Linux-Old/C2/Ubuntu-Software-Center/Oriya
From Script | Spoken-Tutorial
Time | Narration |
00:00 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ର ବ୍ୟବହାର, |
00:09 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ରେ ସଫ୍ଟୱେର୍ ଡାଉନ୍ ଲୋଡ୍, ଇନଷ୍ଟଲ୍, ଅପ୍ ଡେଟ୍ ଓ ଅନ୍ ଇନଷ୍ଟଲ୍ ବିଷୟରେ ଶିଖିବା | |
00:16 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ କ’ଣ? |
00:18 | ଉବୁଣ୍ଟୁ OSରେ ସଫ୍ଟୱେର୍ ମ୍ୟାନେଜ୍ କରିବାରେ ଏହି ଟୁଲ୍ ସାହାଯ୍ୟ କରେ | |
00:23 | ଏକ ସଫ୍ଟୱେର୍ ସର୍ଚ୍ଚ, ଡାଉନ୍ ଲୋଡ୍, ଅପ୍ ଡେଟ୍, ଇନଷ୍ଟଲ୍ କିମ୍ୱା ଅନ୍-ଇନଷ୍ଟଲ୍ କରିବାରେ ଏହା ବ୍ୟବହୃତ ହୁଏ | |
00:30 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ରେ ପ୍ରତି ସଫ୍ଟୱେର୍ ର ରିଭ୍ୟୁ ଓ ରେଟିଙ୍ଗ୍ ଥାଏ | |
00:36 | ଏହିପରି, ସଫ୍ଟୱେର୍ ର ବ୍ୟବହାର ପୂର୍ବରୁ ମଧ୍ୟ ତାହା ବିଷୟରେ ସୂଚନା ପାଇପାରିବେ | |
00:41 | ଏହା ସଫ୍ଟୱେର୍ ହିଷ୍ଟ୍ରୀର ରେକର୍ଡ ମଧ୍ୟ ରଖେ | |
00:45 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଭର୍ସନ୍ 11.10ରେ ଥିବା ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରୁଛୁ |
00:52 | ଟ୍ୟୁଟୋରିଆଲ୍ ରେ ଆଗକୁ ଯିବାକୁ, |
00:54 | ଇଣ୍ଟର୍ନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ | |
00:56 | ସଫ୍ଟୱେର୍ ଇନଷ୍ଟଲ୍ କରିବାକୁ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ବା ଆଡମିନିଷ୍ଟ୍ରେଟର୍ ଅଧିକାର ଥିବା ଆବଶ୍ୟକ | |
01:04 | ଲଞ୍ଚର୍ ରୁ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଆଇକନ୍ ରେ କ୍ଲିକ୍ କରନ୍ତୁ | |
01:08 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଖୋଲିବ | |
01:12 | ୱିଣ୍ଡୋର ଉପର ବାମ କୋଣରେ ସମସ୍ତ ସଫ୍ଟୱେର୍, ଇନଷ୍ଟଲଡ୍ ଓ ହିଷ୍ଟ୍ରୀ ଆଇକନ୍ ଅଛି | |
01:19 | ସର୍ଚ୍ଚ ଫିଲ୍ଡ୍ ଟି ଉପର ଡାହାଣ ପଟ କୋଣରେ ଅଛି | |
01:23 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଦୁଇଟି ପ୍ୟାନେଲ୍ ରେ ବିଭକ୍ତ ହୋଇଛି | |
01:28 | ବାମ ପ୍ୟାନେଲ୍ ରେ ସଫ୍ଟୱେର୍ କ୍ୟାଟାଗୋରୀର ତାଲିକା ଅଛି |
01:33 | ଡାହାଣ ପ୍ୟାନେଲ୍ ରେ ହ୍ୱାଟ୍ସ ନ୍ୟୁ ଓ ଟପ୍ ରେଟେଡ୍ ପ୍ରଦର୍ଶିତ ହେଉଛି | |
01:38 | ନୂଆ ରିଲିଜ୍ ହୋଇଥିବା ସଫ୍ଟୱେର୍ ର ତାଲିକା ହ୍ୱାଟ୍ସ୍ ନ୍ୟୁ ପ୍ୟାନେଲ୍ ରେ ରହିଥାଏ | |
01:42 | ଅଧିକ ୟୁଜର୍ ରେଟିଙ୍ଗ୍ ଥିବା ଓ ଅଧିକ ଡାଉନ୍ ଲୋଡ୍ ହେଉଥିବା ସଫ୍ଟୱେର୍ ର ତାଲିକା ଟପ୍ ରେଟେଡ୍ ପ୍ୟାନେଲ୍ ରେ ଦେଖାଯାଉଛି | |
01:51 | ଆସନ୍ତୁ କ୍ୟାଟେଗୋରୀ ଅନୁସାରେ ସଫ୍ଟୱେର୍ ବ୍ରାଉଜ୍ କରିବା | |
01:55 | ବାମ ପ୍ୟାନେଲ୍ ରୁ ଇଣ୍ଟର୍ନେଟ୍ ରେ କ୍ଲିକ୍ କରନ୍ତୁ | |
01:58 | ଇଣ୍ଟର୍ନେଟ୍ କ୍ୟାଟେଗୋରୀ ପାଇଁ ଇଣ୍ଟର୍ନେଟ୍ ସଫ୍ଟୱେର୍ ଓ ଟପ୍ ରେଟେଡ୍ ସଫ୍ଟୱେର୍ ର ତାଲିକା ଦେଖାଯାଉଛି | |
02:05 | କିଛି ସଫ୍ଟୱେର୍ ରେ ଗୋଲ ସହିତ ଠିକ୍ ଚିହ୍ନ ଥିବା ଲକ୍ଷ୍ୟ କରନ୍ତୁ | |
02:10 | ଏହାର ଅର୍ଥ, ସଫ୍ଟୱେର୍ ଟି କମ୍ପ୍ୟୁଟର୍ ରେ ଇନଷ୍ଟଲ୍ ହୋଇସାରିଛି | |
02:15 | ଇଣ୍ଟର୍ନେଟ୍ କ୍ୟାଟେଗୋରୀରେ ଅଧିକ ସଫ୍ଟୱେର୍ ଦେଖିବାକୁ ଅଲ୍ ଆଇକନ୍ ରେ କ୍ଲିକ୍ କରନ୍ତୁ | |
02:21 | ଇଣ୍ଟର୍ନେଟ୍ କ୍ୟାଟେଗୋରୀ ପାଇଁ ଉପଲବ୍ଧ ସମସ୍ତ ସଫ୍ଟୱେର୍ ର ତାଲିକା ୱିଣ୍ଡୋରେ ଅଛି | |
02:26 | ବାଇ ନେମ୍, ବାଇ ଟପ୍ ରେଟେଡ୍ କିମ୍ୱା ବାଇ ନ୍ୟୁଏଷ୍ଟ ଫର୍ଷ୍ଟ ଅନୁସାରେ ସଫ୍ଟୱେର୍ ବ୍ୟବସ୍ଥିତ ହୋଇପାରିବ | |
02:32 | ଉପର ଡାହାଣ କୋଣରେ ଥିବା ଡ୍ରପ୍-ଡାଉନ୍ ରେ କ୍ଲିକ୍ କରିବା | |
02:36 | ତାଲିକାରୁ ବାଇ ଟପ୍ ରେଟେଡ୍ ବାଛିବା | |
02:40 | ଇଣ୍ଟର୍ନେଟ୍ ସଫ୍ଟୱେର୍, ରେଟିଙ୍ଗ୍ କ୍ରମରେ ସଜାଡି ହୋଇଗଲା | |
02:45 | କମ୍ପ୍ୟୁଟର୍ ରେ ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ ର ସମ୍ପୂର୍ଣ୍ଣ ତାଲିକା ଦେଖିବାକୁ, |
02:50 | ଇନଷ୍ଟଲ୍ଡ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
02:53 | ସଫ୍ଟୱେର୍ କ୍ୟାଟାଗୋରୀ ଦେଖାଯାଉଛି | |
02:56 | ସାଉଣ୍ଡ୍ ଆଣ୍ଡ୍ ଭିଡିଓ ଆଗରେ ଥିବା ଛୋଟ ତିନିକୋଣିଆ ବଟନ୍ ରେ କ୍ଲିକ୍ କରନ୍ତୁ | |
03:02 | ସାଉଣ୍ଡ୍ ଆଣ୍ଡ୍ ଭିଡିଓ ପାଇଁ ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ ର ତାଲିକା ଦେଖାଗଲା | |
03:08 | ଅଲ୍ ସଫ୍ଟୱେର୍ ରେ କ୍ଲିକ୍ କରି ଡ୍ରପ୍-ଡାଉନ୍ ରୁ ପ୍ରୋଭାଇଡେଡ୍ ବାଇ ଉବୁଣ୍ଟୁ ଚୟନ କରନ୍ତୁ | |
03:14 | ଉବୁଣ୍ଟୁ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସଫ୍ଟୱେର୍ ତାଲିକା ଆସିଗଲା | |
03:19 | ଏବେ VLC ମିଡିଆ ପ୍ଲେୟାର୍ ସଫ୍ଟୱେର୍ ଇନଷ୍ଟଲ୍ କରିବା | |
03:24 | ୱିଣ୍ଡୋର ଉପର ଡାହାଣ କୋଣ ସର୍ଚ୍ଚ ବକ୍ସ୍ ରେ VLC ଟାଇପ୍ କରନ୍ତୁ | |
03:29 | VLC ମିଡିଆ ପ୍ଲେୟାର୍ ଦେଖାଗଲା | |
03:33 | ଇନଷ୍ଟଲ୍ ରେ କ୍ଲିକ୍ କରନ୍ତୁ | |
03:35 | ଅଥେଣ୍ଟିକେଶନ୍ ଡାୟଲଗ୍ ବକ୍ସ୍ ଦେଖାଯିବ |
03:38 | ସିଷ୍ଟମ୍ ପାସୱର୍ଡ୍ ଦିଅନ୍ତୁ | |
03:42 | ଅଥେଣ୍ଟିକେଟ୍ ରେ କ୍ଲିକ୍ କରନ୍ତୁ | |
03:44 | VLC ଇନଷ୍ଟଲ୍ ସୂଚାଉଥିବା ପ୍ରୋଗ୍ରେସ୍ ବାର୍ କୁ ଦେଖନ୍ତୁ | |
03:50 | ଇନଷ୍ଟଲ୍ ହେଉଥିବା ପ୍ୟାକେଜ୍ ର ସଂଖ୍ୟା ଓ ଆକାରକୁ ଭିତ୍ତିକରି ଇନଷ୍ଟଲେଶନ୍ ରେ କିଛି ସମୟ ଲାଗିପାରେ | |
03:57 | ଶୀର୍ଷରେ ଥିବା ବଟନ୍ ଦ୍ୱାରା ମଧ୍ୟ ପ୍ରୋଗ୍ରେସ୍ ସୂଚିତ ହୁଏ | |
04:02 | ଇନଷ୍ଟଲେଶନ୍ ହେଉଥିବାବେଳେ ଆପଣ ଅନ୍ୟ ଆପ୍ଲିକେଶନ୍ ଆକ୍ସେସ୍ କରିପାରିବେ | |
04:07 | ଇନଷ୍ଟଲ୍ ହୋଇଗଲାପରେ VLC ପାଖରେ ଏକ ଛୋଟ ଠିକ୍ ଚିହ୍ନ ଦେଖାଦିଏ | |
04:13 | ରିମୁଭ୍ ବଟନ୍ ଟି ଡାହାଣ ପାର୍ଶ୍ୱରେ ଦେଖାଯାଉଛି | |
04:17 | VLC ଅନ୍-ଇନଷ୍ଟଲ୍ କରିବାକୁ ଚାହୁଁଥିଲେ ରିମୁଭ୍ ବଟନରେ କ୍ଲିକ୍ କରନ୍ତୁ | |
04:23 | ସେହିପରି, ଅନ୍ୟ ସଫ୍ଟୱେର୍ ପ୍ୟାକେଜ୍ ଗୁଡିକୁ ଖୋଜି ଇନଷ୍ଟଲ୍ କରିପାରିବେ | |
04:29 | ଏବେ ହିଷ୍ଟ୍ରୀ ଦେଖିବା | |
04:31 | ଏହାଦ୍ୱାରା ଆମେ କରିଥିବା ସମସ୍ତ ପରିବର୍ତ୍ତନ, ଯେପରି ଇନଷ୍ଟଲେଶନ୍, |
04:37 | ସଫ୍ଟୱେର୍ ଅପ୍ ଡେଟ୍ ଓ ରିମୁଭାଲ୍ ଦେଖିପାରିବା | |
04:40 | ହିଷ୍ଟ୍ରୀରେ କ୍ଲିକ୍ କଲେ ଡାୟଲଗ୍ ବକ୍ସ୍ ଦେଖାଦେବ | |
04:45 | ଅଲ୍ ଚେଞ୍ଜେସ୍, ଇନଷ୍ଟଲେଶନ୍ସ, ଅପଡେଟ୍ସ ଓ ରିମୁଭାଲ୍ ଅନୁସାରେ ଆପଣ ନିଜ ହିଷ୍ଟ୍ରୀ ଦେଖିପାରିବେ | |
04:51 | ଅଲ୍ ଚେଞ୍ଜେସ୍ ରେ କ୍ଲିକ୍ କରନ୍ତୁ |
04:53 | ଇନଷ୍ଟଲେଶନ୍ସ, ଅପ୍ ଡେଟ୍ସ୍ ଓ ରିମୁଭାଲ୍ସ ଭଳି କରାଯାଇଥିବା ସମସ୍ତ ପରିବର୍ତ୍ତନ ଦେଖାଯାଉଛି | |
05:01 | ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ କୁ ନିୟମିତ ଭାବରେ ଅପଡେଟ୍ ମଧ୍ୟ କରିପାରିବେ | |
05:07 | ଉବୁଣ୍ଟୁ ୱେବ୍ ସାଇଟ୍ ରେ ଆପଣ ଉବୁଣ୍ଟୁ ଓ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବିଷୟରେ ଅଧିକ ସୂଚନା ପାଇପାରିବେ | |
05:17 | ଏହା ଆମକୁ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
05:21 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ର ବ୍ୟବହାର ଶିଖିଲେ | |
05:26 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ରେ ସଫ୍ଟୱେର୍ ଡାଉନ୍-ଲୋଡ୍, ଇନଷ୍ଟଲ୍, ଅପ୍ ଡେଟ୍ ଓ ଅନ୍-ଇନଷ୍ଟଲ୍ କରିବା ପ୍ରଣାଳୀ ମଧ୍ୟ ଶିଖିଲେ | |
05:36 | ଆପଣଙ୍କ ପାଇଁ ଏକ ଆସାନମେଣ୍ଟ୍ | |
05:39 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରି ଥଣ୍ଡର୍ ବାର୍ଡ ଡାଉନ୍-ଲୋଡ୍ ଓ ଇନଷ୍ଟଲ୍ କରନ୍ତୁ | |
05:46 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
05:49 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:52 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନ୍-ଲୋଡ୍ କରି ଦେଖିପାରିବେ | |
05:57 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟିମ୍ |
05:59 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
06:02 | ଅନ୍-ଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
06:06 | ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ୍ ଆଟ୍ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ୍ (contact@spoken-tutorial.org)କୁ ଲେଖନ୍ତୁ | |
06:12 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
06:24 | ଏହି ମିଶନ୍ ଉପରେ ଅଧିକ ସୂଚନା |
06:28 | ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
06:35 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |