Linux-Old/C2/Ubuntu-Software-Center/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ର ବ୍ୟବହାର,
00:09 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ରେ ସଫ୍ଟୱେର୍ ଡାଉନ୍ ଲୋଡ୍, ଇନଷ୍ଟଲ୍, ଅପ୍ ଡେଟ୍ ଓ ଅନ୍ ଇନଷ୍ଟଲ୍ ବିଷୟରେ ଶିଖିବା |
00:16 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ କ’ଣ?
00:18 ଉବୁଣ୍ଟୁ OSରେ ସଫ୍ଟୱେର୍ ମ୍ୟାନେଜ୍ କରିବାରେ ଏହି ଟୁଲ୍ ସାହାଯ୍ୟ କରେ |
00:23 ଏକ ସଫ୍ଟୱେର୍ ସର୍ଚ୍ଚ, ଡାଉନ୍ ଲୋଡ୍, ଅପ୍ ଡେଟ୍, ଇନଷ୍ଟଲ୍ କିମ୍ୱା ଅନ୍-ଇନଷ୍ଟଲ୍ କରିବାରେ ଏହା ବ୍ୟବହୃତ ହୁଏ |
00:30 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ରେ ପ୍ରତି ସଫ୍ଟୱେର୍ ର ରିଭ୍ୟୁ ଓ ରେଟିଙ୍ଗ୍ ଥାଏ |
00:36 ଏହିପରି, ସଫ୍ଟୱେର୍ ର ବ୍ୟବହାର ପୂର୍ବରୁ ମଧ୍ୟ ତାହା ବିଷୟରେ ସୂଚନା ପାଇପାରିବେ |
00:41 ଏହା ସଫ୍ଟୱେର୍ ହିଷ୍ଟ୍ରୀର ରେକର୍ଡ ମଧ୍ୟ ରଖେ |
00:45 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଭର୍ସନ୍ 11.10ରେ ଥିବା ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରୁଛୁ
00:52 ଟ୍ୟୁଟୋରିଆଲ୍ ରେ ଆଗକୁ ଯିବାକୁ,
00:54 ଇଣ୍ଟର୍ନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ |
00:56 ସଫ୍ଟୱେର୍ ଇନଷ୍ଟଲ୍ କରିବାକୁ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ବା ଆଡମିନିଷ୍ଟ୍ରେଟର୍ ଅଧିକାର ଥିବା ଆବଶ୍ୟକ |
01:04 ଲଞ୍ଚର୍ ରୁ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଆଇକନ୍ ରେ କ୍ଲିକ୍ କରନ୍ତୁ |
01:08 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଖୋଲିବ |
01:12 ୱିଣ୍ଡୋର ଉପର ବାମ କୋଣରେ ସମସ୍ତ ସଫ୍ଟୱେର୍, ଇନଷ୍ଟଲଡ୍ ଓ ହିଷ୍ଟ୍ରୀ ଆଇକନ୍ ଅଛି |
01:19 ସର୍ଚ୍ଚ ଫିଲ୍ଡ୍ ଟି ଉପର ଡାହାଣ ପଟ କୋଣରେ ଅଛି |
01:23 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଦୁଇଟି ପ୍ୟାନେଲ୍ ରେ ବିଭକ୍ତ ହୋଇଛି |
01:28 ବାମ ପ୍ୟାନେଲ୍ ରେ ସଫ୍ଟୱେର୍ କ୍ୟାଟାଗୋରୀର ତାଲିକା ଅଛି
01:33 ଡାହାଣ ପ୍ୟାନେଲ୍ ରେ ହ୍ୱାଟ୍ସ ନ୍ୟୁ ଓ ଟପ୍ ରେଟେଡ୍ ପ୍ରଦର୍ଶିତ ହେଉଛି |
01:38 ନୂଆ ରିଲିଜ୍ ହୋଇଥିବା ସଫ୍ଟୱେର୍ ର ତାଲିକା ହ୍ୱାଟ୍ସ୍ ନ୍ୟୁ ପ୍ୟାନେଲ୍ ରେ ରହିଥାଏ |
01:42 ଅଧିକ ୟୁଜର୍ ରେଟିଙ୍ଗ୍ ଥିବା ଓ ଅଧିକ ଡାଉନ୍ ଲୋଡ୍ ହେଉଥିବା ସଫ୍ଟୱେର୍ ର ତାଲିକା ଟପ୍ ରେଟେଡ୍ ପ୍ୟାନେଲ୍ ରେ ଦେଖାଯାଉଛି |
01:51 ଆସନ୍ତୁ କ୍ୟାଟେଗୋରୀ ଅନୁସାରେ ସଫ୍ଟୱେର୍ ବ୍ରାଉଜ୍ କରିବା |
01:55 ବାମ ପ୍ୟାନେଲ୍ ରୁ ଇଣ୍ଟର୍ନେଟ୍ ରେ କ୍ଲିକ୍ କରନ୍ତୁ |
01:58 ଇଣ୍ଟର୍ନେଟ୍ କ୍ୟାଟେଗୋରୀ ପାଇଁ ଇଣ୍ଟର୍ନେଟ୍ ସଫ୍ଟୱେର୍ ଓ ଟପ୍ ରେଟେଡ୍ ସଫ୍ଟୱେର୍ ର ତାଲିକା ଦେଖାଯାଉଛି |
02:05 କିଛି ସଫ୍ଟୱେର୍ ରେ ଗୋଲ ସହିତ ଠିକ୍ ଚିହ୍ନ ଥିବା ଲକ୍ଷ୍ୟ କରନ୍ତୁ |
02:10 ଏହାର ଅର୍ଥ, ସଫ୍ଟୱେର୍ ଟି କମ୍ପ୍ୟୁଟର୍ ରେ ଇନଷ୍ଟଲ୍ ହୋଇସାରିଛି |
02:15 ଇଣ୍ଟର୍ନେଟ୍ କ୍ୟାଟେଗୋରୀରେ ଅଧିକ ସଫ୍ଟୱେର୍ ଦେଖିବାକୁ ଅଲ୍ ଆଇକନ୍ ରେ କ୍ଲିକ୍ କରନ୍ତୁ |
02:21 ଇଣ୍ଟର୍ନେଟ୍ କ୍ୟାଟେଗୋରୀ ପାଇଁ ଉପଲବ୍ଧ ସମସ୍ତ ସଫ୍ଟୱେର୍ ର ତାଲିକା ୱିଣ୍ଡୋରେ ଅଛି |
02:26 ବାଇ ନେମ୍, ବାଇ ଟପ୍ ରେଟେଡ୍ କିମ୍ୱା ବାଇ ନ୍ୟୁଏଷ୍ଟ ଫର୍ଷ୍ଟ ଅନୁସାରେ ସଫ୍ଟୱେର୍ ବ୍ୟବସ୍ଥିତ ହୋଇପାରିବ |
02:32 ଉପର ଡାହାଣ କୋଣରେ ଥିବା ଡ୍ରପ୍-ଡାଉନ୍ ରେ କ୍ଲିକ୍ କରିବା |
02:36 ତାଲିକାରୁ ବାଇ ଟପ୍ ରେଟେଡ୍ ବାଛିବା |
02:40 ଇଣ୍ଟର୍ନେଟ୍ ସଫ୍ଟୱେର୍, ରେଟିଙ୍ଗ୍ କ୍ରମରେ ସଜାଡି ହୋଇଗଲା |
02:45 କମ୍ପ୍ୟୁଟର୍ ରେ ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ ର ସମ୍ପୂର୍ଣ୍ଣ ତାଲିକା ଦେଖିବାକୁ,
02:50 ଇନଷ୍ଟଲ୍ଡ୍ ବଟନ୍ ରେ କ୍ଲିକ୍ କରନ୍ତୁ |
02:53 ସଫ୍ଟୱେର୍ କ୍ୟାଟାଗୋରୀ ଦେଖାଯାଉଛି |
02:56 ସାଉଣ୍ଡ୍ ଆଣ୍ଡ୍ ଭିଡିଓ ଆଗରେ ଥିବା ଛୋଟ ତିନିକୋଣିଆ ବଟନ୍ ରେ କ୍ଲିକ୍ କରନ୍ତୁ |
03:02 ସାଉଣ୍ଡ୍ ଆଣ୍ଡ୍ ଭିଡିଓ ପାଇଁ ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ ର ତାଲିକା ଦେଖାଗଲା |
03:08 ଅଲ୍ ସଫ୍ଟୱେର୍ ରେ କ୍ଲିକ୍ କରି ଡ୍ରପ୍-ଡାଉନ୍ ରୁ ପ୍ରୋଭାଇଡେଡ୍ ବାଇ ଉବୁଣ୍ଟୁ ଚୟନ କରନ୍ତୁ |
03:14 ଉବୁଣ୍ଟୁ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସଫ୍ଟୱେର୍ ତାଲିକା ଆସିଗଲା |
03:19 ଏବେ VLC ମିଡିଆ ପ୍ଲେୟାର୍ ସଫ୍ଟୱେର୍ ଇନଷ୍ଟଲ୍ କରିବା |
03:24 ୱିଣ୍ଡୋର ଉପର ଡାହାଣ କୋଣ ସର୍ଚ୍ଚ ବକ୍ସ୍ ରେ VLC ଟାଇପ୍ କରନ୍ତୁ |
03:29 VLC ମିଡିଆ ପ୍ଲେୟାର୍ ଦେଖାଗଲା |
03:33 ଇନଷ୍ଟଲ୍ ରେ କ୍ଲିକ୍ କରନ୍ତୁ |
03:35 ଅଥେଣ୍ଟିକେଶନ୍ ଡାୟଲଗ୍ ବକ୍ସ୍ ଦେଖାଯିବ
03:38 ସିଷ୍ଟମ୍ ପାସୱର୍ଡ୍ ଦିଅନ୍ତୁ |
03:42 ଅଥେଣ୍ଟିକେଟ୍ ରେ କ୍ଲିକ୍ କରନ୍ତୁ |
03:44 VLC ଇନଷ୍ଟଲ୍ ସୂଚାଉଥିବା ପ୍ରୋଗ୍ରେସ୍ ବାର୍ କୁ ଦେଖନ୍ତୁ |
03:50 ଇନଷ୍ଟଲ୍ ହେଉଥିବା ପ୍ୟାକେଜ୍ ର ସଂଖ୍ୟା ଓ ଆକାରକୁ ଭିତ୍ତିକରି ଇନଷ୍ଟଲେଶନ୍ ରେ କିଛି ସମୟ ଲାଗିପାରେ |
03:57 ଶୀର୍ଷରେ ଥିବା ବଟନ୍ ଦ୍ୱାରା ମଧ୍ୟ ପ୍ରୋଗ୍ରେସ୍ ସୂଚିତ ହୁଏ |
04:02 ଇନଷ୍ଟଲେଶନ୍ ହେଉଥିବାବେଳେ ଆପଣ ଅନ୍ୟ ଆପ୍ଲିକେଶନ୍ ଆକ୍ସେସ୍ କରିପାରିବେ |
04:07 ଇନଷ୍ଟଲ୍ ହୋଇଗଲାପରେ VLC ପାଖରେ ଏକ ଛୋଟ ଠିକ୍ ଚିହ୍ନ ଦେଖାଦିଏ |
04:13 ରିମୁଭ୍ ବଟନ୍ ଟି ଡାହାଣ ପାର୍ଶ୍ୱରେ ଦେଖାଯାଉଛି |
04:17 VLC ଅନ୍-ଇନଷ୍ଟଲ୍ କରିବାକୁ ଚାହୁଁଥିଲେ ରିମୁଭ୍ ବଟନରେ କ୍ଲିକ୍ କରନ୍ତୁ |
04:23 ସେହିପରି, ଅନ୍ୟ ସଫ୍ଟୱେର୍ ପ୍ୟାକେଜ୍ ଗୁଡିକୁ ଖୋଜି ଇନଷ୍ଟଲ୍ କରିପାରିବେ |
04:29 ଏବେ ହିଷ୍ଟ୍ରୀ ଦେଖିବା |
04:31 ଏହାଦ୍ୱାରା ଆମେ କରିଥିବା ସମସ୍ତ ପରିବର୍ତ୍ତନ, ଯେପରି ଇନଷ୍ଟଲେଶନ୍,
04:37 ସଫ୍ଟୱେର୍ ଅପ୍ ଡେଟ୍ ଓ ରିମୁଭାଲ୍ ଦେଖିପାରିବା |
04:40 ହିଷ୍ଟ୍ରୀରେ କ୍ଲିକ୍ କଲେ ଡାୟଲଗ୍ ବକ୍ସ୍ ଦେଖାଦେବ |
04:45 ଅଲ୍ ଚେଞ୍ଜେସ୍, ଇନଷ୍ଟଲେଶନ୍ସ, ଅପଡେଟ୍ସ ଓ ରିମୁଭାଲ୍ ଅନୁସାରେ ଆପଣ ନିଜ ହିଷ୍ଟ୍ରୀ ଦେଖିପାରିବେ |
04:51 ଅଲ୍ ଚେଞ୍ଜେସ୍ ରେ କ୍ଲିକ୍ କରନ୍ତୁ
04:53 ଇନଷ୍ଟଲେଶନ୍ସ, ଅପ୍ ଡେଟ୍ସ୍ ଓ ରିମୁଭାଲ୍ସ ଭଳି କରାଯାଇଥିବା ସମସ୍ତ ପରିବର୍ତ୍ତନ ଦେଖାଯାଉଛି |
05:01 ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍ କୁ ନିୟମିତ ଭାବରେ ଅପଡେଟ୍ ମଧ୍ୟ କରିପାରିବେ |
05:07 ଉବୁଣ୍ଟୁ ୱେବ୍ ସାଇଟ୍ ରେ ଆପଣ ଉବୁଣ୍ଟୁ ଓ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବିଷୟରେ ଅଧିକ ସୂଚନା ପାଇପାରିବେ |
05:17 ଏହା ଆମକୁ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
05:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ର ବ୍ୟବହାର ଶିଖିଲେ |
05:26 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ରେ ସଫ୍ଟୱେର୍ ଡାଉନ୍-ଲୋଡ୍, ଇନଷ୍ଟଲ୍, ଅପ୍ ଡେଟ୍ ଓ ଅନ୍-ଇନଷ୍ଟଲ୍ କରିବା ପ୍ରଣାଳୀ ମଧ୍ୟ ଶିଖିଲେ |
05:36 ଆପଣଙ୍କ ପାଇଁ ଏକ ଆସାନମେଣ୍ଟ୍ |
05:39 ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରି ଥଣ୍ଡର୍ ବାର୍ଡ ଡାଉନ୍-ଲୋଡ୍ ଓ ଇନଷ୍ଟଲ୍ କରନ୍ତୁ |
05:46 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନ୍-ଲୋଡ୍ କରି ଦେଖିପାରିବେ |
05:57 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟିମ୍
05:59 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ
06:02 ଅନ୍-ଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ
06:06 ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ୍ ଆଟ୍ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ୍ (contact@spoken-tutorial.org)କୁ ଲେଖନ୍ତୁ |
06:12 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:24 ଏହି ମିଶନ୍ ଉପରେ ଅଧିକ ସୂଚନା
06:28 ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:35 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Nancyvarkey, PoojaMoolya, Pradeep