Firefox/C2/Searching-and-Auto-complete/Oriya
From Script | Spoken-Tutorial
Time | Narration |
00:00 | ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | |
00:06 | ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର |
00:15 | ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା | |
00:18 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
00:26 | ଇଣ୍ଟରନେଟ୍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି | |
00:31 | ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ | |
00:37 | ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ ରେ ସୂଚନା ଖୋଜିବାକୁ ସରଳ କରିଥାଏ | |
00:44 | ଚାଲନ୍ତୁ, କିଛି ମାର୍ଗ ଦେଖିବା | |
00:47 | ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା | |
00:50 | ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି! |
00:54 | URL ବାର୍ ରେ ‘www.google.com’ ଟାଇପ୍ କରନ୍ତୁ | |
00:59 | Google ହୋମ୍ ପେଜ୍ ଖୋଲିବ | |
01:01 | ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ | |
01:07 | ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ | |
01:10 | ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି | |
01:16 | କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି | |
01:20 | ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି | |
01:26 | ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ | |
01:33 | ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ | |
01:36 | ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ | |
01:40 | କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା | |
01:44 | ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା | |
01:50 | ସର୍ଚ୍ଚ ବାର୍ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି | |
01:58 | ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ | |
02:02 | ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା | |
02:08 | ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ | |
02:12 | ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି | |
02:21 | ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ | |
02:24 | ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ | |
02:30 | ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା | |
02:36 | ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା | |
02:42 | ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି | |
02:46 | ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି | |
02:53 | ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ | |
02:57 | ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ | |
03:01 | ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ | |
03:07 | ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ | |
03:10 | ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ | |
03:16 | ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ | |
03:21 | ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ | |
03:24 | ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ | |
03:29 | “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ | |
03:32 | “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ | |
03:37 | ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି | |
03:42 | ସେଥିରେ କ୍ଲିକ୍ କରନ୍ତୁ |
03:43 | ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ | |
03:46 | ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା | |
03:51 | ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ | |
03:55 | ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ | |
04:00 | “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା | |
04:07 | URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:13 | ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ | |
04:19 | ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ | |
04:22 | “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ | |
04:28 | ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ | |
04:36 | ’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ | |
04:41 | ’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ | |
04:46 | ’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:49 | କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା | |
04:56 | ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ | |
05:04 | ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ | |
05:08 | ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ | |
05:12 | ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା | |
05:17 | ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ | |
05:23 | ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ | |
05:27 | କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ | |
05:30 | ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା | |
05:34 | ’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ | |
05:37 | ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ | |
05:41 | ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ | |
05:46 | ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି | |
05:53 | ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ | |
05:56 | ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ | |
05:59 | ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ | |
06:03 | ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ | |
06:09 | ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | |
06:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ | |
06:27 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
06:30 | ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ | |
06:34 | ’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ | |
06:36 | ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ | |
06:40 | ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ | |
06:44 | ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ | |
06:51 | http://ସ୍ପୋକେନ୍-ଟ୍ୟୁଟୋରିଆଲ୍.org/ହ୍ୱାଟ୍ ଇଜ୍ ଏ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଥିବା ଭିଡିଓକୁ ଦେଖନ୍ତୁ | |
06:54 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ |
06:58 | ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
07:02 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
07:08 | ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
07:11 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
07:18 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
07:22 | ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
07:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
07:41 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |