Difference between revisions of "Linux/C2/Working-with-Linux-Process/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 246: | Line 246: | ||
|- | |- | ||
− | | | + | |07:36 |
|| ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | | || ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | | ||
Latest revision as of 16:45, 10 April 2017
Time | Narration |
00:00 | ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:05 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:09 | ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | |
00:16 | ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:28 | ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | |
00:38 | ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି | |
00:42 | ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ | |
00:46 | ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ | |
00:51 | ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ | |
00:56 | ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ | |
01:00 | ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ | |
01:05 | ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି | |
01:11 | ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ | |
01:17 | ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି | |
01:28 | ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା | |
01:31 | ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ | |
01:36 | କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ | |
01:43 | ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ | |
01:53 | ଏକ ଟର୍ମିନାଲ୍ କୁ ଯିବା | |
01:57 | ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ | |
02:03 | ଏହା ଶେଲ୍ ପ୍ରୋସେସ୍ ର କାମ | |
02:07 | ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା | |
02:13 | ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ | |
02:18 | ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା | |
02:30 | ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ | |
02:40 | ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ | |
02:50 | ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:00 | ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା | |
03:13 | ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା | |
03:20 | ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା | |
03:32 | ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା | |
03:35 | ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ | |
03:56 | ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:04 | ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା | |
04:12 | ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ |
ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ | |
04:26 | ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି | |
04:38 | ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ | |
04:43 | ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ | |
04:51 | ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ | |
05:00 | ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:11 | ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ | |
05:23 | ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ | |
05:29 | ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ | |
05:34 | କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା | |
05:40 | ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:47 | ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ | |
05:54 | CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ | |
05:58 | ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ | |
06:06 | ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ | |
06:12 | ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି | |
06:16 | ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ | |
06:25 | ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ | |
06:35 | ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:42 | ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:51 | ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି | |
06:57 | ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ | |
07:05 | psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ | |
07:13 | ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ | |
07:28 | ବାଶ୍, sh ଓ ps-f | |
07:31 | ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି | |
07:36 | ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | |
07:47 | ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ | |
08:00 | ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ | |
08:17 | C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ | |
08:26 | ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ | |
08:32 | STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ | |
08:42 | ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ | |
08:49 | ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ | |
08:54 | ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ | |
09:05 | ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ | |
09:09 | ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ, |
09:17 | ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ | |
09:23 | ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:32 | ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା | |
09:35 | ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ |
09:40 | “ps ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ more” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:52 | ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ | |
09:58 | ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ | |
10:03 | ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ | |
10:09 | ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି | |
10:12 | ଏଥିରେ 1ର PID ଅଛି | |
10:16 | ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ | |
10:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ | |
10:37 | ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
10:45 | ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
10:55 | ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ.http://spoken-tutorial.org/NMEICT-Intro. |
11:07 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |