Health-and-Nutrition/C2/Kangaroo-Mother-Care/Oriya

From Script | Spoken-Tutorial
Jump to: navigation, search
Time
Narration
00:00 ନମସ୍କାର, “କଙ୍ଗାରୁ ମଦର୍ କେଆର୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
00:08 କଙ୍ଗାରୁ ମଦର୍ କେଆର୍ କ’ଣ?
00:10 ଭିନ୍ନ ଭିନ୍ନ ଭାଗ, ମହତ୍ତ୍ୱ ଓ
00:13 ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
00:17 ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ ପରିଚୟରୁ ଆରମ୍ଭ କରିବା
00:22 ଯେପରି ନାମ କହୁଛି -
00:24 ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମକୁ ସ୍ପର୍ଶ କରି ରଖାଯାଏ
00:29 ଏବଂ ଏହା KMC ଭାବେ ପରିଚିତ
00:32 ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଦରକାର
00:39 ଏହା ବିଶେଷକରି ସେହି ନିମ୍ନ ଜନ୍ମ ଓଜନ ଥିବା ଶିଶୁଙ୍କ ପାଇଁ ସୁପାରିସ କରାଯାଏ -
00:44 ଯାହାର ଓଜନ ଜନ୍ମ ସମୟରେ 2.5 କିଲୋଗ୍ରାମରୁ କମ ଥିବ ଏବଂ
00:48 ଯାହାକୁ ନିୟମିତ ଦେଖାଶୁଣା କରିବାର ଆବଶ୍ୟକତା ନଥିବ
00:52 ହେଲେ, ଏହାକୁ ସୁସ୍ଥ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ
00:59 KMCର ମୁଖ୍ୟତଃ ଦୁଇଟି ଭାଗ ଅଛି:
01:03 ମା’ ଓ ଶିଶୁ ମଧ୍ୟରେ ନିୟମିତ ଦୀର୍ଘ ସମୟ ପାଇଁ ଚର୍ମ ସଂସ୍ପର୍ଶ
01:09 ଏବଂ କେବଳ ସ୍ତନ୍ୟପାନ କରାଇବା
01:13 ଚାଲନ୍ତୁ ସେହି ଭାଗଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରିବା
01:17 ପ୍ରଥମ ଭାଗ ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ
01:21 ଯେଉଁଥିରୁ ଲେଟ୍ ଡାଉନ୍ ରିଫ୍ଲେକ୍ସ ଉନ୍ନତ ହୋଇଥାଏ
01:24 ଏବଂ ଯାହା କାରଣରୁ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ
01:28 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ କୁହାଯାଇଛି
01:34 ଦ୍ଵିତୀୟ ଭାଗଟି ହେଉଛି ସ୍ତନ୍ୟପାନ କରାଇବା
01:38 ଧ୍ୟାନ ଦିଅନ୍ତୁ ଯେ -
01:40 ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର ହିଁ କ୍ଷୀର ଦିଆଯିବା ଉଚିତ
01:45 ଏହାପରେ ଆମେ କଙ୍ଗାରୁ କେଆର୍‌ର ମହତ୍ତ୍ୱ ଉପରେ ଆଲୋଚନା କରିବା
01:50 KMCରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ଚର୍ମ ସହିତ ମା’ ଚର୍ମର ସମ୍ପର୍କ ଦ୍ଵାରା ଶିଶୁ ଶରୀରର ତାପମାତ୍ରା ସଠିକ୍ ରହିଥାଏ
01:57 ଏବଂ ଶିଶୁ ଅଧିକ ସୁରକ୍ଷିତ ମନେକରିଥାଏ
02:01 KMC ଦ୍ଵାରା,
02:03 ସଂକ୍ରମଣର ସମ୍ଭାବନା ଏବଂ
02:05 ଶିଶୁଙ୍କଠାରେ ଆପ୍‌ନିଆର ହାର ମଧ୍ୟ ହ୍ରାସ ପାଇଥାଏ
02:09 ଆପ୍‌ନିଆରେ ଶିଶୁର ଶ୍ୱାସକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଯାଇଥାଏ
02:13 ଏହା ଛଡ଼ା,
02:15 KMC ଦ୍ଵାରା ସ୍ତନ୍ୟପାନର ବାରମ୍ବାରତା ଓ ଅବଧି ବୃଦ୍ଧି ପାଇଥାଏ
02:20 ଏବଂ ଏହାଦ୍ୱାରା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନ ସୁଦୃଢ଼ ହୋଇଥାଏ
02:26 KMC ଶିଶୁକୁ ସାହାଯ୍ୟ କରିଥାଏ -
02:28 ଅନ୍ୟ ପାରମ୍ପରିକ ଶୈଳୀ ତୁଳନାରେ ଓଜନ ବଢ଼ାଇବାରେ, ଯେପରି -
02:33 ଶିଶୁକୁ ଗରମ ରଖୁଥିବା ପେଟିରେ ରଖିବା
02:36 ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ
02:40 ଏହାଦ୍ୱାରା ମା’ଙ୍କ ସନ୍ତୁଷ୍ଟି ଓ ଆତ୍ମବିଶ୍ଵାସ ବଢ଼ିଥାଏ
02:45 ଯେହେତୁ ସେ ନିଜ ଶିଶୁର ଅଧିକ ଯତ୍ନ ନିଅନ୍ତି
02:49 ମଜା କଥା ହେଉଛି, ମା’ଙ୍କ ବ୍ୟତୀତ KMC
02:54 ବାପା କିମ୍ବା
02:56 ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଦାନ କରାଯାଇପାରିବ
02:58 ଏବେ, KMC ପ୍ରଦାତାଙ୍କ ଦ୍ୱାରା ପାଳନ କରାଯିବାକୁ ଥିବା ବିଷୟଗୁଡ଼ିକୁ ଆମେ ଆଲୋଚନା କରିବା:
03:04 KMC ପ୍ରଦାତା ସୁସ୍ଥ ଏବଂ ରୋଗମୁକ୍ତ ଥିବେ
03:09 ସେ ନିଜର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖୁଥିବା ଉଚିତ, ଯେପରି -
03:14 ହାତ ଧୋଇବା,
03:16 ନିତିଦିନ ଗାଧୋଇବା, ହାତ ନଖ କାଟିବା,
03:18 ମୁଣ୍ଡ କୁଣ୍ଡାଇବା,
03:20 ଏବଂ କପଡ଼ା ସଫା ରଖିବା, ଇତ୍ୟାଦି
03:22 ସେ କୌଣସି ପ୍ରକାରର ଗହଣା, ଘଣ୍ଟା ଓ ସୁତା ପିନ୍ଧିବା ଉଚିତ ନୁହେଁ -
03:26 ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋଇପାରନ୍ତି
03:31 ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋଇପାରେ
03:35 ବର୍ତ୍ତମାନ, ପ୍ରଦାତା KMC ସମୟରେ ପିନ୍ଧିବା କପଡ଼ା ବିଷୟରେ ଚାଲନ୍ତୁ ଆଲୋଚନା କରିବା-
03:42 କପଡ଼ାର ଆଗପଟ ଖୋଲା ଓ ହାଲୁକା ହେବା ଆବଶ୍ୟକ
03:46 ଉଦାହରଣସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍
03:51 ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବେ
03:58 କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍‌ଗୁଡ଼ିକୁ ବଜାରରୁ ମଧ୍ୟ କିଣିହେବ
04:04 ଦୀର୍ଘ ସମୟ ପାଇଁ KMC ପ୍ରଦାନ କରିବାରେ ଏଗୁଡ଼ିକ ଦରକାରୀ ହୋଇଥାଏ
04:09 ଅନୁରୂପେ ଭାବେ, KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ
04:16 ଯେତେବେଳେ କି ଶିଶୁ KMC ସମୟରେ -
04:19 ଗୋଟିଏ ଟୋପି ଓ ନ୍ୟାପୀ ପିନ୍ଧିବା ଆବଶ୍ୟକ
04:22 ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରେ, ତେବେ -
04:27 ତାକୁ ଭଲ ଭାବେ ପରିଷ୍କାର କରି ଶୁଖାଇବା ଦରକାର
04:30 ଏବେ ଆମେ ଚାଲନ୍ତୁ କଙ୍ଗାରୁ କେଆ‌ର୍‌ର କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ଆଲୋଚନା କରିବା
04:36 ପ୍ରଥମେ, ମା’ ସିଧା ହୋଇ ଛିଡ଼ା ହେବେ
04:40 ତା’ପରେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର କୌଣସି ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ପର୍ଯ୍ୟାୟାନୁକ୍ରମେ କରିବେ -
04:48 ଶିଶୁର ନିମ୍ନ ଭାଗ ଓ ମୁଣ୍ଡକୁ ସପୋର୍ଟ ଦେବା ସହିତ-
04:51 ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ମୁଣ୍ଡ ଉପରକୁ କରି ରଖନ୍ତୁ
04:56 ତା’ପରେ, ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ
05:00 ତା’ ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋଇଥିବା ସୁନିଶ୍ଚିତ କରନ୍ତୁ
05:04 ଏହାଦ୍ୱାରା ଶିଶୁର ନାକ ପବନ ଆଡ଼କୁ ଖୋଲା ରହିଥାଏ
05:08 ଏବଂ ମା’ ଓ ଶିଶୁ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ
05:14 ତା’ପରେ, ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ
05:18 ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ
05:23 ଏବଂ ଗୋଡ଼ଗୁଡ଼ିକ ସ୍ତନ ତଳେ
05:27 ତଥା ତଳିପେଟ ଛାତି ଉପରେ ରହିବା ଆବଶ୍ୟକ
05:29 କପଡ଼ାରେ ଗୁଡ଼ାଇବା ପୂର୍ବରୁ -
05:32 ଶୀତ ହେଉଥିଲେ ଶିଶୁକୁ ଗୋଟିଏ କମ୍ବଳରେ ଘୋଡ଼ାଇ ଦିଅନ୍ତୁ
05:36 ଏହା ଦ୍ଵାରା ଶିଶୁ ଓ ମା’ ଉଷୁମ୍ ରହିବେ
05:39 ତା’ପରେ, ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ
05:45 ଗୁଡ଼ାଇବା ସମୟରେ -
05:47 କପଡ଼ାର କେନ୍ଦ୍ର ଶିଶୁ ଉପରେ ଯେପରି ରହିବ, ଧ୍ୟାନ ଦିଅନ୍ତୁ
05:50 ଏବଂ କପଡ଼ାର ଉଭୟ ପ୍ରାନ୍ତ,
05:53 ମା’ଙ୍କର କାଖ ମଧ୍ୟଦେଇ
05:56 ପିଠିରେ ଛନ୍ଦି ହେବ
05:59 ଏହା ପରେ କପଡ଼ାର ଧାରଗୁଡ଼ିକୁ ସାମ୍ନାକୁ ଆଣନ୍ତୁ
06:03 କପଡ଼ାର ଏହି ଧାରଗୁଡ଼ିକୁ ଶିଶୁର ନିତମ୍ବ ତଳେ ସୁରକ୍ଷିତ ଭାବେ ଗଣ୍ଠି କରିଦିଅନ୍ତୁ
06:09 ଏହା ଆରାମଦାୟକ ଏବଂ ଶିଶୁକୁ ସପୋର୍ଟ ଦେବାରେ ସହାୟକ ହେବ
06:14 ଏହା ଦ୍ଵାରା ଶିଶୁ ଖସି ପଡ଼ିବାର ମଧ୍ୟ ଭୟ ନଥାଏ
06:17 ମନେରଖନ୍ତୁ- ମା’ ସହଜ ଅନୁଭବ କରିବା ପରେ, ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଦରକାର
06:24 KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯିବ
06:32 ଏହା ଦ୍ଵାରା ମା’ଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେ ଆତ୍ମନିର୍ଭରଶୀଳ ହେବେ
06:37 ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ, ତେବେ ସେ ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିପାରିବେ
06:43 ଏହା ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଅଟେ
06:46 ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିବା ସମୟରେ,
06:49 ଶିଶୁର ମୁଣ୍ଡକୁ ସପୋର୍ଟ ଦେବା ପାଇଁ କାନ ଉପରେ ବ୍ୟାଣ୍ଡର ଧାରଗୁଡ଼ିକୁ ଆଡଜଷ୍ଟ କରନ୍ତୁ
06:54 ତା’ପରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ
06:57 ଏବଂ ପୂର୍ବେ ଆଲୋଚିତ ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ
06:59 ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇଦିଅନ୍ତୁ
07:04 ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚୀ ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢିଲା ହେବା ଉଚିତ ନୁହେଁ
07:11 ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ
07:15 ମନେରଖନ୍ତୁ, KMC ଅବସ୍ଥାରେ ଶିଶୁକୁ ଧରିବା ବେଳେ, ମା’ ନିଶ୍ଚିତ ରୂପେ
07:20 ଚାଲିବା, ଛିଡ଼ା ହେବା, ବସିବା
07:23 କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ
07:26 ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥା’ନ୍ତି,
07:29 ତେବେ ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋଇ କିମ୍ବା ସାମାନ୍ୟ ଆଉଜି ହୋଇ ମଧ୍ୟ ଶୋଇ ପାରିବେ
07:35 ବର୍ତ୍ତମାନ KMC ସମୟରେ ଶିଶୁକୁ ସ୍ତନ୍ୟପାନ କରିବା ବିଷୟରେ ଆଲୋଚନା କରିବା-
07:40 ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢିଲା କରି ଏବଂ
07:43 ଶିଶୁକୁ ସ୍ତନ୍ୟପାନ କରାଇବା ସ୍ଥିତିରେ ରଖି
07:46 ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ
07:50 କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି
07:54 ଶିଶୁକୁ ଗୋଟିଏ କପ୍ କିମ୍ବା ଚାମୁଚ ସାହାଯ୍ୟରେ ଖୁଆଇ ପାରିବେ
07:57 ମନେରଖନ୍ତୁ, ଶିଶୁର ପ୍ରତିଦିନ 25ରୁ 30 ଗ୍ରାମ ଓଜନ ବଢ଼ିବା ଆବଶ୍ୟକ
08:03 ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଦରକାର
08:10 ତେଣୁ, ମା’ କିମ୍ବା ସ୍ଵାସ୍ଥ୍ୟକର୍ମୀ,
08:13 ନିୟମିତ ଯାଞ୍ଚ ସମୟରେ ଶିଶୁର ଓଜନକୁ ଦେଖିବା ଉଚିତ
08:17 ଯଦି ଶିଶୁର ଓଜନ ବଢୁନଥାଏ,
08:21 ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କୌଶଳକୁ ଅନୁଧ୍ୟାନ କରିବେ କିମ୍ବା
08:25 ଶିଶୁ କେତେ ଥର ପରିସ୍ରା କରୁଛି, ତାହା ଯାଞ୍ଚ କରିବେ
08:28 ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଶିକ୍ଷା ଦେବା ମଧ୍ୟ ଆବଶ୍ୟକ
08:32 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି
08:39 ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବେ, ଚାଲନ୍ତୁ ଶିଖିବା
08:44 ପ୍ରଥେମ ମା’ ସିଧା ହୋଇ ବସିବେ
08:48 ତା’ପରେ, ଗଣ୍ଠିକୁ ଗୋଟିଏ ହାତରେ ଖୋଲିବେ
08:53 ଏବଂ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଶିଶୁର ନିତମ୍ବକୁ ଅନ୍ୟ ହାତରେ ଧରନ୍ତୁ
08:58 ଏହାପରେ, ଗଣ୍ଠି ଖୋଲୁଥିବା ହାତ ସାହାଯ୍ୟରେ, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ
09:04 ଶିଶୁର ନିତମ୍ବ ତଳେ କପଡ଼ା ଉପରେ ଥିବା ହାତକୁ କାଢ଼ନ୍ତୁ
09:11 ଏବଂ କପଡ଼ାର ବାହାରୁ ଶିଶୁର ନିତମ୍ବକୁ ଧରିବା ପାଇଁ ଅନ୍ୟ ହାତର ବ୍ୟବହାର କରନ୍ତୁ
09:16 ତା’ପରେ, ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ
09:21 ଏହାପରେ, ଶିଶୁର ମୁଣ୍ଡକୁ ଏପରି ଧରନ୍ତୁ ଯେ,
09:26 ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ
09:28 ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
09:30 KMC ସମୟରେ,
09:32 ମା’ ତୁରନ୍ତ ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ଜଣାଇବା ଦରକାର -
09:37 ଯଦି ଶିଶୁ ସତର୍କ ଏବଂ ସକ୍ରିୟ ନଥାଏ
09:41 ଯଦି ଶିଶୁ ଜୋର୍ ଜୋର୍‌ରେ ନିଶ୍ଵାସ ନେଉଥାଏ କିମ୍ବା ସେଥିରେ ଦୀର୍ଘ ବ୍ୟବଧାନ ରହୁଥାଏ
09:46 ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଥାଏ
09:50 ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଥାଏ
09:53 ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep