PERL/C2/Array-functions/Oriya
From Script | Spoken-Tutorial
Revision as of 18:22, 10 April 2017 by PoojaMoolya (Talk | contribs)
Time | Narration |
00:01 | Perlରେ Array Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ Array functions ବିଷୟରେ ଶିଖିବା, ଯେପରି- |
00:11 | push,pop,shift |
00:14 | unshift,split |
00:16 | splice,ଓ join |
00:18 | sort,qw |
00:20 | ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
00:28 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
00:32 | ଆପଣ ଯେକୌଣସି text editor ବ୍ୟବହାର କରିପାରିବେ |
00:36 | Perlରେ Variables, Data Structures ଓ Arrays ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
00:43 | Comments, loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ |
00:48 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
00:54 | Perl ନିର୍ଦ୍ଦିଷ୍ଟ inbuilt functions ଯୋଗାଇଥାଏ |
00:57 | ଏକ Array ଉପରେ ଏହି functionଗୁଡ଼ିକ ବିଭିନ୍ନ ଅପରେସନ୍ ସମ୍ପାଦନ କରିପାରନ୍ତି |
01:02 | ଏକ Arrayର ଶେଷ ପୋଜିସନ୍ ରୁ କେମିତି ଏଲିମେଣ୍ଟ କାଢ଼ିବା ଓ ମିଶାଇବା, ଚାଲନ୍ତୁ ପ୍ରଥମେ ତାହା ଶିଖିବା |
01:08 | ଏଥିରେ push function ବ୍ୟବହାର କରାଯାଇପାରେ |
01:10 | ଯାହା ଏକ Arrayର ଶେଷ ପୋଜିସନ୍ ରେ ଏକ ଏଲିମେଣ୍ଟ ମିଶାଏ |
01:15 | ଓ pop function ମଧ୍ୟ ବ୍ୟବହାର କରାଯାଇପାରେ, ଯାହା ଏକ Arrayର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନିଏ |
01:21 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି push ଓ pop function ବୁଝିବା |
01:26 | ଟର୍ମିନାଲ୍ ଖୋଲନ୍ତୁ ଓ gedit perlArray dot pl space ampersand ଟାଇପ୍ କରନ୍ତୁ |
01:33 | ଓ ଏଣ୍ଟର ଦାବନ୍ତୁ |
01:36 | ଏହା geditରେ perlArray dot pl ଫାଇଲ୍ ଖୋଲିବ |
01:41 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ |
01:45 | ଏଠାରେ ଆମେ ଦୀର୍ଘତା 3 ସହ ଏକ Array ଡିକ୍ଲେର୍ କରିଛେ |
01:50 | push function ଏହି ଆରେର ଶେଷ ପୋଜିସନ୍ ରେ, ଅର୍ଥାତ୍ 3 ପରେ ଏକ ଏଲିମେଣ୍ଟ ପୂରାଇବ; |
01:57 | ଯେଉଁଠାରେକି, pop function ଏହି ଆରେର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନେବ |
02:04 | ଆମ ମାମଲାରେ Arrayରୁ 4 କାଢ଼ିଦିଆଯିବ |
02:08 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
02:11 | push function ଦୁଇଟି arguments ନିଏ |
02:14 | push function ପାଇଁ 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ |
02:20 | 2nd argument ହେଉଛି element, ଯାହା Array ଭିତରକୁ ଠେଲାଯିବ |
02:25 | pop functionର ସିଣ୍ଟାକ୍ସ ନିମ୍ନରେ ଦିଆଗଲା- |
02:29 | pop function କେବଳ ଗୋଟିଏ argument ନିଏ |
02:32 | ଏହି Arrayରୁ ଏକ element ବାହାରିବା ଆବଶ୍ୟକ |
02:36 | ଧ୍ୟାନଦିଅନ୍ତୁ: ଏହି ଫଙ୍କସନ୍ ଦ୍ୱୟ Arrayର ଶେଷ ପୋଜିସନ୍ ରେ କାମ କରନ୍ତି |
02:41 | pop function ଦ୍ୱାରା କଢ଼ାଯାଇଥିବା element, ଅନ୍ୟ variable ଭିତରେ ସଂଗ୍ରହ କରିଯାଇପାରିବ |
02:46 | ଏଥିପାଇଁ ସିଣ୍ଟାକ୍ସ ହେଉଛି $variable space = space pop open bracket @myArray close bracket |
02:57 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ କରନ୍ତୁ |
03:01 | perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ |
03:07 | ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେଲା |
03:11 | ଏବେ, Arrayର 1st positionରୁ ଏକ element କିପରି ମିଶାଯାଏ/କଢ଼ାଯାଏ, ଦେଖିବା |
03:18 | ଏହାକୁ unshift function ବ୍ୟବହାର କରି |
03:20 | ହାସଲ କରାଯାଇପାରିବ- ଯାହା Arrayର 1st positionରେ ଏକ element ମିଶାଏ |
03:25 | shift function ଏକ Arrayରୁ ପ୍ରଥମ element ବାହାର କରେ |
03:31 | ଏହାକୁ ନମୁନା ପ୍ରୋଗ୍ରାମ୍ ସାହାଯ୍ୟରେ ବୁଝିବା |
03:35 | ମୁଁ ତିଆରି କରିସାରିଥିବା perlArray dot pl ଫାଇଲ୍ ଖୋଲିବି |
03:39 | ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
03:43 | first positionରେ, ଅର୍ଥାତ୍ 1 ପୂର୍ବରୁ unshift function ଏକ element ଭର୍ତ୍ତି କରିବ |
03:52 | first positionରୁ shift function ଏକ element କାଢ଼ିଦେବ |
03:57 | ଆମ ମାମଲାରେ, zeroକୁ ବାହାର କରାଯିବ |
04:00 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
04:03 | unshift function ଦୁଇଟି argument ନିଏ- |
04:06 | 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ |
04:10 | 2nd argument ହେଉଛି element, ଯାହାକୁ Array ଭିତରେ ମିଶାଯିବ |
04:15 | shift function କେବଳ ଗୋଟିଏ argument ନିଏ - |
04:18 | ଏହି Arrayରୁ element କଢ଼ାଯିବା ଦରକାର |
04:22 | ଧ୍ୟାନଦିଅନ୍ତୁ: ଉଭୟ ଫଙ୍କସନ୍ ଗୋଟିଏ Arrayର first positionରେ କାମ କରିବେ |
04:27 | shift function ଦ୍ୱାରା କଢ଼ାଯାଇଥିବା elementକୁ ଅନ୍ୟ variable ଭିତରେ ଆମେ ସଂଗ୍ରହ କରିପାରିବା |
04:33 | ଏଥିପାଇଁ ସିଣ୍ଟାକ୍ସ ହେଉଛି - $variable space = space shift open bracket @myArray close bracket |
04:44 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ |
04:48 | perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ |
04:54 | ଟର୍ମିନାଲ୍ ଉପରେ ଆଉଟପୁଟ୍ ହାଇଲାଇଟ୍ ହୋଇଛି |
04:59 | ଏବେ ଏକ Arrayର ନିର୍ଦ୍ଦିଷ୍ଟ ପୋଜିସନ୍ ରୁ ଗୋଟିଏ element କେମିତି ବାହାର କରାଯାଏ, ଦେଖିବା |
05:05 | Arrayର ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ରୁ splice function ଗୋଟିଏ element ବାହାର କରେ |
05:11 | ଏହି functionର return value ହେଉଛି ବାହାରିଥିବା ଏଲିମେଣ୍ଟର ଏକ Array |
05:17 | ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
05:21 | ପୂର୍ବରୁ ଆମେ ତିଆରି କରିଥିବା perlArray dot pl ଫାଇଲ୍ କୁ ଆସନ୍ତୁ |
05:26 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
05:30 | elements କାଢ଼ିବାକୁ ଚାହୁଁଥିବା ସ୍ଥାନରେ ଆମେ index ପ୍ରଦାନ କରିବା ଦରକାର ଓ |
05:35 | ଯେପର୍ଯ୍ୟନ୍ତ ଆମେ elements କାଢ଼ିବାକୁ ଚାହିଁବା, ସେପର୍ଯ୍ୟନ୍ତ offset ଯୋଗାଇବା |
05:39 | ଆମ ମାମଲାରେ elements 5 ଓ 6 ବାହାର କରାଯିବ |
05:44 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ |
05:49 | perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ |
05:55 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହୁଏ |
05:59 | ଏବେ Arraysର ଅନ୍ୟ କିଛି inbuilt functions ଦେଖିବା |
06:04 | ଏକ ନିର୍ଦ୍ଦିଷ୍ଟ delimiterରେ stringକୁ ଭାଗ କରିବା ପାଇଁ split function ବ୍ୟବହାର କରାଯାଏ |
06:10 | ଏହି functionର ରିଟର୍ନ ଭାଲ୍ୟୁ ହେଉଛି ଏକ Array |
06:14 | ଏହି Arrayର ଏଲିମେଣ୍ଟଗୁଡ଼ିକ ହେଉଛନ୍ତି stringର ବିଭାଜିତ ଅଂଶ |
06:19 | ନିର୍ଦ୍ଦିଷ୍ଟ delimiter ବ୍ୟବହାର କରି Arrayର ଏଲିମେଣ୍ଟଗୁଡ଼ିକୁ join function ମିଶାଏ |
06:25 | ଏହା ମିଶାଯାଇଥିବା ଏଲିମେଣ୍ଟଗୁଡ଼ିକର ଷ୍ଟ୍ରିଙ୍ଗ୍ ରିଟର୍ନ କରେ |
06:28 | sort function, alphabetical/numerical କ୍ରମରେ Arrayକୁ ସଜାଏ |
06:34 | qw function white space ଦ୍ୱାରା ଅଲଗା କରାଯାଇଥାଏ ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ |
06:40 | ସମସ୍ତ functionsକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
06:45 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ |
06:48 | gedit arrayFunctions dot pl space ampersand ଓ ଏଣ୍ଟର ଦାବନ୍ତୁ |
06:55 | ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
07:00 | ଏହି ମାମଲାରେ variable stringର ପ୍ରତ୍ୟେକ ଶବ୍ଦ Arrayର ଏକ element ହେବ |
07:07 | ଏଠାରେ, newArrayର ପ୍ରତ୍ୟେକ ଏଲିମେଣ୍ଟ comma ଦ୍ୱାରା ମିଶାଯିବ |
07:12 | Arrayର ଏଲିମେଣ୍ଟଗୁଡ଼ିକୁ sort function alphabetical କ୍ରମରେ ସଜାଇବ |
07:19 | qw function ସ୍ପେସ୍ ଦ୍ୱାରା ଅଲଗା କରାଯାଇଥିବା ଶବ୍ଦଗୁଡ଼ିକର ଏକ Array ତିଆରି କରେ |
07:25 | ପ୍ରତ୍ୟେକ functionକୁ ଚାଲନ୍ତୁ ବୁଝିବା |
07:28 | split function ଦୁଇଟି arguments ନିଏ |
07:31 | 1st argument ହେଉଛି delimiter, ଯାହାଦ୍ୱାରା string ଦୁଇଭାଗ ହେବା ଦରକାର |
07:36 | ଦ୍ୱିତୀୟଟି ହେଉଛି string, ଯାହା ବିଭାଜିତ ହେବା ଆବଶ୍ୟକ |
07:39 | forward slash, single କିମ୍ୱା double quotesରେ Delimiters ନିର୍ଦ୍ଦିଷ୍ଟ ହୋଇପାରିବ |
07:45 | join function ଦୁଇଟି arguments ନିଏ |
07:48 | ପ୍ରଥମଟି ହେଉଛି delimiter, ଯାହାଦ୍ୱାରା Array elements ମିଶାଯିବା ଦରକାର |
07:53 | ଦ୍ୱିତୀୟଟି ହେଉଛି Array |
07:55 | single କିମ୍ୱା double quotesରେ Delimitersକୁ ନିର୍ଦ୍ଦିଷ୍ଟ କରାଯାଇପାରିବ |
07:58 | sort function ଏକ single argument ନିଏ, ଯାହା ହେଉଛି Array, ଯାହାକୁ ସଜାଇବା ଆବଶ୍ୟକ |
08:05 | qw function ସ୍ପେସ୍ ଦ୍ୱାରା ଅଲଗା ହୋଇଥିବା ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ |
08:11 | ଯଦି qw ବ୍ୟବହାର କରି ଲେଖାଯାଇଥିବ, ତେବେ ଶବ୍ଦକୁ quotesରେ ଉଲ୍ଲେଖ କରିବା ଜରୁରୀ ନୁହେଁ |
08:17 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ |
08:23 | perl arrayFunctions dot pl ଟାଇପ୍ କରନ୍ତୁ |
08:26 | ଓ ଏଣ୍ଟର ଦାବନ୍ତୁ |
08:29 | ନିମ୍ନ ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା |
08:33 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ - |
08:36 | ଏକ Arrayରେ ଏଲିମେଣ୍ଟ ମିଶାଇବା ଓ କାଢ଼ିବା |
08:40 | basic functions, ଯାହା ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି Array ରେ ସମ୍ପାଦିତ କରାଯାଇପାରିବ |
08:46 | ଆସାଇନମେଣ୍ଟ ଭାବେ - |
08:48 | 'script.spoken-tutorial.org/index.php/Perl' |
08:54 | ଉପରୋକ୍ତ stringକୁ '/ ' (ଫର୍ୱାର୍ଡ ସ୍ଲାଶ୍) delimiterରେ ବିଭାଜିତ କରନ୍ତୁ |
08:59 | ନୂଆ ତିଆରି ହୋଇଥିବା ଏକ Arrayର ଆରମ୍ଭରେ https:// ମିଶାନ୍ତୁ |
09:06 | Arrayରୁ element “Perl” ବାହାର କରନ୍ତୁ |
09:09 | number Array ଡିକ୍ଲେର୍ କରି କ୍ରମବଦ୍ଧ କରନ୍ତୁ |
09:12 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:19 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:30 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:34 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
09:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:44 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:51 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
10:02 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
10:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:06 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |