PERL/C2/Blocks-in-Perl/Oriya
From Script | Spoken-Tutorial
Time | Narration |
00:01 | ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା |
00:13 | ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି |
00:21 | ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି |
00:26 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
00:31 | ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍ |
00:38 | “ପର୍ଲ” ରେ “ଡାଟା ଷ୍ଟ୍ରକ୍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ |
00:44 | ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
00:50 | “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ |
00:53 | ଏହି “ବ୍ଲକ୍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍ର ବିଭିନ୍ନ ସୋପାନରେ ଏକ୍ଜେକ୍ୟୁଟ୍ ହୁଏ |
00:59 | ଏହି ବ୍ଲକ୍ଗୁଡ଼ିକ ହେଲା: |
01:01 | BEGIN |
01:02 | END |
01:03 | UNITCHECK |
01:04 | CHECK. |
01:05 | INIT |
01:06 | ଆସନ୍ତୁ ”ବିଗିନ୍” ବ୍ଲକ୍କୁ ବୁଝିବା ସହ ଆରମ୍ଭ କରିବା |
01:10 | “ବିଗିନ୍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍ଜେକ୍ୟୁଟ୍ ହୁଏ |
01:15 | ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ |
01:22 | “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା |
01:26 | ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍ଜେକ୍ୟୁଟ୍ ହେବ |
01:31 | ତାହା “First Define First Execute” ଢାଞ୍ଚାରେ ଅଛି |
01:35 | “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି |
01:40 | କ୍ୟାପିଟାଲ୍ ଲେଟର୍ରେ”ବିଗିନ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
01:45 | “ଏଣ୍ଟର” ଦବାନ୍ତୁ |
01:47 | କମ୍ପାଇଲେସନ୍ ସମୟରେ ଏକ୍ଜେକ୍ୟୁଟ୍ ହେବାକୁଥିବା କୋଡ୍ର ଭାଗ |
01:51 | “ଏଣ୍ଟର” ଦବାନ୍ତୁ |
01:52 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
01:55 | ଚାଲନ୍ତୁ ”ବିଗିନ୍” ବ୍ଲକ୍ର ଏକ ଉଦାହରଣ ଦେଖିବା |
01:59 | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ |
02:02 | gedit beginBlock dot pl space ampersand |
02:08 | ଓ “ଏଣ୍ଟର” ଦବାନ୍ତୁ |
02:10 | ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ |
02:15 | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
02:20 | ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି |
02:24 | ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ |
02:31 | ସେହିପରି ମୁଁ ପ୍ରତ୍ୟେକ “ବିଗିନ୍” ବ୍ଲକ୍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ଲେଖିଛି |
02:37 | ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ |
02:42 | ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ |
02:49 | ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ |
02:53 | ଏହାପରେ ଟର୍ମିନାଲ୍କୁ ଯାଇ ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରନ୍ତୁ |
02:58 | perl beginBlock dot pl |
03:01 | ଓ “ଏଣ୍ଟର” ଦବାନ୍ତୁ |
03:04 | ଆପଣ ଟର୍ମିନାଲ୍ରେ ପ୍ରଦର୍ଶିତ ଆଉଟ୍ପୁଟ୍ ପାଇବେ |
03:09 | ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ |
03:16 | ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ |
03:25 | “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍ଜେକ୍ୟୁଟ୍ ହୁଏ |
03:31 | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ: |
03:34 | “ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ |
03:40 | ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ |
03:46 | “ବିଗିନ୍ ବ୍ଲକ୍” ସବୁବେଳେ First In First Out ପଦ୍ଧତିରେ ଏକ୍ଜେକ୍ୟୁଟ୍ ହୁଏ |
03:52 | ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍ଜେକ୍ୟୁସନ୍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍ଗୁଡ଼ିକୁ ମିଶାଇବା |
04:01 | ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା |
04:04 | “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ |
04:09 | ପର୍ଲ, ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍ଜେକ୍ୟୁଟ୍ ହୁଏ |
04:17 | ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା |
04:21 | ଏହି ବ୍ଲକ୍ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍ଜେକ୍ୟୁଟ୍ ହୁଅନ୍ତି |
04:26 | ତାହା “Last define First execute” ଢାଞ୍ଚାରେ ଅଛି |
04:30 | “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି |
04:35 | କ୍ୟାପିଟାଲ ଲେଟର୍ରେ “END” ଓପନ୍ କର୍ଲୀ ବ୍ରାକେଟ୍ |
04:39 | “ଏଣ୍ଟର୍” ଦବାନ୍ତୁ |
04:40 | ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
04:45 | “ଏଣ୍ଟର୍” ଦବାନ୍ତୁ |
04:46 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
04:49 | ଏବେ ଏଣ୍ଡ୍ ବ୍ଲକ୍ସର ଏକ ଉଦାହରଣ ଦେଖିବା |
04:53 | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ |
04:56 | gedit endBlock dot pl space ampersand |
05:00 | ଓ “ଏଣ୍ଟର” ଦବାନ୍ତୁ |
05:03 | ଏହା “endBlock dot pl” ଫାଇଲ୍କୁ “gedit”ରେ ଖୋଲିବ |
05:08 | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
05:13 | ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି |
05:17 | ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ |
05:23 | ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ ଲେଖିଛୁ |
05:29 | ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ |
05:34 | ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ |
05:41 | ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ |
05:45 | ଏହାପରେ ଟର୍ମିନାଲ୍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍ଜେକ୍ୟୁସନ୍ ପାଇଁ ଟାଇପ୍ କରନ୍ତୁ |
05:50 | perl endBlock dot pl |
05:53 | ଓ “ଏଣ୍ଟର” ଦବାନ୍ତୁ |
05:55 | ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍ପୁଟ୍ ପାଇବେ |
06:00 | ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି |
06:06 | ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ |
06:13 | ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍ଜେକ୍ୟୁଟ୍ ହେବ |
06:20 | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ |
06:23 | “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ |
06:29 | ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍ର ସ୍ଥାନ ଅଟେ ଓ |
06:36 | “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍ଜେକ୍ୟୁଟ୍ ହୁଏ |
06:41 | ତେଣୁ, “END” ବ୍ଲକ୍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍ରେ ତିଆରି ହୋଇଥିବା ଅବ୍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା |
06:49 | ସେହିପରି, “ପର୍ଲ”ରେ “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି |
06:55 | ଏହି ବ୍ଲକ୍ଗୁଡ଼ିକ ଡେଭ୍ଲପର୍ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ |
07:02 | ତେଣୁ, ମୁଁ ଏହି ବ୍ଲକ୍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି |
07:06 | “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ଗୁଡ଼ିକ ବହୁତ ଉପଯୋଗୀ |
07:10 | ମୁଖ୍ୟ ପ୍ରୋଗ୍ରାମ୍ର କମ୍ପାଇଲେଶନ୍ ଓ ଏକ୍ଜେକ୍ୟୁସନ୍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ |
07:18 | ଓ କମ୍ପାଇଲେସନ୍ ପରେ ଓ ଏକ୍ଜେକ୍ୟୁସନ୍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ |
07:24 | “ୟୁନିଟ୍ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ |
07:31 | ଯେଉଁଠାରେକି’ “ଇନ୍ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ |
07:37 | “ୟୁନିଟ୍ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
07:41 | କ୍ୟାପିଟାଲ୍ ଲେଟର୍ରେ “ୟୁନିଟ୍ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
07:46 | “ଏଣ୍ଟର” ଦବାନ୍ତୁ |
07:48 | ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
07:50 | “ଏଣ୍ଟର” ଦବାନ୍ତୁ |
07:52 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
07:54 | “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
07:58 | କ୍ୟାପିଟାଲ୍ ଲେଟର୍ରେ “ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
08:03 | “ଏଣ୍ଟର” ଦବାନ୍ତୁ |
08:04 | ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
08:07 | “ଏଣ୍ଟର” ଦବାନ୍ତୁ |
08:08 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
08:11 | “ଇନ୍ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
08:15 | କ୍ୟାପିଟାଲ୍ ଲେଟର୍ରେ “ଇନ୍ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
08:20 | “ଏଣ୍ଟର” ଦବାନ୍ତୁ |
08:21 | ଇନିଶିଆଲାଇଜ୍ ହେବାକୁ ଥିବା କୋଡ୍ର ଭାଗ |
08:24 | “ଏଣ୍ଟର” ଦବାନ୍ତୁ |
08:26 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
08:28 | ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି |
08:36 | ସଂକ୍ଷିପ୍ତରେ |
08:37 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ |
08:40 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି |
08:44 | ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ |
08:48 | “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ର ପରିଚୟ |
08:52 | ଏକ ଆସାଇନ୍ମେଣ୍ଟ ଭାବେ- |
08:54 | ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍ ଟାଇପ୍ କରନ୍ତୁ; |
08:58 | ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରି ଆଉଟ୍ପୁଟ୍ ଦେଖନ୍ତୁ |
09:02 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
09:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
09:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:20 | ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:24 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:37 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ |
09:57 | ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ |
10:00 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:02 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |