GIMP/C2/An-Image-For-The-Web/Oriya

From Script | Spoken-Tutorial
Jump to: navigation, search
Time Narration
00:23 Meet The GIMPକୁ ସ୍ୱାଗତ
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍
00:35 ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି
00:39 ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି
00:43 ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି
00:48 ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି
00:53 ଆଉ, ଏହା ଆସିଗଲା!
00:55 ଏହି ଇମେଜ୍ କୁ ଦେଖନ୍ତୁ
00:57 ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି
01:02 ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି
01:04 ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି
01:09 ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି
01:16 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି
01:22 ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି
01:31 ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି
01:38 ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା
01:40 ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ
01:49 ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ
01:56 ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି
02:00 Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି
02:09 ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି
02:14 ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି
02:17 ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି
02:22 ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ
02:30 ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ
02:36 ଏହି ଗ୍ରିଡ୍ ସିଧା ଅଟେ
02:38 ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ
02:51 ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି
02:56 ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି
03:00 ଏହା ମୋତେ ବଢ଼ିଆ ଦେଖାଯାଉଛି
03:02 ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି
03:06 ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ
03:13 ଆଉ ଏହା ହୋଇଗଲା!,ଇମେଜ୍ ଟି ବୁଲିଯାଇଛି
03:16 ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ
03:22 ପରବର୍ତ୍ତୀ ପଦାଙ୍କ ହେଉଛି Cropping
03:25 ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି
03:28 ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି
03:33 ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି
03:39 ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି
03:43 ଏବେ ମୂଁ Cropping ଆରମ୍ଭ କରିପାରିବି
03:45 ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି
03:52 ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି
04:01 ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି
04:06 ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି
04:12 ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ
04:18 ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା
04:21 ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି
04:28 ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି
04:35 ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି
04:41 ଏଠାରେ ଉପରେ ଝରକା ଅଛି
04:44 ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି
04:50 ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ
04:54 ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି
04:58 ମୁଁ ଭାବୁଛି, ଏବେ ଠିକ୍ ହେଲା
05:01 କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି
05:08 ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା
05:11 ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ
05:18 ଏହା, ରୋଟେଶନ୍ ସମୟରେ ହୋଇଛି
05:21 ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି
05:25 ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ
05:33 ତେଣୁ, Crop Toolକୁ ଫେରିଯିବା
05:35 ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି
05:38 ଏତେ ନୁହେଁ
05:40 ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା
05:44 ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ
05:50 Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ
05:56 ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା
06:02 ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ
06:11 କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି
06:18 ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି
06:23 ଏବଂ Layers ମୋଡ୍ କୁ Overlayକୁ ବଦଳାଇବି
06:30 ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ
06:36 ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି
06:42 ବୋଧହୁଏ ଆଉ ଟିକିଏ ଅଧିକ
06:46 ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା
06:50 ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି
07:01 ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ
07:03 ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି
07:10 ଆମେ ସେ ବିଷୟରେ ପରେ ଜାଣିବା
07:13 ପରବର୍ତ୍ତୀ ପଦାଙ୍କ ହେଉଛି Resizing
07:16 ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି
07:27 ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି
07:32 ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ
07:36 ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ
07:44 Interpolation,ମୁଁ ଭାବୁଛି, ମୁଁ Cubic ଚୟନ କରିବି. ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ. ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ
08:02 ଏବେ Scale ଉପରେ କ୍ଲିକ୍ କରନ୍ତୁ
08:04 ଓ ଆମେ ଫଳାଫଳକୁ ଦେଖିବା
08:08 Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ
08:13 ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ
08:19 ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି
08:32 ପରବର୍ତ୍ତୀ ପଦାଙ୍କ ହେଉଛି Sharpening
08:35 ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର
08:49 ମୁଁ Filters ସିଲେକ୍ଟ କରିବି
08:53 ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ
09:06 ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ
09:16 ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ
09:31 ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି
09:38 ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ
09:46 ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି
09:52 ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି
10:00 ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ
10:06 ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା
10:09 ଏହା ବହୁତ ବଢ଼ିଆ ଦେଖାଯାଉଛି
10:11 ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା
10:15 ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ
10:29 Save ବଟନ୍ ଉପରେ କ୍ଲିକ୍ କରିବି
10:32 ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ
10:44 ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ
10:53 ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି
11:01 ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ
11:04 ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ
11:17 ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ
11:25 ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
11:31 ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ
11:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep