GIMP/C2/An-Image-For-The-Web/Oriya
From Script | Spoken-Tutorial
Time | Narration | ||
00:23 | Meet The GIMPକୁ ସ୍ୱାଗତ | ||
00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
00:31 | GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍ | ||
00:35 | ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି | ||
00:39 | ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି | ||
00:43 | ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି | ||
00:48 | ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି | ||
00:53 | ଆଉ, ଏହା ଆସିଗଲା! | ||
00:55 | ଏହି ଇମେଜ୍ କୁ ଦେଖନ୍ତୁ | ||
00:57 | ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି | ||
01:02 | ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି | ||
01:04 | ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି | ||
01:09 | ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି | ||
01:16 | 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି | ||
01:22 | ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି | ||
01:31 | ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି | ||
01:38 | ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା | ||
01:40 | ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ | ||
01:49 | ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ | ||
01:56 | ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି | ||
02:00 | Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି | ||
02:09 | ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି | ||
02:14 | ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି | ||
02:17 | ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି | ||
02:22 | ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ | ||
02:30 | ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ | ||
02:36 | ଏହି ଗ୍ରିଡ୍ ସିଧା ଅଟେ | ||
02:38 | ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ | ||
02:51 | ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି | ||
02:56 | ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି | ||
03:00 | ଏହା ମୋତେ ବଢ଼ିଆ ଦେଖାଯାଉଛି | ||
03:02 | ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି | ||
03:06 | ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ | ||
03:13 | ଆଉ ଏହା ହୋଇଗଲା! | ||
03:14 | ଇମେଜ୍ ଟି ବୁଲିଯାଇଛି | ||
03:16 | ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ | ||
03:22 | ପରବର୍ତ୍ତୀ ପଦାଙ୍କ ହେଉଛି Cropping | ||
03:25 | ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି | ||
03:28 | ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି | ||
03:33 | - | 03:39 | ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି |
03:43 | ଏବେ ମୂଁ Cropping ଆରମ୍ଭ କରିପାରିବି | ||
03:45 | ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି | ||
03:52 | ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି | ||
04:01 | ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି | ||
04:06 | ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି | ||
04:12 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ | ||
04:18 | ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା | ||
04:21 | ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି | ||
04:28 | ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି | ||
04:35 | ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି | ||
04:41 | ଏଠାରେ ଉପରେ ଝରକା ଅଛି | ||
04:44 | ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି | ||
04:50 | ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ | ||
04:54 | ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି | ||
04:58 | ମୁଁ ଭାବୁଛି, ଏବେ ଠିକ୍ ହେଲା | ||
05:01 | କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି | ||
05:08 | ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା | ||
05:11 | ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ | ||
05:18 | ଏହା, ରୋଟେଶନ୍ ସମୟରେ ହୋଇଛି | ||
05:21 | ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି | ||
05:25 | ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ | ||
05:33 | ତେଣୁ, Crop Toolକୁ ଫେରିଯିବା | ||
05:35 | ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି | ||
05:38 | ଏତେ ନୁହେଁ | ||
05:40 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା | ||
05:44 | ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ | ||
05:50 | Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ | ||
05:56 | ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା | ||
06:02 | ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ | ||
06:11 | କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି | ||
06:18 | ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି | ||
06:23 | ଏବଂ Layers ମୋଡ୍ କୁ Overlayକୁ ବଦଳାଇବି | ||
06:30 | ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ | ||
06:36 | ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି | ||
06:42 | ବୋଧହୁଏ ଆଉ ଟିକିଏ ଅଧିକ | ||
06:46 | ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା | ||
06:50 | ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି | ||
07:01 | ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ | ||
07:03 | ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି | ||
07:10 | ଆମେ ସେ ବିଷୟରେ ପରେ ଜାଣିବା | ||
07:13 | ପରବର୍ତ୍ତୀ ପଦାଙ୍କ ହେଉଛି Resizing | ||
07:16 | ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି | ||
07:27 | ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି | ||
07:32 | ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ | ||
07:36 | ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ | ||
07:44 | Interpolation | ||
07:45 | ମୁଁ ଭାବୁଛି, ମୁଁ Cubic ଚୟନ କରିବି. ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ. ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ | ||
08:02 | ଏବେ Scale ଉପରେ କ୍ଲିକ୍ କରନ୍ତୁ | ||
08:04 | ଓ ଆମେ ଫଳାଫଳକୁ ଦେଖିବା | ||
08:08 | Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ | ||
08:13 | ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ | ||
08:19 | ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି | ||
08:32 | ପରବର୍ତ୍ତୀ ପଦାଙ୍କ ହେଉଛି Sharpening | ||
08:35 | ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର | ||
08:49 | ମୁଁ Filters ସିଲେକ୍ଟ କରିବି | ||
08:53 | ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ | ||
09:06 | ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ | ||
09:16 | ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ | ||
09:31 | ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି | ||
09:38 | ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ | ||
09:46 | ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି | ||
09:52 | ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି | ||
10:00 | ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ | ||
10:06 | ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା | ||
10:09 | ଏହା ବହୁତ ବଢ଼ିଆ ଦେଖାଯାଉଛି | ||
10:11 | ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା | ||
10:15 | ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ | ||
10:29 | Save ବଟନ୍ ଉପରେ କ୍ଲିକ୍ କରିବି | ||
10:32 | ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ | ||
10:44 | ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ | ||
10:53 | ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି | ||
11:01 | ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ | ||
11:04 | ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ | ||
11:17 | ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ | ||
11:25 | ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ | ||
11:31 | ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ | ||
11:41 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |