Difference between revisions of "BASH/C3/More-on-functions/Oriya"
From Script | Spoken-Tutorial
(Created page with "{|border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, More on functions ଉପରେ ସ୍ପୋକେନ ଟ୍ୟୁଟୋରିଆଲ୍ କୁ ସ...") |
PoojaMoolya (Talk | contribs) |
||
Line 13: | Line 13: | ||
|- | |- | ||
|00:09 | |00:09 | ||
− | | | + | | କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ ଫଙ୍କସନକୁ ଏକ argument ପାସ୍ କରିବା |
|- | |- | ||
|00:11 | |00:11 | ||
− | | | + | | ଗୋଟିଏ ଫଙ୍କସନ ମଧ୍ୟରେ local variable ପରିଭାଷିତ କରିବା |
|- | |- | ||
| 00:16 | | 00:16 | ||
− | | | + | | ଏବଂ ଗୋଟିଏ ଫଙ୍କସନ ମଧ୍ୟରେ global variable ପରିଭାଷିତ କରିବା |
|- | |- | ||
Line 37: | Line 37: | ||
|- | |- | ||
|00:37 | |00:37 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
|- | |- | ||
|00:42 | |00:42 | ||
− | | | + | |GNU BASH ଭର୍ସନ 4.2 |
|- | |- | ||
Line 133: | Line 133: | ||
|- | |- | ||
|03:03 | |03:03 | ||
− | | | + | |ଏହାର ଭାଲ୍ୟୁ, ପରିଭାଷିତ କରାଯାଇଥିବା ଫଙ୍କସନ୍ ମଧ୍ୟରେ ବୈଧ ହେବ |
|- | |- | ||
|03:10 | |03:10 | ||
− | | | + | | କୀ ୱର୍ଡ local ବ୍ୟବହାର କରି local variableର ଘୋଷଣା କରାଯାଇଥାଏ |
|- | |- |
Latest revision as of 15:09, 15 May 2017
Time | Narration |
00:01 | ବନ୍ଧୁଗଣ, More on functions ଉପରେ ସ୍ପୋକେନ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:09 | କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ ଫଙ୍କସନକୁ ଏକ argument ପାସ୍ କରିବା |
00:11 | ଗୋଟିଏ ଫଙ୍କସନ ମଧ୍ୟରେ local variable ପରିଭାଷିତ କରିବା |
00:16 | ଏବଂ ଗୋଟିଏ ଫଙ୍କସନ ମଧ୍ୟରେ global variable ପରିଭାଷିତ କରିବା |
00:23 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:28 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:35 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:37 | ଉବୁଣ୍ଟୁ ଲିନକ୍ସ 12.04 OS |
00:42 | GNU BASH ଭର୍ସନ 4.2 |
00:45 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:52 | ପ୍ରଥମେ ଆମେ, ଗୋଟିଏ ଫଙ୍କସନକୁ କିପରି ଏକ argument ପାସ୍ କରିବା ଓ ତାହାର ବ୍ୟବହାର ବିଷୟରେ ଶିଖିବା |
00:59 | function_(ଅଣ୍ଡରସ୍କୋର) parameters.sh ଫାଇଲ୍ ଖୋଲନ୍ତୁ |
01:05 | ଏହା ହେଉଛି shebang ଲାଇନ୍ |
01:08 | ଆମ ଫଙ୍କସନର ନାମ ହେଉଛି, say_( ଅଣ୍ଡରସ୍କୋର)welcome |
01:13 | ଖୋଲା କର୍ଲି ବ୍ରାକେଟ functionର ପରିଭାଷାକୁ ଖୋଲିଥାଏ |
01:18 | $1 (ଡଲାର ୱନ୍) ହେଉଛି, ପ୍ରଥମ positional parameter |
01:22 | $2 (ଡଲାର ଟୁ) ହେଉଛି, ଦ୍ୱିତୀୟ positional parameter |
01:26 | ବନ୍ଦ କର୍ଲି ବ୍ରାକେଟ ଫଙ୍କସନର ପରିଭାଷାକୁ ବନ୍ଦ କରିଥାଏ |
01:30 | ଏଠାରେ, say_welcome ଫଙ୍କସନ୍, arguments ସହିତ କଲ୍ ହୋଇଥାଏ |
01:35 | ସିଣ୍ଟାକ୍ସ ହେଉଛି- function ନାମ, ଅର୍ଥାତ୍ say_welcome ତା’ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ arguments, ଯାହା ହେଉଛି Bash ଓ learning |
01:49 | ସେହିପରି ଭାବେ ମୁଁ, ଆର୍ଗୁମେଣ୍ଟସର ଏକ ଭିନ୍ନ ସେଟ ସହିତ ସେହି ଫଙ୍କସନକୁ କଲ୍ କରିବି. ତେବେ ମୋ ପାଖରେ, say_welcome ସ୍ପେସ୍ ଡବଲ କ୍ୱୋଟ୍ସ ମଧ୍ୟରେ functions in ସ୍ପେସ୍ ଡବଲ କ୍ୱୋଟ ମଧ୍ୟରେ Bash ଅଛି |
02:05 | ଫାଇଲକୁ save କରି ଟର୍ମିନଲକୁ ଯା’ନ୍ତୁ |
02:08 | ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ x ସ୍ପେସ୍ function ଅଣ୍ଡରସ୍କୋର parameters ଡଟ୍ sh |
02:17 | Enter ଦାବନ୍ତୁ |
02:19 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଅଣ୍ଡରସ୍କୋର parameters ଡଟ୍ sh |
02:26 | Enter ଦାବନ୍ତୁ |
02:28 | ଏକ ଫଙ୍କସନକୁ ପାସ୍ ହୋଇଥିବା arguments, positional parameters ଦ୍ୱାରା ପରିବର୍ତ୍ତିତ କରାଯାଇଥିବାର ଦେଖନ୍ତୁ |
02:36 | ଡଲାର 1($1), ଷ୍ଟ୍ରିଙ୍ଗ୍ Bash ଦ୍ୱାରା ଏବଂ ଡଲାର 2($2), learning ଦ୍ୱାରା ପରିବର୍ତ୍ତିତ କରାଯାଇଛି |
02:45 | ପୁଣିଥରେ, ଡଲାର 1($1), functions in ଦ୍ୱାରା ଏବଂ ଡଲାର 2($2), Bash ଦ୍ୱାରା ପରିବର୍ତ୍ତିତ କରାଯାଇଛି |
02:55 | Bash ରେ, variableଗୁଡିକୁ, local variables ଓ global variables ଭାବେ ଘୋଷଣା କରାଯାଇପାରେ |
03:01 | Local variable |
03:03 | ଏହାର ଭାଲ୍ୟୁ, ପରିଭାଷିତ କରାଯାଇଥିବା ଫଙ୍କସନ୍ ମଧ୍ୟରେ ବୈଧ ହେବ |
03:10 | କୀ ୱର୍ଡ local ବ୍ୟବହାର କରି local variableର ଘୋଷଣା କରାଯାଇଥାଏ |
03:15 | Global variable |
03:17 | ସମଗ୍ର Bash scriptରେ, ଏକ global variableର ଭାଲ୍ୟୁକୁ ଆକ୍ସେସ କରିହେବ |
03:24 | ଫଙ୍କସନ ମଧ୍ୟରେ ଏକ ଭେରିଏବଲର ଘୋଷଣା କରିବାର, ଏହି 2ଟି ଉପାୟ ଚାଲନ୍ତୁ ଶିଖିବା |
03:29 | Function_(ଅଣ୍ଡରସ୍କୋର୍)local.sh ନାମକ ଫାଇଲ ଖୋଲନ୍ତୁ |
03:35 | ଏହା ହେଉଛି shebang line |
03:39 | Say_(ଅଣ୍ଡରସ୍କୋର୍)hello ହେଉଛି ଫଙ୍କସନର ନାମ |
03:43 | ଏଠାରେ, ଭେରିଏବଲ first_name, କୀ ୱର୍ଡ local ସହିତ ଘୋଷିତ ହୋଇଛି |
03:49 | ଅର୍ଥାତ୍, ଏହାର ଭାଲ୍ୟୁ, କେବଳ say_hello ଫଙ୍କସନ ମଧ୍ୟରେ ହିଁ ବୈଧ ହେବ |
03:55 | କୌଣସି କୀ ୱର୍ଡ ନଥାଇ ଘୋଷିତ ହୋଇଥିବା ଭେରିଏବଲକୁ, global variable ଭାବେ ଜଣାଯାଏ |
04:01 | ତେବେ, ସମଗ୍ର ସ୍କ୍ରିପ୍ଟରେ, ଭେରିଏବଲ last_nameକୁ ଆକ୍ସେସ କରିହେବ |
04:08 | ଏହି echo ଲାଇନରେ, ଭେରିଏବଲଗୁଡ଼ିକର ଭାଲ୍ୟୁକୁ ପ୍ରଦର୍ଶିତ କରାଯିବ |
04:12 | first_name |
04:14 | middle _name ଓ last _name |
04:17 | ଏହାପରେ, ଫଙ୍କସନକୁ ବନ୍ଦ କରନ୍ତୁ |
04:21 | ଏଠାରେ, ଭେରିଏବଲ middle_name, ବିନା କୌଣସି କୀ ୱର୍ଡ ସହିତ ଘୋଷଣା କରାଯାଇଛି. ତେଣୁ, ଏହାର ଭାଲ୍ୟୁ ସମଗ୍ର ସ୍କ୍ରିପ୍ଟରେ global ହେବ |
04:30 | ପୁଣିଥରେ, ଏଠାରେ functionକୁ କଲ୍ କରନ୍ତୁ |
04:34 | Pratik ଓ Patil ନାମରେ ଦୁଇଟି ଆର୍ଗୁମେଣ୍ଟ, ଏହି function callକୁ ପାସ୍ କରନ୍ତୁ |
04:41 | ଏହିସବୁ echo ଷ୍ଟେଟମେଣ୍ଟ, ଭେରିଏବଲଗୁଡିକର ଭାଲ୍ୟୁ ପ୍ରଦର୍ଶନ କରିବ - |
04:45 | $first_name, $middle_name ଓ $last_name |
04:51 | ଦୟାକରି ଏହା ମନେରଖନ୍ତୁ ଯେ, first_name ହେଉଛି ଏକ local variable |
04:57 | ଫାଇଲକୁ save କରି ଟର୍ମିନଲକୁ ଯା’ନ୍ତୁ |
05:00 | ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଅଣ୍ଡରସ୍କୋର୍ local ଡଟ୍ sh. |
05:09 | Enter ଦାବନ୍ତୁ |
05:11 | ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ function ଅଣ୍ଡରସ୍କୋର local ଡଟ୍ sh |
05:16 | Enter ଦାବନ୍ତୁ |
05:18 | ଆଉଟପୁଟର ପ୍ରଥମ ଲାଇନ୍ ପ୍ରଦର୍ଶିତ କରେ, Hello Pratik K Patil |
05:25 | ଏଠାରେ, Pratik ଭାଲ୍ୟୁ ଥିବା ଭେରିଏବଲ first_name ହେଉଛି local |
05:31 | ଅର୍ଥାତ୍, ଭାଲ୍ୟୁ, ଫଙ୍କସନ ପାଇଁ ସୀମିତ ଅଟେ |
05:35 | ବର୍ତ୍ତମାନ, ଫଙ୍କସନ ବାହାରେ local variable କିପରି ବ୍ୟବହାର କରୁଛି, ଦେଖିବା |
05:41 | ଏଠାରେ, first_nameରେ କିଛି ବି ପ୍ରଦର୍ଶିତ ହୋଇନାହିଁ |
05:44 | ଏହା, ଫଙ୍କସନ ପାଇଁ first_name ଲୋକଲ ହୋଇଥିବା କାରଣରୁ ହୋଇଛି ଏବଂ ଏହା ଫଙ୍କସନ ବାହାରେ ଉପଲବ୍ଧ ନାହିଁ |
05:53 | ଗ୍ଲୋବଲ ଭେରିଏବଲ୍ସ ହୋଇଥିବାରୁ Middle_name ଓ last_name ପ୍ରିଣ୍ଟ ହେଲା |
05:59 | ଆଶା କରୁଛୁ, ପ୍ରଭେଦଟି ଆପଣ ଜାଣିପାରିଥିବେ |
06:02 | ସଂକ୍ଷିପ୍ତରେ |
06:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
06:07 | ଗୋଟିଏ ଫଙ୍କସନକୁ arguments ପାସ୍ କରିବା,
ଗୋଟିଏ ଫଙ୍କସନରେ local variable ଘୋଷଣା କରିବା |
06:14 | ଗୋଟିଏ ଫଙ୍କସନରେ global variableର ଘୋଷଣା କରିବା, କେତେକ ଉଦାହରଣ ସାହାଯ୍ୟରେ |
06:20 | ଏକ ଆସାଇନମେଣ୍ଟ ଭାବେ |
06:22 | ଦୁଇଟି arguments ଗ୍ରହଣ କରୁଥିବା ଗୋଟିଏ ପ୍ରୋଗ୍ରମ ଲେଖନ୍ତୁ. ଫଙ୍କସନଟି, ସେହି ଦୁଇଟି argumentsକୁ ଗୁଣନ କରୁଥିବା ଉଚିତ |
06:31 | arguments (1, 2), (2, 3) ଓ (3, 4) ଥାଇ 3ଟି ଫଙ୍କସନ କଲ୍ କରନ୍ତୁ |
06:39 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
06:43 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:00 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:07 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:11 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
07:26 | ଆଇଆଇଟି ବମ୍ୱେ ତରଫରୁ |
07:31 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |