Firefox/C2/Searching-and-Auto-complete/Oriya

From Script | Spoken-Tutorial
Jump to: navigation, search
Time Narration
00:00 ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର
00:15 ଆଡ୍ରେସ୍ ବାର୍‍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
00:18 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:26 ଇଣ୍ଟରନେଟ୍‍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
00:31 ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
00:37 ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍‍ ରେ ସୂଚନା ଖୋଜିବାକୁ ସରଳ କରିଥାଏ |
00:44 ଚାଲନ୍ତୁ, କିଛି ମାର୍ଗ ଦେଖିବା |
00:47 ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
00:50 ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
00:54 URL ବାର୍‍ ରେ ‘www.google.com’ ଟାଇପ୍ କରନ୍ତୁ |
00:59 Google ହୋମ୍ ପେଜ୍ ଖୋଲିବ |
01:01 ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
01:07 ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
01:10 ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
01:16 କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
01:20 ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
01:26 ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
01:33 ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
01:36 ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |
01:40 କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
01:44 ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
01:50 ସର୍ଚ୍ଚ ବାର୍‍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
01:58 ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
02:02 ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
02:08 ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
02:12 ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
02:21 ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
02:24 ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
02:30 ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
02:36 ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
02:42 ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
02:46 ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
02:53 ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
02:57 ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
03:01 ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
03:07 ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
03:10 ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
03:16 ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
03:21 ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
03:24 ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |
03:29 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
03:32 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
03:37 ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
03:42 ସେଥିରେ କ୍ଲିକ୍ କରନ୍ତୁ,ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
03:46 ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
03:51 ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
03:55 ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
04:00 “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
04:07 URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:13 ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
04:19 ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
04:22 “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
04:28 ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
04:36 ’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
04:41 ’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
04:46 ’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:49 କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
04:56 ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
05:04 ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
05:08 ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
05:12 ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
05:17 ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
05:23 ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
05:27 କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
05:30 ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
05:34 ’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
05:37 ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
05:41 ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
05:46 ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
05:53 ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
05:56 ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
05:59 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
06:03 ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
06:09 ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:16 ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
06:27 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
06:30 ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
06:34 ’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
06:36 ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
06:40 ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
06:44 ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
06:51 ନିମ୍ନ ଲିଙ୍କ୍‍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:54 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
06:58 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:02 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
07:08 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
07:11 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:18 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:22 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
07:30 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
07:41 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep