BASH/C3/More-on-functions/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, More on functions ଉପରେ ସ୍ପୋକେନ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:09 କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ ଫଙ୍କସନକୁ ଏକ argument ପାସ୍ କରିବା
00:11 ଗୋଟିଏ ଫଙ୍କସନ ମଧ୍ୟରେ local variable ପରିଭାଷିତ କରିବା
00:16 ଏବଂ ଗୋଟିଏ ଫଙ୍କସନ ମଧ୍ୟରେ global variable ପରିଭାଷିତ କରିବା
00:23 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:28 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:35 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:37 ଉବୁଣ୍ଟୁ ଲିନକ୍ସ 12.04 OS
00:42 GNU BASH ଭର୍ସନ 4.2
00:45 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:52 ପ୍ରଥମେ ଆମେ, ଗୋଟିଏ ଫଙ୍କସନକୁ କିପରି ଏକ argument ପାସ୍ କରିବା ଓ ତାହାର ବ୍ୟବହାର ବିଷୟରେ ଶିଖିବା
00:59 function_(ଅଣ୍ଡରସ୍କୋର) parameters.sh ଫାଇଲ୍ ଖୋଲନ୍ତୁ
01:05 ଏହା ହେଉଛି shebang ଲାଇନ୍
01:08 ଆମ ଫଙ୍କସନର ନାମ ହେଉଛି, say_( ଅଣ୍ଡରସ୍କୋର)welcome
01:13 ଖୋଲା କର୍ଲି ବ୍ରାକେଟ functionର ପରିଭାଷାକୁ ଖୋଲିଥାଏ
01:18 $1 (ଡଲାର ୱନ୍) ହେଉଛି, ପ୍ରଥମ positional parameter
01:22 $2 (ଡଲାର ଟୁ) ହେଉଛି, ଦ୍ୱିତୀୟ positional parameter
01:26 ବନ୍ଦ କର୍ଲି ବ୍ରାକେଟ ଫଙ୍କସନର ପରିଭାଷାକୁ ବନ୍ଦ କରିଥାଏ
01:30 ଏଠାରେ, say_welcome ଫଙ୍କସନ୍, arguments ସହିତ କଲ୍ ହୋଇଥାଏ
01:35 ସିଣ୍ଟାକ୍ସ ହେଉଛି- function ନାମ, ଅର୍ଥାତ୍ say_welcome ତା’ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ arguments, ଯାହା ହେଉଛି Bash ଓ learning
01:49 ସେହିପରି ଭାବେ ମୁଁ, ଆର୍ଗୁମେଣ୍ଟସର ଏକ ଭିନ୍ନ ସେଟ ସହିତ ସେହି ଫଙ୍କସନକୁ କଲ୍ କରିବି. ତେବେ ମୋ ପାଖରେ, say_welcome ସ୍ପେସ୍ ଡବଲ କ୍ୱୋଟ୍ସ ମଧ୍ୟରେ functions in ସ୍ପେସ୍ ଡବଲ କ୍ୱୋଟ ମଧ୍ୟରେ Bash ଅଛି
02:05 ଫାଇଲକୁ save କରି ଟର୍ମିନଲକୁ ଯା’ନ୍ତୁ
02:08 ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ x ସ୍ପେସ୍ function ଅଣ୍ଡରସ୍କୋର parameters ଡଟ୍ sh
02:17 Enter ଦାବନ୍ତୁ
02:19 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଅଣ୍ଡରସ୍କୋର parameters ଡଟ୍ sh
02:26 Enter ଦାବନ୍ତୁ
02:28 ଏକ ଫଙ୍କସନକୁ ପାସ୍ ହୋଇଥିବା arguments, positional parameters ଦ୍ୱାରା ପରିବର୍ତ୍ତିତ କରାଯାଇଥିବାର ଦେଖନ୍ତୁ
02:36 ଡଲାର 1($1), ଷ୍ଟ୍ରିଙ୍ଗ୍ Bash ଦ୍ୱାରା ଏବଂ ଡଲାର 2($2), learning ଦ୍ୱାରା ପରିବର୍ତ୍ତିତ କରାଯାଇଛି
02:45 ପୁଣିଥରେ, ଡଲାର 1($1), functions in ଦ୍ୱାରା ଏବଂ ଡଲାର 2($2), Bash ଦ୍ୱାରା ପରିବର୍ତ୍ତିତ କରାଯାଇଛି
02:55 Bash ରେ, variableଗୁଡିକୁ, local variables ଓ global variables ଭାବେ ଘୋଷଣା କରାଯାଇପାରେ
03:01 Local variable
03:03 ଏହାର ଭାଲ୍ୟୁ, ପରିଭାଷିତ କରାଯାଇଥିବା ଫଙ୍କସନ୍ ମଧ୍ୟରେ ବୈଧ ହେବ
03:10 କୀ ୱର୍ଡ local ବ୍ୟବହାର କରି local variableର ଘୋଷଣା କରାଯାଇଥାଏ
03:15 Global variable
03:17 ସମଗ୍ର Bash scriptରେ, ଏକ global variableର ଭାଲ୍ୟୁକୁ ଆକ୍ସେସ କରିହେବ
03:24 ଫଙ୍କସନ ମଧ୍ୟରେ ଏକ ଭେରିଏବଲର ଘୋଷଣା କରିବାର, ଏହି 2ଟି ଉପାୟ ଚାଲନ୍ତୁ ଶିଖିବା
03:29 Function_(ଅଣ୍ଡରସ୍କୋର୍)local.sh ନାମକ ଫାଇଲ ଖୋଲନ୍ତୁ
03:35 ଏହା ହେଉଛି shebang line
03:39 Say_(ଅଣ୍ଡରସ୍କୋର୍)hello ହେଉଛି ଫଙ୍କସନର ନାମ
03:43 ଏଠାରେ, ଭେରିଏବଲ first_name, କୀ ୱର୍ଡ local ସହିତ ଘୋଷିତ ହୋଇଛି
03:49 ଅର୍ଥାତ୍, ଏହାର ଭାଲ୍ୟୁ, କେବଳ say_hello ଫଙ୍କସନ ମଧ୍ୟରେ ହିଁ ବୈଧ ହେବ
03:55 କୌଣସି କୀ ୱର୍ଡ ନଥାଇ ଘୋଷିତ ହୋଇଥିବା ଭେରିଏବଲକୁ, global variable ଭାବେ ଜଣାଯାଏ
04:01 ତେବେ, ସମଗ୍ର ସ୍କ୍ରିପ୍ଟରେ, ଭେରିଏବଲ last_nameକୁ ଆକ୍ସେସ କରିହେବ
04:08 ଏହି echo ଲାଇନରେ, ଭେରିଏବଲଗୁଡ଼ିକର ଭାଲ୍ୟୁକୁ ପ୍ରଦର୍ଶିତ କରାଯିବ
04:12 first_name
04:14 middle _name ଓ last _name
04:17 ଏହାପରେ, ଫଙ୍କସନକୁ ବନ୍ଦ କରନ୍ତୁ
04:21 ଏଠାରେ, ଭେରିଏବଲ middle_name, ବିନା କୌଣସି କୀ ୱର୍ଡ ସହିତ ଘୋଷଣା କରାଯାଇଛି. ତେଣୁ, ଏହାର ଭାଲ୍ୟୁ ସମଗ୍ର ସ୍କ୍ରିପ୍ଟରେ global ହେବ
04:30 ପୁଣିଥରେ, ଏଠାରେ functionକୁ କଲ୍ କରନ୍ତୁ
04:34 Pratik ଓ Patil ନାମରେ ଦୁଇଟି ଆର୍ଗୁମେଣ୍ଟ, ଏହି function callକୁ ପାସ୍ କରନ୍ତୁ
04:41 ଏହିସବୁ echo ଷ୍ଟେଟମେଣ୍ଟ, ଭେରିଏବଲଗୁଡିକର ଭାଲ୍ୟୁ ପ୍ରଦର୍ଶନ କରିବ -
04:45 $first_name, $middle_name ଓ $last_name
04:51 ଦୟାକରି ଏହା ମନେରଖନ୍ତୁ ଯେ, first_name ହେଉଛି ଏକ local variable
04:57 ଫାଇଲକୁ save କରି ଟର୍ମିନଲକୁ ଯା’ନ୍ତୁ
05:00 ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଅଣ୍ଡରସ୍କୋର୍ local ଡଟ୍ sh.
05:09 Enter ଦାବନ୍ତୁ
05:11 ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ function ଅଣ୍ଡରସ୍କୋର local ଡଟ୍ sh
05:16 Enter ଦାବନ୍ତୁ
05:18 ଆଉଟପୁଟର ପ୍ରଥମ ଲାଇନ୍ ପ୍ରଦର୍ଶିତ କରେ, Hello Pratik K Patil
05:25 ଏଠାରେ, Pratik ଭାଲ୍ୟୁ ଥିବା ଭେରିଏବଲ first_name ହେଉଛି local
05:31 ଅର୍ଥାତ୍, ଭାଲ୍ୟୁ, ଫଙ୍କସନ ପାଇଁ ସୀମିତ ଅଟେ
05:35 ବର୍ତ୍ତମାନ, ଫଙ୍କସନ ବାହାରେ local variable କିପରି ବ୍ୟବହାର କରୁଛି, ଦେଖିବା
05:41 ଏଠାରେ, first_nameରେ କିଛି ବି ପ୍ରଦର୍ଶିତ ହୋଇନାହିଁ
05:44 ଏହା, ଫଙ୍କସନ ପାଇଁ first_name ଲୋକଲ ହୋଇଥିବା କାରଣରୁ ହୋଇଛି ଏବଂ ଏହା ଫଙ୍କସନ ବାହାରେ ଉପଲବ୍ଧ ନାହିଁ
05:53 ଗ୍ଲୋବଲ ଭେରିଏବଲ୍ସ ହୋଇଥିବାରୁ Middle_name ଓ last_name ପ୍ରିଣ୍ଟ ହେଲା
05:59 ଆଶା କରୁଛୁ, ପ୍ରଭେଦଟି ଆପଣ ଜାଣିପାରିଥିବେ
06:02 ସଂକ୍ଷିପ୍ତରେ
06:04 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
06:07 ଗୋଟିଏ ଫଙ୍କସନକୁ arguments ପାସ୍ କରିବା,

ଗୋଟିଏ ଫଙ୍କସନରେ local variable ଘୋଷଣା କରିବା

06:14 ଗୋଟିଏ ଫଙ୍କସନରେ global variableର ଘୋଷଣା କରିବା, କେତେକ ଉଦାହରଣ ସାହାଯ୍ୟରେ
06:20 ଏକ ଆସାଇନମେଣ୍ଟ ଭାବେ
06:22 ଦୁଇଟି arguments ଗ୍ରହଣ କରୁଥିବା ଗୋଟିଏ ପ୍ରୋଗ୍ରମ ଲେଖନ୍ତୁ. ଫଙ୍କସନଟି, ସେହି ଦୁଇଟି argumentsକୁ ଗୁଣନ କରୁଥିବା ଉଚିତ
06:31 arguments (1, 2), (2, 3) ଓ (3, 4) ଥାଇ 3ଟି ଫଙ୍କସନ କଲ୍ କରନ୍ତୁ
06:39 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
06:43 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
07:26 ଆଇଆଇଟି ବମ୍ୱେ ତରଫରୁ
07:31 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep