Health-and-Nutrition/C2/Non-vegetarian-recipes-for-pregnant-women/Oriya

From Script | Spoken-Tutorial
Jump to: navigation, search
Time
Narration
00:01 “ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା-

ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ଖାଦ୍ୟର ମହତ୍ତ୍ୱ ଏବଂ ବିଭିନ୍ନ ଆମିଷ ରେସିପି

00:15 ଆସନ୍ତୁ ପ୍ରଥମେ, ବିଭିନ୍ନ ଆମିଷ ଖାଦ୍ୟର ମହତ୍ତ୍ୱ ବିଷୟରେ ବୁଝିବା
00:20 ଚିକେନ୍, ମାଂସ, ମାଛ, ଚିଙ୍ଗୁଡ଼ି ଭଳି ଆମିଷ ଖାଦ୍ୟରେ ରହିଛି -

ପ୍ରୋଟିନ୍, ଜିଙ୍କ୍, କୋଲିନ୍, ଆଇରନ୍ ଓ କାଲସିୟମ୍

00:30 ଭ୍ରୁଣର ବୃଦ୍ଧି ଓ ବିକାଶ ପାଇଁ ଏହିଗୁଡ଼ିକ ହେଉଛି ଅତ୍ୟାବଶ୍ୟକ ପୋଷଣ
00:35 ଶିଶୁର ମସ୍ତିଷ୍କ ବିକାଶ କରିବା ସହ ମା’ର ସ୍ୱାସ୍ଥ୍ୟ ରକ୍ଷା କରିବାରେ ସେଗୁଡ଼ିକ ସାହାଯ୍ୟ କରିଥା’ନ୍ତି
00:41 ଏହି ପୋଷଣଗୁଡ଼ିକୁ ପାଇବା ପାଇଁ ଗର୍ଭାବସ୍ଥା ସମୟରେ ଆମିଷ ଖାଦ୍ୟ ଖାଇବା ଉଚିତ
00:46 ଏବେ ଆମେ, କେତେକ ଆମିଷ ଖାଦ୍ୟ ଉପରେ ନଜର ପକାଇବା:
00:50 ଆସନ୍ତୁ, ଆମର ପ୍ରଥମ ରେସିପି "କେରଳ ଶୈଳୀରେ ଅଣ୍ଡା ତରକାରୀ"ରୁ ଆରମ୍ଭ କରିବା
00:55 ଏହାପାଇଁ ଆମକୁ ଦରକାର -

ଦୁଇଟି ସିଝା ଅଣ୍ଡା, ଗୋଟିଏ ମଧ୍ୟମ ଆକାରର କଟା ପିଆଜ

01:02 ଗୋଟିଏ କଟା ଟମାଟୋ

ଦୁଇଟି ରସୁଣ କୋଲା

01:06 1/2 ଇଞ୍ଚ ଅଦା

1/2 ଡାଳ ଭୃଶୁଙ୍ଗା ପତ୍ର

01:11 ଅଳ୍ପ ଗରମ ମସଲା ଗୁଣ୍ଡ
01:14 ଗୋଲମରିଚ ଗୁଣ୍ଡ

କଶ୍ମୀରୀ ନାଲି ଲଙ୍କା ଗୁଣ୍ଡ

01:18 ହଳଦୀ ଗୁଣ୍ଡ

1 ଟେବଲ୍ ଚାମଚ କଟା ଧନିଆ ପତ୍ର

01:22 1 ଟେବଲ୍ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ
01:26 ପ୍ରଥମେ ଆସନ୍ତୁ, ଅଣ୍ଡାକୁ ସିଝାଇବା
01:29 ଗୋଟିଏ ପାତ୍ରରେ 1 ଇଞ୍ଚ ପର୍ଯ୍ୟନ୍ତ ପାଣି ନିଅନ୍ତୁ

ସେଥିରେ ଅଣ୍ଡା ରଖି ଢାଙ୍କୁଣୀ ଘୋଡ଼ାଇଦିଅନ୍ତୁ

01:36 ଉଚ୍ଚ ଆଞ୍ଚରେ ପାଣିକୁ ଫୁଟାନ୍ତୁ

ତା’ପରେ, ଅଣ୍ଡାକୁ ଭଲ ଭାବରେ ସିଝାଇବା ପାଇଁ 6-7 ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ

01:44 ଅଣ୍ଡାରୁ ଖୋଳପା ଛଡ଼ାଇ ଅଲଗା ରଖିଦିଅନ୍ତୁ
01:48 ଏବେ, କଡ଼େଇରେ ତେଲ ଗରମ କରନ୍ତୁ

ସେଥିରେ ଅଦା, ରସୁଣ, ପିଆଜ ଓ ଭୃଶୁଙ୍ଗା ପତ୍ର ପକାନ୍ତୁ

01:54 ଆଞ୍ଚକୁ ମଧ୍ୟମ କରିଦିଅନ୍ତୁ ଏବଂ ସୁନେଲୀ ରଙ୍ଗ ଆସିବା ପର୍ଯ୍ୟନ୍ତ ପିଆଜକୁ ଭାଜନ୍ତୁ
01:59 ଏହାପରେ, ସବୁ ଶୁଖିଲା ମସଲାକୁ ପକାନ୍ତୁ ଏବଂ ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ
02:04 ତା’ପରେ, କଟା ଟମାଟୋ ଓ ଲୁଣ ପକାନ୍ତୁ
02:07 ଏବେ, ସେଥିରେ 1 କପ୍ ପାଣି ଦେଇ ସେହି ମିଶ୍ରଣକୁ ଫୁଟାନ୍ତୁ
02:12 ଟମାଟୋ ସିଝିବା ପର୍ଯ୍ୟନ୍ତ କିଛି ସମୟ ପାଇଁ ଫୁଟାନ୍ତୁ

ଏହାପରେ, ସେଥିରେ ଅଣ୍ଡା ପକାଇଦିଅନ୍ତୁ

02:18 କଡ଼େଇକୁ ଘୋଡ଼ାଇଦିଅନ୍ତୁ ଏବଂ 10-15 ମିନିଟ୍ ପର୍ଯ୍ୟନ୍ତ ଅଣ୍ଡାକୁ ଫୁଟାନ୍ତୁ
02:23 ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ସେଥିରେ କଟା ଧନିଆ ପତ୍ର ପକାନ୍ତୁ
02:26 ହାଲୁକା ଭାବେ ଝୋଳକୁ ଘାଣ୍ଟନ୍ତୁ, ଯେପରି ଅଣ୍ଡା ଭାଙ୍ଗି ନଯାଏ

ଖାଇବା ଗିନାରେ ତାହାକୁ ବାଢ଼ନ୍ତୁ

02:32 ଆଗକୁ ବଢ଼ିବା

ଓ ଦ୍ୱିତୀୟ ରେସିପି "ଚିକେନ୍ ଛେଟିନାଡ୍” ବିଷୟରେ ଜାଣିବା

02:37 ଏହାପାଇଁ ଆମକୁ ଦରକାର -

100 ଗ୍ରାମ୍ ଚିକେନ୍ ସୀନା

02:42 1 ଟେବଲ୍ ଚାମଚ ତେଲ

ଭଲ ଭାବେ କଟା ଯାଇଥିବା ଗୋଟିଏ ବଡ଼ ପିଆଜ

02:46 ଗୋଟିଏ ମଧ୍ୟମ ଆକାରର ଟମାଟୋ
02:48 1-2ଟି ଭୃଶୁଙ୍ଗା ପତ୍ର ଡାଳ

1 ତେଜ ପତ୍ର

02:52 ମେରିନେଶନ୍ ପାଇଁ ଆମକୁ ଦରକାର -

ଅଳ୍ପ ହଳଦୀ ଗୁଣ୍ଡ,

02:56 ଅଳ୍ପ ଲଙ୍କା ଗୁଣ୍ଡ,
02:58 1 ଟେବଲ୍ ଚାମଚ ଅଦା-ରସୁଣ ପେଷ୍ଟ

ସ୍ୱାଦ ଅନୁସାରେ ଲୁଣ

03:03 ଝୋଳ ପାଇଁ ଆମକୁ ଦରକାର - 1/2 ଟେବଲ୍ ଚାମଚ ଧନିଆ

1/2 ଚାହା ଚାମଚ ପାନମଧୁରି

03:10 1 ଚାହା ଚାମଚ ଗୋଲ ମରିଚ

1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ

03:14 2ଟି ଅଳେଇଚ

2ଟି ଲବଙ୍ଗ

03:17 1/2 ଇଞ୍ଚ ଡାଲଚିନି

2 ଟେବଲ୍ ଚାମଚ କୋରା ନଡ଼ିଆ

03:22 ଆରମ୍ଭ କରିବା ପାଇଁ, ଗୋଟିଏ ପାତ୍ରରେ ନିମ୍ନଲିଖିତଗୁଡ଼ିକ ମିଶାଇ ଚିକେନ୍‌କୁ ମେରିନେଟ୍ କରନ୍ତୁ -

ହଳଦୀ, ଲଙ୍କା ଗୁଣ୍ଡ, ଅଦା-ରସୁଣ ପେଷ୍ଟ ଓ ଲୁଣ

03:31 ତାହାକୁ 30-45 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ
03:34 ନିମ୍ନ ଆଞ୍ଚରେ, ଧନିଆକୁ ଭାଜନ୍ତୁ
03:38 2-3 ମିନିଟ୍ ପରେ ଅନ୍ୟାନ୍ୟ ମସଲା ପକାନ୍ତୁ
03:42 ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ତାହାକୁ ଅଲଗା ରଖିଦିଅନ୍ତୁ
03:47 ତା’ପରେ, ନଡ଼ିଆକୁ କିଛି ସମୟ ପାଇଁ ଭାଜନ୍ତୁ
03:50 ଭଜାଯାଇଥିବା ମସଲା ଓ ନଡ଼ିଆକୁ ଥଣ୍ଡା ହେବାକୁ ଦିଅନ୍ତୁ
03:53 ଗୋଟିଏ ଚାମଚ ପାଣି ମିଶାନ୍ତୁ ଏବଂ ଶିଳ କିମ୍ୱା ଗ୍ରାଇଣ୍ଡର୍ ବ୍ୟବହାର କରି ସେଗୁଡ଼ିକୁ ଭଲ ଭାବରେ ବାଟିଦିଅନ୍ତୁ
04:00 ସେହି ପେଷ୍ଟକୁ ଅଲଗା ରଖନ୍ତୁ

ବ୍ଲେଣ୍ଡର୍‌ରେ ଟମାଟୋ ପକାଇ ପ୍ୟୁରୀ କରନ୍ତୁ

04:06 ଏବେ, କଡ଼େଇରେ ତେଲ ଗରମ କରନ୍ତୁ

ପିଆଜ ପକାନ୍ତୁ ଏବଂ ସୁନେଲୀ ରଙ୍ଗ ନ ଆସିବା ପର୍ଯ୍ୟନ୍ତ ଭାଜନ୍ତୁ

04:12 ଚିକେନ୍ ପକାନ୍ତୁ ଏବଂ ପୁଣିଥରେ 4-5 ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ
04:16 ଟମାଟୋ ପ୍ୟୁରୀ, ହଳଦୀ, ଲୁଣ ଓ ଲଙ୍କା ଗୁଣ୍ଡ ପକାନ୍ତୁ
04:21 ଭଲ ଭାବରେ ମିଶାନ୍ତୁ ଏବଂ ତେଲ ବାହାରିବା ପର୍ଯ୍ୟନ୍ତ ରାନ୍ଧନ୍ତୁ

ଏହାପରେ, ବଟା ମସଲା ଓ ଭୃଶୁଙ୍ଗା ପତ୍ର ପକାନ୍ତୁ

04:27 ଏହି ମିଶ୍ରଣକୁ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
04:30 ଅଳ୍ପ ପାଣି ଦିଅନ୍ତୁ ଏବଂ ଢାଙ୍କୁଣୀ ଘୋଡ଼ାଇ ଚିକେନ୍ ନରମ ହେବା ପର୍ଯ୍ୟନ୍ତ ସିଝାନ୍ତୁ
04:37 ଝୋଳ ମୋଟା ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ

ଭୃଶୁଙ୍ଗା ପତ୍ରରେ ସଜାଇ ପରିବେଷଣ କରନ୍ତୁ

04:42 ଦୟାକରି ମନେରଖନ୍ତୁ,

ନିମ୍ନ ମଧ୍ୟରୁ ଯେକୌଣସିକୁ ବ୍ୟବହାର କରି ଏହି ରେସିପିକୁ ପ୍ରସ୍ତୁତ କରିହେବ - ମାଂସ, କଲିଜା, ଚିଙ୍ଗୁଡ଼ି ଓ ମାଛ

04:52 ଏବେ, ଆମେ ତୃତୀୟ ରେସିପି ପ୍ରସ୍ତୁତ କରିବା -

ଚିକେନ୍ ଲିଭର୍ ସୁକ୍କା

04:56 ଏହାପାଇଁ ଆବଶ୍ୟକ ସାମଗ୍ରୀ -

100 ଗ୍ରାମ୍ ଚିକେନ୍ ଲିଭର୍ ଭଲ ଭାବେ କଟା ଯାଇଥିବା ପିଆଜ

05:03 ଗୋଟିଏ କଟା ଟମାଟୋ

6ଟି ରସୁଣ କୋଲା

05:07 1/4 ଇଞ୍ଚର ଅଦା

2 ଟେବଲ୍ ଚାମଚ କଟା ଧନିଆ ପତ୍ର

05:12 1 ଟେବଲ୍ ଚାମଚ ତେଲ

ସ୍ୱାଦ ଅନୁସାରେ ଲୁଣ 1 ଟେବଲ୍ ଚାମଚ ଲେମ୍ୱୁ ରସ

05:18 ଆରମ୍ଭ କରିବା ପାଇଁ -

ବ୍ଲେଣ୍ଡର୍‌ରେ ପିଆଜ, ଟମାଟୋ, ରସୁଣ, ଅଦା ଓ ଧନିଆ ପତ୍ର ପକାନ୍ତୁ

05:25 ସେଗୁଡ଼ିକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ

ଚିକେନ୍ ଲିଭର୍ ଉପରେ ଏହି ପେଷ୍ଟକୁ ଲଗାଇ 10-15 ମିନିଟ୍ ପର୍ଯ୍ୟନ୍ତ ମେରିନେଟ୍ କରନ୍ତୁ

05:34 ଏବେ, କଡ଼େଇରେ ତେଲ ଗରମ କରନ୍ତୁ ଏବଂ ମେରିନେଶନ୍ ପେଷ୍ଟ ସହିତ ଲିଭର୍‌କୁ ସେଥିରେ ପକାନ୍ତୁ

ତାହାକୁ ଭଲ ଭାବେ ମିଶାନ୍ତୁ

05:40 ସେଥିରେ ଅଳ୍ପ ପାଣି ଦେଇ ନିମ୍ନ ଆଞ୍ଚରେ 10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ

ଏହାପରେ, ଆଞ୍ଚକୁ ବଢ଼ାନ୍ତୁ ଏବଂ ଭଲ ଭାବରେ ସିଝିବାକୁ ଦିଅନ୍ତୁ

05:49 ଭଲ ଭାବରେ ସିଝିଯିବା ପରେ, ଆଞ୍ଚକୁ ବନ୍ଦ କରିଦିଅନ୍ତୁ

ସେଥିରେ ଲେମ୍ୱୁ ରସ ପକାନ୍ତୁ ଏବଂ ଧୁଆଯାଇ କଟା ହୋଇଥିବା ଧନିଆ ପତ୍ର ସଜାଇ ପରସନ୍ତୁ

05:57 ଏହି ରେସିପି ପାଇଁ ଆପଣ ମଟନ୍ ଲିଭର୍ ମଧ୍ୟ ବ୍ୟବହାର କରିପାରିବେ
06:00 ପରବର୍ତ୍ତୀ ରେସିପି ହେଉଛି -

ପାଳଙ୍ଗ ମାଛ ତରକାରୀ

06:04 ଏହାପାଇଁ, ଆମକୁ ମରୁଆ ମାଛର ଦୁଇଟି ଛୋଟ ଖଣ୍ଡ ଦରକାର
06:08 1 କପ୍ ପାଳଙ୍ଗ ଶାଗ

ଗୋଟିଏ କଟାଯାଇଥିବା ପିଆଜ

06:12 ଗୋଟିଏ କଟା ଟମାଟୋ

1 ଚାହା ଚାମଚ ଜୀରା

06:16 2-3ଟି ରସୁଣ କୋଲା
06:18 ଅଳ୍ପ ହଳଦୀ ଗୁଣ୍ଡ,

1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ

06:23 1 ଚାହା ଚାମଚ ଜୀରା ଗୁଣ୍ଡ,

ଅଳ୍ପ ଗୋଲ ମରିଚ ଗୁଣ୍ଡ,

06:28 1/2 ଚାହା ଚାମଚ ଧନିଆ ଗୁଣ୍ଡ,

1 ଟେବଲ୍ ଚାମଚ ଧଳା ରାଶି

06:33 1 ଚାହା ଚାମଚ ତେଲ

ଏବଂ ସ୍ୱାଦ ଅନୁସାରେ ଲୁଣ

06:37 ଆରମ୍ଭ କରିବା ପାଇଁ -

ମରୁଆ ମାଛକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ ଏବଂ ଦୁଇ ଭାଗରେ କାଟି ଅଲଗା ରଖିଦିଅନ୍ତୁ

06:43 କଡ଼େଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜୀରା ପକାନ୍ତୁ
06:46 ଜୀରା ଫୁଟିବା ପରେ ଏଥିରେ ପାଳଙ ଶାଗ ପକାଇ ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
06:51 ଏବେ, ଥଣ୍ଡା ହେବାକୁ ଦିଅନ୍ତୁ
06:53 ରନ୍ଧା ପାଳଙ୍ଗ, ଟମାଟୋ ଓ ରାଶିକୁ ଗ୍ରାଇଣ୍ଡର୍‌ରେ ପକାଇ ପ୍ୟୁରୀ କରନ୍ତୁ
06:59 କଡ଼େଇରେ ତେଲ ଗରମ କରନ୍ତୁ ଏବଂ କଟା ପିଆଜ ପକାନ୍ତୁ
07:03 ପିଆଜ ସୁନେଲୀ ରଙ୍ଗ ହୋଇଯିବା ପରେ କଟା ରସୁଣ ପକାନ୍ତୁ ଏବଂ ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
07:09 ଏହାପରେ, ସବୁ ଶୁଖିଲା ମସଲାକୁ ପକାନ୍ତୁ ଏବଂ ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ
07:14 ଏବେ, ପାଳଙ୍ଗ ପ୍ୟୁରୀ ପକାନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ
07:17 ତା’ପରେ ମାଛ ଖଣ୍ଡ ପକାଇ ଭଲ ଭାବରେ ରାନ୍ଧନ୍ତୁ
07:20 ଅଳ୍ପ କପ୍ ପାଣି ଓ ଲୁଣ ପକାନ୍ତୁ

5-7 ମିନିଟ୍ ପର୍ଯ୍ୟନ୍ତ ଢାଙ୍କୁଣୀ ଘୋଡ଼ାଇ ରଖନ୍ତୁ

07:28 ଢାଙ୍କୁଣୀ କାଢ଼ିଦିଅନ୍ତୁ ଏବଂ ମଧ୍ୟମ ଆଞ୍ଚରେ 15 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ

ହୋଇଗଲା ପରେ, ଗରମ୍-ଗରମ୍ ପରସନ୍ତୁ

07:35 ଦୟାକରି ମନେରଖନ୍ତୁ -

ଏହି ରେସିପି ପାଇଁ ଉପଲବ୍ଧ ଯେକୌଣସି ସ୍ଥାନୀୟ ମାଛ ଚଳିବ

07:40 ଶେଷରେ, "ମିଟ୍ ବଲ୍ ତରକାରୀ” ବିଷୟରେ ଶିଖିବା
07:44 ଏହି ରେସିପି ପାଇଁ, ଆମକୁ ଦରକାର -

100 ଗ୍ରାମ୍ ମାଂସ କୀମା ଭଲ ଭାବେ କଟା ଯାଇଥିବା ଗୋଟିଏ ପିଆଜ

07:51 ଗୋଟିଏ କଟା ଟମାଟୋ

1/2 ଟେବଲ୍ ଚାମଚ ଅଦା ପେଷ୍ଟ

07:55 1 ଟେବଲ୍ ଚାମଚ ରସୁଣ ପେଷ୍ଟ

1 ଟେବଲ୍ ଚାମଚ ଗରମ ମସଲା

07:59 ଅଳ୍ପ ତାଜା ଧନିଆ ପତ୍ର ଓ

ସ୍ୱାଦ ଅନୁସାରେ ଲୁଣ

08:04 ଝୋଳ ପାଇଁ -

1 ଟେବଲ୍ ଚାମଚ ତେଲ ଭଲ ଭାବେ କଟା ଯାଇଥିବା ଗୋଟିଏ ପିଆଜ

08:10 1 ଟେବଲ୍ ଚାମଚ ରସୁଣ ପେଷ୍ଟ

1/2 ଟେବଲ୍ ଚାମଚ ଅଦା ପେଷ୍ଟ

08:14 1/2 ଚାହା ଚାମଚ ଜୀରା ଗୁଣ୍ଡ,
08:16 ଅଳ୍ପ ହଳଦୀ ଗୁଣ୍ଡ,
08:19 ଏବଂ 1/2 ଚାହା ଚାମଚ ଲେଖାଏଁ -

ଲଙ୍କା ଗୁଣ୍ଡ, ଗରମ ମସଲା ଓ ଧନିଆ ଗୁଣ୍ଡ

08:25 କଟା ଯାଇଥିବା ଗୋଟିଏ ବଡ଼ ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ
08:29 ଗୋଟିଏ କପଡ଼ା ବ୍ୟବହାର କରି ମାଂସ କୀମାକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ
08:34 ଏବେ, ଗୋଟିଏ ବେଲାରେ ମାଂସ କୀମା ଓ କଟା ପିଆଜକୁ ମିଶାନ୍ତୁ
08:38 ସେଥିରେ ଅଦା-ରସୁଣ ପେଷ୍ଟ, ଗରମ ମସଲା, ଧନିଆ ପତ୍ର ଓ ଲୁଣ ପକାନ୍ତୁ
08:44 ଏହି ମିଶ୍ରଣକୁ ଛଅଟି ସମାନ ଭାଗରେ ବିଭକ୍ତ କରି ବଲ୍ ଆକାର ଦିଅନ୍ତୁ
08:48 କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଅବଶିଷ୍ଟ କଟା ପିଆଜ ପକାନ୍ତୁ
08:52 ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
08:56 ଅଦା-ରସୁଣ ପେଷ୍ଟ ପକାଇ ପୁଣିଥରେ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ
08:59 ସମସ୍ତ ଗୁଣ୍ଡ ମସଲା ପକାନ୍ତୁ - ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଗରମ ମସଲା ଓ ହଳଦୀ
09:08 ଏହି ମିଶ୍ରଣକୁ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
09:11 ଟମାଟୋ ପକାନ୍ତୁ ଏବଂ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ

ତା’ପରେ, ମସଲାରେ 1/2 କପ୍ ପାଣି ଓ ଲୁଣ ଦିଅନ୍ତୁ

09:18 ଏଠାରେ, ଧୀରେଧୀରେ ମାଂସ ବଲ୍ ପକାଇ ଫୁଟାନ୍ତୁ
09:23 5 ମିନିଟ୍ ପରେ ହାଲୁକା ଭାବେ ଘାଣ୍ଟିଦିଅନ୍ତୁ ଏବଂ ମାଂସ ବଲ୍ ସିଝିବା ପର୍ଯ୍ୟନ୍ତ ଫୁଟାନ୍ତୁ

ଗରମ ଗରମ ପରସନ୍ତୁ

09:30 ଏହି ରେସିପି ପ୍ରସ୍ତୁତ କରିବା ପାଇଁ ଆପଣ ଚିକେନ୍ କୀମା ମଧ୍ୟ ବ୍ୟବହାର କରିପାରିବେ
09:34 ଏହା ମନେରଖିବା ଜରୁରୀ ଅଟେ ଯେ, ଏହି ସବୁ ଖାଦ୍ୟରେ ରହିଛି -

ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ, ଭିଟାମିନ୍ ଏ, ଭିଟାମିନ୍ ବି12

09:45 ଫୋଲିକ୍ ଆସିଡ୍, ଆଇରନ୍, ଜିଙ୍କ୍, ମାଗ୍ନେସିୟମ୍, ସଲଫର୍ ଓ କୋଲିନ୍
09:52 ଏଥିସହିତ ଆମେ -

“ଗର୍ଭବତୀ ମହିଳାମାନଙ୍କ ପାଇଁ ଆମିଷ ଖାଦ୍ୟ” ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, PoojaMoolya, Pradeep