Difference between revisions of "Health-and-Nutrition/C2/Non-vegetarian-recipes-for-pregnant-women/Oriya"
(Created page with "{| border=1 | <center>"Time"</center> | <center>"Narration"</center> |- | 00:01 | “ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ରେ...") |
|||
Line 172: | Line 172: | ||
| 03:03 | | 03:03 | ||
| ଝୋଳ ପାଇଁ ଆମକୁ ଦରକାର - 1/2 ଟେବଲ୍ ଚାମଚ ଧନିଆ | | ଝୋଳ ପାଇଁ ଆମକୁ ଦରକାର - 1/2 ଟେବଲ୍ ଚାମଚ ଧନିଆ | ||
− | + | 1/2 ଚାହା ଚାମଚ ପାନମଧୁରି | |
|- | |- | ||
Line 538: | Line 538: | ||
| 09:52 | | 09:52 | ||
| ଏଥିସହିତ ଆମେ - | | ଏଥିସହିତ ଆମେ - | ||
− | + | “ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ଖାଦ୍ୟ” ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ | |
+ | IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ||
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ||
|} | |} |
Revision as of 23:17, 3 November 2019
|
|
00:01 | “ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା-
ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ଖାଦ୍ୟର ମହତ୍ତ୍ୱ ଏବଂ ବିଭିନ୍ନ ଆମିଷ ରେସିପି |
00:15 | ଆସନ୍ତୁ ପ୍ରଥମେ, ବିଭିନ୍ନ ଆମିଷ ଖାଦ୍ୟର ମହତ୍ତ୍ୱ ବିଷୟରେ ବୁଝିବା |
00:20 | ଚିକେନ୍, ମାଂସ, ମାଛ, ଚିଙ୍ଗୁଡ଼ି ଭଳି ଆମିଷ ଖାଦ୍ୟରେ ରହିଛି -
ପ୍ରୋଟିନ୍, ଜିଙ୍କ୍, କୋଲିନ୍, ଆଇରନ୍ ଓ କାଲସିୟମ୍ |
00:30 | ଭ୍ରୁଣର ବୃଦ୍ଧି ଓ ବିକାଶ ପାଇଁ ଏହିଗୁଡ଼ିକ ହେଉଛି ଅତ୍ୟାବଶ୍ୟକ ପୋଷଣ |
00:35 | ଶିଶୁର ମସ୍ତିଷ୍କ ବିକାଶ କରିବା ସହ ମା’ର ସ୍ୱାସ୍ଥ୍ୟ ରକ୍ଷା କରିବାରେ ସେଗୁଡ଼ିକ ସାହାଯ୍ୟ କରିଥା’ନ୍ତି |
00:41 | ଏହି ପୋଷଣଗୁଡ଼ିକୁ ପାଇବା ପାଇଁ ଗର୍ଭାବସ୍ଥା ସମୟରେ ଆମିଷ ଖାଦ୍ୟ ଖାଇବା ଉଚିତ |
00:46 | ଏବେ ଆମେ, କେତେକ ଆମିଷ ଖାଦ୍ୟ ଉପରେ ନଜର ପକାଇବା: |
00:50 | ଆସନ୍ତୁ, ଆମର ପ୍ରଥମ ରେସିପି "କେରଳ ଶୈଳୀରେ ଅଣ୍ଡା ତରକାରୀ"ରୁ ଆରମ୍ଭ କରିବା |
00:55 | ଏହାପାଇଁ ଆମକୁ ଦରକାର -
ଦୁଇଟି ସିଝା ଅଣ୍ଡା, ଗୋଟିଏ ମଧ୍ୟମ ଆକାରର କଟା ପିଆଜ |
01:02 | ଗୋଟିଏ କଟା ଟମାଟୋ
ଦୁଇଟି ରସୁଣ କୋଲା |
01:06 | 1/2 ଇଞ୍ଚ ଅଦା
1/2 ଡାଳ ଭୃଶୁଙ୍ଗା ପତ୍ର |
01:11 | ଅଳ୍ପ ଗରମ ମସଲା ଗୁଣ୍ଡ |
01:14 | ଗୋଲମରିଚ ଗୁଣ୍ଡ
କଶ୍ମୀରୀ ନାଲି ଲଙ୍କା ଗୁଣ୍ଡ |
01:18 | ହଳଦୀ ଗୁଣ୍ଡ
1 ଟେବଲ୍ ଚାମଚ କଟା ଧନିଆ ପତ୍ର |
01:22 | 1 ଟେବଲ୍ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ |
01:26 | ପ୍ରଥମେ ଆସନ୍ତୁ, ଅଣ୍ଡାକୁ ସିଝାଇବା |
01:29 | ଗୋଟିଏ ପାତ୍ରରେ 1 ଇଞ୍ଚ ପର୍ଯ୍ୟନ୍ତ ପାଣି ନିଅନ୍ତୁ
ସେଥିରେ ଅଣ୍ଡା ରଖି ଢାଙ୍କୁଣୀ ଘୋଡ଼ାଇଦିଅନ୍ତୁ |
01:36 | ଉଚ୍ଚ ଆଞ୍ଚରେ ପାଣିକୁ ଫୁଟାନ୍ତୁ
ତା’ପରେ, ଅଣ୍ଡାକୁ ଭଲ ଭାବରେ ସିଝାଇବା ପାଇଁ 6-7 ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ |
01:44 | ଅଣ୍ଡାରୁ ଖୋଳପା ଛଡ଼ାଇ ଅଲଗା ରଖିଦିଅନ୍ତୁ |
01:48 | ଏବେ, କଡ଼େଇରେ ତେଲ ଗରମ କରନ୍ତୁ
ସେଥିରେ ଅଦା, ରସୁଣ, ପିଆଜ ଓ ଭୃଶୁଙ୍ଗା ପତ୍ର ପକାନ୍ତୁ |
01:54 | ଆଞ୍ଚକୁ ମଧ୍ୟମ କରିଦିଅନ୍ତୁ ଏବଂ ସୁନେଲୀ ରଙ୍ଗ ଆସିବା ପର୍ଯ୍ୟନ୍ତ ପିଆଜକୁ ଭାଜନ୍ତୁ |
01:59 | ଏହାପରେ, ସବୁ ଶୁଖିଲା ମସଲାକୁ ପକାନ୍ତୁ ଏବଂ ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ |
02:04 | ତା’ପରେ, କଟା ଟମାଟୋ ଓ ଲୁଣ ପକାନ୍ତୁ |
02:07 | ଏବେ, ସେଥିରେ 1 କପ୍ ପାଣି ଦେଇ ସେହି ମିଶ୍ରଣକୁ ଫୁଟାନ୍ତୁ |
02:12 | ଟମାଟୋ ସିଝିବା ପର୍ଯ୍ୟନ୍ତ କିଛି ସମୟ ପାଇଁ ଫୁଟାନ୍ତୁ
ଏହାପରେ, ସେଥିରେ ଅଣ୍ଡା ପକାଇଦିଅନ୍ତୁ |
02:18 | କଡ଼େଇକୁ ଘୋଡ଼ାଇଦିଅନ୍ତୁ ଏବଂ 10-15 ମିନିଟ୍ ପର୍ଯ୍ୟନ୍ତ ଅଣ୍ଡାକୁ ଫୁଟାନ୍ତୁ |
02:23 | ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ସେଥିରେ କଟା ଧନିଆ ପତ୍ର ପକାନ୍ତୁ |
02:26 | ହାଲୁକା ଭାବେ ଝୋଳକୁ ଘାଣ୍ଟନ୍ତୁ, ଯେପରି ଅଣ୍ଡା ଭାଙ୍ଗି ନଯାଏ
ଖାଇବା ଗିନାରେ ତାହାକୁ ବାଢ଼ନ୍ତୁ |
02:32 | ଆଗକୁ ବଢ଼ିବା
ଓ ଦ୍ୱିତୀୟ ରେସିପି "ଚିକେନ୍ ଛେଟିନାଡ୍” ବିଷୟରେ ଜାଣିବା |
02:37 | ଏହାପାଇଁ ଆମକୁ ଦରକାର -
100 ଗ୍ରାମ୍ ଚିକେନ୍ ସୀନା |
02:42 | 1 ଟେବଲ୍ ଚାମଚ ତେଲ
ଭଲ ଭାବେ କଟା ଯାଇଥିବା ଗୋଟିଏ ବଡ଼ ପିଆଜ |
02:46 | ଗୋଟିଏ ମଧ୍ୟମ ଆକାରର ଟମାଟୋ |
02:48 | 1-2ଟି ଭୃଶୁଙ୍ଗା ପତ୍ର ଡାଳ
1 ତେଜ ପତ୍ର |
02:52 | ମେରିନେଶନ୍ ପାଇଁ ଆମକୁ ଦରକାର -
ଅଳ୍ପ ହଳଦୀ ଗୁଣ୍ଡ, |
02:56 | ଅଳ୍ପ ଲଙ୍କା ଗୁଣ୍ଡ, |
02:58 | 1 ଟେବଲ୍ ଚାମଚ ଅଦା-ରସୁଣ ପେଷ୍ଟ
ସ୍ୱାଦ ଅନୁସାରେ ଲୁଣ |
03:03 | ଝୋଳ ପାଇଁ ଆମକୁ ଦରକାର - 1/2 ଟେବଲ୍ ଚାମଚ ଧନିଆ
1/2 ଚାହା ଚାମଚ ପାନମଧୁରି |
03:10 | 1 ଚାହା ଚାମଚ ଗୋଲ ମରିଚ
1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ |
03:14 | 2ଟି ଅଳେଇଚ
2ଟି ଲବଙ୍ଗ |
03:17 | 1/2 ଇଞ୍ଚ ଡାଲଚିନି
2 ଟେବଲ୍ ଚାମଚ କୋରା ନଡ଼ିଆ |
03:22 | ଆରମ୍ଭ କରିବା ପାଇଁ, ଗୋଟିଏ ପାତ୍ରରେ ନିମ୍ନଲିଖିତଗୁଡ଼ିକ ମିଶାଇ ଚିକେନ୍କୁ ମେରିନେଟ୍ କରନ୍ତୁ -
ହଳଦୀ, ଲଙ୍କା ଗୁଣ୍ଡ, ଅଦା-ରସୁଣ ପେଷ୍ଟ ଓ ଲୁଣ |
03:31 | ତାହାକୁ 30-45 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ |
03:34 | ନିମ୍ନ ଆଞ୍ଚରେ, ଧନିଆକୁ ଭାଜନ୍ତୁ |
03:38 | 2-3 ମିନିଟ୍ ପରେ ଅନ୍ୟାନ୍ୟ ମସଲା ପକାନ୍ତୁ |
03:42 | ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ତାହାକୁ ଅଲଗା ରଖିଦିଅନ୍ତୁ |
03:47 | ତା’ପରେ, ନଡ଼ିଆକୁ କିଛି ସମୟ ପାଇଁ ଭାଜନ୍ତୁ |
03:50 | ଭଜାଯାଇଥିବା ମସଲା ଓ ନଡ଼ିଆକୁ ଥଣ୍ଡା ହେବାକୁ ଦିଅନ୍ତୁ |
03:53 | ଗୋଟିଏ ଚାମଚ ପାଣି ମିଶାନ୍ତୁ ଏବଂ ଶିଳ କିମ୍ୱା ଗ୍ରାଇଣ୍ଡର୍ ବ୍ୟବହାର କରି ସେଗୁଡ଼ିକୁ ଭଲ ଭାବରେ ବାଟିଦିଅନ୍ତୁ |
04:00 | ସେହି ପେଷ୍ଟକୁ ଅଲଗା ରଖନ୍ତୁ
ବ୍ଲେଣ୍ଡର୍ରେ ଟମାଟୋ ପକାଇ ପ୍ୟୁରୀ କରନ୍ତୁ |
04:06 | ଏବେ, କଡ଼େଇରେ ତେଲ ଗରମ କରନ୍ତୁ
ପିଆଜ ପକାନ୍ତୁ ଏବଂ ସୁନେଲୀ ରଙ୍ଗ ନ ଆସିବା ପର୍ଯ୍ୟନ୍ତ ଭାଜନ୍ତୁ |
04:12 | ଚିକେନ୍ ପକାନ୍ତୁ ଏବଂ ପୁଣିଥରେ 4-5 ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ |
04:16 | ଟମାଟୋ ପ୍ୟୁରୀ, ହଳଦୀ, ଲୁଣ ଓ ଲଙ୍କା ଗୁଣ୍ଡ ପକାନ୍ତୁ |
04:21 | ଭଲ ଭାବରେ ମିଶାନ୍ତୁ ଏବଂ ତେଲ ବାହାରିବା ପର୍ଯ୍ୟନ୍ତ ରାନ୍ଧନ୍ତୁ
ଏହାପରେ, ବଟା ମସଲା ଓ ଭୃଶୁଙ୍ଗା ପତ୍ର ପକାନ୍ତୁ |
04:27 | ଏହି ମିଶ୍ରଣକୁ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ |
04:30 | ଅଳ୍ପ ପାଣି ଦିଅନ୍ତୁ ଏବଂ ଢାଙ୍କୁଣୀ ଘୋଡ଼ାଇ ଚିକେନ୍ ନରମ ହେବା ପର୍ଯ୍ୟନ୍ତ ସିଝାନ୍ତୁ |
04:37 | ଝୋଳ ମୋଟା ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ
ଭୃଶୁଙ୍ଗା ପତ୍ରରେ ସଜାଇ ପରିବେଷଣ କରନ୍ତୁ |
04:42 | ଦୟାକରି ମନେରଖନ୍ତୁ,
ନିମ୍ନ ମଧ୍ୟରୁ ଯେକୌଣସିକୁ ବ୍ୟବହାର କରି ଏହି ରେସିପିକୁ ପ୍ରସ୍ତୁତ କରିହେବ - ମାଂସ, କଲିଜା, ଚିଙ୍ଗୁଡ଼ି ଓ ମାଛ |
04:52 | ଏବେ, ଆମେ ତୃତୀୟ ରେସିପି ପ୍ରସ୍ତୁତ କରିବା -
ଚିକେନ୍ ଲିଭର୍ ସୁକ୍କା |
04:56 | ଏହାପାଇଁ ଆବଶ୍ୟକ ସାମଗ୍ରୀ -
100 ଗ୍ରାମ୍ ଚିକେନ୍ ଲିଭର୍ ଭଲ ଭାବେ କଟା ଯାଇଥିବା ପିଆଜ |
05:03 | ଗୋଟିଏ କଟା ଟମାଟୋ
6ଟି ରସୁଣ କୋଲା |
05:07 | 1/4 ଇଞ୍ଚର ଅଦା
2 ଟେବଲ୍ ଚାମଚ କଟା ଧନିଆ ପତ୍ର |
05:12 | 1 ଟେବଲ୍ ଚାମଚ ତେଲ
ସ୍ୱାଦ ଅନୁସାରେ ଲୁଣ 1 ଟେବଲ୍ ଚାମଚ ଲେମ୍ୱୁ ରସ |
05:18 | ଆରମ୍ଭ କରିବା ପାଇଁ -
ବ୍ଲେଣ୍ଡର୍ରେ ପିଆଜ, ଟମାଟୋ, ରସୁଣ, ଅଦା ଓ ଧନିଆ ପତ୍ର ପକାନ୍ତୁ |
05:25 | ସେଗୁଡ଼ିକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ
ଚିକେନ୍ ଲିଭର୍ ଉପରେ ଏହି ପେଷ୍ଟକୁ ଲଗାଇ 10-15 ମିନିଟ୍ ପର୍ଯ୍ୟନ୍ତ ମେରିନେଟ୍ କରନ୍ତୁ |
05:34 | ଏବେ, କଡ଼େଇରେ ତେଲ ଗରମ କରନ୍ତୁ ଏବଂ ମେରିନେଶନ୍ ପେଷ୍ଟ ସହିତ ଲିଭର୍କୁ ସେଥିରେ ପକାନ୍ତୁ
ତାହାକୁ ଭଲ ଭାବେ ମିଶାନ୍ତୁ |
05:40 | ସେଥିରେ ଅଳ୍ପ ପାଣି ଦେଇ ନିମ୍ନ ଆଞ୍ଚରେ 10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
ଏହାପରେ, ଆଞ୍ଚକୁ ବଢ଼ାନ୍ତୁ ଏବଂ ଭଲ ଭାବରେ ସିଝିବାକୁ ଦିଅନ୍ତୁ |
05:49 | ଭଲ ଭାବରେ ସିଝିଯିବା ପରେ, ଆଞ୍ଚକୁ ବନ୍ଦ କରିଦିଅନ୍ତୁ
ସେଥିରେ ଲେମ୍ୱୁ ରସ ପକାନ୍ତୁ ଏବଂ ଧୁଆଯାଇ କଟା ହୋଇଥିବା ଧନିଆ ପତ୍ର ସଜାଇ ପରସନ୍ତୁ |
05:57 | ଏହି ରେସିପି ପାଇଁ ଆପଣ ମଟନ୍ ଲିଭର୍ ମଧ୍ୟ ବ୍ୟବହାର କରିପାରିବେ |
06:00 | ପରବର୍ତ୍ତୀ ରେସିପି ହେଉଛି -
ପାଳଙ୍ଗ ମାଛ ତରକାରୀ |
06:04 | ଏହାପାଇଁ, ଆମକୁ ମରୁଆ ମାଛର ଦୁଇଟି ଛୋଟ ଖଣ୍ଡ ଦରକାର |
06:08 | 1 କପ୍ ପାଳଙ୍ଗ ଶାଗ
ଗୋଟିଏ କଟାଯାଇଥିବା ପିଆଜ |
06:12 | ଗୋଟିଏ କଟା ଟମାଟୋ
1 ଚାହା ଚାମଚ ଜୀରା |
06:16 | 2-3ଟି ରସୁଣ କୋଲା |
06:18 | ଅଳ୍ପ ହଳଦୀ ଗୁଣ୍ଡ,
1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ |
06:23 | 1 ଚାହା ଚାମଚ ଜୀରା ଗୁଣ୍ଡ,
ଅଳ୍ପ ଗୋଲ ମରିଚ ଗୁଣ୍ଡ, |
06:28 | 1/2 ଚାହା ଚାମଚ ଧନିଆ ଗୁଣ୍ଡ,
1 ଟେବଲ୍ ଚାମଚ ଧଳା ରାଶି |
06:33 | 1 ଚାହା ଚାମଚ ତେଲ
ଏବଂ ସ୍ୱାଦ ଅନୁସାରେ ଲୁଣ |
06:37 | ଆରମ୍ଭ କରିବା ପାଇଁ -
ମରୁଆ ମାଛକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ ଏବଂ ଦୁଇ ଭାଗରେ କାଟି ଅଲଗା ରଖିଦିଅନ୍ତୁ |
06:43 | କଡ଼େଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜୀରା ପକାନ୍ତୁ |
06:46 | ଜୀରା ଫୁଟିବା ପରେ ଏଥିରେ ପାଳଙ ଶାଗ ପକାଇ ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
06:51 | ଏବେ, ଥଣ୍ଡା ହେବାକୁ ଦିଅନ୍ତୁ |
06:53 | ରନ୍ଧା ପାଳଙ୍ଗ, ଟମାଟୋ ଓ ରାଶିକୁ ଗ୍ରାଇଣ୍ଡର୍ରେ ପକାଇ ପ୍ୟୁରୀ କରନ୍ତୁ |
06:59 | କଡ଼େଇରେ ତେଲ ଗରମ କରନ୍ତୁ ଏବଂ କଟା ପିଆଜ ପକାନ୍ତୁ |
07:03 | ପିଆଜ ସୁନେଲୀ ରଙ୍ଗ ହୋଇଯିବା ପରେ କଟା ରସୁଣ ପକାନ୍ତୁ ଏବଂ ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ |
07:09 | ଏହାପରେ, ସବୁ ଶୁଖିଲା ମସଲାକୁ ପକାନ୍ତୁ ଏବଂ ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ |
07:14 | ଏବେ, ପାଳଙ୍ଗ ପ୍ୟୁରୀ ପକାନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ |
07:17 | ତା’ପରେ ମାଛ ଖଣ୍ଡ ପକାଇ ଭଲ ଭାବରେ ରାନ୍ଧନ୍ତୁ |
07:20 | ଅଳ୍ପ କପ୍ ପାଣି ଓ ଲୁଣ ପକାନ୍ତୁ
5-7 ମିନିଟ୍ ପର୍ଯ୍ୟନ୍ତ ଢାଙ୍କୁଣୀ ଘୋଡ଼ାଇ ରଖନ୍ତୁ |
07:28 | ଢାଙ୍କୁଣୀ କାଢ଼ିଦିଅନ୍ତୁ ଏବଂ ମଧ୍ୟମ ଆଞ୍ଚରେ 15 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ
ହୋଇଗଲା ପରେ, ଗରମ୍-ଗରମ୍ ପରସନ୍ତୁ |
07:35 | ଦୟାକରି ମନେରଖନ୍ତୁ -
ଏହି ରେସିପି ପାଇଁ ଉପଲବ୍ଧ ଯେକୌଣସି ସ୍ଥାନୀୟ ମାଛ ଚଳିବ |
07:40 | ଶେଷରେ, "ମିଟ୍ ବଲ୍ ତରକାରୀ” ବିଷୟରେ ଶିଖିବା |
07:44 | ଏହି ରେସିପି ପାଇଁ, ଆମକୁ ଦରକାର -
100 ଗ୍ରାମ୍ ମାଂସ କୀମା ଭଲ ଭାବେ କଟା ଯାଇଥିବା ଗୋଟିଏ ପିଆଜ |
07:51 | ଗୋଟିଏ କଟା ଟମାଟୋ
1/2 ଟେବଲ୍ ଚାମଚ ଅଦା ପେଷ୍ଟ |
07:55 | 1 ଟେବଲ୍ ଚାମଚ ରସୁଣ ପେଷ୍ଟ
1 ଟେବଲ୍ ଚାମଚ ଗରମ ମସଲା |
07:59 | ଅଳ୍ପ ତାଜା ଧନିଆ ପତ୍ର ଓ
ସ୍ୱାଦ ଅନୁସାରେ ଲୁଣ |
08:04 | ଝୋଳ ପାଇଁ -
1 ଟେବଲ୍ ଚାମଚ ତେଲ ଭଲ ଭାବେ କଟା ଯାଇଥିବା ଗୋଟିଏ ପିଆଜ |
08:10 | 1 ଟେବଲ୍ ଚାମଚ ରସୁଣ ପେଷ୍ଟ
1/2 ଟେବଲ୍ ଚାମଚ ଅଦା ପେଷ୍ଟ |
08:14 | 1/2 ଚାହା ଚାମଚ ଜୀରା ଗୁଣ୍ଡ, |
08:16 | ଅଳ୍ପ ହଳଦୀ ଗୁଣ୍ଡ, |
08:19 | ଏବଂ 1/2 ଚାହା ଚାମଚ ଲେଖାଏଁ -
ଲଙ୍କା ଗୁଣ୍ଡ, ଗରମ ମସଲା ଓ ଧନିଆ ଗୁଣ୍ଡ |
08:25 | କଟା ଯାଇଥିବା ଗୋଟିଏ ବଡ଼ ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ |
08:29 | ଗୋଟିଏ କପଡ଼ା ବ୍ୟବହାର କରି ମାଂସ କୀମାକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ |
08:34 | ଏବେ, ଗୋଟିଏ ବେଲାରେ ମାଂସ କୀମା ଓ କଟା ପିଆଜକୁ ମିଶାନ୍ତୁ |
08:38 | ସେଥିରେ ଅଦା-ରସୁଣ ପେଷ୍ଟ, ଗରମ ମସଲା, ଧନିଆ ପତ୍ର ଓ ଲୁଣ ପକାନ୍ତୁ |
08:44 | ଏହି ମିଶ୍ରଣକୁ ଛଅଟି ସମାନ ଭାଗରେ ବିଭକ୍ତ କରି ବଲ୍ ଆକାର ଦିଅନ୍ତୁ |
08:48 | କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଅବଶିଷ୍ଟ କଟା ପିଆଜ ପକାନ୍ତୁ |
08:52 | ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ |
08:56 | ଅଦା-ରସୁଣ ପେଷ୍ଟ ପକାଇ ପୁଣିଥରେ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ |
08:59 | ସମସ୍ତ ଗୁଣ୍ଡ ମସଲା ପକାନ୍ତୁ - ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଗରମ ମସଲା ଓ ହଳଦୀ |
09:08 | ଏହି ମିଶ୍ରଣକୁ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ |
09:11 | ଟମାଟୋ ପକାନ୍ତୁ ଏବଂ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
ତା’ପରେ, ମସଲାରେ 1/2 କପ୍ ପାଣି ଓ ଲୁଣ ଦିଅନ୍ତୁ |
09:18 | ଏଠାରେ, ଧୀରେଧୀରେ ମାଂସ ବଲ୍ ପକାଇ ଫୁଟାନ୍ତୁ |
09:23 | 5 ମିନିଟ୍ ପରେ ହାଲୁକା ଭାବେ ଘାଣ୍ଟିଦିଅନ୍ତୁ ଏବଂ ମାଂସ ବଲ୍ ସିଝିବା ପର୍ଯ୍ୟନ୍ତ ଫୁଟାନ୍ତୁ
ଗରମ ଗରମ ପରସନ୍ତୁ |
09:30 | ଏହି ରେସିପି ପ୍ରସ୍ତୁତ କରିବା ପାଇଁ ଆପଣ ଚିକେନ୍ କୀମା ମଧ୍ୟ ବ୍ୟବହାର କରିପାରିବେ |
09:34 | ଏହା ମନେରଖିବା ଜରୁରୀ ଅଟେ ଯେ, ଏହି ସବୁ ଖାଦ୍ୟରେ ରହିଛି -
ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ, ଭିଟାମିନ୍ ଏ, ଭିଟାମିନ୍ ବି12 |
09:45 | ଫୋଲିକ୍ ଆସିଡ୍, ଆଇରନ୍, ଜିଙ୍କ୍, ମାଗ୍ନେସିୟମ୍, ସଲଫର୍ ଓ କୋଲିନ୍ |
09:52 | ଏଥିସହିତ ଆମେ -
“ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ଖାଦ୍ୟ” ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |