Health-and-Nutrition/C2/Kangaroo-Mother-Care/Oriya
From Script | Spoken-Tutorial
Revision as of 23:32, 19 July 2019 by Indiantranslators2012 (Talk | contribs)
| 00:00 | ବନ୍ଧୁଗଣ, କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା - |
| 00:08 | କଙ୍ଗାରୁ ମଦର୍ କେଆର୍ କ’ଣ? |
| 00:10 | ଶାଖାଗୁଡ଼ିକ, ଆବଶ୍ୟକତା ଓ |
| 00:13 | କଙ୍ଗାରୁ ମଦର୍ କେଆର୍ କିପରି କରାଯାଏ |
| 00:17 | ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ର ପରିଚୟରୁ ଆରମ୍ଭ କରିବା |
| 00:22 | ନାମ ଅନୁସାରେ - |
| 00:24 | ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମ ସ୍ପର୍ଶ କରିରଖିବା ଏହି କାର୍ଯ୍ୟରେ ସାମିଲ ଅଛି |
| 00:29 | ଏବଂ ଏହା KMC ଭାବେ ଜଣାଶୁଣା ଅଟେ |
| 00:32 | ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଆବଶ୍ୟକ |
| 00:39 | ଏହା ବିଶେଷ କରି ଜନ୍ମ ସମୟରେ ଅଳ୍ପ ଓଜନ ଥିବା ଶିଶୁଙ୍କ ପାଇଁ ଆବଶ୍ୟକ ଅଟେ - |
| 00:44 | ଯାହାର ଜନ୍ମ ସମୟରେ ଓଜନ 2.5 କିଲୋଗ୍ରାମରୁ କମ୍ ଥିବ ଏବଂ |
| 00:48 | ଯାହାକୁ ନିୟମିତ ଦେଖାଶୁଣା କରିବା ପାଇଁ କେହି ନଥିବେ |
| 00:52 | ହେଲେ ଏହାକୁ ସାଧାରଣ, ସୁସ୍ଥ ଏବଂ ଠିକ୍ ସମୟରେ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ |
| 00:59 | KMC ମୁଖ୍ୟତଃ ଦୁଇଟି ଶାଖାକୁ ନେଇ ଗଠିତ: |
| 01:03 | ମା’ ଓ ତାଙ୍କର ଶିଶୁ ମଧ୍ୟରେ ନିୟମିତ ଓ ଲମ୍ବା ସମୟ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ |
| 01:09 | ଏବଂ ନିଶ୍ଚିତ ସ୍ତନ୍ୟପାନ |
| 01:13 | ଚାଲନ୍ତୁ ସେହି ଶାଖାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିବା |
| 01:17 | ପ୍ରଥମ ଶାଖା ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ |
| 01:21 | ଏହା ଦ୍ଵାରା ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହୋଇଥାଏ |
| 01:24 | ଏବଂ ଶେଷରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ |
| 01:28 | ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲ୍ରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ ଆଲୋଚନା କରାଯାଇଛି |
| 01:34 | ଦ୍ଵିତୀୟ ଶାଖାଟି ହେଉଛି ନିଶ୍ଚିତ ସ୍ତନ୍ୟପାନ |
| 01:38 | ଧ୍ୟାନ ଦିଅନ୍ତୁ ଯେ- |
| 01:40 | ପ୍ରଥମ 6 ମାସ ନିଶ୍ଚିତ ରୂପେ ସ୍ତନ୍ୟପାନ କରାଇବା ପାଇଁ ପରାମର୍ଶ ଦିଆଯାଇଥାଏ |
| 01:45 | ତା’ପରେ ଚାଲନ୍ତୁ କଙ୍ଗାରୁ କେଆର୍ର ଆବଶ୍ୟକତା ଉପରେ ଆଲୋଚନା କରିବା |
| 01:50 | KMC ସମୟରେ ଦୀର୍ଘ ସମୟ ପାଇଁ ଶିଶୁ ଚର୍ମ ସହିତ ଚର୍ମର ସମ୍ପର୍କରେ ରହିବା ଦ୍ଵାରା, ଶିଶୁ ଶରୀରର ତାପମାତ୍ରାକୁ ଆଗଭଳି ରଖିବାରେ ସାହାଯ୍ୟ ମିଳିଥାଏ |
| 01:57 | ଏବଂ ଶିଶୁ ଅଧିକ ସୁରକ୍ଷିତ ମନେ କରିଥାଏ |
| 02:01 | KMC ଦ୍ଵାରା ମଧ୍ୟ, |
| 02:03 | ସଂକ୍ରମଣର ବାରମ୍ବାରତା ଏବଂ |
| 02:05 | ଶିଶୁଙ୍କ ଠାରେ ଆପ୍ନିଆର ହାର ହ୍ରାସ ପାଇଥାଏ |
| 02:09 | ନିଶ୍ଵାସ ଓ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନକୁ ଆପ୍ନିଆ କୁହାଯାଏ |
| 02:13 | ଏଗୁଡ଼ିକ ବ୍ୟତିତ, |
| 02:15 | KMC ଦ୍ଵାରା ସ୍ତନ୍ୟପାନର ବାରମ୍ବାରତା ଓ ଅବଧି ବୃଦ୍ଧି ପାଇଥାଏ |
| 02:20 | ଏବଂ ଏହା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନକୁ ସୁଦୃଢ଼ କରିଥାଏ |
| 02:26 | KMC ମଧ୍ୟ ଶିଶୁକୁ |
| 02:28 | ଅନ୍ୟ ପ୍ରଚଳିତ ମାଧ୍ୟମ ଅପେକ୍ଷା ଓଜନ ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ, ଯେପରି - |
| 02:33 | ଶିଶୁକୁ ଉତ୍ତମ ରୂପେ ଉଷୁମ୍ ରଖିବା |
| 02:36 | ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ |
| 02:40 | ଏହା ମା’ଙ୍କ ମଧ୍ୟରେ ସନ୍ତୁଷ୍ଟତା ଓ ଆତ୍ମବିଶ୍ଵାସ ମଧ୍ୟ ଆଣିଦେଇଥାଏ, |
| 02:45 | ଯେହେତୁ ସେ ଶିଶୁ ପାଇଁ ଅଧିକ ଯତ୍ନ ନିଅନ୍ତି |
| 02:49 | ମଜା କଥା ହେଉଛି, ମା’ଙ୍କ ବ୍ୟତିତ KMC ମଧ୍ୟ |
| 02:54 | ବାପା କିମ୍ବା |
| 02:56 | ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇପାରିବ |
| 02:58 | ବର୍ତ୍ତମାନ, KMC ପ୍ରଦାନକାରୀଙ୍କ ପାଇଁ ଅନୁସରଣ କରିବା ସକାଶେ ଥିବା ପରାମର୍ଶଗୁଡ଼ିକୁ ଆମେ ଆଲୋଚନା କରିବା: |
| 03:04 | KMC ପ୍ରଦାତା ନିଶ୍ଚିତ ରୂପେ ସୁସ୍ଥ ଏବଂ ରୋଗମୁକ୍ତ ଥିବେ |
| 03:09 | ସେ ନିଶ୍ଚିତ ରୂପେ ପରିଚ୍ଛନ୍ନତାର ମୌଳିକ ଅଭ୍ୟାସଗୁଡ଼ିକୁ ଅନୁସରଣ କରୁଥିବେ ଯେପରି - |
| 03:14 | ହାତ ଧୋଇବା, |
| 03:16 | ନୀତିଦିନ ଗାଧୋଇବା, ହାତ ନଖ କାଟିବା, |
| 03:18 | ମୁଣ୍ଡ କୁଣ୍ଡାଇବା, |
| 03:20 | ଏବଂ କପଡ଼ା ସଫା ରଖିବା, ଇତ୍ୟାଦି |
| 03:22 | ସେ କୌଣସି ପ୍ରକାରର ଗହଣା, ଘଣ୍ଟା ଓ ସୁତା ପିନ୍ଧିବା ଉଚିତ ନୁହେଁ - |
| 03:26 | ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋଇପାରନ୍ତି |
| 03:31 | ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋଇପାରେ |
| 03:35 | ବର୍ତ୍ତମାନ, ପ୍ରଦାତା KMC ସମୟରେ ପିନ୍ଧିବା କପଡ଼ା ବିଷୟରେ ଚାଲନ୍ତୁ ଆଲୋଚନା କରିବା- |
| 03:42 | କପଡ଼ାର ଆଗପଟ ଖୋଲା ଓ ହାଲୁକା ହେବା ଆବଶ୍ୟକ |
| 03:46 | ଉଦାହରଣ ସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍ |
| 03:51 | ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବା ଆବଶ୍ୟକ |
| 03:58 | କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍ଗୁଡ଼ିକୁ ବଜାରରୁ ମଧ୍ୟ କିଣି ପାରିବେ |
| 04:04 | ଯଦି ଲମ୍ବା ସମୟ ପାଇଁ KMC ପ୍ରଦାନ କରିବାକୁ ଥାଏ ତେବେ, ଏଗୁଡ଼ିକ ଦରକାରୀ ହୋଇଥାଏ |
| 04:09 | ଅନୁରୂପେ ଭାବେ KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ |
| 04:16 | ଯେତେବେଳେ କି ଶିଶୁ KMC ସମୟରେ - |
| 04:19 | ଗୋଟିଏ ଟୋପି ଓ ନ୍ୟାପି ପିନ୍ଧିବା ଆବଶ୍ୟକ |
| 04:22 | ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରିଥାଏ ତେବେ - |
| 04:27 | ତାକୁ ଭଲ ଭାବେ ପରିଷ୍କାର ଓ ଶୁଖାଇବା ଆବଶ୍ୟକ |
| 04:30 | ତା’ପରେ ଆମେ ଆଗକୁ ବଢ଼ିବା ସହିତ କଙ୍ଗାରୁ କେଆର୍ର କାର୍ଯ୍ୟ ପଦ୍ଧତି ବିଷୟରେ ଚାଲନ୍ତୁ ବିସ୍ତାର ରୂପେ ଆଲୋଚନା କରିବା |
| 04:36 | ପ୍ରଥମେ, ମା’ ସିଧା ହୋଇ ଛିଡ଼ା ହେବା ଆବଶ୍ୟକ |
| 04:40 | ତା’ପରେ ସ୍ଵାସ୍ଥ୍ୟକର୍ମୀ କିମ୍ବା କୌଣସି ପରିବାରର ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ଗୋଟିକ ପରେ ଗୋଟିଏ କରିବେ - |
| 04:48 | ଶିଶୁର ନିମ୍ନ ଭାଗ ଓ ମୁଣ୍ଡକୁ ସପୋର୍ଟ ଦେବା ସହିତ- |
| 04:51 | ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ଶିଶୁର ମୁଣ୍ଡକୁ ଉପରକୁ କରିବା ଅବସ୍ଥାରେ ରଖନ୍ତୁ |
| 04:56 | ତା’ପରେ ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ |
| 05:00 | ଶିଶୁର ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋଇଥିବା ସୁନିଶ୍ଚିତ କରନ୍ତୁ |
| 05:04 | ଏହି ଅବସ୍ଥାରେ ଶିଶୁର ନାକ ପବନ ଆଡ଼କୁ ଖୋଲା ରହିବ |
| 05:08 | ଏବଂ ମା’ ଓ ତାଙ୍କର ଶିଶୁ ଆଖିକୁ ଆଖି ମିଳାଇ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ |
| 05:14 | ତା’ପରେ ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ |
| 05:18 | ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ ଏବଂ |
| 05:23 | ଗୋଡ଼ଗୁଡ଼ିକ ସ୍ତନ ତଳେ ଏବଂ |
| 05:27 | ଶିଶୁର ତଳିପେଟ ଛାତି ଉପରେ ରହିବା ଆବଶ୍ୟକ |
| 05:29 | କପଡ଼ାରେ ଗୁଡ଼ାଇବା ପୂର୍ବରୁ - |
| 05:32 | ଶିଶୁକୁ ଗୋଟିଏ କମ୍ବଳ ଦ୍ଵାରା ଘୋଡ଼ାଇ ଦିଅନ୍ତୁ, ଯଦି ଶୀତ ହେଉଥାଏ |
| 05:36 | ଏହା ଦ୍ଵାରା ଶିଶୁ ଓ ମା’ ଉଷୁମ୍ ରହିବେ |
| 05:39 | ତା’ପରେ ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ |
| 05:45 | ଗୁଡ଼ାଇବା ସମୟରେ - |
| 05:47 | କପଡ଼ାର କେନ୍ଦ୍ର ଶିଶୁ ଉପରେ ଯେପରି ରହିବ, ଧ୍ୟାନ ଦିଅନ୍ତୁ |
| 05:50 | ଏବଂ କପଡ଼ାର ଉଭୟ ପ୍ରାନ୍ତ, |
| 05:53 | ମା’ଙ୍କର କାଖ ମଧ୍ୟଦେଇ |
| 05:56 | ଏବଂ ପିଠିରେ ଛନ୍ଦି ହେବା ଆବଶ୍ୟକ |
| 05:59 | ଏହା ପରେ କପଡ଼ାର ଧାରଗୁଡ଼ିକୁ ସାମ୍ନାକୁ ଆଣନ୍ତୁ |
| 06:03 | କପଡ଼ାର ଏହି ଧାରଗୁଡ଼ିକୁ ଶିଶୁର ନିତମ୍ବ ତଳେ ସୁରକ୍ଷିତ ଭାବେ ଗଣ୍ଠି କରିଦିଅନ୍ତୁ |
| 06:09 | ଏହା ଆରାମଦାୟକ ଏବଂ ଶିଶୁକୁ ସପୋର୍ଟ ଦେବାରେ ସହାୟକ ହେବ |
| 06:14 | ଏହା ଦ୍ଵାରା ଶିଶୁ ଖସି ପଡ଼ିବାର ମଧ୍ୟ ଭୟ ନଥାଏ |
| 06:17 | ମନେରଖନ୍ତୁ- ଯେହେତୁ ମା’ ଆରାମରେ ଅଛନ୍ତି ତେଣୁ ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଆବଶ୍ୟକ |
| 06:24 | ସମାନ ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲ୍ରେ KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ବିଷୟରେ ବର୍ଣ୍ଣନା କରାଯିବ |
| 06:32 | ଏହା ଦ୍ଵାରା ମା’ଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେ ଆତ୍ମନିର୍ଭରଶୀଳ ହେବେ |
| 06:37 | ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ ତେବେ, ସେ ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିପାରିବେ |
| 06:43 | ଏହା ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଅଟେ |
| 06:46 | ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିବା ସମୟରେ, |
| 06:49 | ଶିଶୁର ମୁଣ୍ଡକୁ ସପୋର୍ଟ ଦେବା ପାଇଁ କାନ ଉପରେ ବ୍ୟାଣ୍ଡର ଧାରଗୁଡ଼ିକୁ ଆଡଜଷ୍ଟ କରନ୍ତୁ |
| 06:54 | ତା’ପରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ |
| 06:57 | ଏବଂ ପୂର୍ବେ ଆଲୋଚନା କରାଯାଇଥିବା ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ |
| 06:59 | ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇ ଦିଅନ୍ତୁ |
| 07:04 | ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚି ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢ଼ିଲା ହେବା ଉଚିତ୍ ନୁହେଁ |
| 07:11 | ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ |
| 07:15 | ମନେରଖନ୍ତୁ, KMC ଅବସ୍ଥାରେ ଶିଶୁକୁ ଧରିବା ବେଳେ, ମା’ ନିଶ୍ଚିତ ରୂପେ |
| 07:20 | ଚାଲିବା, ଛିଡ଼ା ହେବା, ବସିବା କିମ୍ବା |
| 07:23 | ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ |
| 07:26 | ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥାନ୍ତି ତେବେ, |
| 07:29 | ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋଇ କିମ୍ବା ସାମାନ୍ୟ ଆଉଜି ହୋଇ ମଧ୍ୟ ଶୋଇ ପାରିବେ |
| 07:35 | ବର୍ତ୍ତମାନ KMC ସମୟରେ ଶିଶୁକୁ ସ୍ତନ୍ୟପାନ କରିବା ବିଷୟରେ ଆଲୋଚନା କରିବା- |
| 07:40 | ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢ଼ିଲା କରି ଏବଂ |
| 07:43 | ଶିଶୁକୁ ସ୍ତନ୍ୟପାନ କରାଇବା ପୋଜିଶନ୍ରେ ରଖି |
| 07:46 | ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ |
| 07:50 | କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି ପାରିବେ ଏବଂ |
| 07:54 | ଶିଶୁକୁ ଗୋଟିଏ କପ୍ କିମ୍ବା ଚାମୁଚ ସାହାଯ୍ୟରେ ଖୁଆଇ ପାରିବେ |
| 07:57 | ମନେରଖନ୍ତୁ, ଶିଶୁର ପ୍ରତିଦିନ 25ରୁ 30 ଗ୍ରାମ ଓଜନ ବଢ଼ିବା ଆବଶ୍ୟକ |
| 08:03 | ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଆବଶ୍ୟକ |
| 08:10 | ତେଣୁ, ମା’ କିମ୍ବା ସ୍ଵାସ୍ଥ୍ୟକର୍ମୀ, |
| 08:13 | ରୁଟିନ୍ ଯାଞ୍ଚ ସମୟରେ ଶିଶୁର ଓଜନକୁ ଅନୁଧ୍ୟାନ କରିବା ଆବଶ୍ୟକ |
| 08:17 | ଯଦି ଶିଶୁ ଯଥେଷ୍ଟ ଓଜନ ପ୍ରାପ୍ତ କରୁ ନଥାଏ ତେବେ, |
| 08:21 | ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କରାଇବାର କୌଶଳକୁ ଅନୁଧ୍ୟାନ କରିବା ଆବଶ୍ୟକ କିମ୍ବା |
| 08:25 | ଶିଶୁ କେତେ ଥର ପରିସ୍ରା କରୁଛି ଯାଞ୍ଚ କରିବା ଆବଶ୍ୟକ |
| 08:28 | ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଶିକ୍ଷା ଦେବା ମଧ୍ୟ ଆବଶ୍ୟକ |
| 08:32 | ସମାନ ସିରିଜ୍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍ରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି |
| 08:39 | ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବା ଚାଲନ୍ତୁ ଶିଖିବା |
| 08:44 | ପ୍ରଥେମ ମା’ ସିଧା ହୋଇ ବସିବା ଆବଶ୍ୟକ |
| 08:48 | ତା’ପରେ ଗଣ୍ଠିକୁ ଗୋଟିଏ ହାତରେ ଖୋଲିବା ଆବଶ୍ୟକ ଏବଂ |
| 08:53 | ଶିଶୁର ନିତମ୍ବକୁ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଅନ୍ୟ ହତରେ ସପୋର୍ଟ ଦିଅନ୍ତୁ |
| 08:58 | ଏହା ପରେ, ସମାନ ହାତ ସାହାଯ୍ୟରେ ଯାହାକୁ ପୂର୍ବେ ଗଣ୍ଠି ଖୋଲିବାରେ ବ୍ୟବହାର କରାଯାଇଥିଲା, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ |
| 09:04 | ତା’ପରେ ଶିଶୁର ନିତମ୍ବ ତଳେ ଥିବା କପଡ଼ା ଉପରେ ଥିବା ହାତକୁ ଶିଫ୍ଟ କରନ୍ତୁ ଏବଂ |
| 09:11 | କପଡ଼ାର ବାହାରୁ ଶିଶୁର ନିତମ୍ବକୁ ସପୋର୍ଟ ଦେବା ପାଇଁ ଅନ୍ୟ ହାତକୁ ବ୍ୟବହାର କରନ୍ତୁ |
| 09:16 | ତା’ପରେ ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ |
| 09:21 | ଏହା ପରେ ମନେରଖନ୍ତୁ, ଶିଶୁର ମୁଣ୍ଡକୁ |
| 09:26 | ଗୋଟିଏ କାନ ପଛପଟେ ବୁଢ଼ା ଆଙ୍ଗୁଠି ଏବଂ |
| 09:28 | ଅନ୍ୟ ଅଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରଖି ଧରନ୍ତୁ |
| 09:30 | KMC ସମୟରେ, |
| 09:32 | ଯଦି ଶିଶୁ ସତର୍କ ଏବଂ ସକ୍ରିୟ ରହେ ନାହିଁ ତେବେ, ମା’ ତୁରନ୍ତ ଡାକ୍ତର ଏବଂ |
| 09:37 | ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ |
| 09:41 | ଯଦି ଶିଶୁ ଯୋର୍ ଯୋର୍ରେ ନିଶ୍ଵାସ ନେଉଛି କିମ୍ବା ନିଶ୍ଵାସ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନ ରହୁଛି |
| 09:46 | ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଛି |
| 09:50 | ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଛି |
| 09:53 | ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
| 09:58 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |