Java/C3/Static-Blocks/Oriya

From Script | Spoken-Tutorial
Jump to: navigation, search
Time Narration
00:01 Static blocks ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, static blocks କ’ଣ
00:10 static blockଗୁଡିକୁ କିପରି ଘୋଷଣା କରିବା ଏବଂ କିପରି ବ୍ୟବହାର କରିବା ଶିଖିବା
00:16 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04, JDK 1.7, Eclipse 4.3.1

00:26 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:34 ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା instance variables, static variables ଓ static methods ଉପରେ ଜ୍ଞାନ ଥିବା ଆବଶ୍ୟକ
00:43 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:48 ଚାଲନ୍ତୁ static blocks ବିଷୟରେ ଜାଣିବା
00:52 ଗୋଟିଏ Static block ପ୍ରାୟତଃ static variablesର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ବ୍ୟବହୃତ ହୋଇଥାଏ
00:59 ଗୋଟିଏ static block, କୀୱର୍ଡ staticକୁ ବ୍ୟବହାର କରି ଘୋଷିତ କରାଯାଇଥାଏ
01:03 Static blockଗୁଡିକ ନିଷ୍ପାଦନ ହୁଅନ୍ତି ଯେତେବେଳେ ମେମୋରୀରେ class ଲୋଡ୍ ହୋଇଥାଏ
01:08 ଯଦି ଗୋଟିଏ ପ୍ରୋଗ୍ରାମରେ static blockଗୁଡିକ ଥା’ନ୍ତି ତେବେ ସେଗୁଡିକୁ constructors ପୂର୍ବରୁ ପ୍ରୟୋଗ କରାଯାଏ
01:14 ଗୋଟିଏ static block ମଧ୍ୟରେ ଆମେ instance variableଗୁଡିକୁ ଆକ୍ସେସ୍ କରିପାରିବା ନାହିଁ
01:19 ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticBlockDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟକୁ ସୃଷ୍ଟି କରନ୍ତୁ
01:26 ଏହି ପ୍ରୋଜେକ୍ଟ ମଧ୍ୟରେ Static Blockଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ
01:33 src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ
01:38 classର ନାମକୁ StudentEnroll ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ
01:44 ବର୍ତ୍ତମାନ StudentEnroll କ୍ଲାସକୁ ଉପସ୍ଥାପନ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
01:49 ଧ୍ୟାନଦିଅନ୍ତୁ ଯେ ଏଠାରେ ଦୁଇଟି static variables count ଓ orgname ଅଛି
01:54 ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ -> Generate Constructor using Fieldsକୁ ଚୟନ କରନ୍ତୁ
02:00 ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ
02:04 ଯେତେବେଳେ constructor ପ୍ରୟୋଗ କରାଯିବ ସେତେବେଳେ ଗୋଟିଏ ବାର୍ତ୍ତା ପ୍ରିଣ୍ଟ ହେବା ଆବଶ୍ୟକ
02:09 ତେଣୁ ଏହି constructor ମଧ୍ୟରେ Constructor invokedକୁ ପ୍ରିଣ୍ଟ କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:15 ବର୍ତ୍ତମାନ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି କ୍ଲାସରେ showData( ) ନାମକ ଗୋଟିଏ ମେଥଡକୁ ସଂଯୁକ୍ତ କରନ୍ତୁ
02:21 ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:23 ବର୍ତ୍ତମାନ count ଓ orgnameର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ static blockକୁ ସଂଯୁକ୍ତ କରନ୍ତୁ
02:29 ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:32 ଭେରିଏବଲ୍ orgname ଓ count, static variables ଅଟନ୍ତି
02:36 କୀୱର୍ଡ static ଦ୍ଵାରା ଆରମ୍ଭ ହୋଇଥିବା କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା ଏହି କୋଡର ବ୍ଲକ୍, ଗୋଟିଏ static block ଅଟେ
02:42 ଏହି static block, count ଓ orgname ପାଇଁ ଭେଲ୍ୟୁଗୁଡିକୁ କ୍ରମାନୁସାରେ 100 ଓ IITMକୁ ଇନିଶିଆଲାଇଜ୍ କରିଥାଏ
02:51 static block ମଧ୍ୟରେ, static block-1 is invokedକୁ ପ୍ରିଣ୍ଟ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
02:58 ବର୍ତ୍ତମାନ main methodକୁ ଧାରଣ କରିଥିବା ଆଉ ଏକ classକୁ ସଂଯୁକ୍ତ କରନ୍ତୁ
03:03 ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ
03:11 ଏହି class ମଧ୍ୟରେ main method ପ୍ରାପ୍ତ ହେବ
03:15 ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main method ସୃଷ୍ଟି କରିବା ପାଇଁ Ctrl+spaceକୁ ଦାବନ୍ତୁ
03:21 StudentEnroll classର ଗୋଟିଏ ଅବଜେକ୍ଟ ସୃଷ୍ଟି ହୋଇଛି
03:25 ଅବଜେକ୍ଟ s1 ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
03:29 ବର୍ତ୍ତମାନ ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ showDataକୁ ପ୍ରୟୋଗ କରନ୍ତୁ
03:33 s1.showData() semicolon, ଟାଇପ୍ କରନ୍ତୁ
03:38 ବର୍ତ୍ତମାନ Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
03:41 constructor ପୂର୍ବରୁ static block ପ୍ରୟୋଗ ହୋଇଥିବା ଆପଣ ଦେଖିପାରିବେ
03:46 count and orgnameର ଭେଲ୍ୟୁଗୁଡିକ static blockରେ ପରିଭାଷିତ ହେବା ଭଳି ଇନିଶିଆଲାଇଜ୍ ହୋଇଛି
03:53 ବର୍ତ୍ତମାନ StudentEnroll classକୁ ଫେରିଆସନ୍ତୁ
03:57 ଯଦି static block ମଧ୍ୟରେ idର ଭେଲ୍ୟୁକୁ ଇନିଶିଆଲାଇଜ୍ କରାଯାଏ ତେବେ କ’ଣ ହେବ ଚାଲନ୍ତୁ ଦେଖିବା
04:03 static block ମଧ୍ୟରେ ଟାଇପ୍ କରନ୍ତୁ, id equals IT01 semicolon
04:10 ଗୋଟିଏ ଏରର୍ ଦୃଶ୍ୟମାନ ହେବା ଆପଣ ଦେଖିପାରିବେ
04:13 ଏହା ସୂଚିତ କରୁଛି ଯେ ଗୋଟିଏ instance variableକୁ ଏକ static block ମଧ୍ୟରେ ଆକ୍ସେସ୍ କରାଯାଇପାରିବ ନାହିଁ
04:19 ବର୍ତ୍ତମାନ ଏହି ଲାଇନକୁ କମେଣ୍ଟ କରିବା ସହିତ ଆଗକୁ ବଢନ୍ତୁ
04:25 ସ୍ଲାଇଡକୁ ଫେରିଆସନ୍ତୁ
04:27 ଗୋଟିଏ class, ଅନେକ static blockକୁ ଧାରଣ କରିପାରେ
04:30 ଏପରି କ୍ଷେତ୍ରରେ ସୋର୍ସ କୋଡରେ ଦୃଶ୍ୟମାନ ହେଉଥିବା କ୍ରମରେ, ସେଗୁଡିକୁ କେବଳ ଥରେ ମାତ୍ର କଲ୍ କରାଯାଇପାରିବ
04:37 ଏହାକୁ ଯାଞ୍ଚ କରିବା ପାଇଁ Eclipseକୁ ଫେରିଆସନ୍ତୁ
04:40 ବିଦ୍ୟମାନ ଥିବା static block ପରେ, ଆଉ ଗୋଟିଏ ସଂଯୁକ୍ତ କରନ୍ତୁ
04:45 ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
04:47 ଏହି static block, count ଓ orgname ପାଇଁ ଭେଲ୍ୟୁଗୁଡିକୁ କ୍ରମାନୁସାରେ 200 ଓ IITB ଭାବେ ଇନିଶିଆଲାଇଜ୍ କରିବ
04:57 static block ମଧ୍ୟରେ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
05:01 ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
05:04 ଆଉଟପୁଟରୁ ଆମେ, ପ୍ରଥମ static block ପରେ ଦ୍ଵିତୀୟଟି ପ୍ରୟୋଗ ହୋଇଥିବା ଆମେ ଯାଞ୍ଚ କରିପାରିବା
05:10 static variables count ଓ orgnameର ଭେଲ୍ୟୁଗୁଡିକ, ଦ୍ଵିତୀୟ static block ଦ୍ଵାରା ଅଦ୍ୟତନ ହୋଇଛି
05:18 କ୍ରମାନୁସାରେ ସେଗୁଡିକ 200 ଓ IITB ଅଟନ୍ତି
05:22 ସଂକ୍ଷିପ୍ତରେ
05:24 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ static block କ’ଣ, ଗୋଟିଏ static blockକୁ କିପରି ପରିଭାଷିତ କରାଯାଏ ଏବଂ static blockଗୁଡିକ କିପରି ପ୍ରୟୋଗ ଓ ନିଷ୍ପାଦନ ହୁଅନ୍ତି
05:37 ଆସାଇନମେଣ୍ଟ ପାଇଁ, ଏହି ଆସାଇନମେଣ୍ଟ Static Methods ଆସାଇନମେଣ୍ଟର କ୍ରମାନୁବୃତ୍ତି ଅଟେ
05:44 Static Methods ଉପରେ ଥିବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
05:48 ପୂର୍ବ ଭଳି ଏହି ସ୍ଲାଇଡରେ CarService କ୍ଲାସକୁ ନିର୍ଦ୍ଦିଷ୍ଟ କରାଯାଇଛି
05:54 instance variables ଓ static variableଗୁଡିକୁ ଚିହ୍ନଟ କରନ୍ତୁ
05:58 instance variables ପାଇଁ ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructorକୁ ପରିଭାଷିତ କରନ୍ତୁ
06:03 static variableଗୁଡିକର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ static blockକୁ ପରିଭାଷିତ କରନ୍ତୁ
06:08 main methodକୁ ଧାରଣ କରିଥିବା ଗୋଟିଏ Demo କ୍ଲାସକୁ ମଧ୍ୟ ସୃଷ୍ଟି କରନ୍ତୁ
06:12 main ମେଥଡ୍ ମଧ୍ୟରେ, CarServiceର କିଛି ଅବଜେକ୍ଟକୁ ସୃଷ୍ଟି କରିବା ସହିତ show( ) ମେଥଡକୁ ପ୍ରୟୋଗ କରନ୍ତୁ
06:19 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:24 ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
06:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି

06:35 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
06:46 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
06:50 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
06:58 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep