PERL/C3/Access-Modifiers-in-PERL/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Access Modifiers in PERL ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:

ଭେରିଏବଲଗୁଡିକର ସ୍କୋପ୍ Private ଭେରିଏବଲଗୁଡିକ Dynamically scoped ଭେରିଏବଲଗୁଡିକ Global ଭେରିଏବଲଗୁଡିକ ବିଷୟରେ ଶିଖିବା

00:19 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:32 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:36 ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:40 ଯଦି ନାହିଁ ତେବେ spoken tutorial ୱେବସାଇଟରେ ଉପଲବ୍ଧ ଥିବା Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:47 ଭେରିଏବଲଗୁଡିକର ସ୍କୋପର ପରିଚୟରୁ ଚାଲନ୍ତୁ ଆରମ୍ଭ କରିବା
00:51 ଭେରିଏବଲର scope ହେଉଛି କୋଡର ସ୍ଥାନ, ଯାହା ମଧ୍ୟରେ ଗୋଟିଏ ଭେରିଏବଲକୁ ଆକ୍ସେସ୍ କରାଯାଇପାରିବ
00:58 ଅନ୍ୟ ଅର୍ଥରେ ଏହା ଭେରିଏବଲଗୁଡିକର ଦୃଶ୍ୟମାନତାକୁ ରେଫର୍ କରିଥାଏ
01:03 ପ୍ରଥମେ ଆମେ Perlରେ ଥିବା my, local ଓ our ମଡିଫାୟରଗୁଡିକ ବିଷୟରେ ଆଲୋଚନା କରିବା
01:10 myର ଅର୍ଥ Private variables,
01:13 localର ଅର୍ଥ Dynamically scoped variables,
01:17 ourର ଅର୍ଥ Global variables ଅଟେ
01:20 କୀୱର୍ଡ my ସହିତ ଘୋଷିତ ହୋଇଥିବା ଭେରିଏବଲଗୁଡିକ, ସେମାନେ ଘୋଷିତ ହୋଇଥିବା blockର ବାହାରେ ସ୍କୋପକୁ ହରାଇବସିବେ
01:28 ଏହି ପରି ଏହାକୁ ଗୋଟିଏ ଭେଲ୍ୟୁ ପ୍ରଦାନ ନକରି ଆପଣ ଏକ ଭେରିଏବଲକୁ ଘୋଷଣା କରିପାରିବେ: my $fvalue semicolon
01:37 ଏହି ପରି ଏହାକୁ ଗୋଟିଏ ଭେଲ୍ୟୁ ଆସାଇନ୍ କରିବା ସହିତ ଆପଣ ଗୋଟିଏ ଭେରିଏବଲର ଘୋଷଣା ମଧ୍ୟ କରିପାରିବେ:
01:43 my $fValue = 1 semicolon
01:48 my $fname = ଡବଲ୍ କ୍ଵୋଟ୍ ମଧ୍ୟରେ Rahul semicolon
01:55 ସମାନ my ଷ୍ଟେଟମେଣ୍ଟ ସହିତ ଅନେକ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ସିଣ୍ଟାକ୍ସ ନିମ୍ନ ଭଳି ହେବ:
02:02 my ବ୍ରାକେଟ୍ ଆରମ୍ଭ $fname କମା $lname କମା $age ବ୍ରାକେଟ୍ ଶେଷ ସେମିକୋଲନ୍
02:12 ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ private ଭେରିଏବଲଗୁଡିକୁ ବୁଝିବା
02:17 ମୋର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲନ୍ତୁ
02:24 ଟର୍ମିନଲକୁ ଖୋଲିବା ସହିତ ଟାଇପ୍ କରନ୍ତୁ: gedit ସ୍କୋପ୍ ହାଇଫେନ୍ my ଡଟ୍ pl ampersand ଏବଂ Enter ଦାବନ୍ତୁ
02:34 ବର୍ତ୍ତମାନ Scope-(ହାଇଫେନ୍)my dot pl, geditରେ ଖୋଲିଛି
02:39 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
02:46 ଏଠାରେ କୀୱର୍ଡ my ସହିତ ଗୋଟିଏ private ଭେରିଏବଲ୍ $fnameର ଘୋଷଣା କରାଯାଇଛି
02:52 ଏବଂ ଏହାକୁ ଗୋଟିଏ ଭେଲ୍ୟୁ Raghu ଆସାଇନ୍ କରନ୍ତୁ
02:56 ଏହି ବ୍ଲକ୍ ମଧ୍ୟରେ print ଷ୍ଟେଟମେଣ୍ଟ ଭେରିଏବଲ୍ fnameରେ ଭେଲ୍ୟୁକୁ ପ୍ରିଣ୍ଟ କରିବ ଯାହା Raghu ଅଟେ
03:04 ପରବର୍ତ୍ତୀ ବ୍ଲକରେ ସମାନ private ଭେରିଏବଲ୍ $fnameରେ ଭେଲ୍ୟୁ Otherକୁ ଘୋଷଣା କରାଯାଇଛି
03:11 ତେଣୁ print statement ଏହି ନିର୍ଦ୍ଦିଷ୍ଟ ବ୍ଲକ୍ ମଧ୍ୟରେ Otherକୁ ପ୍ରିଣ୍ଟ କରିବ
03:17 ଏହି ପ୍ରୋଗ୍ରାମର ଶେଷ print statement, କୌଣସି ଆଉଟପୁଟକୁ ପ୍ରିଣ୍ଟ କରିବ ନାହିଁ
03:23 ଏହାର କାରଣ ହେଉଛି ପୂର୍ବେ ପରିଭାଷିତ ହୋଇଥିବା ବ୍ଲକଗୁଡିକର ସ୍କୋପର ବାହାରେ, fnameକୁ କୌଣସି ଭେଲ୍ୟୁ ଆସାଇନ୍ କରାଯାଇନାହିଁ
03:32 ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+Sକୁ ଦାବନ୍ତୁ
03:37 ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:40 ଟର୍ମିନଲକୁ ଫେରିଆସନ୍ତୁ, perl ସ୍କୋପ୍ ହାଇଫେନ୍ my ଡଟ୍ pl ଟାଇପ୍ କରିବା ସହିତ Enter ଦାବନ୍ତୁ
03:49 ଆଉଟପୁଟ୍ ନିମ୍ନ ଭଳି ପ୍ରଦର୍ଶିତ ହେବ:

Block 1: Raghu Block 2: Other Outside Block: ଏଠାରେ ଆଉଟପୁଟ୍ ନାହିଁ

03:59 ତେଣୁ my ଭେରିଏବଲର ସ୍କୋପ୍, କେବଳ ଗୋଟିଏ ନିର୍ଦ୍ଦିଷ୍ଟ କୋଡର ବ୍ଲକ୍ ମଧ୍ୟରେ ଆକ୍ସେସ୍ କରାଯାଇପାରିବ
04:06 ବର୍ତ୍ତମାନ ବିଦ୍ୟମାନ ଥିବା ପ୍ରୋଗ୍ରାମକୁ ସାମାନ୍ୟ ପରିବର୍ତ୍ତନ କରନ୍ତୁ
04:10 ଶେଷ print ଷ୍ଟେଟମେଣ୍ଟ ପୂର୍ବରୁ ବ୍ଲକଗୁଡିକର ବାହାରେ my $fname = ଡବଲ୍ କ୍ଵୋଟ୍ ମଧ୍ୟରେ John ସେମିକୋଲନ୍, ସଂଯୁକ୍ତ କରନ୍ତୁ.

ପରିବର୍ତ୍ତନଗୁଡିକୁ ସେଭ୍ କରନ୍ତୁ

04:23 terminalକୁ ଫେରିଆସିବା ସହିତ ପୂର୍ବ ଭଳି ନିଷ୍ପାଦନ କରନ୍ତୁ
04:28 ପ୍ରଦର୍ଶିତ ହୋଇଥିବା ଆଉଟପୁଟକୁ ବିଶ୍ଳେଷଣ କରନ୍ତୁ
04:32 ଆଶା କରୁଛି ଆପଣ, ଗୋଟିଏ ବ୍ଲକ୍ ମଧ୍ୟରେ ଓ ବାହାରେ my ଭେରିଏବଲକୁ ବ୍ୟବହାର କରି ସ୍କୋପକୁ ବୁଝିବା ପାଇଁ ସକ୍ଷମ ହୋଇଥିବେ
04:41 ତା’ପରେ Perl ରେ ଆମେ dynamically scoped variable ବିଷୟରେ ଆଲୋଚନା କରିବା
04:47 କୀୱର୍ଡ Local, ଗୋଟିଏ global ଭେରିଏବଲକୁ ଏକ ଅସ୍ଥାୟୀ ସ୍କୋପ୍ ପ୍ରଦାନ କରିଥାଏ
04:52 ଅସଲ ବ୍ଲକରୁ କଲ୍ ହୋଇଥିବା ଜୌଣସି ଏକ functionରେ ଏହି ଭେରିଏବଲ୍ ଦୃଶ୍ୟମାନ ହେବ
04:58 ଆପଣ ଗୋଟିଏ local ଭେରିଏବଲକୁ ନିମ୍ନ ଭାବେ ଘୋଷଣା କରିପାରିବେ:

local $fValue = 100 semicolon local $fname = ଡବଲ୍ କ୍ଵୋଟ୍ ମଧ୍ୟରେ Rakesh ସେମିକୋଲନ୍

05:13 ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଏହାକୁ ବୁଝନ୍ତୁ
05:17 ଟର୍ମିନଲକୁ ଖୋଲନ୍ତୁ, gedit ସ୍କୋପ୍ ହାଇଫେନ୍ local ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ
05:27 ଏହା scope ହାଇଫେନ୍ local ଡଟ୍ pl ଫାଇଲକୁ geditରେ ଖୋଲିବ
05:33 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
05:40 ଏଠାରେ ପ୍ରଥମ ଲାଇନରେ ଗୋଟିଏ ଭେରିଏବଲ୍ $fnameକୁ ଘୋଷଣା କରାଯିବା ସହିତ ଏହାକୁ ଇନିଶିଆଲାଇଜ୍ କରାଯାଇଛି
05:47 ଫଙ୍କଶନ୍ Welcome() ମଧ୍ୟରେ, ସମାନ ନାମ $fname ଦ୍ଵାରା ଗୋଟିଏ local ଭେରିଏବଲକୁ ଘୋଷଣା କରାଯାଇଛି
05:54 ଭେରିଏବଲ୍ ନେମ୍ ପୂର୍ବରୁ କୀୱର୍ଡ localକୁ ଲକ୍ଷ୍ୟ କରନ୍ତୁ
05:59 ଏବଂ ଏହି ଭେରିଏବଲକୁ ଭେଲ୍ୟୁ Rakesh ଆସାଇନ୍ କରାଯାଇଛି
06:03 ତେଣୁ ସାଧାରଣତଃ Welcome() ଫଙ୍କଶନ୍ ମଧ୍ୟରେ, $fnameକୁ ଗୋଟିଏ ନୂତନ ଅସ୍ଥାୟୀ local ଭେରିଏବଲ୍ ଭାବେ ଘୋଷଣା କରାଯାଇଛି. ତା’ପରେ ଫଙ୍କଶନ୍ Hello()କୁ କଲ୍ କରାଯାଇଛି
06:15 ଏଠାରେ Hello()ର ଫଙ୍କଶନ୍ ପରିଭାଷା ଅଛି
06:18 ପ୍ରୋଗ୍ରାମର ଶେଷରେ ଉଭୟ Welcome() ଓ Hello() ଫଙ୍କଶନକୁ କଲ୍ କରାଯାଇଛି
06:25 ବର୍ତ୍ତମାନ ପ୍ରୋଗ୍ରାମକୁ ସେଭ୍ କରିବା ପାଇଁ Ctrl + Sକୁ ଦାବନ୍ତୁ
06:29 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
06:31 ଟର୍ମିନଲକୁ ଫେରିଆସିବା ସହିତ, perl ସ୍କୋପ୍ ହାଇଫେନ୍ local.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:41 ଆଉଟପୁଟ୍ ଏହି ପରି ଭାବେ ପ୍ରଦର୍ଶିତ ହେବ:

Hello, Rakesh! Hello, Welcome to Spoken tutorials!

06:48 ଚାଲନ୍ତୁ ଆଉଟପୁଟକୁ ବୁଝିବା
06:51 ଯେତେବେଳେ ଫଙ୍କଶନ୍ Welcome()କୁ କଲ୍ କରାଯିବ, ଏହା ମଧ୍ୟରେ ଥିବା ଫଙ୍କଶନ୍ Hello(), local ଭେରିଏବଲକୁ ଆକ୍ସେସ୍ କରିବ
06:59 Welcome() ମଧ୍ୟରେ, $fnameର ଭେଲ୍ୟୁ Rakesh ଅଛି
07:04 ଏହା ପରେ, ପୁନର୍ବାର ଫଙ୍କଶନ୍ Hello(), ଭେରିଏବଲ୍ $fnameକୁ ଆକ୍ସେସ୍ କରିବ
07:11 କିନ୍ତୁ ଏଥର ଏହା ଭେରିଏବଲ୍ $fname ଅଟେ ଯାହାକୁ Welcome to spoken tutorialsରେ ଇନିଶିଆଲାଇଜ୍ କରାଯାଇଛି
07:19 ଫଙ୍କଶନ୍ Welcome() ମଧ୍ୟରେ ଏହା ଲୋକାଲ୍ ଭେରିଏବଲ୍ $fnameକୁ ଆକ୍ସେସ୍ କରିବ ନାହିଁ
07:25 ଯାହାର ଅର୍ଥ ହେଉଛି, ବ୍ଲକ୍ Welcome()କୁ ଛାଡିଲା ପରେ ଲୋକାଲ୍ ଭେରିଏବଲ୍ scopeକୁ ପୁନରୁଦ୍ଧାର କରିବ
07:32 ତା’ପରେ Perlରେ ଆମେ global ଭେରିଏବଲ୍ ବିଷୟରେ ଆଲୋଚନା କରିବା
07:38 ଗୋଟିଏ global variableକୁ ପ୍ରୋଗ୍ରାମର ଯେକୌଣସି ସ୍ଥାନରୁ ଆକ୍ସେସ୍ କରାଯାଇପାରିବ
07:43 Global variableଗୁଡିକୁ କୀୱର୍ଡ our ସହିତ ଘୋଷଣା କରାଯାଇଥାଏ
07:47 ଏଠାରେ କିଛି ଉଦାହରଣ ଅଛି.

our $fvalue = 100 semicolon </nowiki> our $fname =ଡବଲ୍ କ୍ଵୋଟ୍ ମଧ୍ୟରେ Priya semicolon

08:01 ବର୍ତ୍ତମାନ ଚାଲନ୍ତୁ global ଭେରିଏବଲଗୁଡିକର ଗୋଟିଏ କାର୍ଯ୍ୟକାରୀ ଉଦାହରଣକୁ ଦେଖିବା
08:06 ଟର୍ମିନଲକୁ ଫେରିଆସନ୍ତୁ, gedit ସ୍କୋପ୍ ହାଇଫେନ୍ our ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ
08:16 ଏହା, ସ୍କୋପ୍ ହାଇଫେନ୍ our.pl ଫାଇଲକୁ geditରେ ଖୋଲିବ
08:22 ମୁଁ ଲେଖିଥିବା ନମୂନା ପ୍ରୋଗ୍ରାମକୁ ବର୍ଣ୍ଣନା କରିବି
08:27 package main ଓ ଗୋଟିଏ ଗ୍ଲୋବାଲ୍ ଭେରିଏବଲ୍ ଭାବେ our $iକୁ ଘୋଷଣା କରାଯାଇଛି ଏବଂ ଏହାକୁ ମୁଁ 100କୁ ଇନିଶିଆଲାଇଜ୍ କରିଛି
08:37 package Firstର ଘୋଷଣାକୁ ଲକ୍ଷ୍ୟ କରନ୍ତୁ
08:40 ଗୋଟିଏ package, କୋଡର ଏକ ସଂଗ୍ରହ ଅଟେ ଯାହାର ନିଜର namespace ଅଛି
08:46 packages ମଧ୍ୟରେ ହେଉଥିବା variable name collisionsକୁ Namespace ପ୍ରତିହତ କରିଥାଏ
08:51 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ package ଓ namespace ବିଷୟରେ ଅଧିକ ଶିଖିବା
08:56 package First ରେ, ଗ୍ଲୋବାଲ୍ ଭେରିଏବଲ୍ i, ଭେଲ୍ୟୁ 10କୁ ଧାରଣ କରିବ
09:02 package Second ରେ, ଗ୍ଲୋବାଲ୍ ଭେରିଏବଲ୍ iରେ ଭେଲ୍ୟୁ 20କୁ ଅସାଇନ୍ କରାଯାଇଛି
09:08 main package ଉଭୟ package First variable ଓ package Second variableକୁ ବ୍ୟବହାର କରିଥାଏ
09:15 ମୋ’ ପ୍ରୋଗ୍ରାମରେ ସମସ୍ତ packages ପାଇଁ ମୁଁ ସମାନ ଭେରିଏବଲ୍ iକୁ ଘୋଷଣା କରିଛି
09:21 package variable, package name colon colon variable name ଦ୍ଵାରା ରେଫର୍ କରାଯାଇଛି
09:29 ଆମ ଉଦାହରଣରେ ଏହା $First colon colon i, $Second colon colon i ଅଟେ
09:39 ଗୋଟିଏ ଫାଇଲ୍ ମଧ୍ୟରେ ଅନେକ packageଗୁଡିକ ଅଛି ଏବଂ ଗ୍ଲୋବାଲ୍ ଭେରିଏବଲ୍ ସମସ୍ତ packages ଦ୍ଵାରା ଆକ୍ସେସ୍ ହେବ
09:47 ବର୍ତ୍ତମାନ ଫାଇଲକୁ ସେଭ୍ କରିବା ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
09:51 ତେଣୁ ଟର୍ମିନଲକୁ ଫେରିଆସିବା ସହିତ perl ସ୍କୋପ୍ ହାଇଫେନ୍ our ଡଟ୍ pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
09:59 ଆଉଟପୁଟ୍ terminalରେ ପ୍ରଦର୍ଶିତ ହେବ
10:03 variable iକୁ କିପରି ଆସାଇନ୍ କରାଯାଉଛି ବୁଝିବା ପାଇଁ ଆଉଟପୁଟକୁ ନିଜେ ବିଶ୍ଳେଷଣ କରନ୍ତୁ
10:11 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
10:16 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

ଭେରିଏବଲଗୁଡିକର ସ୍କୋପ୍ private variableଗୁଡିକର ଘୋଷଣା dynamically scoped variables ଓ ଉଦାହରଣ ସହିତ global variables

10:29 my ବ୍ୟତିତ localର ବ୍ୟବହାର ଗ୍ରହଣଯୋଗ୍ୟ ଅଟେ ଯେହେତୁ କମ୍ପାଇଲେଶନ୍ ଦୃତ ହୁଏ
10:35 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
10:37 ନିମ୍ନଲିଖିତ ଆସାଇନମେଣ୍ଟ ପାଇଁ କୋଡକୁ ଲେଖିବା ସହିତ ନିଷ୍ପାଦନ କରନ୍ତୁ
10:42 ଗୋଟିଏ packageକୁ FirstModule ଭାବେ ଘୋଷଣା କରନ୍ତୁ
10:46 ଗୋଟିଏ ଭେରିଏବଲ୍ $ageକୁ our ଭାବେ ଘୋଷଣା କରିବା ସହିତ ଭେଲ୍ୟୁ 42 ଆସାଇନ୍ କରନ୍ତୁ
10:52 ଅନ୍ୟ ଏକ ପ୍ୟାକେଜକୁ SecondModule ଭାବେ ଘୋଷଣା କରନ୍ତୁ
10:56 ଗୋଟିଏ ଭେରିଏବଲ୍ $agewordକୁ our ଭାବେ ଘୋଷଣା କରିବା ସହିତ ଡବଲ୍ କ୍ଵୋଟ୍ ମଧ୍ୟରେ ଭେଲ୍ୟୁ Forty-Two ଆସାଇନ୍ କରନ୍ତୁ
11:05 ଗୋଟିଏ ସବରୂଟିନ୍ First() ଘୋଷଣା କରନ୍ତୁ
11:08 ସବରୂଟିନ୍ ମଧ୍ୟରେ ନିମ୍ନ ଭଳି କୀୱର୍ଡ local ଓ my ସହିତ ଦୁଇଟି ଭେରିଏବଲକୁ ଘୋଷଣା କରନ୍ତୁ:
11:16 local $age = 52 ସେମିକୋଲନ୍
11:20 my $ageword = ଡବଲ୍ କ୍ଵୋଟ୍ ମଧ୍ୟରେFifty-two ସେମିକୋଲନ୍
11:27 ଅନ୍ୟ ଏକ ସବରୂଟିନ୍ Result() ଭାବେ କଲ୍ କରନ୍ତୁ
11:31 ଫଙ୍କଶନ୍ ମଧ୍ୟରେ $age ଓ $agewordର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରନ୍ତୁ
11:37 ସବରୂଟିନକୁ ସମାପ୍ତ କରନ୍ତୁ
11:39 ସବରୂଟିନ୍ Result()କୁ ଘୋଷଣା କରନ୍ତୁ
11:42 ପୁନର୍ବାର $age ଓ $agewordର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରନ୍ତୁ
11:47 ସବରୂଟିନକୁ ସମାପ୍ତ କରନ୍ତୁ
11:49 ଫଙ୍କଶନ୍ First()କୁ କଲ୍ କରନ୍ତୁ
11:51 ନିମ୍ନ ଭଳି Package First ଓ Package Secondକୁ ପ୍ରିଣ୍ଟ କରନ୍ତୁ:
11:57 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
12:31 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep