Difference between revisions of "Health-and-Nutrition/C2/Kangaroo-Mother-Care/Oriya"
From Script | Spoken-Tutorial
| Line 568: | Line 568: | ||
| ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | | ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | ||
| − | + | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
| − | + | ||
| − | + | ||
|} | |} | ||
Latest revision as of 12:58, 4 August 2020
| 00:00 | ନମସ୍କାର, “କଙ୍ଗାରୁ ମଦର୍ କେଆର୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - |
| 00:08 | କଙ୍ଗାରୁ ମଦର୍ କେଆର୍ କ’ଣ? |
| 00:10 | ଭିନ୍ନ ଭିନ୍ନ ଭାଗ, ମହତ୍ତ୍ୱ ଓ |
| 00:13 | ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା |
| 00:17 | ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ ପରିଚୟରୁ ଆରମ୍ଭ କରିବା |
| 00:22 | ଯେପରି ନାମ କହୁଛି - |
| 00:24 | ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମକୁ ସ୍ପର୍ଶ କରି ରଖାଯାଏ |
| 00:29 | ଏବଂ ଏହା KMC ଭାବେ ପରିଚିତ |
| 00:32 | ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଦରକାର |
| 00:39 | ଏହା ବିଶେଷକରି ସେହି ନିମ୍ନ ଜନ୍ମ ଓଜନ ଥିବା ଶିଶୁଙ୍କ ପାଇଁ ସୁପାରିସ କରାଯାଏ - |
| 00:44 | ଯାହାର ଓଜନ ଜନ୍ମ ସମୟରେ 2.5 କିଲୋଗ୍ରାମରୁ କମ ଥିବ ଏବଂ |
| 00:48 | ଯାହାକୁ ନିୟମିତ ଦେଖାଶୁଣା କରିବାର ଆବଶ୍ୟକତା ନଥିବ |
| 00:52 | ହେଲେ, ଏହାକୁ ସୁସ୍ଥ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ |
| 00:59 | KMCର ମୁଖ୍ୟତଃ ଦୁଇଟି ଭାଗ ଅଛି: |
| 01:03 | ମା’ ଓ ଶିଶୁ ମଧ୍ୟରେ ନିୟମିତ ଦୀର୍ଘ ସମୟ ପାଇଁ ଚର୍ମ ସଂସ୍ପର୍ଶ |
| 01:09 | ଏବଂ କେବଳ ସ୍ତନ୍ୟପାନ କରାଇବା |
| 01:13 | ଚାଲନ୍ତୁ ସେହି ଭାଗଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରିବା |
| 01:17 | ପ୍ରଥମ ଭାଗ ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ |
| 01:21 | ଯେଉଁଥିରୁ ଲେଟ୍ ଡାଉନ୍ ରିଫ୍ଲେକ୍ସ ଉନ୍ନତ ହୋଇଥାଏ |
| 01:24 | ଏବଂ ଯାହା କାରଣରୁ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ |
| 01:28 | ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ କୁହାଯାଇଛି |
| 01:34 | ଦ୍ଵିତୀୟ ଭାଗଟି ହେଉଛି ସ୍ତନ୍ୟପାନ କରାଇବା |
| 01:38 | ଧ୍ୟାନ ଦିଅନ୍ତୁ ଯେ - |
| 01:40 | ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର ହିଁ କ୍ଷୀର ଦିଆଯିବା ଉଚିତ |
| 01:45 | ଏହାପରେ ଆମେ କଙ୍ଗାରୁ କେଆର୍ର ମହତ୍ତ୍ୱ ଉପରେ ଆଲୋଚନା କରିବା |
| 01:50 | KMCରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ଚର୍ମ ସହିତ ମା’ ଚର୍ମର ସମ୍ପର୍କ ଦ୍ଵାରା ଶିଶୁ ଶରୀରର ତାପମାତ୍ରା ସଠିକ୍ ରହିଥାଏ |
| 01:57 | ଏବଂ ଶିଶୁ ଅଧିକ ସୁରକ୍ଷିତ ମନେକରିଥାଏ |
| 02:01 | KMC ଦ୍ଵାରା, |
| 02:03 | ସଂକ୍ରମଣର ସମ୍ଭାବନା ଏବଂ |
| 02:05 | ଶିଶୁଙ୍କଠାରେ ଆପ୍ନିଆର ହାର ମଧ୍ୟ ହ୍ରାସ ପାଇଥାଏ |
| 02:09 | ଆପ୍ନିଆରେ ଶିଶୁର ଶ୍ୱାସକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଯାଇଥାଏ |
| 02:13 | ଏହା ଛଡ଼ା, |
| 02:15 | KMC ଦ୍ଵାରା ସ୍ତନ୍ୟପାନର ବାରମ୍ବାରତା ଓ ଅବଧି ବୃଦ୍ଧି ପାଇଥାଏ |
| 02:20 | ଏବଂ ଏହାଦ୍ୱାରା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନ ସୁଦୃଢ଼ ହୋଇଥାଏ |
| 02:26 | KMC ଶିଶୁକୁ ସାହାଯ୍ୟ କରିଥାଏ - |
| 02:28 | ଅନ୍ୟ ପାରମ୍ପରିକ ଶୈଳୀ ତୁଳନାରେ ଓଜନ ବଢ଼ାଇବାରେ, ଯେପରି - |
| 02:33 | ଶିଶୁକୁ ଗରମ ରଖୁଥିବା ପେଟିରେ ରଖିବା |
| 02:36 | ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ |
| 02:40 | ଏହାଦ୍ୱାରା ମା’ଙ୍କ ସନ୍ତୁଷ୍ଟି ଓ ଆତ୍ମବିଶ୍ଵାସ ବଢ଼ିଥାଏ |
| 02:45 | ଯେହେତୁ ସେ ନିଜ ଶିଶୁର ଅଧିକ ଯତ୍ନ ନିଅନ୍ତି |
| 02:49 | ମଜା କଥା ହେଉଛି, ମା’ଙ୍କ ବ୍ୟତୀତ KMC |
| 02:54 | ବାପା କିମ୍ବା |
| 02:56 | ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଦାନ କରାଯାଇପାରିବ |
| 02:58 | ଏବେ, KMC ପ୍ରଦାତାଙ୍କ ଦ୍ୱାରା ପାଳନ କରାଯିବାକୁ ଥିବା ବିଷୟଗୁଡ଼ିକୁ ଆମେ ଆଲୋଚନା କରିବା: |
| 03:04 | KMC ପ୍ରଦାତା ସୁସ୍ଥ ଏବଂ ରୋଗମୁକ୍ତ ଥିବେ |
| 03:09 | ସେ ନିଜର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖୁଥିବା ଉଚିତ, ଯେପରି - |
| 03:14 | ହାତ ଧୋଇବା, |
| 03:16 | ନିତିଦିନ ଗାଧୋଇବା, ହାତ ନଖ କାଟିବା, |
| 03:18 | ମୁଣ୍ଡ କୁଣ୍ଡାଇବା, |
| 03:20 | ଏବଂ କପଡ଼ା ସଫା ରଖିବା, ଇତ୍ୟାଦି |
| 03:22 | ସେ କୌଣସି ପ୍ରକାରର ଗହଣା, ଘଣ୍ଟା ଓ ସୁତା ପିନ୍ଧିବା ଉଚିତ ନୁହେଁ - |
| 03:26 | ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋଇପାରନ୍ତି |
| 03:31 | ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋଇପାରେ |
| 03:35 | ବର୍ତ୍ତମାନ, ପ୍ରଦାତା KMC ସମୟରେ ପିନ୍ଧିବା କପଡ଼ା ବିଷୟରେ ଚାଲନ୍ତୁ ଆଲୋଚନା କରିବା- |
| 03:42 | କପଡ଼ାର ଆଗପଟ ଖୋଲା ଓ ହାଲୁକା ହେବା ଆବଶ୍ୟକ |
| 03:46 | ଉଦାହରଣସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍ |
| 03:51 | ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବେ |
| 03:58 | କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍ଗୁଡ଼ିକୁ ବଜାରରୁ ମଧ୍ୟ କିଣିହେବ |
| 04:04 | ଦୀର୍ଘ ସମୟ ପାଇଁ KMC ପ୍ରଦାନ କରିବାରେ ଏଗୁଡ଼ିକ ଦରକାରୀ ହୋଇଥାଏ |
| 04:09 | ଅନୁରୂପେ ଭାବେ, KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ |
| 04:16 | ଯେତେବେଳେ କି ଶିଶୁ KMC ସମୟରେ - |
| 04:19 | ଗୋଟିଏ ଟୋପି ଓ ନ୍ୟାପୀ ପିନ୍ଧିବା ଆବଶ୍ୟକ |
| 04:22 | ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରେ, ତେବେ - |
| 04:27 | ତାକୁ ଭଲ ଭାବେ ପରିଷ୍କାର କରି ଶୁଖାଇବା ଦରକାର |
| 04:30 | ଏବେ ଆମେ ଚାଲନ୍ତୁ କଙ୍ଗାରୁ କେଆର୍ର କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ଆଲୋଚନା କରିବା |
| 04:36 | ପ୍ରଥମେ, ମା’ ସିଧା ହୋଇ ଛିଡ଼ା ହେବେ |
| 04:40 | ତା’ପରେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର କୌଣସି ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ପର୍ଯ୍ୟାୟାନୁକ୍ରମେ କରିବେ - |
| 04:48 | ଶିଶୁର ନିମ୍ନ ଭାଗ ଓ ମୁଣ୍ଡକୁ ସପୋର୍ଟ ଦେବା ସହିତ- |
| 04:51 | ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ମୁଣ୍ଡ ଉପରକୁ କରି ରଖନ୍ତୁ |
| 04:56 | ତା’ପରେ, ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ |
| 05:00 | ତା’ ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋଇଥିବା ସୁନିଶ୍ଚିତ କରନ୍ତୁ |
| 05:04 | ଏହାଦ୍ୱାରା ଶିଶୁର ନାକ ପବନ ଆଡ଼କୁ ଖୋଲା ରହିଥାଏ |
| 05:08 | ଏବଂ ମା’ ଓ ଶିଶୁ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ |
| 05:14 | ତା’ପରେ, ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ |
| 05:18 | ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ |
| 05:23 | ଏବଂ ଗୋଡ଼ଗୁଡ଼ିକ ସ୍ତନ ତଳେ |
| 05:27 | ତଥା ତଳିପେଟ ଛାତି ଉପରେ ରହିବା ଆବଶ୍ୟକ |
| 05:29 | କପଡ଼ାରେ ଗୁଡ଼ାଇବା ପୂର୍ବରୁ - |
| 05:32 | ଶୀତ ହେଉଥିଲେ ଶିଶୁକୁ ଗୋଟିଏ କମ୍ବଳରେ ଘୋଡ଼ାଇ ଦିଅନ୍ତୁ |
| 05:36 | ଏହା ଦ୍ଵାରା ଶିଶୁ ଓ ମା’ ଉଷୁମ୍ ରହିବେ |
| 05:39 | ତା’ପରେ, ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ |
| 05:45 | ଗୁଡ଼ାଇବା ସମୟରେ - |
| 05:47 | କପଡ଼ାର କେନ୍ଦ୍ର ଶିଶୁ ଉପରେ ଯେପରି ରହିବ, ଧ୍ୟାନ ଦିଅନ୍ତୁ |
| 05:50 | ଏବଂ କପଡ଼ାର ଉଭୟ ପ୍ରାନ୍ତ, |
| 05:53 | ମା’ଙ୍କର କାଖ ମଧ୍ୟଦେଇ |
| 05:56 | ପିଠିରେ ଛନ୍ଦି ହେବ |
| 05:59 | ଏହା ପରେ କପଡ଼ାର ଧାରଗୁଡ଼ିକୁ ସାମ୍ନାକୁ ଆଣନ୍ତୁ |
| 06:03 | କପଡ଼ାର ଏହି ଧାରଗୁଡ଼ିକୁ ଶିଶୁର ନିତମ୍ବ ତଳେ ସୁରକ୍ଷିତ ଭାବେ ଗଣ୍ଠି କରିଦିଅନ୍ତୁ |
| 06:09 | ଏହା ଆରାମଦାୟକ ଏବଂ ଶିଶୁକୁ ସପୋର୍ଟ ଦେବାରେ ସହାୟକ ହେବ |
| 06:14 | ଏହା ଦ୍ଵାରା ଶିଶୁ ଖସି ପଡ଼ିବାର ମଧ୍ୟ ଭୟ ନଥାଏ |
| 06:17 | ମନେରଖନ୍ତୁ- ମା’ ସହଜ ଅନୁଭବ କରିବା ପରେ, ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଦରକାର |
| 06:24 | KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯିବ |
| 06:32 | ଏହା ଦ୍ଵାରା ମା’ଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେ ଆତ୍ମନିର୍ଭରଶୀଳ ହେବେ |
| 06:37 | ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ, ତେବେ ସେ ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିପାରିବେ |
| 06:43 | ଏହା ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଅଟେ |
| 06:46 | ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିବା ସମୟରେ, |
| 06:49 | ଶିଶୁର ମୁଣ୍ଡକୁ ସପୋର୍ଟ ଦେବା ପାଇଁ କାନ ଉପରେ ବ୍ୟାଣ୍ଡର ଧାରଗୁଡ଼ିକୁ ଆଡଜଷ୍ଟ କରନ୍ତୁ |
| 06:54 | ତା’ପରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ |
| 06:57 | ଏବଂ ପୂର୍ବେ ଆଲୋଚିତ ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ |
| 06:59 | ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇଦିଅନ୍ତୁ |
| 07:04 | ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚୀ ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢିଲା ହେବା ଉଚିତ ନୁହେଁ |
| 07:11 | ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ |
| 07:15 | ମନେରଖନ୍ତୁ, KMC ଅବସ୍ଥାରେ ଶିଶୁକୁ ଧରିବା ବେଳେ, ମା’ ନିଶ୍ଚିତ ରୂପେ |
| 07:20 | ଚାଲିବା, ଛିଡ଼ା ହେବା, ବସିବା |
| 07:23 | କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ |
| 07:26 | ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥା’ନ୍ତି, |
| 07:29 | ତେବେ ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋଇ କିମ୍ବା ସାମାନ୍ୟ ଆଉଜି ହୋଇ ମଧ୍ୟ ଶୋଇ ପାରିବେ |
| 07:35 | ବର୍ତ୍ତମାନ KMC ସମୟରେ ଶିଶୁକୁ ସ୍ତନ୍ୟପାନ କରିବା ବିଷୟରେ ଆଲୋଚନା କରିବା- |
| 07:40 | ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢିଲା କରି ଏବଂ |
| 07:43 | ଶିଶୁକୁ ସ୍ତନ୍ୟପାନ କରାଇବା ସ୍ଥିତିରେ ରଖି |
| 07:46 | ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ |
| 07:50 | କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି |
| 07:54 | ଶିଶୁକୁ ଗୋଟିଏ କପ୍ କିମ୍ବା ଚାମୁଚ ସାହାଯ୍ୟରେ ଖୁଆଇ ପାରିବେ |
| 07:57 | ମନେରଖନ୍ତୁ, ଶିଶୁର ପ୍ରତିଦିନ 25ରୁ 30 ଗ୍ରାମ ଓଜନ ବଢ଼ିବା ଆବଶ୍ୟକ |
| 08:03 | ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଦରକାର |
| 08:10 | ତେଣୁ, ମା’ କିମ୍ବା ସ୍ଵାସ୍ଥ୍ୟକର୍ମୀ, |
| 08:13 | ନିୟମିତ ଯାଞ୍ଚ ସମୟରେ ଶିଶୁର ଓଜନକୁ ଦେଖିବା ଉଚିତ |
| 08:17 | ଯଦି ଶିଶୁର ଓଜନ ବଢୁନଥାଏ, |
| 08:21 | ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କୌଶଳକୁ ଅନୁଧ୍ୟାନ କରିବେ କିମ୍ବା |
| 08:25 | ଶିଶୁ କେତେ ଥର ପରିସ୍ରା କରୁଛି, ତାହା ଯାଞ୍ଚ କରିବେ |
| 08:28 | ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଶିକ୍ଷା ଦେବା ମଧ୍ୟ ଆବଶ୍ୟକ |
| 08:32 | ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି |
| 08:39 | ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବେ, ଚାଲନ୍ତୁ ଶିଖିବା |
| 08:44 | ପ୍ରଥେମ ମା’ ସିଧା ହୋଇ ବସିବେ |
| 08:48 | ତା’ପରେ, ଗଣ୍ଠିକୁ ଗୋଟିଏ ହାତରେ ଖୋଲିବେ |
| 08:53 | ଏବଂ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଶିଶୁର ନିତମ୍ବକୁ ଅନ୍ୟ ହାତରେ ଧରନ୍ତୁ |
| 08:58 | ଏହାପରେ, ଗଣ୍ଠି ଖୋଲୁଥିବା ହାତ ସାହାଯ୍ୟରେ, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ |
| 09:04 | ଶିଶୁର ନିତମ୍ବ ତଳେ କପଡ଼ା ଉପରେ ଥିବା ହାତକୁ କାଢ଼ନ୍ତୁ |
| 09:11 | ଏବଂ କପଡ଼ାର ବାହାରୁ ଶିଶୁର ନିତମ୍ବକୁ ଧରିବା ପାଇଁ ଅନ୍ୟ ହାତର ବ୍ୟବହାର କରନ୍ତୁ |
| 09:16 | ତା’ପରେ, ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ |
| 09:21 | ଏହାପରେ, ଶିଶୁର ମୁଣ୍ଡକୁ ଏପରି ଧରନ୍ତୁ ଯେ, |
| 09:26 | ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ |
| 09:28 | ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ |
| 09:30 | KMC ସମୟରେ, |
| 09:32 | ମା’ ତୁରନ୍ତ ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ଜଣାଇବା ଦରକାର - |
| 09:37 | ଯଦି ଶିଶୁ ସତର୍କ ଏବଂ ସକ୍ରିୟ ନଥାଏ |
| 09:41 | ଯଦି ଶିଶୁ ଜୋର୍ ଜୋର୍ରେ ନିଶ୍ଵାସ ନେଉଥାଏ କିମ୍ବା ସେଥିରେ ଦୀର୍ଘ ବ୍ୟବଧାନ ରହୁଥାଏ |
| 09:46 | ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଥାଏ |
| 09:50 | ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଥାଏ |
| 09:53 | ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |