Difference between revisions of "PERL/C3/Access-Modifiers-in-PERL/Oriya"
From Script | Spoken-Tutorial
(Created page with "{| Border = 1 | <center>''' Time '''</center> | <center>'''Narration'''</center> |- |00:01 | Access Modifiers in PERL ଉପରେ ସ୍ପୋକନ୍ ଟ୍ୟୁଟୋର...") |
|||
| Line 290: | Line 290: | ||
| ଯାହାର ଅର୍ଥ ହେଉଛି, ବ୍ଲକ୍ Welcome()କୁ ଛାଡିଲା ପରେ ଲୋକାଲ୍ ଭେରିଏବଲ୍ scopeକୁ ପୁନରୁଦ୍ଧାର କରିବ | | ଯାହାର ଅର୍ଥ ହେଉଛି, ବ୍ଲକ୍ Welcome()କୁ ଛାଡିଲା ପରେ ଲୋକାଲ୍ ଭେରିଏବଲ୍ scopeକୁ ପୁନରୁଦ୍ଧାର କରିବ | ||
| + | |- | ||
| 07:32 | | 07:32 | ||
| ତା’ପରେ Perlରେ ଆମେ global ଭେରିଏବଲ୍ ବିଷୟରେ ଆଲୋଚନା କରିବା | | ତା’ପରେ Perlରେ ଆମେ global ଭେରିଏବଲ୍ ବିଷୟରେ ଆଲୋଚନା କରିବା | ||
Latest revision as of 12:19, 20 December 2017
| |
|
| 00:01 | Access Modifiers in PERL ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ:
ଭେରିଏବଲଗୁଡିକର ସ୍କୋପ୍ Private ଭେରିଏବଲଗୁଡିକ Dynamically scoped ଭେରିଏବଲଗୁଡିକ Global ଭେରିଏବଲଗୁଡିକ ବିଷୟରେ ଶିଖିବା |
| 00:19 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
| 00:32 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
| 00:36 | ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:40 | ଯଦି ନାହିଁ ତେବେ spoken tutorial ୱେବସାଇଟରେ ଉପଲବ୍ଧ ଥିବା Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
| 00:47 | ଭେରିଏବଲଗୁଡିକର ସ୍କୋପର ପରିଚୟରୁ ଚାଲନ୍ତୁ ଆରମ୍ଭ କରିବା |
| 00:51 | ଭେରିଏବଲର scope ହେଉଛି କୋଡର ସ୍ଥାନ, ଯାହା ମଧ୍ୟରେ ଗୋଟିଏ ଭେରିଏବଲକୁ ଆକ୍ସେସ୍ କରାଯାଇପାରିବ |
| 00:58 | ଅନ୍ୟ ଅର୍ଥରେ ଏହା ଭେରିଏବଲଗୁଡିକର ଦୃଶ୍ୟମାନତାକୁ ରେଫର୍ କରିଥାଏ |
| 01:03 | ପ୍ରଥମେ ଆମେ Perlରେ ଥିବା my, local ଓ our ମଡିଫାୟରଗୁଡିକ ବିଷୟରେ ଆଲୋଚନା କରିବା |
| 01:10 | myର ଅର୍ଥ Private variables, |
| 01:13 | localର ଅର୍ଥ Dynamically scoped variables, |
| 01:17 | ourର ଅର୍ଥ Global variables ଅଟେ |
| 01:20 | କୀୱର୍ଡ my ସହିତ ଘୋଷିତ ହୋଇଥିବା ଭେରିଏବଲଗୁଡିକ, ସେମାନେ ଘୋଷିତ ହୋଇଥିବା blockର ବାହାରେ ସ୍କୋପକୁ ହରାଇବସିବେ |
| 01:28 | ଏହି ପରି ଏହାକୁ ଗୋଟିଏ ଭେଲ୍ୟୁ ପ୍ରଦାନ ନକରି ଆପଣ ଏକ ଭେରିଏବଲକୁ ଘୋଷଣା କରିପାରିବେ: my $fvalue semicolon |
| 01:37 | ଏହି ପରି ଏହାକୁ ଗୋଟିଏ ଭେଲ୍ୟୁ ଆସାଇନ୍ କରିବା ସହିତ ଆପଣ ଗୋଟିଏ ଭେରିଏବଲର ଘୋଷଣା ମଧ୍ୟ କରିପାରିବେ: |
| 01:43 | my $fValue = 1 semicolon |
| 01:48 | my $fname = ଡବଲ୍ କ୍ଵୋଟ୍ ମଧ୍ୟରେ Rahul semicolon |
| 01:55 | ସମାନ my ଷ୍ଟେଟମେଣ୍ଟ ସହିତ ଅନେକ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ସିଣ୍ଟାକ୍ସ ନିମ୍ନ ଭଳି ହେବ: |
| 02:02 | my ବ୍ରାକେଟ୍ ଆରମ୍ଭ $fname କମା $lname କମା $age ବ୍ରାକେଟ୍ ଶେଷ ସେମିକୋଲନ୍ |
| 02:12 | ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ private ଭେରିଏବଲଗୁଡିକୁ ବୁଝିବା |
| 02:17 | ମୋର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲନ୍ତୁ |
| 02:24 | ଟର୍ମିନଲକୁ ଖୋଲିବା ସହିତ ଟାଇପ୍ କରନ୍ତୁ: gedit ସ୍କୋପ୍ ହାଇଫେନ୍ my ଡଟ୍ pl ampersand ଏବଂ Enter ଦାବନ୍ତୁ |
| 02:34 | ବର୍ତ୍ତମାନ Scope-(ହାଇଫେନ୍)my dot pl, geditରେ ଖୋଲିଛି |
| 02:39 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି |
| 02:46 | ଏଠାରେ କୀୱର୍ଡ my ସହିତ ଗୋଟିଏ private ଭେରିଏବଲ୍ $fnameର ଘୋଷଣା କରାଯାଇଛି |
| 02:52 | ଏବଂ ଏହାକୁ ଗୋଟିଏ ଭେଲ୍ୟୁ Raghu ଆସାଇନ୍ କରନ୍ତୁ |
| 02:56 | ଏହି ବ୍ଲକ୍ ମଧ୍ୟରେ print ଷ୍ଟେଟମେଣ୍ଟ ଭେରିଏବଲ୍ fnameରେ ଭେଲ୍ୟୁକୁ ପ୍ରିଣ୍ଟ କରିବ ଯାହା Raghu ଅଟେ |
| 03:04 | ପରବର୍ତ୍ତୀ ବ୍ଲକରେ ସମାନ private ଭେରିଏବଲ୍ $fnameରେ ଭେଲ୍ୟୁ Otherକୁ ଘୋଷଣା କରାଯାଇଛି |
| 03:11 | ତେଣୁ print statement ଏହି ନିର୍ଦ୍ଦିଷ୍ଟ ବ୍ଲକ୍ ମଧ୍ୟରେ Otherକୁ ପ୍ରିଣ୍ଟ କରିବ |
| 03:17 | ଏହି ପ୍ରୋଗ୍ରାମର ଶେଷ print statement, କୌଣସି ଆଉଟପୁଟକୁ ପ୍ରିଣ୍ଟ କରିବ ନାହିଁ |
| 03:23 | ଏହାର କାରଣ ହେଉଛି ପୂର୍ବେ ପରିଭାଷିତ ହୋଇଥିବା ବ୍ଲକଗୁଡିକର ସ୍କୋପର ବାହାରେ, fnameକୁ କୌଣସି ଭେଲ୍ୟୁ ଆସାଇନ୍ କରାଯାଇନାହିଁ |
| 03:32 | ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+Sକୁ ଦାବନ୍ତୁ |
| 03:37 | ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 03:40 | ଟର୍ମିନଲକୁ ଫେରିଆସନ୍ତୁ, perl ସ୍କୋପ୍ ହାଇଫେନ୍ my ଡଟ୍ pl ଟାଇପ୍ କରିବା ସହିତ Enter ଦାବନ୍ତୁ |
| 03:49 | ଆଉଟପୁଟ୍ ନିମ୍ନ ଭଳି ପ୍ରଦର୍ଶିତ ହେବ:
Block 1: Raghu Block 2: Other Outside Block: ଏଠାରେ ଆଉଟପୁଟ୍ ନାହିଁ |
| 03:59 | ତେଣୁ my ଭେରିଏବଲର ସ୍କୋପ୍, କେବଳ ଗୋଟିଏ ନିର୍ଦ୍ଦିଷ୍ଟ କୋଡର ବ୍ଲକ୍ ମଧ୍ୟରେ ଆକ୍ସେସ୍ କରାଯାଇପାରିବ |
| 04:06 | ବର୍ତ୍ତମାନ ବିଦ୍ୟମାନ ଥିବା ପ୍ରୋଗ୍ରାମକୁ ସାମାନ୍ୟ ପରିବର୍ତ୍ତନ କରନ୍ତୁ |
| 04:10 | ଶେଷ print ଷ୍ଟେଟମେଣ୍ଟ ପୂର୍ବରୁ ବ୍ଲକଗୁଡିକର ବାହାରେ my $fname = ଡବଲ୍ କ୍ଵୋଟ୍ ମଧ୍ୟରେ John ସେମିକୋଲନ୍, ସଂଯୁକ୍ତ କରନ୍ତୁ.
ପରିବର୍ତ୍ତନଗୁଡିକୁ ସେଭ୍ କରନ୍ତୁ |
| 04:23 | terminalକୁ ଫେରିଆସିବା ସହିତ ପୂର୍ବ ଭଳି ନିଷ୍ପାଦନ କରନ୍ତୁ |
| 04:28 | ପ୍ରଦର୍ଶିତ ହୋଇଥିବା ଆଉଟପୁଟକୁ ବିଶ୍ଳେଷଣ କରନ୍ତୁ |
| 04:32 | ଆଶା କରୁଛି ଆପଣ, ଗୋଟିଏ ବ୍ଲକ୍ ମଧ୍ୟରେ ଓ ବାହାରେ my ଭେରିଏବଲକୁ ବ୍ୟବହାର କରି ସ୍କୋପକୁ ବୁଝିବା ପାଇଁ ସକ୍ଷମ ହୋଇଥିବେ |
| 04:41 | ତା’ପରେ Perl ରେ ଆମେ dynamically scoped variable ବିଷୟରେ ଆଲୋଚନା କରିବା |
| 04:47 | କୀୱର୍ଡ Local, ଗୋଟିଏ global ଭେରିଏବଲକୁ ଏକ ଅସ୍ଥାୟୀ ସ୍କୋପ୍ ପ୍ରଦାନ କରିଥାଏ |
| 04:52 | ଅସଲ ବ୍ଲକରୁ କଲ୍ ହୋଇଥିବା ଜୌଣସି ଏକ functionରେ ଏହି ଭେରିଏବଲ୍ ଦୃଶ୍ୟମାନ ହେବ |
| 04:58 | ଆପଣ ଗୋଟିଏ local ଭେରିଏବଲକୁ ନିମ୍ନ ଭାବେ ଘୋଷଣା କରିପାରିବେ:
local $fValue = 100 semicolon local $fname = ଡବଲ୍ କ୍ଵୋଟ୍ ମଧ୍ୟରେ Rakesh ସେମିକୋଲନ୍ |
| 05:13 | ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଏହାକୁ ବୁଝନ୍ତୁ |
| 05:17 | ଟର୍ମିନଲକୁ ଖୋଲନ୍ତୁ, gedit ସ୍କୋପ୍ ହାଇଫେନ୍ local ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ |
| 05:27 | ଏହା scope ହାଇଫେନ୍ local ଡଟ୍ pl ଫାଇଲକୁ geditରେ ଖୋଲିବ |
| 05:33 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି |
| 05:40 | ଏଠାରେ ପ୍ରଥମ ଲାଇନରେ ଗୋଟିଏ ଭେରିଏବଲ୍ $fnameକୁ ଘୋଷଣା କରାଯିବା ସହିତ ଏହାକୁ ଇନିଶିଆଲାଇଜ୍ କରାଯାଇଛି |
| 05:47 | ଫଙ୍କଶନ୍ Welcome() ମଧ୍ୟରେ, ସମାନ ନାମ $fname ଦ୍ଵାରା ଗୋଟିଏ local ଭେରିଏବଲକୁ ଘୋଷଣା କରାଯାଇଛି |
| 05:54 | ଭେରିଏବଲ୍ ନେମ୍ ପୂର୍ବରୁ କୀୱର୍ଡ localକୁ ଲକ୍ଷ୍ୟ କରନ୍ତୁ |
| 05:59 | ଏବଂ ଏହି ଭେରିଏବଲକୁ ଭେଲ୍ୟୁ Rakesh ଆସାଇନ୍ କରାଯାଇଛି |
| 06:03 | ତେଣୁ ସାଧାରଣତଃ Welcome() ଫଙ୍କଶନ୍ ମଧ୍ୟରେ, $fnameକୁ ଗୋଟିଏ ନୂତନ ଅସ୍ଥାୟୀ local ଭେରିଏବଲ୍ ଭାବେ ଘୋଷଣା କରାଯାଇଛି. ତା’ପରେ ଫଙ୍କଶନ୍ Hello()କୁ କଲ୍ କରାଯାଇଛି |
| 06:15 | ଏଠାରେ Hello()ର ଫଙ୍କଶନ୍ ପରିଭାଷା ଅଛି |
| 06:18 | ପ୍ରୋଗ୍ରାମର ଶେଷରେ ଉଭୟ Welcome() ଓ Hello() ଫଙ୍କଶନକୁ କଲ୍ କରାଯାଇଛି |
| 06:25 | ବର୍ତ୍ତମାନ ପ୍ରୋଗ୍ରାମକୁ ସେଭ୍ କରିବା ପାଇଁ Ctrl + Sକୁ ଦାବନ୍ତୁ |
| 06:29 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 06:31 | ଟର୍ମିନଲକୁ ଫେରିଆସିବା ସହିତ, perl ସ୍କୋପ୍ ହାଇଫେନ୍ local.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:41 | ଆଉଟପୁଟ୍ ଏହି ପରି ଭାବେ ପ୍ରଦର୍ଶିତ ହେବ:
Hello, Rakesh! Hello, Welcome to Spoken tutorials! |
| 06:48 | ଚାଲନ୍ତୁ ଆଉଟପୁଟକୁ ବୁଝିବା |
| 06:51 | ଯେତେବେଳେ ଫଙ୍କଶନ୍ Welcome()କୁ କଲ୍ କରାଯିବ, ଏହା ମଧ୍ୟରେ ଥିବା ଫଙ୍କଶନ୍ Hello(), local ଭେରିଏବଲକୁ ଆକ୍ସେସ୍ କରିବ |
| 06:59 | Welcome() ମଧ୍ୟରେ, $fnameର ଭେଲ୍ୟୁ Rakesh ଅଛି |
| 07:04 | ଏହା ପରେ, ପୁନର୍ବାର ଫଙ୍କଶନ୍ Hello(), ଭେରିଏବଲ୍ $fnameକୁ ଆକ୍ସେସ୍ କରିବ |
| 07:11 | କିନ୍ତୁ ଏଥର ଏହା ଭେରିଏବଲ୍ $fname ଅଟେ ଯାହାକୁ Welcome to spoken tutorialsରେ ଇନିଶିଆଲାଇଜ୍ କରାଯାଇଛି |
| 07:19 | ଫଙ୍କଶନ୍ Welcome() ମଧ୍ୟରେ ଏହା ଲୋକାଲ୍ ଭେରିଏବଲ୍ $fnameକୁ ଆକ୍ସେସ୍ କରିବ ନାହିଁ |
| 07:25 | ଯାହାର ଅର୍ଥ ହେଉଛି, ବ୍ଲକ୍ Welcome()କୁ ଛାଡିଲା ପରେ ଲୋକାଲ୍ ଭେରିଏବଲ୍ scopeକୁ ପୁନରୁଦ୍ଧାର କରିବ |
| 07:32 | ତା’ପରେ Perlରେ ଆମେ global ଭେରିଏବଲ୍ ବିଷୟରେ ଆଲୋଚନା କରିବା |
| 07:38 | ଗୋଟିଏ global variableକୁ ପ୍ରୋଗ୍ରାମର ଯେକୌଣସି ସ୍ଥାନରୁ ଆକ୍ସେସ୍ କରାଯାଇପାରିବ |
| 07:43 | Global variableଗୁଡିକୁ କୀୱର୍ଡ our ସହିତ ଘୋଷଣା କରାଯାଇଥାଏ |
| 07:47 | ଏଠାରେ କିଛି ଉଦାହରଣ ଅଛି.
our $fvalue = 100 semicolon </nowiki> our $fname =ଡବଲ୍ କ୍ଵୋଟ୍ ମଧ୍ୟରେ Priya semicolon |
| 08:01 | ବର୍ତ୍ତମାନ ଚାଲନ୍ତୁ global ଭେରିଏବଲଗୁଡିକର ଗୋଟିଏ କାର୍ଯ୍ୟକାରୀ ଉଦାହରଣକୁ ଦେଖିବା |
| 08:06 | ଟର୍ମିନଲକୁ ଫେରିଆସନ୍ତୁ, gedit ସ୍କୋପ୍ ହାଇଫେନ୍ our ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ |
| 08:16 | ଏହା, ସ୍କୋପ୍ ହାଇଫେନ୍ our.pl ଫାଇଲକୁ geditରେ ଖୋଲିବ |
| 08:22 | ମୁଁ ଲେଖିଥିବା ନମୂନା ପ୍ରୋଗ୍ରାମକୁ ବର୍ଣ୍ଣନା କରିବି |
| 08:27 | package main ଓ ଗୋଟିଏ ଗ୍ଲୋବାଲ୍ ଭେରିଏବଲ୍ ଭାବେ our $iକୁ ଘୋଷଣା କରାଯାଇଛି ଏବଂ ଏହାକୁ ମୁଁ 100କୁ ଇନିଶିଆଲାଇଜ୍ କରିଛି |
| 08:37 | package Firstର ଘୋଷଣାକୁ ଲକ୍ଷ୍ୟ କରନ୍ତୁ |
| 08:40 | ଗୋଟିଏ package, କୋଡର ଏକ ସଂଗ୍ରହ ଅଟେ ଯାହାର ନିଜର namespace ଅଛି |
| 08:46 | packages ମଧ୍ୟରେ ହେଉଥିବା variable name collisionsକୁ Namespace ପ୍ରତିହତ କରିଥାଏ |
| 08:51 | ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ package ଓ namespace ବିଷୟରେ ଅଧିକ ଶିଖିବା |
| 08:56 | package First ରେ, ଗ୍ଲୋବାଲ୍ ଭେରିଏବଲ୍ i, ଭେଲ୍ୟୁ 10କୁ ଧାରଣ କରିବ |
| 09:02 | package Second ରେ, ଗ୍ଲୋବାଲ୍ ଭେରିଏବଲ୍ iରେ ଭେଲ୍ୟୁ 20କୁ ଅସାଇନ୍ କରାଯାଇଛି |
| 09:08 | main package ଉଭୟ package First variable ଓ package Second variableକୁ ବ୍ୟବହାର କରିଥାଏ |
| 09:15 | ମୋ’ ପ୍ରୋଗ୍ରାମରେ ସମସ୍ତ packages ପାଇଁ ମୁଁ ସମାନ ଭେରିଏବଲ୍ iକୁ ଘୋଷଣା କରିଛି |
| 09:21 | package variable, package name colon colon variable name ଦ୍ଵାରା ରେଫର୍ କରାଯାଇଛି |
| 09:29 | ଆମ ଉଦାହରଣରେ ଏହା $First colon colon i, $Second colon colon i ଅଟେ |
| 09:39 | ଗୋଟିଏ ଫାଇଲ୍ ମଧ୍ୟରେ ଅନେକ packageଗୁଡିକ ଅଛି ଏବଂ ଗ୍ଲୋବାଲ୍ ଭେରିଏବଲ୍ ସମସ୍ତ packages ଦ୍ଵାରା ଆକ୍ସେସ୍ ହେବ |
| 09:47 | ବର୍ତ୍ତମାନ ଫାଇଲକୁ ସେଭ୍ କରିବା ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 09:51 | ତେଣୁ ଟର୍ମିନଲକୁ ଫେରିଆସିବା ସହିତ perl ସ୍କୋପ୍ ହାଇଫେନ୍ our ଡଟ୍ pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 09:59 | ଆଉଟପୁଟ୍ terminalରେ ପ୍ରଦର୍ଶିତ ହେବ |
| 10:03 | variable iକୁ କିପରି ଆସାଇନ୍ କରାଯାଉଛି ବୁଝିବା ପାଇଁ ଆଉଟପୁଟକୁ ନିଜେ ବିଶ୍ଳେଷଣ କରନ୍ତୁ |
| 10:11 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
| 10:16 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
ଭେରିଏବଲଗୁଡିକର ସ୍କୋପ୍ private variableଗୁଡିକର ଘୋଷଣା dynamically scoped variables ଓ ଉଦାହରଣ ସହିତ global variables |
| 10:29 | my ବ୍ୟତିତ localର ବ୍ୟବହାର ଗ୍ରହଣଯୋଗ୍ୟ ଅଟେ ଯେହେତୁ କମ୍ପାଇଲେଶନ୍ ଦୃତ ହୁଏ |
| 10:35 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
| 10:37 | ନିମ୍ନଲିଖିତ ଆସାଇନମେଣ୍ଟ ପାଇଁ କୋଡକୁ ଲେଖିବା ସହିତ ନିଷ୍ପାଦନ କରନ୍ତୁ |
| 10:42 | ଗୋଟିଏ packageକୁ FirstModule ଭାବେ ଘୋଷଣା କରନ୍ତୁ |
| 10:46 | ଗୋଟିଏ ଭେରିଏବଲ୍ $ageକୁ our ଭାବେ ଘୋଷଣା କରିବା ସହିତ ଭେଲ୍ୟୁ 42 ଆସାଇନ୍ କରନ୍ତୁ |
| 10:52 | ଅନ୍ୟ ଏକ ପ୍ୟାକେଜକୁ SecondModule ଭାବେ ଘୋଷଣା କରନ୍ତୁ |
| 10:56 | ଗୋଟିଏ ଭେରିଏବଲ୍ $agewordକୁ our ଭାବେ ଘୋଷଣା କରିବା ସହିତ ଡବଲ୍ କ୍ଵୋଟ୍ ମଧ୍ୟରେ ଭେଲ୍ୟୁ Forty-Two ଆସାଇନ୍ କରନ୍ତୁ |
| 11:05 | ଗୋଟିଏ ସବରୂଟିନ୍ First() ଘୋଷଣା କରନ୍ତୁ |
| 11:08 | ସବରୂଟିନ୍ ମଧ୍ୟରେ ନିମ୍ନ ଭଳି କୀୱର୍ଡ local ଓ my ସହିତ ଦୁଇଟି ଭେରିଏବଲକୁ ଘୋଷଣା କରନ୍ତୁ: |
| 11:16 | local $age = 52 ସେମିକୋଲନ୍ |
| 11:20 | my $ageword = ଡବଲ୍ କ୍ଵୋଟ୍ ମଧ୍ୟରେFifty-two ସେମିକୋଲନ୍ |
| 11:27 | ଅନ୍ୟ ଏକ ସବରୂଟିନ୍ Result() ଭାବେ କଲ୍ କରନ୍ତୁ |
| 11:31 | ଫଙ୍କଶନ୍ ମଧ୍ୟରେ $age ଓ $agewordର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରନ୍ତୁ |
| 11:37 | ସବରୂଟିନକୁ ସମାପ୍ତ କରନ୍ତୁ |
| 11:39 | ସବରୂଟିନ୍ Result()କୁ ଘୋଷଣା କରନ୍ତୁ |
| 11:42 | ପୁନର୍ବାର $age ଓ $agewordର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରନ୍ତୁ |
| 11:47 | ସବରୂଟିନକୁ ସମାପ୍ତ କରନ୍ତୁ |
| 11:49 | ଫଙ୍କଶନ୍ First()କୁ କଲ୍ କରନ୍ତୁ |
| 11:51 | ନିମ୍ନ ଭଳି Package First ଓ Package Secondକୁ ପ୍ରିଣ୍ଟ କରନ୍ତୁ: |
| 11:57 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 12:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
|
| 12:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 12:31 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |