Java/C3/Static-Blocks/Oriya
From Script | Spoken-Tutorial
Time | Narration |
00:01 | Static blocks ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, static blocks କ’ଣ |
00:10 | static blockଗୁଡିକୁ କିପରି ଘୋଷଣା କରିବା ଏବଂ କିପରି ବ୍ୟବହାର କରିବା ଶିଖିବା |
00:16 | ଏଠାରେ ଆମେ ବ୍ୟବହାର କରୁଛୁ:
|
00:26 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:34 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା instance variables, static variables ଓ static methods ଉପରେ ଜ୍ଞାନ ଥିବା ଆବଶ୍ୟକ |
00:43 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:48 | ଚାଲନ୍ତୁ static blocks ବିଷୟରେ ଜାଣିବା |
00:52 | ଗୋଟିଏ Static block ପ୍ରାୟତଃ static variablesର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ବ୍ୟବହୃତ ହୋଇଥାଏ |
00:59 | ଗୋଟିଏ static block, କୀୱର୍ଡ staticକୁ ବ୍ୟବହାର କରି ଘୋଷିତ କରାଯାଇଥାଏ |
01:03 | Static blockଗୁଡିକ ନିଷ୍ପାଦନ ହୁଅନ୍ତି ଯେତେବେଳେ ମେମୋରୀରେ class ଲୋଡ୍ ହୋଇଥାଏ |
01:08 | ଯଦି ଗୋଟିଏ ପ୍ରୋଗ୍ରାମରେ static blockଗୁଡିକ ଥା’ନ୍ତି ତେବେ ସେଗୁଡିକୁ constructors ପୂର୍ବରୁ ପ୍ରୟୋଗ କରାଯାଏ |
01:14 | ଗୋଟିଏ static block ମଧ୍ୟରେ ଆମେ instance variableଗୁଡିକୁ ଆକ୍ସେସ୍ କରିପାରିବା ନାହିଁ |
01:19 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticBlockDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟକୁ ସୃଷ୍ଟି କରନ୍ତୁ |
01:26 | ଏହି ପ୍ରୋଜେକ୍ଟ ମଧ୍ୟରେ Static Blockଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ |
01:33 | src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ |
01:38 | classର ନାମକୁ StudentEnroll ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ |
01:44 | ବର୍ତ୍ତମାନ StudentEnroll କ୍ଲାସକୁ ଉପସ୍ଥାପନ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
01:49 | ଧ୍ୟାନଦିଅନ୍ତୁ ଯେ ଏଠାରେ ଦୁଇଟି static variables count ଓ orgname ଅଛି |
01:54 | ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ -> Generate Constructor using Fieldsକୁ ଚୟନ କରନ୍ତୁ |
02:00 | ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ |
02:04 | ଯେତେବେଳେ constructor ପ୍ରୟୋଗ କରାଯିବ ସେତେବେଳେ ଗୋଟିଏ ବାର୍ତ୍ତା ପ୍ରିଣ୍ଟ ହେବା ଆବଶ୍ୟକ |
02:09 | ତେଣୁ ଏହି constructor ମଧ୍ୟରେ Constructor invokedକୁ ପ୍ରିଣ୍ଟ କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
02:15 | ବର୍ତ୍ତମାନ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି କ୍ଲାସରେ showData( ) ନାମକ ଗୋଟିଏ ମେଥଡକୁ ସଂଯୁକ୍ତ କରନ୍ତୁ |
02:21 | ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
02:23 | ବର୍ତ୍ତମାନ count ଓ orgnameର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ static blockକୁ ସଂଯୁକ୍ତ କରନ୍ତୁ |
02:29 | ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
02:32 | ଭେରିଏବଲ୍ orgname ଓ count, static variables ଅଟନ୍ତି |
02:36 | କୀୱର୍ଡ static ଦ୍ଵାରା ଆରମ୍ଭ ହୋଇଥିବା କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା ଏହି କୋଡର ବ୍ଲକ୍, ଗୋଟିଏ static block ଅଟେ |
02:42 | ଏହି static block, count ଓ orgname ପାଇଁ ଭେଲ୍ୟୁଗୁଡିକୁ କ୍ରମାନୁସାରେ 100 ଓ IITMକୁ ଇନିଶିଆଲାଇଜ୍ କରିଥାଏ |
02:51 | static block ମଧ୍ୟରେ, static block-1 is invokedକୁ ପ୍ରିଣ୍ଟ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
02:58 | ବର୍ତ୍ତମାନ main methodକୁ ଧାରଣ କରିଥିବା ଆଉ ଏକ classକୁ ସଂଯୁକ୍ତ କରନ୍ତୁ |
03:03 | ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ |
03:11 | ଏହି class ମଧ୍ୟରେ main method ପ୍ରାପ୍ତ ହେବ |
03:15 | ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main method ସୃଷ୍ଟି କରିବା ପାଇଁ Ctrl+spaceକୁ ଦାବନ୍ତୁ |
03:21 | StudentEnroll classର ଗୋଟିଏ ଅବଜେକ୍ଟ ସୃଷ୍ଟି ହୋଇଛି |
03:25 | ଅବଜେକ୍ଟ s1 ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
03:29 | ବର୍ତ୍ତମାନ ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ showDataକୁ ପ୍ରୟୋଗ କରନ୍ତୁ |
03:33 | s1.showData() semicolon, ଟାଇପ୍ କରନ୍ତୁ |
03:38 | ବର୍ତ୍ତମାନ Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
03:41 | constructor ପୂର୍ବରୁ static block ପ୍ରୟୋଗ ହୋଇଥିବା ଆପଣ ଦେଖିପାରିବେ |
03:46 | count and orgnameର ଭେଲ୍ୟୁଗୁଡିକ static blockରେ ପରିଭାଷିତ ହେବା ଭଳି ଇନିଶିଆଲାଇଜ୍ ହୋଇଛି |
03:53 | ବର୍ତ୍ତମାନ StudentEnroll classକୁ ଫେରିଆସନ୍ତୁ |
03:57 | ଯଦି static block ମଧ୍ୟରେ idର ଭେଲ୍ୟୁକୁ ଇନିଶିଆଲାଇଜ୍ କରାଯାଏ ତେବେ କ’ଣ ହେବ ଚାଲନ୍ତୁ ଦେଖିବା |
04:03 | static block ମଧ୍ୟରେ ଟାଇପ୍ କରନ୍ତୁ, id equals IT01 semicolon |
04:10 | ଗୋଟିଏ ଏରର୍ ଦୃଶ୍ୟମାନ ହେବା ଆପଣ ଦେଖିପାରିବେ |
04:13 | ଏହା ସୂଚିତ କରୁଛି ଯେ ଗୋଟିଏ instance variableକୁ ଏକ static block ମଧ୍ୟରେ ଆକ୍ସେସ୍ କରାଯାଇପାରିବ ନାହିଁ |
04:19 | ବର୍ତ୍ତମାନ ଏହି ଲାଇନକୁ କମେଣ୍ଟ କରିବା ସହିତ ଆଗକୁ ବଢନ୍ତୁ |
04:25 | ସ୍ଲାଇଡକୁ ଫେରିଆସନ୍ତୁ |
04:27 | ଗୋଟିଏ class, ଅନେକ static blockକୁ ଧାରଣ କରିପାରେ |
04:30 | ଏପରି କ୍ଷେତ୍ରରେ ସୋର୍ସ କୋଡରେ ଦୃଶ୍ୟମାନ ହେଉଥିବା କ୍ରମରେ, ସେଗୁଡିକୁ କେବଳ ଥରେ ମାତ୍ର କଲ୍ କରାଯାଇପାରିବ |
04:37 | ଏହାକୁ ଯାଞ୍ଚ କରିବା ପାଇଁ Eclipseକୁ ଫେରିଆସନ୍ତୁ |
04:40 | ବିଦ୍ୟମାନ ଥିବା static block ପରେ, ଆଉ ଗୋଟିଏ ସଂଯୁକ୍ତ କରନ୍ତୁ |
04:45 | ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
04:47 | ଏହି static block, count ଓ orgname ପାଇଁ ଭେଲ୍ୟୁଗୁଡିକୁ କ୍ରମାନୁସାରେ 200 ଓ IITB ଭାବେ ଇନିଶିଆଲାଇଜ୍ କରିବ |
04:57 | static block ମଧ୍ୟରେ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
05:01 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
05:04 | ଆଉଟପୁଟରୁ ଆମେ, ପ୍ରଥମ static block ପରେ ଦ୍ଵିତୀୟଟି ପ୍ରୟୋଗ ହୋଇଥିବା ଆମେ ଯାଞ୍ଚ କରିପାରିବା |
05:10 | static variables count ଓ orgnameର ଭେଲ୍ୟୁଗୁଡିକ, ଦ୍ଵିତୀୟ static block ଦ୍ଵାରା ଅଦ୍ୟତନ ହୋଇଛି |
05:18 | କ୍ରମାନୁସାରେ ସେଗୁଡିକ 200 ଓ IITB ଅଟନ୍ତି |
05:22 | ସଂକ୍ଷିପ୍ତରେ |
05:24 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ static block କ’ଣ, ଗୋଟିଏ static blockକୁ କିପରି ପରିଭାଷିତ କରାଯାଏ ଏବଂ static blockଗୁଡିକ କିପରି ପ୍ରୟୋଗ ଓ ନିଷ୍ପାଦନ ହୁଅନ୍ତି |
05:37 | ଆସାଇନମେଣ୍ଟ ପାଇଁ, ଏହି ଆସାଇନମେଣ୍ଟ Static Methods ଆସାଇନମେଣ୍ଟର କ୍ରମାନୁବୃତ୍ତି ଅଟେ |
05:44 | Static Methods ଉପରେ ଥିବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ |
05:48 | ପୂର୍ବ ଭଳି ଏହି ସ୍ଲାଇଡରେ CarService କ୍ଲାସକୁ ନିର୍ଦ୍ଦିଷ୍ଟ କରାଯାଇଛି |
05:54 | instance variables ଓ static variableଗୁଡିକୁ ଚିହ୍ନଟ କରନ୍ତୁ |
05:58 | instance variables ପାଇଁ ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructorକୁ ପରିଭାଷିତ କରନ୍ତୁ |
06:03 | static variableଗୁଡିକର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ static blockକୁ ପରିଭାଷିତ କରନ୍ତୁ |
06:08 | main methodକୁ ଧାରଣ କରିଥିବା ଗୋଟିଏ Demo କ୍ଲାସକୁ ମଧ୍ୟ ସୃଷ୍ଟି କରନ୍ତୁ |
06:12 | main ମେଥଡ୍ ମଧ୍ୟରେ, CarServiceର କିଛି ଅବଜେକ୍ଟକୁ ସୃଷ୍ଟି କରିବା ସହିତ show( ) ମେଥଡକୁ ପ୍ରୟୋଗ କରନ୍ତୁ |
06:19 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:24 | ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
06:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
|
06:35 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
06:46 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
06:50 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
06:58 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |