Difference between revisions of "LibreOffice-Suite-Impress/C3/Custom-Animation/Oriya"

From Script | Spoken-Tutorial
Jump to: navigation, search
(Created page with "=Resources for recording= Custom Animation {| border=1 || '''Time''' || '''Narration''' |- ||00.00 || ଲିବର୍ ଅଫିସ୍‌ର...")
 
Line 56: Line 56:
 
|-
 
|-
 
|| 01.25
 
|| 01.25
|| ଆପଣଙ୍କ ଆନିମେଶନ୍ର ପ୍ରଦର୍ଶନ ସ୍ପୀଡ୍କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
+
|| ଆପଣଙ୍କ ଆନିମେଶନ୍‌ର ପ୍ରଦର୍ଶନ ସ୍ପୀଡ୍‌କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
 
|-
 
|-
 
|| 01.30
 
|| 01.30
Line 92: Line 92:
 
|-
 
|-
 
||02.42
 
||02.42
|| ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍ରେ କ୍ଲିକ୍ କରନ୍ତୁ
+
|| ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍‌ରେ କ୍ଲିକ୍ କରନ୍ତୁ
 
|-
 
|-
 
|| 02.47
 
|| 02.47
Line 107: Line 107:
 
|-
 
|-
 
|| 03.10
 
|| 03.10
|| Entrance ଟ୍ୟାବ୍ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
+
|| Entrance ଟ୍ୟାବ୍‌ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
 
|-
 
|-
 
||03.17   
 
||03.17   

Revision as of 13:27, 4 June 2015

Resources for recording

Custom Animation


Time Narration
00.00 ଲିବର୍ ଅଫିସ୍‌ରେ Custom Animation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00.07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଇମ୍ପ୍ରେସ୍‌ରେ Custom Animation ବିଷୟରେ ଶିଖିବା
00.12 ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
00.21 ପ୍ରଥମେ Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00.26 ସ୍ଲାଇଡ୍ସ ପେନ୍‌ରୁ Potential Alternatives ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ
00.32 ଏହି ସ୍ଲାଇଡ୍ ଏବେ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
00.36 ପ୍ରେଜେଣ୍ଟେଶନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ custom animationକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
00.43 ସ୍ଲାଇଡ୍‌ରେ ବାମପଟେ ଥିବା ପ୍ରଥମ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ
00.47 ଏପରି କରିବା ପାଇଁ, ଟେକ୍ସଟ୍‌ରେ କ୍ଲିକ୍ କରି ପ୍ରଦର୍ଶିତ ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
00.54 ଇମ୍ପ୍ରେସ୍ ୱିଣ୍ଡୋର ଡାହାଣପଟୁ, ଟାସ୍କ ପେନ୍‌ରେ ଥିବା Custom Animation ଉପରେ କ୍ଲିକ୍ କରନ୍ତୁ
01.01 Add କ୍ଲିକ୍ କରନ୍ତୁ
01.03 Custom Animation ଡାୟଲଗ୍ ବକ୍ସ ଦେଖାଦେବ
01.07 ଦେଖନ୍ତୁ, Entrance ଟ୍ୟାବ୍ ଖୋଲା ଅଛି
01.10 ସ୍କ୍ରୀନ୍‌ରେ ଆଇଟମ୍ କିପରି ଦେଖାଦେବ, ତାହାର ମାର୍ଗକୁ Entrance ଟ୍ୟାବ୍ ନିୟନ୍ତ୍ରଣ କରିଥାଏ
01.15 ଏହି ସିରିଜ୍‌ର ପରବର୍ତ୍ତୀ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ଆମେ ଅନ୍ୟ ଟ୍ୟାବ୍ସ ବିଷୟରେ ଶିଖିବା
01.21 ବେସିକ୍ ଅନ୍ତର୍ଗତ Diagonal Squares ଚୟନ କରନ୍ତୁ
01.25 ଆପଣଙ୍କ ଆନିମେଶନ୍‌ର ପ୍ରଦର୍ଶନ ସ୍ପୀଡ୍‌କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
01.30 Speed fieldରେ, ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି Slow ସିଲେକ୍ଟ କରନ୍ତୁ ଓ OKରେ କ୍ଲିକ୍ କରନ୍ତୁ
01.37 ଆନିମେଶନ୍ ଅପ୍ସନ୍ସ ସେଟ୍ କରିବାକୁ Effect ଫିଲ୍ଡ ସାହାଯ୍ୟ କରିଥାଏ
01.43 Effect ଫିଲ୍ଡ ତଳେ ଥିବା ବକ୍ସ, ଆନିମେଶନ୍‌ଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ପ୍ରେଜେଣ୍ଟେଶନ୍‌ରେ ଆଡ୍ କରାଯାଇଛି
01.51 ଧ୍ୟାନଦିଅନ୍ତୁ ଯେ, ଆନିମେଶନ୍‌ର ତାଲିକାରେ ପ୍ରଥମ ଆନିମେଶନ୍ ମିଶାଯାଇଛି
01.56 ସ୍କ୍ରୋଲ୍ ଡାଉନ୍ କରନ୍ତୁ ଓ Playରେ କ୍ଲିକ୍ କରନ୍ତୁ
02.00 ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ, ଏବେ ମେନ୍ ପେନ୍‌ରେ play ହେବ
02.08 ଏବେ, ସ୍ଲାଇଡ୍‌ରେ, ଦ୍ୱିତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. Custom Animationରେ Add କ୍ଲିକ୍ କରନ୍ତୁ
02.18 ପ୍ରଦର୍ଶିତ Custom Animation dialog ବକ୍ସରେ ଥିବା Basic Animationରେ Wedge ସିଲେକ୍ଟ କରନ୍ତୁ
02.25 ସ୍ପୀଡ୍‌କୁ Mediumରେ ସେଟ୍ କରି OK କ୍ଲିକ୍ କରନ୍ତୁ
02.31 ଦେଖନ୍ତୁ, ଏହି ଆନିମେଶନ୍ ବକ୍ସରେ ଆଡ୍ ହୋଇଯାଇଛି
02.36 ଧ୍ୟାନଦିଅନ୍ତୁ ଯେ, ତାଲିକାରେ ଥିବା ଆନିମେଶନ୍, ଆପଣ କ୍ରିଏଟ୍ କରିଥିବା କ୍ରମରେ ହିଁ ଅଛି
02.42 ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍‌ରେ କ୍ଲିକ୍ କରନ୍ତୁ
02.47 ପ୍ରିଭ୍ୟୁ ପାଇଁ ଆପଣ ଏକାଧିକ ଆନିମେଶନ୍ ସିଲେକ୍ଟ କରିପାରିବେ
02.51 ଏପରି କରିବା ପାଇଁ, ଆନିମେଶନ୍ ସିଲେକ୍ଟ କରିବାବେଳେ Shift କୀ ଧରନ୍ତୁ
02.57 Play କ୍ଲିକ୍ କରନ୍ତୁ. ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ ପ୍ଲେ ହେଲା
03.05 ଏବେ, ତୃତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. ଲେଆଉଟ୍‌ରେ Add କ୍ଲିକ୍ କରନ୍ତୁ
03.10 Entrance ଟ୍ୟାବ୍‌ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
03.17 ସ୍ପୀଡ୍‌କୁ Slowରେ ସେଟ୍ କରି OK କ୍ଲିକ୍ କରନ୍ତୁ
03.22 ପ୍ରତ୍ୟେକ ଆନିମେଶନ୍, ନିର୍ଦ୍ଦିଷ୍ଟ ଡିଫଲ୍ଟ ଗୁଣ ସହିତ ଆସିଥାଏ
03.26 Change Order ବଟନ୍ସ ବ୍ୟବହାର କରି ଆପଣ ଆନିମେଶନ୍‌ର କ୍ରମକୁ ମଧ୍ୟ ବଦଳାଇପାରିବେ
03.32 ଚାଲନ୍ତୁ, ପ୍ରତ୍ୟେକ ଆନିମେଶନ୍ ପାଇଁ ଡିଫଲ୍ଟ ପ୍ରୋପର୍ଟିଜ୍ ଦେଖିବା ଓ ସେଗୁଡ଼ିକୁ କିପରି ମୋଡିଫାଏ କରାଯାଏ, ଶିଖିବା
03.40 ତାଲିକାରେ ଥିବା ପ୍ରଥମ ଆନିମେଶନ୍ ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି Diagonal Squares ଅପ୍ସନ୍
03.46 Effects Options ଡାୟଲଗ୍ ବକ୍ସ ଦେଖାଦେବ
03.50 ଡିଫଲ୍ଟ ଭାବରେ Effects ଟ୍ୟାବ୍ ପ୍ରଦର୍ଶିତ ହେବ
03.54 Settingsରେ ଥିବା Direction ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ From right to top ସିଲେକ୍ଟ କରନ୍ତୁ
04.01 ଆନିମେଶନ୍ ଡାହାଣପଟୁ ଆରମ୍ଭ ହୋଇ ଆଗକୁ ବଢ଼ିବା ସହ ଉପରକୁ ଯିବାର ଇଫେକ୍ଟ ଏଥିରେ ଅଛି
04.08 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ OK କ୍ଲିକ୍ କରନ୍ତୁ
04.12 ଆପଣ ଆଡ୍ କରିଥିବା ଆନିମେଶନ୍ ଦେଖିବା ପାଇଁ Play ବଟନ୍ କ୍ଲିକ୍ କରନ୍ତୁ
04.17 ଆନିମେଶନ୍ ଉପରେ ପୁଣିଥରେ ଡବଲ୍ କ୍ଲିକ୍ କରନ୍ତୁ. Effect Options ଡାୟଲଗ୍ ବକ୍ସ ଦେଖାଦେବ
04.24 Timing ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04.26 Delay ଫିଲ୍ଡରେ Delayକୁ 1.0 ସେକେଣ୍ଡକୁ ବୃଦ୍ଧି କରନ୍ତୁ. ଗୋଟିଏ ସେକେଣ୍ଡ ପରେ ଆନିମେଶନ୍ ଆରମ୍ଭ ହେବାର ଇଫେକ୍ଟ ଏଥିରେ ଅଛି. OK କ୍ଲିକ୍ କରନ୍ତୁ
04.39 ଏବେ, ପ୍ରଥମ ଆନିମେଶନ୍ ସିଲେକ୍ଟ କରନ୍ତୁ
04.43 Play ବଟନ୍ କ୍ଲିକ୍ କରନ୍ତୁ
04.45 ଆନିମେଶନ୍‌ରେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ଆପଣ ଦେଖିପାରିବେ
04.50 ତାଲିକାରେ ଥିବା ଦ୍ୱିତୀୟ ଆନିମେଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଏହା, ଆମେ ସେଟ୍ କରିଥିବା Wedges ଅପ୍ସନ୍ ଅଟେ
04.54 Effects Options ଡାୟଲଗ୍ ବକ୍ସ ଦେଖାଦେଲା
05.02 Text Animation ଟ୍ୟାବ୍ କ୍ଲିକ୍ କରନ୍ତୁ
05.05 Text Animation ଟ୍ୟାବ୍, ଟେକ୍ସଟ୍ ଆନିମେଟ୍ କରିବା ପାଇଁ ଅନେକ ଅପ୍ସନ୍ସ ଦେଇଥାଏ
05.12 Group text ଫିଲ୍ଡରେ By 1st level paragraphs ସିଲେକ୍ଟ କରନ୍ତୁ
05.16 ଏହି ଚଏସ୍, ପ୍ରତ୍ୟେକ ବୁଲେଟ୍ ପଏଣ୍ଟକୁ ପୃଥକ୍ ଭାବେ ପ୍ରଦର୍ଶିତ କରେ
05.20 ପରବର୍ତ୍ତୀ ପଏଣ୍ଟକୁ ଯିବା ପୂର୍ବରୁ ଯେତେବେଳେ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ ପଏଣ୍ଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବେ, ଏହି ଅପ୍ସନ୍ ବ୍ୟବହାର କରିପାରିବେ
05.28 OK କ୍ଲିକ୍ କରନ୍ତୁ
05.29 Play କ୍ଲିକ୍ କରନ୍ତୁ
05.32 ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି assignment କରନ୍ତୁ
05.36 ଭିନ୍ନ ଭିନ୍ନ ଆନିମେଶନ୍ କ୍ରିଏଟ୍ କରି ପ୍ରତ୍ୟେକ ଆନିମେଶନ୍ ପାଇଁ Effect Option ଯାଞ୍ଚ କରନ୍ତୁ
05.43 ଏବେ, ତିଆରି ହୋଇଥିବା ଆନିମେଶନ୍ ଇଫେକ୍ଟ କିପରି ଦେଖାଯାଏ, ଶିଖିବା
05.48 Slide Show ବଟନ୍ କ୍ଲିକ୍ କରନ୍ତୁ. ତା’ପରେ ଆନିମେଶନ୍ ଦେଖିବା ପାଇଁ ସ୍କ୍ରୀନ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05.59 ଆନିମେଶନ୍ ପ୍ରସ୍ତୁତିର ନିରସତାକୁ ଭାଙ୍ଗିବା ପାଇଁ ଓ ନିର୍ଦ୍ଦିଷ୍ଟ ପଏଣ୍ଟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଉତ୍ତମ ମାର୍ଗ ଅଟେ, ଯାହା ଅନ୍ୟଥା ବର୍ଣ୍ଣନା କରିବା କଷ୍ଟକର ଅଟେ
06.09 ତଥାପି, ଏହାକୁ ଅଧିକ ବ୍ୟବହାର ନକରିବା ପ୍ରତି ସାବଧାନ ରୁହନ୍ତୁ
06.13 ଅଧିକ ଆନିମେଶନ୍, ଆଲୋଚନାରତ ବିଷୟଠାରୁ ଦର୍ଶକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନେଇଯିବ
06.20 ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06.23 ଏହି ଟ୍ୟୁଟୋରିଆଲ୍‌ରେ ଆମେ Custom animation, Effect options ବିଷୟରେ ଶିଖିଲେ
06.30 ଏକ ଆସାଇନ୍‌ମେଣ୍ଟ ଭାବେ
06.33 ତିନୋଟି ବୁଲେଟ୍ ପଏଣ୍ଟ ସହିତ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ
06.36 ଲାଇନ୍ ବାଇ ଲାଇନ୍ ଦେଖାଯିବା ପରି ଟେକ୍ସଟ୍‌କୁ ଆନିମେଟ୍ କରନ୍ତୁ
06.41 ଏହି ଆନିମେଶନ୍‌କୁ ପ୍ଲେ କରନ୍ତୁ
06.44 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06.51 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
06.55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07.04 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07.11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07.22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07.33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07.38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep