Java/C3/Exception-Handling/Oriya
From Script | Spoken-Tutorial
| |
|
| 00:01 | Exception Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, exception ଗୋଟିଏ କ’ଣ, Checked ଓ unchecked exceptionଗୁଡିକ, try-catch ବ୍ଲକ୍ ଓ finally blockକୁ ବ୍ୟବହାର କରି exceptionଗୁଡିକୁ ନିୟନ୍ତ୍ରଣ କରିବା ଶିଖିବା |
| 00:20 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04 JDK 1 .8 Eclipse 4.3.1 |
| 00:32 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
| 00:39 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:45 | exception ଗୋଟିଏ ଅପ୍ରତ୍ୟାଶିତ କାର୍ଯ୍ୟ ଅଟେ ଯାହା ଗୋଟିଏ ପ୍ରୋଗ୍ରାମର ନିଷ୍ପାଦନ ସମୟରେ ଦୃଶ୍ୟମାନ ହୋଇଥାଏ |
| 00:52 | ଏହା ପ୍ରୋଗ୍ରାମର ସ୍ଵାଭାବିକ୍ ଫ୍ଲୋ’ରେ ବ୍ୟାଘାତ ସୃଷ୍ଟି କରିଥାଏ ପରିଣାମସ୍ଵରୂପ ଅସ୍ଵାଭାବିକ ଭାବେ ବନ୍ଦ ହୋଇଯାଇଥାଏ |
| 01:00 | ସେମାନଙ୍କର ଦୃଶ୍ୟମାନତାକୁ ଆଧାରକରି exceptionଗୁଡିକୁ, unchecked exceptions ଓ checked exceptions ଭାବେ ଶ୍ରେଣୀଭୁକ୍ତ କରାଯାଇଛି |
| 01:08 | ବର୍ତ୍ତମାନ eclipseକୁ ଖୋଲିବା ସହିତ ExceptionDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ |
| 01:16 | ଏହି ପରୋଜେକ୍ଟ ମଧ୍ୟରେ exception handlingକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ କ୍ଲାସଗୁଡିକୁ ସୃଷ୍ଟି କରନ୍ତୁ |
| 01:24 | ଗୋଟିଏ ନୂତନ class Marks ସୃଷ୍ଟି କରନ୍ତୁ |
| 01:28 | ବର୍ତ୍ତମାନ Marks classକୁ ଉପସ୍ଥାପନ କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 01:34 | ଏହି ପ୍ରୋଗ୍ରାମ୍ ପାଞ୍ଚ ଜଣ ଷ୍ଟୁଡେଣ୍ଟଙ୍କର ମାର୍କକୁ ପ୍ରିଣ୍ଟ କରିବ ଯାହା ଗୋଟିଏ ଆରେ marksରେ ଷ୍ଟୋର୍ ହୋଇଛି |
| 01:41 | ଏହି ପ୍ରୋଗ୍ରାମକୁ ରନ୍ କରିବା ସହିତ ଆଉଟପୁଟକୁ ଯାଞ୍ଚ କରନ୍ତୁ |
| 01:45 | array ମଧ୍ୟରେ ଥିବା ଭେଲ୍ୟୁଗୁଡିକ ପ୍ରିଣ୍ଟ ହେଉଥିବା ଆପଣ ଲକ୍ଷ୍ୟ କରନ୍ତୁ |
| 01:50 | ଆରେରେ ବିଦ୍ୟମାନ ନଥିବା ଗୋଟିଏ ଉପାଦାନକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା କ’ଣ ହେବ, ଚାଲନ୍ତୁ ଯାଞ୍ଚ କରିବା |
| 01:57 | ବର୍ତ୍ତମାନ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 02:00 | ଏହି array ରେ କେବଳ ପାଞ୍ଚୋଟି ଉପାଦାନ ଥିବା ଆମେ ଜାଣିଛେ |
| 02:04 | କିନ୍ତୁ ଏହି statementରେ, index 50ରେ ଥିବା element ଯାହା ବିଦ୍ୟମାନ ନାହିଁ, ତାହାକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରୁଛୁ |
| 02:12 | ବର୍ତ୍ତମାନ ଏହି ପ୍ରୋଗ୍ରାମକୁ run କରନ୍ତୁ |
| 02:15 | ଆମେ ଦେଖିପାରିବା ଯେ, ଲାଇନ୍ ସଂଖ୍ୟା 7ରେ ଗୋଟିଏ ଏରର୍ ବାର୍ତ୍ତା ArrayIndexOutOfBoundsException ସହିତ, ପ୍ରୋଗ୍ରାମଟି ବନ୍ଦ ହୋଇଯିବ |
| 02:25 | ଏରର୍ ବାର୍ତ୍ତା ଏରରର ବିବରଣୀକୁ ସୂଚିତ କରୁଛି ଯେପରି exceptionର ପ୍ରକାର, କେଉଁଠାରେ ସଂଘଟିତ ହୋଇଛି ଏବଂ ଅନ୍ୟାନ୍ୟ |
| 02:35 | ଧ୍ୟାନଦିଅନ୍ତୁ ଯେ ଏରର୍ ପରେ ପ୍ରୋଗ୍ରାମଟି ବନ୍ଦ ହୋଇଯାଇଥିବା ହେତୁ print statement ନିଷ୍ପାଦନ ହୋଇନାହିଁ |
| 02:42 | ଏହା Unchecked exceptionର ଗୋଟିଏ ଉଦାହରଣ ଅଟେ |
| 02:46 | Unchecked exceptionଗୁଡିକୁ Runtime exception ଭାବେ କୁହାଯାଏ ଯେହେତୁ ଏହାକୁ କେବଳ ନିଷ୍ପାଦନ ସମୟରେ ଯାଞ୍ଚ କରାଯାଇଥାଏ |
| 02:54 | ସେଗୁଡିକ ପ୍ରୋଗ୍ରାମିଙ୍ଗ ବଗଗୁଡିକୁ ତଥା ଲଜିକାଲ୍ ଏରରଗୁଡିକ ଯେପରି ଗୋଟିଏ ସଂଖ୍ୟାକୁ ଯିରୋ ଦ୍ଵାରା ବିଭକ୍ତ କରିବା ଏବଂ ବିଦ୍ୟମାନ ନଥିବା ଗୋଟିଏ ଆରେ ଉପାଦାନକୁ ଆକ୍ସେସକୁ ନିୟନ୍ତ୍ରଣ କରିଥାଏ |
| 03:07 | ବର୍ତ୍ତମାନ try catch blockକୁ ବ୍ୟବହାର କରି କିପରି exceptionକୁ ନିୟନ୍ତ୍ରଣ କରାଯାଏ ଚାଲନ୍ତୁ ଶିଖିବା |
| 03:13 | ଗୋଟିଏ try block ମଧ୍ୟରେ ଥିବା କୋଡର ଏହି ଅଂଶ, ସମ୍ଭବତଃ ଏକ exceptionକୁ ପ୍ରଦର୍ଶିତ କରିପାରେ |
| 03:19 | ଅନୁରୂପ catch block, ଅବଜେକ୍ଟ e ରେ exceptionର ବିବରଣୀକୁ ପ୍ରାପ୍ତ କରିପାରିବ |
| 03:26 | catch block ମଧ୍ୟରେ ଏରର୍ ବାର୍ତ୍ତାକୁ ପ୍ରଦର୍ଶନ କରିବା ତଥା ଏରରରୁ ପୁନରୁଦ୍ଧାର କରିବା ପାଇଁ ଆମେ କୋଡ୍ ଲେଖିପାରିବା |
| 03:34 | ବର୍ତ୍ତମାନ eclipseକୁ ଫେରିଆସନ୍ତୁ |
| 03:37 | ପ୍ରଥମେ କୋଡ୍ ଚାରିପଟେ ଗୋଟିଏ try blockକୁ ସଂଯୁକ୍ତ କରନ୍ତୁ ଯାହାଦ୍ଵାରା ଏହି ଭଳି exception ସୃଷ୍ଟି ହୋଇଛି |
| 03:44 | ବର୍ତ୍ତମାନ ଗୋଟିଏ ଅନୁରୂପ catch blockକୁ ସଂଯୁକ୍ତ କରନ୍ତୁ |
| 03:48 | ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 03:51 | ଏଠାରେ ଗୋଟିଏ କଷ୍ଟମ୍ ବାର୍ତ୍ତା, Array Overflow Exception occurredକୁ ପ୍ରିଣ୍ଟ କରନ୍ତୁ |
| 03:57 | ରାଉଣ୍ଡ ବ୍ରାକେଟ୍ ମଧ୍ୟରେ ArrayIndexOutOfBoundsExceptionର ଗୋଟିଏ ଇନଷ୍ଟାନ୍ସକୁ ସୃଷ୍ଟି କରାଯାଇଛି |
| 04:05 | ତେଣୁ ଏହି ବ୍ଲକ୍ ArrayIndexOutOfBoundsException ପ୍ରକାରର exceptionଗୁଡିକୁ ଯାଞ୍ଚ କରିପାରିବ |
| 04:11 | ବର୍ତ୍ତମାନ ପ୍ରୋଗ୍ରାମକୁ ରନ୍ କରନ୍ତୁ |
| 04:14 | ଏରର୍ ବାର୍ତ୍ତା ପ୍ରିଣ୍ଟ ହୋଇଯାଇଥିବା ଆପଣ ଦେଖିପାରିବେ |
| 04:18 | କିନ୍ତୁ ଏଥର ପ୍ରିଣ୍ଟ ଦ୍ଵାରା marks array ମଧ୍ୟ ନିଷ୍ପାଦନ ହୋଇଥିବା ଲକ୍ଷ୍ୟ କରନ୍ତୁ |
| 04:24 | ଏହିପରି exceptionଗୁଡିକୁ ଆମେ ନିୟନ୍ତ୍ରଣ କରିପାରିବା |
| 04:27 | ତା’ପରେ ଅନେକ ସଂଖ୍ୟକ catch blockଗୁଡିକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା |
| 04:32 | ଯେତେବେଳେ ଗୋଟିଏ ବ୍ଲକ୍ ଦ୍ଵାରା ବିଭିନ୍ନ ପ୍ରକାରର exceptionଗୁଡିକ ସୃଷ୍ଟି ହୋଇଥା’ନ୍ତି ସେତେବେଳେ ଆମେ ସେଗୁଡିକୁ ବ୍ୟବହାର କରିପାରିବା |
| 04:38 | try block ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 04:42 | କୋଡର ଏହି ଲାଇନ୍ ଗୋଟିଏ array elementକୁ zero ଦ୍ଵାରା ବିଭକ୍ତ କରିବ ଯେହେତୁ aର ଭେଲ୍ୟୁ zero ଅଟେ |
| 04:49 | ତେଣୁ ପ୍ରଥମେ ଗୋଟିଏ ArithmeticException ଦୃଶ୍ୟମାନ ହେବ |
| 04:53 | ବର୍ତ୍ତମାନ ArithmeticExceptionକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ catch blockକୁ ସଂଯୁକ୍ତ କରନ୍ତୁ |
| 04:58 | ତେଣୁ ବିଦ୍ୟମାନ ଥିବା catch block ପରେ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 05:03 | ପୁନର୍ବାର ପ୍ରୋଗ୍ରାମକୁ run କରନ୍ତୁ |
| 05:06 | ଏଥର ବାର୍ତ୍ତା Arithmetic Exception occurred ପ୍ରିଣ୍ଟ ହେବ ଯେହେତୁ ଏହା ପ୍ରଥମେ ଦୃଶ୍ୟମାନ ହୋଇଛି |
| 05:13 | try catch blockର ବାହାରେ ଥିବା କୋଡର ବାକି ଅଂଶ ନିଷ୍ପାଦିତ ହେବ |
| 05:19 | ତା’ପରେ ଚାଲନ୍ତୁ checked exceptionଗୁଡିକୁ ଆଲୋଚନା କରିବା |
| 05:23 | Checked exceptionଗୁଡିକ, compile timeରେ ଯାଞ୍ଚ ହୁଅନ୍ତି |
| 05:27 | ତେଣୁ ନିଶ୍ଚିତରୂପେ ସେଗୁଡିକ ପ୍ରୋଗ୍ରାମ୍ ରନ୍ ହେବା ପୂର୍ବରୁ ନିୟନ୍ତ୍ରିତ ହେବା ଆବଶ୍ୟକ |
| 05:31 | ଉଦାହରଣସ୍ଵରୂପ, ବିଦ୍ୟମାନ ନଥିବା ଗୋଟିଏ fileକୁ ଆକ୍ସେସ୍ କରିବା ତଥା ଗୋଟିଏ network systemକୁ ଆକ୍ସେସ୍ କରିବା ଯେତେବେଳେ ନେଟୱର୍କ ମନ୍ଥର ଥିବ |
| 05:41 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ ଗୋଟିଏ ନୂତନ class MarksFile ସୃଷ୍ଟି କରନ୍ତୁ |
| 05:47 | main methodକୁ ସଂଯୁକ୍ତ କରନ୍ତୁ |
| 05:50 | ବର୍ତ୍ତମାନ କମ୍ପ୍ୟୁଟରରେ ଥିବା ଗୋଟିଏ ଫାଇଲକୁ ଆମେ ପଢିବାକୁ ଚାହୁଁ |
| 05:54 | ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 05:57 | ଏଠାରେ FileReader ଅବଜେକ୍ଟ fr, null ଭାବେ ଇନିଶିଆଲାଇଜ୍ ହୋଇଛି |
| 06:03 | FileReader ଅବଜେକ୍ଟକୁ ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲକୁ ଆକ୍ସେସ୍ ଓ ପଢିବା ପାଇଁ ବ୍ୟବହାର କରାଯାଇପାରିବ |
| 06:08 | Eclipse ଗୋଟିଏ ଏରର୍ ପ୍ରଦର୍ଶନ କରିବ |
| 06:11 | ଏରରକୁ ସଂଶୋଧନ କରିବା ପାଇଁ ଏହା ଉପରେ କ୍ଲିକ୍ କରିବା ସହିତ import FileReader java dot io ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 06:19 | FileReader class, java dot io packageରୁ ଇମ୍ପୋର୍ଟ ହୋଇଛି |
| 06:25 | ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ package ଏବଂ ଏହାର ବ୍ୟବହାର ବିଷୟରେ ସବିଶେଷ ଶିଖିବା |
| 06:31 | ହୋମ୍ ଫୋଲ୍ଡରରେ ଥିବା Marks ନାମକ ଗୋଟିଏ ଫାଇଲର ଆକ୍ସେସ୍ ସକାଷେ frକୁ ଅନୁମତି ଦେବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 06:40 | ଏଠାରେ ପ୍ରଦର୍ଶିତ ହୋଇଥିବା ପାଥକୁ, ଆପଣଙ୍କ ସିଷ୍ଟମର ହୋମ୍ ଫୋଲ୍ଡର୍ ସହିତ ପ୍ରତିସ୍ଥାପିତ କରନ୍ତୁ |
| 06:46 | ବର୍ତ୍ତମାନ ଗୋଟିଏ ଏରର୍ ଦେଖାଦେବ. ଏହା ସୂଚିତ କରୁଛି ଯେ କୋଡର ଏହି ଲାଇନ୍ ଗୋଟିଏ FileNotFoundExceptionକୁ ସୃଷ୍ଟି କରିବ |
| 06:55 | ଏରର୍ ଉପରେ କ୍ଲିକ୍ କରିବା ସହିତ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 07:00 | ଏରରକୁ ସଂଶୋଧନ କରିବା ପାଇଁ Eclipse ଅଟୋମାଟିକାଲୀ try catch blockକୁ ଇନସର୍ଟ କରିବା ଆପଣ ଦେଖିପାରିବେ |
| 07:08 | ତେଣୁ ଏହା ଗୋଟିଏ checked exception ବୋଲି ଆମେ ବୁଝିପାରିବା |
| 07:12 | ତା’ପରେ finally blockକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା |
| 07:16 | ନିମ୍ନଲିଖିତ କୋଡକୁ ଦେଖନ୍ତୁ |
| 07:18 | ସାଧାରଣତଃ finally block, ଗୋଟିଏ try-catch blockକୁ ଅନୁସରଣ କରିଥାଏ |
| 07:22 | ଏକ୍ସସେପଶନ୍ ସୃଷ୍ଟି ହେଉ କି ନହେଉ ଏହି block ମଧ୍ୟରେ ଥିବା କୋଡ୍ ନିଷ୍ପାଦିତ ହେବ. ଏହା ଗୋଟିଏ print statementକୁ ଧାରଣ କରିଥାଏ |
| 07:32 | ବର୍ତ୍ତମାନ finally block ମଧ୍ୟରେ ଥିବା ଫାଇଲ୍ ରେଫରେନ୍ସକୁ ବନ୍ଦ କରନ୍ତୁ |
| 07:37 | ତେଣୁ fr dot close ଟାଇପ୍ କରନ୍ତୁ |
| 07:40 | ବର୍ତ୍ତମାନ Eclipse ସୂଚିତ କରୁଛି ଯେ ଏହା ଗୋଟିଏ IOExceptionକୁ ସୃଷ୍ଟି କରିବ |
| 07:45 | ତେଣୁ ଏରର୍ ଉପରେ କ୍ଲିକ୍ କରିବା ସହିତ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 07:51 | ବର୍ତ୍ତମାନ ପ୍ରୋଗ୍ରାମକୁ run କରନ୍ତୁ |
| 07:54 | FileNotFoundException ବାର୍ତ୍ତା ପ୍ରିଣ୍ଟ ହେବା ଆପଣ ଦେଖିପାରିବେ |
| 07:59 | ଏହାର କାରଣ ହେଉଛି ଆମର ହୋମ୍ ଫୋଲ୍ଡରରେ Marks ନାମକ ଗୋଟିଏ ଫାଇଲ୍ ନାହିଁ |
| 08:04 | ଗୋଟିଏ NullPointerException, fr ଭାବେ ଏବେ ମଧ୍ୟ ଗୋଟିଏ ନଲ୍ ଭେଲ୍ୟୁକୁ ରେଫର୍ କରୁଥିବା ଆପଣ ଦେଖିପାରିବେ |
| 08:12 | କିନ୍ତୁ finally block ମଧ୍ୟରେ ଥିବା print statement ନିଷ୍ପାଦିତ ହେବା ଆପଣ ଦେଖିପାରିବେ |
| 08:18 | ବର୍ତ୍ତମାନ ହୋମ୍ ଫୋଲ୍ଡରରେ Marks ନାମକ ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରନ୍ତୁ |
| 08:23 | ଯଦି ଆପଣ ୱିଣ୍ଡୋର ବ୍ୟବହାରକର୍ତ୍ତା ଅଟନ୍ତି ତେବେ ଲୋକାଲ୍ ଡ୍ରାଇଭରେ ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରିବା ସହିତ ଏହାର ପାଥକୁ ଉଲ୍ଲେଖ କରନ୍ତୁ |
| 08:29 | ଉଦାହରଣସ୍ଵରୂପ ଏହାକୁ D:\\Marks.txt ଭାବେ ନିର୍ଦ୍ଦିଷ୍ଟ କରାଯାଇପାରିବ |
| 08:37 | ବର୍ତ୍ତମାନ ପୁନର୍ବାର ପ୍ରୋଗ୍ରାମକୁ ରନ୍ କରନ୍ତୁ |
| 08:40 | ଥରେ Marks ଫାଇଲ୍ ସୃଷ୍ଟି ହୋଇସାରିଲା ପରେ କିଛି ବି ଏକ୍ସସେପଶନ୍ ନଥିବା ଆପଣ ଯାଞ୍ଚ କରିପାରିବେ |
| 08:46 | ଏବଂ Inside finally block ପ୍ରିଣ୍ଟ ହୋଇଯାଇଛି |
| 08:50 | cleanup operation ଯାହା FileReader ଅବଜେକ୍ଟ frକୁ ବନ୍ଦ କରିଥାଏ, ସଫଳତାର ସହ ମଧ୍ୟ ନିଷ୍ପାଦିତ ହୋଇଯାଇଛି |
| 08:58 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଛେ |
| 09:02 | ସଂକ୍ଷିପ୍ତରେ |
| 09:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ, exception ଗୋଟିଏ କ’ଣ, Checked ଓ unchecked exceptionଗୁଡିକ, try-catch ବ୍ଲକ୍ ଓ finally blockକୁ ବ୍ୟବହାର କରି exceptionଗୁଡିକୁ ନିୟନ୍ତ୍ରଣ କରିବା ଶିଖିଲେ |
| 09:17 | ଗୋଟିଏ ଆସାଇନମେଣ୍ଟ ଭାବେ, NullPointerException ନାମକ ଅନ୍ୟ ଏକ Runtime Exception ବିଷୟରେ ଚାଲନ୍ତୁ ଶିଖିବା |
| 09:24 | ଏହି ଟ୍ୟୁଟୋରିଆଲର Assignment ଲିଙ୍କରେ ଉପଲବ୍ଧ ଥିବା Demo.java ନାମକ Java ପ୍ରୋଗ୍ରାମକୁ ରେଫର୍ କରନ୍ତୁ |
| 09:31 | ଆପଣ ଯେତେବେଳେ ଏହି କୋଡକୁ ରନ୍ କରିବେ ଗୋଟିଏ exception ଦେଖାଦେବ |
| 09:35 | exception ସୃଷ୍ଟି କରୁଥିବା କୋଡକୁ ଚିହ୍ନଟ କରନ୍ତୁ |
| 09:40 | ଗୋଟିଏ try-catch block ବ୍ୟବହାର କରି ଏହାକୁ ସଂଶୋଧନ କରନ୍ତୁ |
| 09:43 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
| 09:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 10:15 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
| 10:23 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |