁଁ ଟାଇପ୍ କରିବି 0808iambecky@gmail.com
11:23 ଦେଖନ୍ତୁ, ଏଠାରେ, ଆମେ ପୂର୍ବରୁ ଯେଉଁମାନଙ୍କୁ ଇମେଲ ପଠାଇଥିଲେ, ସେହି ଇମେଲ୍ IDଗୁଡ଼ିକ ପାଇଁ Auto Fill ଫିଚର୍ ଉପଲବ୍ଧ ଅଛି
11:31 ଏଠାରେ ତିନି ପ୍ରକାର ମୋଡ୍ ଅଛି, ଯେଉଁଥିରେ ଆମେ ଅନ୍ୟ ୟୁଜରମାନଙ୍କ ସହିତ ଡକ୍ୟୁମେଣ୍ଟ ଶେୟାର୍ କରିପାରିବା
11:36 ସେହି ତିନୋଟି ମୋଡ୍ ଦେଖିବା ପାଇଁ ଏଠାରେ ଥିବା ବଟନ୍ କୁ କ୍ଲିକ୍ କରନ୍ତୁ:

Can Edit Can Comment Can View

11:44 Can Edit ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ , ଡକ୍ୟୁମେଣ୍ଟରେ ହିଁ ପରିବର୍ତ୍ତନ କରିବାଖୁ ଅନୁମତି ଦେଇଥାଏ
11:51 Can Comment ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ ପରିବର୍ତ୍ତନ ପରାମର୍ଶ ଦେବାପାଇଁ ଅନୁମତି ଦେଇଥାଏ
11:56 Can View ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ, କେବଳ ଦେଖିବା ପାଇଁ ଅନୁମତି ଦେଇଥାଏ
12:00 ସେମାନେ ପରିବର୍ତ୍ତନ କିମ୍ୱା ପରାମର୍ଶ କରିପାରିବେ ନାହିଁ
12:04 0808iambeckyକୁ ଚାଲନ୍ତୁ Can Edit ଅପ୍ସନ୍ ଦେବା
12:09 ମୁଁ ନିମ୍ନ ମଧ୍ୟ ଆଡ୍ କରିବି: stlibreoffice@gmail.com
12:16 ଦୁଇଟି ଇମେଲ୍ ID ମଧ୍ୟରେ କମା ସେପାରେଟର୍ ଦେବାକୁ ଭୁଲନ୍ତୁ ନାହିଁ
12:21 ଆମେ ଇମେଲ୍ IDଗୁଡ଼ିକ ଏଣ୍ଟର୍ କରିବା କ୍ଷଣି ଏହି ୱିଣ୍ଡୋରେ ଏକ ପରିବର୍ତ୍ତନ ହେବ
12:25 ଆମେ Add a Note ଟେକ୍ସଟ୍ ଏରିଆ ପାଇବା
12:28 ଯଦି ଆମେ ଏହି ଡକ୍ୟୁମେଣ୍ଟ ବିଷୟରେ କିଛି ସୂଚନା ଅନ୍ୟ ୟୁଜରମାନଙ୍କୁ ପଠାଇବାକୁ ଚାହିବା, ତେବେ ତାହାକୁ ଆମେ ଏଠାରେ ଟାଇପ୍ କରିପାରିବା
12:36 ମୁଁ ଟାଇପ୍ କରିବି Please find attached a document for testing purpose. Kindly modify or suggest as per the permission given to you.

Thanks Ray.Becky

12:47 ଶେଷରେ, ଶେୟାରିଙ୍ଗ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:52 ଏହା, ଅନ୍ୟ ୟୁଜରମାନଙ୍କ ପାଖକୁ ଆମର ବାର୍ତ୍ତା ସହ ଏକ ଇମେଲ୍ ନୋଟିଫିକେଶନ୍ ଏବଂ ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟର ଏକ Link ପଠାଇବ
12:59 ପୁଣିଥରେ, Share ବଟନ୍ ଉପରେ କ୍ଲିକ୍ କରନ୍ତୁ
13:02 ତା’ପରେ Advanced ଉପରେ କ୍ଲିକ୍ କରନ୍ତୁ
13:05 ଏବେ, stlibreoffice ୟୁଜର୍ ପାଇଁ ଆମେ, ଶେୟାରିଙ୍ଗ ମୋଡ୍ କୁ Can Commentକୁ ପରିବର୍ତ୍ତନ କରିବା
13:12 ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରି Done ଉପରେ କ୍ଲିକ୍ କରନ୍ତୁ
13:18 ଓ ଏହି ଡକ୍ୟୁମେଣ୍ଟକୁ ବନ୍ଦ କରିଦିଅନ୍ତୁ
13:21 ଏବେ, କଳ୍ପନା କରନ୍ତୁ ଯେ, ଉଭୟ ଯୁଜର୍, ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟରେ କିଛି ସଂଶୋଧନ କଲେ
13:27 ଆମେ ପୁଣିଥରେ ଡକ୍ୟୁମେଣ୍ଟ ଖୋଲିଲେ, କିଛି ସମୟ ପରେ, ଅନ୍ୟ ଶେୟାର୍ ହୋଇଥିବା ୟୁଜରମାନଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡ଼ିକ ଜଣାପଡ଼ିବ
13:34 ଯେହେତୁ stlibreoffice@gmail.comକୁ କେବଳ ପରାମର୍ଶର ଅନୁମତି ଦିଆଯାଇଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ ଆମେ ଦେଖିପାରିବା
13:43 Mouseକୁ, ସଜେଶନ୍ ବକ୍ସ ଆଡ଼କୁ ନିଅନ୍ତୁ, Check ଓ Cross ମାର୍କ୍ସ ଉପରକୁ
13:49 ଚେକ୍ ମାର୍କ କୁହେ Accept Suggestion ଏବଂ କ୍ରସ୍ ମାର୍କ କୁହେ Reject Suggestion
13:56 ମୁଁ ଗୋଟିଏ Accept କରିବି ଓ ଅନ୍ୟଟିକୁ Reject କରିବି
14:02 ଆମେ ଏଠାରେ 0808iambecky ତରଫରୁ ଏକ କମେଣ୍ଟ ଦେଖିପାରୁଛେ
14:07 ଆଉ ଏଠାରେ ଆମେ ଏକ Resolve ବଟନ୍ ଦେଖିପାରୁଛେ
14:11 Can Edit ଅପ୍ସନ୍ ସହ ୟୁଜର୍ସ, କମେଣ୍ଟ ଟେକ୍ସଟ୍ ଉପରେ କ୍ଲିକ୍ କରି ସେହି କମେଣ୍ଟର ଉତ୍ତର ଦେଇପାରିବେ
14:18 କମେଣ୍ଟ ଥ୍ରେଡ୍ କାଢିବା ପାଇଁ, Resolve ବଟନ୍ ଉପରେ କ୍ଲିକ୍ କରନ୍ତୁ
14:22 ଡକ୍ୟୁମେଣ୍ଟରେ 0808imabecky ଦ୍ୱାରା କରାଯାଇଥିବା କୌଣସି ସଂଶୋଧନକୁ ଆମେ ଦେଖିପାରୁନେ
14:29 ମନେପକାନ୍ତୁ, ଡକ୍ୟୁମେଣ୍ଟରେ ଏହି ୟୁଜରଙ୍କ ପାଖରେ Edit ଅନୁମତି ଥିଲା
14:34 ତେଣୁ, ସେହି ୟୁଜର କ’ଣ କରିବର୍ତ୍ତନ କରିଛନ୍ତି ବୋଲି ଆମେ କିପରି ଜାଣିପାଇବା?
14:39 ସେଥିପାଇଁ ଆମକୁ Revision History ଦେଖିବାଖୁ ପଡ଼ିବ
14:43 ତାକୁ ଖୋଲିବା ପାଇଁ ପ୍ରଥମେ File ଓ ତା’ପରେ See Revision History ଉପରେ କ୍ଲିକ୍ କରନ୍ତୁ
14:50 0808iambecky କରିଥିବା କିଛି ପରିବର୍ତ୍ତନ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
14:58 stlibreoffice@gmail.com ଦେଇଥିବା କିଛି ପରାମର୍ଶ ମଧ୍ୟ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
15:05 ଆଉ ଦେଖନ୍ତୁ, ଏହା ଆମର କାମ ହୋଇଥିବାରୁ, ଆମ ନିଜସ୍ୱ କାମ ମଧ୍ୟ ଭିନ୍ନ ରଙ୍ଗରେ ଅଛି
15:11 ଏବେ Revision History ବନ୍ଦ କରିଦିଅନ୍ତୁ
15:14 ଡକ୍ୟୁମେଣ୍ଟ ଶେୟାର୍ କରିବାର ଆଉ ଏକ ମାର୍ଗ ଅଛି Share ବଟନ୍ ଉପରେ କ୍ଲିକ୍ କରନ୍ତୁ
15:20 Share With Others ୱିଣ୍ଡୋର ଉପର ଡାହାଣପଟ କୋଣରେ Get Shareable Link ଟେକ୍ସଟ୍ ଆମେ ଦେଖିପାରୁଛେ ତାହାକୁ କ୍ଲିକ୍ କରନ୍ତୁ
15:29 ଏହା କୁହେ Anyone With The Link Can View
15:32 ଏହା, ଏହି ଡକ୍ୟୁମେଣ୍ଟ ପାଇଁ ଏକ ଲିଙ୍କ କ୍ରିଏଟ୍ କରିବ
15:35 ଏବେ, ଏହି ଲିଙ୍କକୁ ଆମେ ଯେକୌଣସି ଇମେଲ୍ IDକୁ ପଠାଇ ପାରିବା, ଯାହାର ଅର୍ଥ ହେଉଛି ଯାହା ପାଖରେ ଏହି ଲିଙ୍କ ଥିବ, ସେ ଏହି ଡକ୍ୟୁମେଣ୍ଟକୁ ଦେଖିପାରିବ
15:44 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
15:47 ସଂକ୍ଷିପ୍ତରେ
15:49 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,

Google Drive ଆକ୍ସେସ୍ କରିବା ଫାଇଲ୍ସ କ୍ରିଏଟ୍ ଓ ଅପଲୋଡ୍ କରିବା Google Docs କ୍ରିଏଟ୍ କରିବା ଓ ଶେୟାରିଙ୍ଗ ଅପ୍ସନ୍ସ ବ୍ୟବହାର କରିବା

16:00 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
16:07 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
16:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
16:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep