Java/C2/Non-static-block/Oriya
From Script | Spoken-Tutorial
Revision as of 15:59, 21 February 2017 by PoojaMoolya (Talk | contribs)
Time | Narration |
00:02 | Javaରେ Non Static Block ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | Non Static ବ୍ଲକ୍ ବିଷୟରେ |
00:10 | ଏକ Non Static ବ୍ଲକ୍ କେତେବେଳେ ନିଷ୍ପାଦିତ ହୁଏ |
00:13 | Non Static ବ୍ଲକ୍ ର ସରଳ ଉଦାହରଣ |
00:16 | ଆଉ ଆମକୁ କାହିଁକି Constructor ଦରକାର? |
00:18 | ଏଠାରେ ଆମେ ବ୍ୟବହାର କରୁଛୁ:
Ubuntu 11.10 Java Development Environment JDK 1.6 ଓ Eclipse IDE 3.7.0 |
00:26 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:29 | Eclipse ବ୍ୟବହାର କରି Javaରେ କିପରି ଏକ Constructor କ୍ରିଏଟ୍ କରାଯାଏ |
00:33 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:38 | ଏକ Non Static ବ୍ଲକ୍ କ’ଣ ଏବେ ଆମେ ଦେଖିବା |
00:42 | ଦୁଇଟି କର୍ଲୀ ବ୍ରାକେଟ୍ସ ମଧ୍ୟରେ ଲେଖାଯାଇଥିବା ଯେକୌଣସି କୋଡ୍ କୁ Non Static ବ୍ଲକ୍ କୁହାଯାଏ |
00:46 | ଆମେ ଏଠାରେ ସିଣ୍ଟାକ୍ସ ଦେଖିପାରୁଛେ. |
00:51 | ଏକ Non Static ବ୍ଲକ୍ କେତେବେଳେ ନିଷ୍ପାଦିତ ହୁଏ? |
00:54 | ଏକ Non Static ବ୍ଲକ୍, କ୍ରିଏଟ୍ ହୋଇଥିବା ପ୍ରତ୍ୟେକ ଅବଜେକ୍ଟ ପାଇଁ ନିଷ୍ପାଦିତ ହୋଇଥାଏ |
00:58 | Constructorର ନିଷ୍ପାଦନ ପୂର୍ବରୁ ଏହା ନିଷ୍ପାଦିତ ହୁଏ |
01:04 | ଏହା କ୍ଲାସ୍ ର Instance ମେମ୍ୱର୍ ଭେରିଏବଲ୍ସ ଇନିଶିଆଲାଇଜ୍ କରେ |
01:08 | ଗଣନା ପରି ଅନ୍ୟ କୌଣସି ନିଷ୍ପାଦନକୁ ମଧ୍ୟ ବ୍ଲକ୍ ରେ ଦେଇହେବ |
01:14 | ଏବେ, Eclipseକୁ ଯାଆନ୍ତୁ ଓ Non Static ବ୍ଲକ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ |
01:22 | ମୁଁ, Eclipseରେ NonStaticTest ନାମରେ ଏକ Class ଖୋଲିସାରିଛି |
01:28 | ମୁଁ, A ନାମରେ ମଧ୍ୟ ଗୋଟିଏ Class କ୍ରିଏଟ୍ କରିସାରିଛି |
01:33 | Class A ଭିତରେ, ମୁଁ ପ୍ରଥମେ, int ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରିବି |
01:38 | ଟାଇପ୍ କରନ୍ତୁ: int a ସେମିକୋଲନ୍ ଓ ତା’ପରେ Enter ଦାବନ୍ତୁ |
01:46 | କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ Non static block of an instance of Class A ସେମିକୋଲନ୍ |
02:12 | ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକଲନ୍ |
02:32 | ଏବେ ଆମେ ଗୋଟିଏ Constructor ଘୋଷିତ କରିବା |
02:35 | ଟାଇପ୍ କରନ୍ତୁ: public A ଖୋଲା ଓ ବନ୍ଦ ବ୍ରାକେଟ୍ସ କର୍ଲୀ ବ୍ରାକେଟ୍ସ ଖୋଲି Enter ଦାବନ୍ତୁ |
02:51 | ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ Constructing object of type A ସେମିକୋଲନ୍ |
03:10 | ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକୋଲନ୍ |
03:35 | ଫାଇଲ୍ କୁ ସେଭ୍ କରନ୍ତୁ |
03:44 | Eclipseରେ କ୍ଲାସ୍ NonStaticTest ଭିତରେ ଆମେ ଏବେ Class Aର ଏକ object କ୍ରିଏଟ୍ କରିବା |
03:53 | ଟାଇପ୍ କରନ୍ତୁ: A ସ୍ପେସ୍ a1 ଇକ୍ୱାଲ୍ ଟୁ new ସ୍ପେସ୍ A ଖୋଲା ଓ ବନ୍ଦ ବ୍ରାକେଟ୍ସ ସେମିକୋଲନ୍ |
04:08 | ପରବର୍ତ୍ତୀ ଲାଇନ୍ ରେ ଆମେ Class Aର ଆଉ ଗୋଟିଏ ଅବଜେକ୍ଟ କ୍ରିଏଟ୍ କରିବା |
04:12 | ତେଣୁ, ଟାଇପ୍ କରନ୍ତୁ: A ସ୍ପେସ୍ a2 ଇକ୍ୱାଲ୍ ଟୁ new ସ୍ପେସ୍ A ଖୋଲା ଓ ବନ୍ଦ ବ୍ରାକେଟ୍ସ ସେମିକୋଲନ୍ |
04:25 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
04:32 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
04:35 | ଆମେ ଦେଖିପାରୁଛେ ଯେ, ଯେତେବେଳେ ପ୍ରଥମ Object କ୍ରିଏଟ୍ ହେଲା, Non Static ବ୍ଲକ୍ ନିଷ୍ପାଦିତ ହେଲା |
04:45 | ଏକ Instance of Class A ଓ Instance Variable a ର Non Static ବ୍ଲକ୍, 0କୁ ଇନିଶିଆଲାଇଜ୍ ହେଲା |
04:53 | ତା’ପରେ ହିଁ Constructor ନିଷ୍ପାଦିତ ହେବ. ଟାଇପ୍ Aର Constructing ଅବଜେକ୍ଟ |
05:02 | ଆଉ ଏଠାରେ, Instance Variable ପୁଣିଥରେ 0କୁ ଇନିଶିଆଲାଜ୍ ହେଲା |
05:07 | ପୁଣିଥରେ, ଯେତେବେଳେ ଦ୍ୱିତୀୟ Object କ୍ରିଏଟ୍ ହେଲା, Non Static ବ୍ଲକ୍ ନିଷ୍ପାଦିତ ହେଲା |
05:16 | ଏହି ପ୍ରକ୍ରିୟାର ପୁନରାବୃତ୍ତି ହୁଏ |
05:20 | ଗୋଟିଏ Classରେ ବହୁବିଧ Non Static ବ୍ଲକ୍ସ ଥାଏ |
05:25 | ଏହି ମାମଲାରେ, ସେଗୁଡ଼ିକ ଏପରି ଏକ ଶୃଙ୍ଖଳାରେ ନିଷ୍ପାଦିତ ହୁଏ, ଯେଉଁଥିରେ ସେଗୁଡ଼ିକ Classରେ ଦେଖାଦେବେ |
05:30 | ଆମେ ଏବେ ତାକୁ ଚେଷ୍ଟା କରିବା |
05:34 | କ୍ଲାସ୍ Aରେ ପ୍ରଥମ ବ୍ଲକ୍ ପରେ ଆଉ ଗୋଟିଏ ବ୍ଲକ୍ ଯୋଡ଼ନ୍ତୁ |
05:43 | ପୁଣିଥରେ କର୍ଲୀ ବ୍ରାକେଟ୍ସ ଭିତରେ ଟାଇପ୍ କରନ୍ତୁ: |
05:47 | System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ Second Non static block of an instance of Class A ସେମିକୋଲନ୍ |
06:08 | ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକଲନ୍ |
06:30 | ଏବେ Ctrl ଓ S ଦବାଇ ଫାଇଲ୍ କୁ ସେଭ୍ କରନ୍ତୁ ତଥା Ctrl ଓ F11 ଦବାଇ ପ୍ରୋଗ୍ରାମ୍ କୁ ରନ୍ କରନ୍ତୁ |
06:44 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
06:48 | ଦେଖନ୍ତୁ, ପ୍ରଥମ ବ୍ଲକ୍ ନିଷ୍ପାଦିତ ହେବାପରେ ଦ୍ୱିତୀୟ ବ୍ଲକ୍ ଟି ନିଷ୍ପାଦିତ ହେଲା |
06:58 | ତା’ପରେ ହିଁ Constructor ନିଷ୍ପାଦିତ ହେବ. |
07:07 | ଆପଣ ଏବେ ବୋଧହୁଏ ଭାବୁଥିବେ, ଆମକୁ Constructor କାହିଁକି ଦରକାର |
07:10 | ଉତ୍ତର ହେଉଛି ଆମକୁ Default Constructor ଦରକାର ନାହିଁ |
07:15 | କିନ୍ତୁ, Non Static ବ୍ଲକ୍ Parameterized ହେବ ନାହିଁ |
07:18 | ଆପଣ ବାହାରୁ ଭାଲ୍ୟୁଜ୍ ନେଇ Objects ରଖିପାରିବେ ନାହିଁ |
07:22 | Constructor ପାଇଁ Non Static ବ୍ଲକ୍ ଏକ ବିକଳ୍ପ ନୁହେଁ |
07:27 | ସଂକ୍ଷିପ୍ତରେ |
07:29 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
07:32 | Non Static ବ୍ଲକ୍ ଓ ତାକୁ କିପରି ବ୍ୟବହାର କରାଯାଏ |
07:35 | ସ୍ୱ-ମୂଲ୍ୟାଙ୍କନ ପାଇଁ: |
07:36 | B ନାମରେ ଏକ Class କ୍ରିଏଟ୍ କରନ୍ତୁ |
07:39 | ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ଅନୁସାରେ ଏକ Non Static ବ୍ଲକ୍ ଓ ଏକ Constructor କ୍ରିଏଟ୍ କରନ୍ତୁ |
07:44 | ପୂର୍ବରୁ କ୍ରିଏଟ୍ ହୋଇଥିବା କ୍ଲାସ୍ NonStaticTestରେ Class Bର ଏକ ଅବଜେକ୍ଟ କ୍ରିଏଟ୍ କରନ୍ତୁ |
07:49 | ଆଉଟପୁଟ୍ ଯାଞ୍ଚ କରନ୍ତୁ |
07:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
07:53 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
07:56 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
08:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
08:08 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:12 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:18 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:22 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:28 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
08:37 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
08:40 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |