Difference between revisions of "Java/C3/Exception-Handling/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- | 00:01 | Exception Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ...")
 
 
Line 14: Line 14:
 
|  00:20
 
|  00:20
 
| ଏଠାରେ ଆମେ ବ୍ୟବହାର କରୁଛୁ:  
 
| ଏଠାରେ ଆମେ ବ୍ୟବହାର କରୁଛୁ:  
* ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04
+
 
* JDK 1 .8
+
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04
* Eclipse 4.3.1
+
 
 +
JDK 1 .8
 +
 
 +
Eclipse 4.3.1
  
 
|-
 
|-
Line 409: Line 412:
 
| 09:52
 
| 09:52
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
* ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ  
+
 
* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ  
 +
 
 +
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
  
 
|-
 
|-

Latest revision as of 11:33, 21 February 2018

Time
Narration
00:01 Exception Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, exception ଗୋଟିଏ କ’ଣ, Checked ଓ unchecked exceptionଗୁଡିକ, try-catch ବ୍ଲକ୍ ଓ finally blockକୁ ବ୍ୟବହାର କରି exceptionଗୁଡିକୁ ନିୟନ୍ତ୍ରଣ କରିବା ଶିଖିବା
00:20 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04

JDK 1 .8

Eclipse 4.3.1

00:32 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:39 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:45 exception ଗୋଟିଏ ଅପ୍ରତ୍ୟାଶିତ କାର୍ଯ୍ୟ ଅଟେ ଯାହା ଗୋଟିଏ ପ୍ରୋଗ୍ରାମର ନିଷ୍ପାଦନ ସମୟରେ ଦୃଶ୍ୟମାନ ହୋଇଥାଏ
00:52 ଏହା ପ୍ରୋଗ୍ରାମର ସ୍ଵାଭାବିକ୍ ଫ୍ଲୋ’ରେ ବ୍ୟାଘାତ ସୃଷ୍ଟି କରିଥାଏ ପରିଣାମସ୍ଵରୂପ ଅସ୍ଵାଭାବିକ ଭାବେ ବନ୍ଦ ହୋଇଯାଇଥାଏ
01:00 ସେମାନଙ୍କର ଦୃଶ୍ୟମାନତାକୁ ଆଧାରକରି exceptionଗୁଡିକୁ, unchecked exceptions ଓ checked exceptions ଭାବେ ଶ୍ରେଣୀଭୁକ୍ତ କରାଯାଇଛି
01:08 ବର୍ତ୍ତମାନ eclipseକୁ ଖୋଲିବା ସହିତ ExceptionDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ
01:16 ଏହି ପରୋଜେକ୍ଟ ମଧ୍ୟରେ exception handlingକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ କ୍ଲାସଗୁଡିକୁ ସୃଷ୍ଟି କରନ୍ତୁ
01:24 ଗୋଟିଏ ନୂତନ class Marks ସୃଷ୍ଟି କରନ୍ତୁ
01:28 ବର୍ତ୍ତମାନ Marks classକୁ ଉପସ୍ଥାପନ କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
01:34 ଏହି ପ୍ରୋଗ୍ରାମ୍ ପାଞ୍ଚ ଜଣ ଷ୍ଟୁଡେଣ୍ଟଙ୍କର ମାର୍କକୁ ପ୍ରିଣ୍ଟ କରିବ ଯାହା ଗୋଟିଏ ଆରେ marksରେ ଷ୍ଟୋର୍ ହୋଇଛି
01:41 ଏହି ପ୍ରୋଗ୍ରାମକୁ ରନ୍ କରିବା ସହିତ ଆଉଟପୁଟକୁ ଯାଞ୍ଚ କରନ୍ତୁ
01:45 array ମଧ୍ୟରେ ଥିବା ଭେଲ୍ୟୁଗୁଡିକ ପ୍ରିଣ୍ଟ ହେଉଥିବା ଆପଣ ଲକ୍ଷ୍ୟ କରନ୍ତୁ
01:50 ଆରେରେ ବିଦ୍ୟମାନ ନଥିବା ଗୋଟିଏ ଉପାଦାନକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା କ’ଣ ହେବ, ଚାଲନ୍ତୁ ଯାଞ୍ଚ କରିବା
01:57 ବର୍ତ୍ତମାନ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
02:00 ଏହି array ରେ କେବଳ ପାଞ୍ଚୋଟି ଉପାଦାନ ଥିବା ଆମେ ଜାଣିଛେ
02:04 କିନ୍ତୁ ଏହି statementରେ, index 50ରେ ଥିବା element ଯାହା ବିଦ୍ୟମାନ ନାହିଁ, ତାହାକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରୁଛୁ
02:12 ବର୍ତ୍ତମାନ ଏହି ପ୍ରୋଗ୍ରାମକୁ run କରନ୍ତୁ
02:15 ଆମେ ଦେଖିପାରିବା ଯେ, ଲାଇନ୍ ସଂଖ୍ୟା 7ରେ ଗୋଟିଏ ଏରର୍ ବାର୍ତ୍ତା ArrayIndexOutOfBoundsException ସହିତ, ପ୍ରୋଗ୍ରାମଟି ବନ୍ଦ ହୋଇଯିବ
02:25 ଏରର୍ ବାର୍ତ୍ତା ଏରରର ବିବରଣୀକୁ ସୂଚିତ କରୁଛି ଯେପରି exceptionର ପ୍ରକାର, କେଉଁଠାରେ ସଂଘଟିତ ହୋଇଛି ଏବଂ ଅନ୍ୟାନ୍ୟ
02:35 ଧ୍ୟାନଦିଅନ୍ତୁ ଯେ ଏରର୍ ପରେ ପ୍ରୋଗ୍ରାମଟି ବନ୍ଦ ହୋଇଯାଇଥିବା ହେତୁ print statement ନିଷ୍ପାଦନ ହୋଇନାହିଁ
02:42 ଏହା Unchecked exceptionର ଗୋଟିଏ ଉଦାହରଣ ଅଟେ
02:46 Unchecked exceptionଗୁଡିକୁ Runtime exception ଭାବେ କୁହାଯାଏ ଯେହେତୁ ଏହାକୁ କେବଳ ନିଷ୍ପାଦନ ସମୟରେ ଯାଞ୍ଚ କରାଯାଇଥାଏ
02:54 ସେଗୁଡିକ ପ୍ରୋଗ୍ରାମିଙ୍ଗ ବଗଗୁଡିକୁ ତଥା ଲଜିକାଲ୍ ଏରରଗୁଡିକ ଯେପରି ଗୋଟିଏ ସଂଖ୍ୟାକୁ ଯିରୋ ଦ୍ଵାରା ବିଭକ୍ତ କରିବା ଏବଂ ବିଦ୍ୟମାନ ନଥିବା ଗୋଟିଏ ଆରେ ଉପାଦାନକୁ ଆକ୍ସେସକୁ ନିୟନ୍ତ୍ରଣ କରିଥାଏ
03:07 ବର୍ତ୍ତମାନ try catch blockକୁ ବ୍ୟବହାର କରି କିପରି exceptionକୁ ନିୟନ୍ତ୍ରଣ କରାଯାଏ ଚାଲନ୍ତୁ ଶିଖିବା
03:13 ଗୋଟିଏ try block ମଧ୍ୟରେ ଥିବା କୋଡର ଏହି ଅଂଶ, ସମ୍ଭବତଃ ଏକ exceptionକୁ ପ୍ରଦର୍ଶିତ କରିପାରେ
03:19 ଅନୁରୂପ catch block, ଅବଜେକ୍ଟ e ରେ exceptionର ବିବରଣୀକୁ ପ୍ରାପ୍ତ କରିପାରିବ
03:26 catch block ମଧ୍ୟରେ ଏରର୍ ବାର୍ତ୍ତାକୁ ପ୍ରଦର୍ଶନ କରିବା ତଥା ଏରରରୁ ପୁନରୁଦ୍ଧାର କରିବା ପାଇଁ ଆମେ କୋଡ୍ ଲେଖିପାରିବା
03:34 ବର୍ତ୍ତମାନ eclipseକୁ ଫେରିଆସନ୍ତୁ
03:37 ପ୍ରଥମେ କୋଡ୍ ଚାରିପଟେ ଗୋଟିଏ try blockକୁ ସଂଯୁକ୍ତ କରନ୍ତୁ ଯାହାଦ୍ଵାରା ଏହି ଭଳି exception ସୃଷ୍ଟି ହୋଇଛି
03:44 ବର୍ତ୍ତମାନ ଗୋଟିଏ ଅନୁରୂପ catch blockକୁ ସଂଯୁକ୍ତ କରନ୍ତୁ
03:48 ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
03:51 ଏଠାରେ ଗୋଟିଏ କଷ୍ଟମ୍ ବାର୍ତ୍ତା, Array Overflow Exception occurredକୁ ପ୍ରିଣ୍ଟ କରନ୍ତୁ
03:57 ରାଉଣ୍ଡ ବ୍ରାକେଟ୍ ମଧ୍ୟରେ ArrayIndexOutOfBoundsExceptionର ଗୋଟିଏ ଇନଷ୍ଟାନ୍ସକୁ ସୃଷ୍ଟି କରାଯାଇଛି
04:05 ତେଣୁ ଏହି ବ୍ଲକ୍ ArrayIndexOutOfBoundsException ପ୍ରକାରର exceptionଗୁଡିକୁ ଯାଞ୍ଚ କରିପାରିବ
04:11 ବର୍ତ୍ତମାନ ପ୍ରୋଗ୍ରାମକୁ ରନ୍ କରନ୍ତୁ
04:14 ଏରର୍ ବାର୍ତ୍ତା ପ୍ରିଣ୍ଟ ହୋଇଯାଇଥିବା ଆପଣ ଦେଖିପାରିବେ
04:18 କିନ୍ତୁ ଏଥର ପ୍ରିଣ୍ଟ ଦ୍ଵାରା marks array ମଧ୍ୟ ନିଷ୍ପାଦନ ହୋଇଥିବା ଲକ୍ଷ୍ୟ କରନ୍ତୁ
04:24 ଏହିପରି exceptionଗୁଡିକୁ ଆମେ ନିୟନ୍ତ୍ରଣ କରିପାରିବା
04:27 ତା’ପରେ ଅନେକ ସଂଖ୍ୟକ catch blockଗୁଡିକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା
04:32 ଯେତେବେଳେ ଗୋଟିଏ ବ୍ଲକ୍ ଦ୍ଵାରା ବିଭିନ୍ନ ପ୍ରକାରର exceptionଗୁଡିକ ସୃଷ୍ଟି ହୋଇଥା’ନ୍ତି ସେତେବେଳେ ଆମେ ସେଗୁଡିକୁ ବ୍ୟବହାର କରିପାରିବା
04:38 try block ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
04:42 କୋଡର ଏହି ଲାଇନ୍ ଗୋଟିଏ array elementକୁ zero ଦ୍ଵାରା ବିଭକ୍ତ କରିବ ଯେହେତୁ aର ଭେଲ୍ୟୁ zero ଅଟେ
04:49 ତେଣୁ ପ୍ରଥମେ ଗୋଟିଏ ArithmeticException ଦୃଶ୍ୟମାନ ହେବ
04:53 ବର୍ତ୍ତମାନ ArithmeticExceptionକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ catch blockକୁ ସଂଯୁକ୍ତ କରନ୍ତୁ
04:58 ତେଣୁ ବିଦ୍ୟମାନ ଥିବା catch block ପରେ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
05:03 ପୁନର୍ବାର ପ୍ରୋଗ୍ରାମକୁ run କରନ୍ତୁ
05:06 ଏଥର ବାର୍ତ୍ତା Arithmetic Exception occurred ପ୍ରିଣ୍ଟ ହେବ ଯେହେତୁ ଏହା ପ୍ରଥମେ ଦୃଶ୍ୟମାନ ହୋଇଛି
05:13 try catch blockର ବାହାରେ ଥିବା କୋଡର ବାକି ଅଂଶ ନିଷ୍ପାଦିତ ହେବ
05:19 ତା’ପରେ ଚାଲନ୍ତୁ checked exceptionଗୁଡିକୁ ଆଲୋଚନା କରିବା
05:23 Checked exceptionଗୁଡିକ, compile timeରେ ଯାଞ୍ଚ ହୁଅନ୍ତି
05:27 ତେଣୁ ନିଶ୍ଚିତରୂପେ ସେଗୁଡିକ ପ୍ରୋଗ୍ରାମ୍ ରନ୍ ହେବା ପୂର୍ବରୁ ନିୟନ୍ତ୍ରିତ ହେବା ଆବଶ୍ୟକ
05:31 ଉଦାହରଣସ୍ଵରୂପ, ବିଦ୍ୟମାନ ନଥିବା ଗୋଟିଏ fileକୁ ଆକ୍ସେସ୍ କରିବା ତଥା ଗୋଟିଏ network systemକୁ ଆକ୍ସେସ୍ କରିବା ଯେତେବେଳେ ନେଟୱର୍କ ମନ୍ଥର ଥିବ
05:41 ବର୍ତ୍ତମାନ Eclipseକୁ ଫେରିଆସିବା ସହିତ ଗୋଟିଏ ନୂତନ class MarksFile ସୃଷ୍ଟି କରନ୍ତୁ
05:47 main methodକୁ ସଂଯୁକ୍ତ କରନ୍ତୁ
05:50 ବର୍ତ୍ତମାନ କମ୍ପ୍ୟୁଟରରେ ଥିବା ଗୋଟିଏ ଫାଇଲକୁ ଆମେ ପଢିବାକୁ ଚାହୁଁ
05:54 ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
05:57 ଏଠାରେ FileReader ଅବଜେକ୍ଟ fr, null ଭାବେ ଇନିଶିଆଲାଇଜ୍ ହୋଇଛି
06:03 FileReader ଅବଜେକ୍ଟକୁ ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲକୁ ଆକ୍ସେସ୍ ଓ ପଢିବା ପାଇଁ ବ୍ୟବହାର କରାଯାଇପାରିବ
06:08 Eclipse ଗୋଟିଏ ଏରର୍ ପ୍ରଦର୍ଶନ କରିବ
06:11 ଏରରକୁ ସଂଶୋଧନ କରିବା ପାଇଁ ଏହା ଉପରେ କ୍ଲିକ୍ କରିବା ସହିତ import FileReader java dot io ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:19 FileReader class, java dot io packageରୁ ଇମ୍ପୋର୍ଟ ହୋଇଛି
06:25 ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ package ଏବଂ ଏହାର ବ୍ୟବହାର ବିଷୟରେ ସବିଶେଷ ଶିଖିବା
06:31 ହୋମ୍ ଫୋଲ୍ଡରରେ ଥିବା Marks ନାମକ ଗୋଟିଏ ଫାଇଲର ଆକ୍ସେସ୍ ସକାଷେ frକୁ ଅନୁମତି ଦେବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
06:40 ଏଠାରେ ପ୍ରଦର୍ଶିତ ହୋଇଥିବା ପାଥକୁ, ଆପଣଙ୍କ ସିଷ୍ଟମର ହୋମ୍ ଫୋଲ୍ଡର୍ ସହିତ ପ୍ରତିସ୍ଥାପିତ କରନ୍ତୁ
06:46 ବର୍ତ୍ତମାନ ଗୋଟିଏ ଏରର୍ ଦେଖାଦେବ. ଏହା ସୂଚିତ କରୁଛି ଯେ କୋଡର ଏହି ଲାଇନ୍ ଗୋଟିଏ FileNotFoundExceptionକୁ ସୃଷ୍ଟି କରିବ
06:55 ଏରର୍ ଉପରେ କ୍ଲିକ୍ କରିବା ସହିତ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:00 ଏରରକୁ ସଂଶୋଧନ କରିବା ପାଇଁ Eclipse ଅଟୋମାଟିକାଲୀ try catch blockକୁ ଇନସର୍ଟ କରିବା ଆପଣ ଦେଖିପାରିବେ
07:08 ତେଣୁ ଏହା ଗୋଟିଏ checked exception ବୋଲି ଆମେ ବୁଝିପାରିବା
07:12 ତା’ପରେ finally blockକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା
07:16 ନିମ୍ନଲିଖିତ କୋଡକୁ ଦେଖନ୍ତୁ
07:18 ସାଧାରଣତଃ finally block, ଗୋଟିଏ try-catch blockକୁ ଅନୁସରଣ କରିଥାଏ
07:22 ଏକ୍ସସେପଶନ୍ ସୃଷ୍ଟି ହେଉ କି ନହେଉ ଏହି block ମଧ୍ୟରେ ଥିବା କୋଡ୍ ନିଷ୍ପାଦିତ ହେବ. ଏହା ଗୋଟିଏ print statementକୁ ଧାରଣ କରିଥାଏ
07:32 ବର୍ତ୍ତମାନ finally block ମଧ୍ୟରେ ଥିବା ଫାଇଲ୍ ରେଫରେନ୍ସକୁ ବନ୍ଦ କରନ୍ତୁ
07:37 ତେଣୁ fr dot close ଟାଇପ୍ କରନ୍ତୁ
07:40 ବର୍ତ୍ତମାନ Eclipse ସୂଚିତ କରୁଛି ଯେ ଏହା ଗୋଟିଏ IOExceptionକୁ ସୃଷ୍ଟି କରିବ
07:45 ତେଣୁ ଏରର୍ ଉପରେ କ୍ଲିକ୍ କରିବା ସହିତ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:51 ବର୍ତ୍ତମାନ ପ୍ରୋଗ୍ରାମକୁ run କରନ୍ତୁ
07:54 FileNotFoundException ବାର୍ତ୍ତା ପ୍ରିଣ୍ଟ ହେବା ଆପଣ ଦେଖିପାରିବେ
07:59 ଏହାର କାରଣ ହେଉଛି ଆମର ହୋମ୍ ଫୋଲ୍ଡରରେ Marks ନାମକ ଗୋଟିଏ ଫାଇଲ୍ ନାହିଁ
08:04 ଗୋଟିଏ NullPointerException, fr ଭାବେ ଏବେ ମଧ୍ୟ ଗୋଟିଏ ନଲ୍ ଭେଲ୍ୟୁକୁ ରେଫର୍ କରୁଥିବା ଆପଣ ଦେଖିପାରିବେ
08:12 କିନ୍ତୁ finally block ମଧ୍ୟରେ ଥିବା print statement ନିଷ୍ପାଦିତ ହେବା ଆପଣ ଦେଖିପାରିବେ
08:18 ବର୍ତ୍ତମାନ ହୋମ୍ ଫୋଲ୍ଡରରେ Marks ନାମକ ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରନ୍ତୁ
08:23 ଯଦି ଆପଣ ୱିଣ୍ଡୋର ବ୍ୟବହାରକର୍ତ୍ତା ଅଟନ୍ତି ତେବେ ଲୋକାଲ୍ ଡ୍ରାଇଭରେ ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରିବା ସହିତ ଏହାର ପାଥକୁ ଉଲ୍ଲେଖ କରନ୍ତୁ
08:29 ଉଦାହରଣସ୍ଵରୂପ ଏହାକୁ D:\\Marks.txt ଭାବେ ନିର୍ଦ୍ଦିଷ୍ଟ କରାଯାଇପାରିବ
08:37 ବର୍ତ୍ତମାନ ପୁନର୍ବାର ପ୍ରୋଗ୍ରାମକୁ ରନ୍ କରନ୍ତୁ
08:40 ଥରେ Marks ଫାଇଲ୍ ସୃଷ୍ଟି ହୋଇସାରିଲା ପରେ କିଛି ବି ଏକ୍ସସେପଶନ୍ ନଥିବା ଆପଣ ଯାଞ୍ଚ କରିପାରିବେ
08:46 ଏବଂ Inside finally block ପ୍ରିଣ୍ଟ ହୋଇଯାଇଛି
08:50 cleanup operation ଯାହା FileReader ଅବଜେକ୍ଟ frକୁ ବନ୍ଦ କରିଥାଏ, ସଫଳତାର ସହ ମଧ୍ୟ ନିଷ୍ପାଦିତ ହୋଇଯାଇଛି
08:58 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଛେ
09:02 ସଂକ୍ଷିପ୍ତରେ
09:04 ଏହି ଟ୍ୟୁଟୋରିଆଲ୍ ରେ ଆମେ, exception ଗୋଟିଏ କ’ଣ, Checked ଓ unchecked exceptionଗୁଡିକ, try-catch ବ୍ଲକ୍ ଓ finally blockକୁ ବ୍ୟବହାର କରି exceptionଗୁଡିକୁ ନିୟନ୍ତ୍ରଣ କରିବା ଶିଖିଲେ
09:17 ଗୋଟିଏ ଆସାଇନମେଣ୍ଟ ଭାବେ, NullPointerException ନାମକ ଅନ୍ୟ ଏକ Runtime Exception ବିଷୟରେ ଚାଲନ୍ତୁ ଶିଖିବା
09:24 ଏହି ଟ୍ୟୁଟୋରିଆଲର Assignment ଲିଙ୍କରେ ଉପଲବ୍ଧ ଥିବା Demo.java ନାମକ Java ପ୍ରୋଗ୍ରାମକୁ ରେଫର୍ କରନ୍ତୁ
09:31 ଆପଣ ଯେତେବେଳେ ଏହି କୋଡକୁ ରନ୍ କରିବେ ଗୋଟିଏ exception ଦେଖାଦେବ
09:35 exception ସୃଷ୍ଟି କରୁଥିବା କୋଡକୁ ଚିହ୍ନଟ କରନ୍ତୁ
09:40 ଗୋଟିଏ try-catch block ବ୍ୟବହାର କରି ଏହାକୁ ସଂଶୋଧନ କରନ୍ତୁ
09:43 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
09:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
10:15 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
10:23 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep