LibreOffice-Suite-Impress/C3/Custom-Animation/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍‌ରେ Custom Animation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଇମ୍ପ୍ରେସ୍‌ରେ Custom Animation ବିଷୟରେ ଶିଖିବା
00:12 ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
00:21 ପ୍ରଥମେ Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:26 ସ୍ଲାଇଡ୍ସ ପେନ୍‌ରୁ Potential Alternatives ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ
00:32 ଏହି ସ୍ଲାଇଡ୍ ଏବେ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
00:36 ପ୍ରେଜେଣ୍ଟେଶନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ custom animationକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
00:43 ସ୍ଲାଇଡ୍‌ରେ ବାମପଟେ ଥିବା ପ୍ରଥମ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ
00:47 ଏପରି କରିବା ପାଇଁ, ଟେକ୍ସଟ୍‌ରେ କ୍ଲିକ୍ କରି ପ୍ରଦର୍ଶିତ ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
00:54 ଇମ୍ପ୍ରେସ୍ ୱିଣ୍ଡୋର ଡାହାଣପଟୁ, ଟାସ୍କ ପେନ୍‌ରେ ଥିବା Custom Animation ଉପରେ କ୍ଲିକ୍ କରନ୍ତୁ
01:01 Add କ୍ଲିକ୍ କରନ୍ତୁ
01:03 Custom Animation ଡାୟଲଗ୍ ବକ୍ସ ଦେଖାଦେବ
01:07 ଦେଖନ୍ତୁ, Entrance ଟ୍ୟାବ୍ ଖୋଲା ଅଛି
01:10 ସ୍କ୍ରୀନ୍‌ରେ ଆଇଟମ୍ କିପରି ଦେଖାଦେବ, ତାହାର ମାର୍ଗକୁ Entrance ଟ୍ୟାବ୍ ନିୟନ୍ତ୍ରଣ କରିଥାଏ
01:15 ଏହି ସିରିଜ୍‌ର ପରବର୍ତ୍ତୀ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ଆମେ ଅନ୍ୟ ଟ୍ୟାବ୍ସ ବିଷୟରେ ଶିଖିବା
01:21 ବେସିକ୍ ଅନ୍ତର୍ଗତ Diagonal Squares ଚୟନ କରନ୍ତୁ
01:25 ଆପଣଙ୍କ ଆନିମେଶନ୍‌ର ପ୍ରଦର୍ଶନ ସ୍ପୀଡ୍‌କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
01:30 Speed fieldରେ, ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି Slow ସିଲେକ୍ଟ କରନ୍ତୁ ଓ OKରେ କ୍ଲିକ୍ କରନ୍ତୁ
01:37 ଆନିମେଶନ୍ ଅପ୍ସନ୍ସ ସେଟ୍ କରିବାକୁ Effect ଫିଲ୍ଡ ସାହାଯ୍ୟ କରିଥାଏ
01:43 Effect ଫିଲ୍ଡ ତଳେ ଥିବା ବକ୍ସ, ଆନିମେଶନ୍‌ଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ପ୍ରେଜେଣ୍ଟେଶନ୍‌ରେ ଆଡ୍ କରାଯାଇଛି
01:51 ଧ୍ୟାନଦିଅନ୍ତୁ ଯେ, ଆନିମେଶନ୍‌ର ତାଲିକାରେ ପ୍ରଥମ ଆନିମେଶନ୍ ମିଶାଯାଇଛି
01:56 ସ୍କ୍ରୋଲ୍ ଡାଉନ୍ କରନ୍ତୁ ଓ Playରେ କ୍ଲିକ୍ କରନ୍ତୁ
02:00 ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ, ଏବେ ମେନ୍ ପେନ୍‌ରେ play ହେବ
02:08 ଏବେ, ସ୍ଲାଇଡ୍‌ରେ, ଦ୍ୱିତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. Custom Animationରେ Add କ୍ଲିକ୍ କରନ୍ତୁ
02:18 ପ୍ରଦର୍ଶିତ Custom Animation dialog ବକ୍ସରେ ଥିବା Basic Animationରେ Wedge ସିଲେକ୍ଟ କରନ୍ତୁ
02:25 ସ୍ପୀଡ୍‌କୁ Mediumରେ ସେଟ୍ କରି OK କ୍ଲିକ୍ କରନ୍ତୁ
02:31 ଦେଖନ୍ତୁ, ଏହି ଆନିମେଶନ୍ ବକ୍ସରେ ଆଡ୍ ହୋଇଯାଇଛି
02:36 ଧ୍ୟାନଦିଅନ୍ତୁ ଯେ, ତାଲିକାରେ ଥିବା ଆନିମେଶନ୍, ଆପଣ କ୍ରିଏଟ୍ କରିଥିବା କ୍ରମରେ ହିଁ ଅଛି
02:42 ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍‌ରେ କ୍ଲିକ୍ କରନ୍ତୁ
02:47 ପ୍ରିଭ୍ୟୁ ପାଇଁ ଆପଣ ଏକାଧିକ ଆନିମେଶନ୍ ସିଲେକ୍ଟ କରିପାରିବେ
02:51 ଏପରି କରିବା ପାଇଁ, ଆନିମେଶନ୍ ସିଲେକ୍ଟ କରିବାବେଳେ Shift କୀ ଧରନ୍ତୁ
02:57 Play କ୍ଲିକ୍ କରନ୍ତୁ. ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ ପ୍ଲେ ହେଲା
03:05 ଏବେ, ତୃତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. ଲେଆଉଟ୍‌ରେ Add କ୍ଲିକ୍ କରନ୍ତୁ
03:10 Entrance ଟ୍ୟାବ୍‌ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
03:17 ସ୍ପୀଡ୍‌କୁ Slowରେ ସେଟ୍ କରି OK କ୍ଲିକ୍ କରନ୍ତୁ
03:22 ପ୍ରତ୍ୟେକ ଆନିମେଶନ୍, ନିର୍ଦ୍ଦିଷ୍ଟ ଡିଫଲ୍ଟ ଗୁଣ ସହିତ ଆସିଥାଏ
03:26 Change Order ବଟନ୍ସ ବ୍ୟବହାର କରି ଆପଣ ଆନିମେଶନ୍‌ର କ୍ରମକୁ ମଧ୍ୟ ବଦଳାଇପାରିବେ
03:32 ଚାଲନ୍ତୁ, ପ୍ରତ୍ୟେକ ଆନିମେଶନ୍ ପାଇଁ ଡିଫଲ୍ଟ ପ୍ରୋପର୍ଟିଜ୍ ଦେଖିବା ଓ ସେଗୁଡ଼ିକୁ କିପରି ମୋଡିଫାଏ କରାଯାଏ, ଶିଖିବା
03:40 ତାଲିକାରେ ଥିବା ପ୍ରଥମ ଆନିମେଶନ୍ ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି Diagonal Squares ଅପ୍ସନ୍
03:46 Effects Options ଡାୟଲଗ୍ ବକ୍ସ ଦେଖାଦେବ
03:50 ଡିଫଲ୍ଟ ଭାବରେ Effects ଟ୍ୟାବ୍ ପ୍ରଦର୍ଶିତ ହେବ
03:54 Settingsରେ ଥିବା Direction ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ From right to top ସିଲେକ୍ଟ କରନ୍ତୁ
04:01 ଆନିମେଶନ୍ ଡାହାଣପଟୁ ଆରମ୍ଭ ହୋଇ ଆଗକୁ ବଢ଼ିବା ସହ ଉପରକୁ ଯିବାର ଇଫେକ୍ଟ ଏଥିରେ ଅଛି
04:08 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ OK କ୍ଲିକ୍ କରନ୍ତୁ
04:12 ଆପଣ ଆଡ୍ କରିଥିବା ଆନିମେଶନ୍ ଦେଖିବା ପାଇଁ Play ବଟନ୍ କ୍ଲିକ୍ କରନ୍ତୁ
04:17 ଆନିମେଶନ୍ ଉପରେ ପୁଣିଥରେ ଡବଲ୍ କ୍ଲିକ୍ କରନ୍ତୁ. Effect Options ଡାୟଲଗ୍ ବକ୍ସ ଦେଖାଦେବ
04:24 Timing ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04:26 Delay ଫିଲ୍ଡରେ Delayକୁ 1.0 ସେକେଣ୍ଡକୁ ବୃଦ୍ଧି କରନ୍ତୁ. ଗୋଟିଏ ସେକେଣ୍ଡ ପରେ ଆନିମେଶନ୍ ଆରମ୍ଭ ହେବାର ଇଫେକ୍ଟ ଏଥିରେ ଅଛି. OK କ୍ଲିକ୍ କରନ୍ତୁ
04:39 ଏବେ, ପ୍ରଥମ ଆନିମେଶନ୍ ସିଲେକ୍ଟ କରନ୍ତୁ
04:43 Play ବଟନ୍ କ୍ଲିକ୍ କରନ୍ତୁ
04:45 ଆନିମେଶନ୍‌ରେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ଆପଣ ଦେଖିପାରିବେ
04:50 ତାଲିକାରେ ଥିବା ଦ୍ୱିତୀୟ ଆନିମେଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଏହା, ଆମେ ସେଟ୍ କରିଥିବା Wedges ଅପ୍ସନ୍ ଅଟେ
04:54 Effects Options ଡାୟଲଗ୍ ବକ୍ସ ଦେଖାଦେଲା
05:02 Text Animation ଟ୍ୟାବ୍ କ୍ଲିକ୍ କରନ୍ତୁ
05:05 Text Animation ଟ୍ୟାବ୍, ଟେକ୍ସଟ୍ ଆନିମେଟ୍ କରିବା ପାଇଁ ଅନେକ ଅପ୍ସନ୍ସ ଦେଇଥାଏ
05:12 Group text ଫିଲ୍ଡରେ By 1st level paragraphs ସିଲେକ୍ଟ କରନ୍ତୁ
05:16 ଏହି ଚଏସ୍, ପ୍ରତ୍ୟେକ ବୁଲେଟ୍ ପଏଣ୍ଟକୁ ପୃଥକ୍ ଭାବେ ପ୍ରଦର୍ଶିତ କରେ
05:20 ପରବର୍ତ୍ତୀ ପଏଣ୍ଟକୁ ଯିବା ପୂର୍ବରୁ ଯେତେବେଳେ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ ପଏଣ୍ଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବେ, ଏହି ଅପ୍ସନ୍ ବ୍ୟବହାର କରିପାରିବେ
05:28 OK କ୍ଲିକ୍ କରନ୍ତୁ,Play କ୍ଲିକ୍ କରନ୍ତୁ
05:32 ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି assignment କରନ୍ତୁ
05:36 ଭିନ୍ନ ଭିନ୍ନ ଆନିମେଶନ୍ କ୍ରିଏଟ୍ କରି ପ୍ରତ୍ୟେକ ଆନିମେଶନ୍ ପାଇଁ Effect Option ଯାଞ୍ଚ କରନ୍ତୁ
05:43 ଏବେ, ତିଆରି ହୋଇଥିବା ଆନିମେଶନ୍ ଇଫେକ୍ଟ କିପରି ଦେଖାଯାଏ, ଶିଖିବା
05:48 Slide Show ବଟନ୍ କ୍ଲିକ୍ କରନ୍ତୁ. ତା’ପରେ ଆନିମେଶନ୍ ଦେଖିବା ପାଇଁ ସ୍କ୍ରୀନ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:59 ଆନିମେଶନ୍ ପ୍ରସ୍ତୁତିର ନିରସତାକୁ ଭାଙ୍ଗିବା ପାଇଁ ଓ ନିର୍ଦ୍ଦିଷ୍ଟ ପଏଣ୍ଟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଉତ୍ତମ ମାର୍ଗ ଅଟେ, ଯାହା ଅନ୍ୟଥା ବର୍ଣ୍ଣନା କରିବା କଷ୍ଟକର ଅଟେ
06:09 ତଥାପି, ଏହାକୁ ଅଧିକ ବ୍ୟବହାର ନକରିବା ପ୍ରତି ସାବଧାନ ରୁହନ୍ତୁ
06:13 ଅଧିକ ଆନିମେଶନ୍, ଆଲୋଚନାରତ ବିଷୟଠାରୁ ଦର୍ଶକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନେଇଯିବ
06:20 ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06:23 ଏହି ଟ୍ୟୁଟୋରିଆଲ୍‌ରେ ଆମେ Custom animation, Effect options ବିଷୟରେ ଶିଖିଲେ
06:30 ଏକ ଆସାଇନ୍‌ମେଣ୍ଟ ଭାବେ
06:33 ତିନୋଟି ବୁଲେଟ୍ ପଏଣ୍ଟ ସହିତ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ
06:36 ଲାଇନ୍ ବାଇ ଲାଇନ୍ ଦେଖାଯିବା ପରି ଟେକ୍ସଟ୍‌କୁ ଆନିମେଟ୍ କରନ୍ତୁ
06:41 ଏହି ଆନିମେଶନ୍‌କୁ ପ୍ଲେ କରନ୍ତୁ
06:44 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:51 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
06:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:04 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07:33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep